ଖବର ସତ୍ୟବାଦୀ

ଖବର ସତ୍ୟବାଦୀ Contact information, map and directions, contact form, opening hours, services, ratings, photos, videos and announcements from ଖବର ସତ୍ୟବାଦୀ, News & Media Website, PURI, Puri.

📢 Khabar Satyabadi (ଖବର ସତ୍ୟବାଦୀ)
📰 ସତ୍ୟ ଖବର, ସମୟରେ ଖବର
Bringing real, fast & fearless news from Odisha.
🎯 Trusted by 2 Lakh+ viewers
📍 Covering: Politics | Culture | Jagannath | Ground Reports
📲 Stay informed, stay empowered.

 #ସାକ୍ଷୀଗୋପାଳଙ୍କ_ଲକ୍ଷ୍ମୀ_ନାରାୟଣ_ବେଶଦର୍ଶନ l  #ଲକ୍ଷାଧିକ_ଭକ୍ତଙ୍କ_ସମାଗମ ମନ୍ଦିର ବେଢାରେ ଚୁଡାଘସାର ମହକ ସାଙ୍ଗକୁ ହରିନାମ କୀର୍ତ୍ତନ ର...
03/11/2025

#ସାକ୍ଷୀଗୋପାଳଙ୍କ_ଲକ୍ଷ୍ମୀ_ନାରାୟଣ_ବେଶଦର୍ଶନ l
#ଲକ୍ଷାଧିକ_ଭକ୍ତଙ୍କ_ସମାଗମ
ମନ୍ଦିର ବେଢାରେ ଚୁଡାଘସାର ମହକ ସାଙ୍ଗକୁ ହରିନାମ କୀର୍ତ୍ତନ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି
ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି l ପବିତ୍ର ବଡ଼ ଏକାଦଶୀ ତଥା ଦେବୋପତଥାନ ଏକାଦଶୀ ଏହିପବିତ୍ର ଅବସରରେ ସାକ୍ଷୀଗୋପାଳ ମନ୍ଦିର ରେ ଠାକୁର ଶ୍ରୀ ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କର ମନୋରମ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା l ଠାକୁରଙ୍କର ଏହି ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ ନିମନ୍ତେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଧାଡିରେ ଯାଇ ମନ୍ଦିରରେ ପ୍ରବେଶ କରିଥିଲେ l ସାକ୍ଷୀଗୋପାଳ ଠାକୁର ଉତ୍ତର ଭାରତରୁ ଆସିଥିବାରୁ ବର୍ଷ ସାରା ସାକ୍ଷୀଗୋପାଳ ମନ୍ଦିରରେ ଗହମରୁ ପ୍ରସ୍ତୁତ ସାମଗ୍ରୀ ରେ ଭୋଗ ନୈବେଦ୍ୟ ଅର୍ପଣ କରାଯାଇ ଥାଏ l ବର୍ଷକରେ ଆଜି ଗୋଟିଏ ଦିନ ନିମନ୍ତେ ସ୍ଥାନୀୟ ଅଞ୍ଚଳର ମୁଖ୍ୟ ଫସଲ ଧାନରୁ ପ୍ରସ୍ତୁତ ଚୁଡାରେ ପ୍ରସ୍ତୁତ ଚୁଡାଘସା ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା l ସ୍ଥାନୀୟ ଭକ୍ତ ମାନେ ମନ୍ଦିର ବେଢାରେ ଗୁଣ୍ଡ ଚୁଡାରେ ଚିନି କିମ୍ବା ଗୁଡ଼ ସହିତ ଅଳେଇଚ, ଦେଶୀ କମଳା, ଗୋଲ ମରିଚ, ନଡ଼ିଆ ଲବଙ୍ଗ, ଛେନା ଓ କର୍ପୁର ଆଦି ମିଶ୍ରଣ କରି ସ୍ୱାଦିଷ୍ଟ, ସୁମିଷ୍ଟ ଓ ସୁବାସିତ ଚୁଡାଘସା ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ l ଚୁଡାଘସା ମହକରେ ମନ୍ଦିର ପରିସର ମହକି ଉଠିଥିଲା l ଶହଶହ ସଂକୀର୍ତ୍ତନ ମଣ୍ଡଳୀ ମନ୍ଦିର ବେଢା ଓ ବେଢା ବାହାରେ ହରିନାମ ଗାୟନ କରିବା ସହିତ ସଂକୀର୍ତ୍ତନ ପରିବେଷଣ କରିଥିଲେ l ହରିନାମ ସଂକୀର୍ତ୍ତନରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ମୟ ପରିଵଶ ସୃଷ୍ଟି ହୋଇଥିଲା ।
ଗତକାଲି ରାତ୍ର ୨ ଟାରୁ ମନ୍ଦିର ଦ୍ଵାର ଉନ୍ମୋଚନ, ମଙ୍ଗଳ ଆଳତି, ଵେଶ ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀ ନାରାୟଣ ଵେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଵଲ୍ଲଭ, ସକାଳ ଧୂପ, ଵାଳଧୁପ ଓ ଆଳତି ଦେଵନୀତି ପରେ ସକାଳ ୬ ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା l ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ୩ ଦିନ ବ୍ୟାପି ଆୟୋଜିତ ମୁକ୍ତାକାଶ ରଙ୍ଗମଞ୍ଚରେ ୩ ଦିନ ବ୍ୟାପି ଆୟୋଜିତ ଶ୍ରୀ ରାଧା ଉତ୍ସବ ରେ ପଲ୍ଲିଶ୍ରୀ ମେଳା ପ୍ରଦର୍ଶନୀ ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଉଦଯାପିତ ହୋଇଥିଲା । ମେଳାରେ ଲକ୍ଷ୍ମୀପୂଜା ମାଣପେଡି, ଖଟୁଲି, ପିଢା, କଟୁରୀ, ଦା,ପନିକି, କୋରଣା, ମାଣ, ଭୋଗେଇ,ଵେତା, ଵାଉଁଶିଆ, ଟୋକେଇ ଆଦି ଆଦି ଵିଭିନ୍ନ ଘରକରଣା ସାମଗ୍ରୀର ଅସ୍ଥାୟୀ ଦୋକାନ, ଓରମାସ ମେଳା ରେ ବେଶ ଭଲ କାରବାର ହୋଇଥିଲା ।
ବଡ଼ ସିଂହାର ବେଶ ପରେ ଠାକୁର ଉଠିଥିଲେ l ରୁପା ଟାବେରାରେ ବିରାଜମାନ କରିଥିଲେ l ନୂତନ ପଟବସ୍ତ୍ର ପରିଧାନ କରିଥିଲେ l ଆଳତି, ଉପଚାର ଓ କୋରା ଭୋଗ ଅନୁଷ୍ଠିତ ହୋଇଥିଲା l ପରେ ପୁଷ୍ପାଞ୍ଜଳି ଓ ପହୁଡ଼ ଅନୁଷ୍ଠିତ ହୋଇଥିଲା l

#ଅଧିକ_ପଢନ୍ତୁ_ଖବର_ସତ୍ୟବାଦୀ_ଓଡିଶା_NEW |

02/11/2025
 #ପୁରୀ_ଜିଲ୍ଲା_ର_୨_ସଜାଗ_ଅଫିସର_ଙ୍କ_ଦାୟିତ୍ୱ_ଶୃଙ୍ଖଳିତ  #ହେଲା_ଶ୍ରୀ_ରାଧା_ପାଦଦର୍ଶନ ଓଡ଼ିଆଣୀ ବେଶରେ ମା' ରାଧାରାଣି| ପାଦ ଦର୍ଶନ କରି ଅଁ...
01/11/2025

#ପୁରୀ_ଜିଲ୍ଲା_ର_୨_ସଜାଗ_ଅଫିସର_ଙ୍କ_ଦାୟିତ୍ୱ_ଶୃଙ୍ଖଳିତ
#ହେଲା_ଶ୍ରୀ_ରାଧା_ପାଦଦର୍ଶନ
ଓଡ଼ିଆଣୀ ବେଶରେ ମା' ରାଧାରାଣି| ପାଦ ଦର୍ଶନ କରି ଅଁଳା ଗଛରେ ଡୋରି ବାନ୍ଧିଲେ ଲକ୍ଷାଧିକ ଭକ୍ତ
#ଭକ୍ତ_ସମୁଦ୍ର_ପାଲଟିଲା_ସାକ୍ଷୀଗୋପାଳ_ସହଯୋଗ_କଲେ_ସମସ୍ତ #ପ୍ରଶାସନିକ_ଅଧିକାରୀ ଓଡିଆଣୀ ବେଶରେ ଦର୍ଶନ ଦେଲେ ମା' ରାଧାରାଣି। ପାଦ ପଦ୍ମ ଜୁଗଳ ଦର୍ଶନ କରି କୋଟି ଜନ୍ମର ପୂଣ୍ଣ୍ୟ ଅର୍ଜନ କରିବେ ଲକ୍ଷାଧିକ ଭକ୍ତ। କାର୍ତିକ ମାସ ଶୁକ୍ଲପକ୍ଷ ନମବୀ ତିଥିରେ ପଡିଥାଏ ଅଁଳା ନବମୀ ପର୍ବ। ସତ୍ୟବାଦୀ ସ୍ଥିତ ସାକ୍ଷୀଗୋପାଳ ମନ୍ଦୀରରେ ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଶ୍ରୀକୃଷ୍ଣ ଏବଂ କାଣିଆଁ କଛା ମାରି ପାଟ ବସ୍ତ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଲେ ମା' ରାଧାରାଣି। ବର୍ଷକୁ ଗୋଟିଏ ଦିନ ମା' ଙ୍କ ଏଭଳି ଦୁର୍ଲଭ ବେଶ ଦର୍ଶନ କରିବାର ଶୋଭାଗ୍ୟ ପ୍ରାପ୍ତ କରିଥାନ୍ତି ଭକ୍ତଗଣ। ଅଁଳା ବୃକ୍ଷ ପୂଜା କଲେ ବ୍ରତଧାରି। ଆଜିର ଦିନରେ ଅଁଳା ବୃକ୍ଷରେ ପୂଜା ପାଇଥାନ୍ତି ଲକ୍ଷ୍ମୀନାରାୟଣ।ଏଥିପାଇଁ ବିଶ୍ବାଷ ରହିଛି ଯେ ଅଁଳା ବୃକ୍ଷରେ ସଙ୍ଖା ସିନ୍ଦୁର ବାନ୍ଧିଲେ ଦିର୍ଘାୟୁ ହୋଇଥାଏ ଦାମ୍ପତ୍ୟ ଜୀବନ।ରାତି ୧୨ ଟାରେ ମନ୍ଦୀର ଦ୍ବାରା ଫିଟା ନିତି,୧.୩୦ରେ ମଙ୍ଗଳ ଆଳତୀ ପରେ ବେଶ,ମୈଲମ ନିତି ରାତ୍ର ୨ଟା ମଧ୍ୟରେ ଶେଷ ହୋଇଥିଲା। ପରେ ସୂର୍ଯ୍ୟପୂଜା,ଦ୍ବାରପାଳ ପୂଜା,ବଲ୍ଭ,ସକାଳ ଧୂପ,ବାଳ ଭୋଗ ନିତି ୩.୩୦ରେ ସମାପନ ହୋଇ ଭୋର ୫ ଟାରୁ ପୂର୍ବରୁ ସାହଣା ମେଲା ଦର୍ଶନ ଆରମ୍ଭ ହୋଇଥିଲା। ରାତି ୨ଟାରୁ ଭକ୍ତ ଲମ୍ବା ଲାଇନ୍ ରେ ଠିଆ ହୋଇ ମା'ଙ୍କ ପାଦ ପଦ୍ମ ଦର୍ଶନ କରି କୋଟି ଜନ୍ମର ପୂଣ୍ଣ୍ୟ ଅର୍ଜନ କଲେ ୫ଲକ୍ଷରୁ ଉର୍ଧ ଭକ୍ତ । ଭକ୍ତ ଙ୍କ ଭିଡକୁ ଦୃଷ୍ଠିରେ ରଖି ରାତି ୧ ଟା ପର୍ଯ୍ୟନ୍ତ ଚାଲିଲା ଦର୍ଶନ। ବ୍ୟାରିକେଟ୍ ମାଧ୍ୟମରେ ଭକ୍ତ ଆସି ମନ୍ଦିର ଭିତରେ ମା'ଙ୍କୁ ଦର୍ଶନ କରିଛନ୍ତି ଭକ୍ତମାନେ। ଶୁଙ୍ଖଳିତ ଭାବେ ସରିଲା ଅଁଳା ନବମୀରେ ଶ୍ରୀ ରାଧା ପାଦ ଦର୍ଶନ। ଶୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ହୋଇଥିଲେ ୨୫ ପ୍ଲାଟୁନ ପୋଲିସ ଚାରି ଦୁଆର ରେ ଶୃଙ୍ଖଳିତ ଦର୍ଶନପାଇଁ ଦାୟିତ୍ୱ ରେ ଥିଲେ ଚାରିଜଣ ମାଜିଷ୍ଟ୍ରେଟ,,ସମସ୍ତ ଦର୍ଶନ ବ୍ୟବସ୍ଥା କୁ ଦୃଷ୍ଟି ରେ ରଖି ସ୍ଥିତି ପରଖିଥିଲେ ନିଜେ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା ଓ ଏସ୍ପି ପ୍ରତୀକ ସିଂ,୧୧ ଧାଡି ବିଶିଷ୍ଟ ବ୍ୟାରିକେଟ ମଧ୍ୟରେ ଦର୍ଶନ କରି ଛନ୍ତି ଶ୍ରଦ୍ଧାଳୁ ଭକ୍ତ |ଶୁଙ୍ଖଳିତ ଭାବେ ଶେଷ ହେଲା ଅଁଳା ନବମୀ ପର୍ବ। ମା'ଙ୍କ ପାଦ ଦର୍ଶନ କଲେ ୫ଲକ୍ଷ ଭକ୍ତ।ବିଧାୟକ ଙ୍କ ନିର୍ଦେଶ, ମୁଖ୍ୟମନ୍ତ୍ରୀ ଙ୍କ ନଜର ଆଉ 24 ଘଣ୍ଟା ପରିଶ୍ରମ କଲେ ସତ୍ୟବାଦୀ ର ସମସ୍ତ ପ୍ରଶାସନିକ ଅଧିକାରୀ |ସତ୍ୟବାଦୀ ପୋଲିସ, ତହସିଲ ପ୍ରଶାସନ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ଅଧିକାରୀ, ବ୍ୟାଙ୍କ କର୍ତ୍ତୃପକ୍ଷ, ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ସମସ୍ତ ଅଧିକାରୀ,ପ୍ରାଣୀ ଚିକିତ୍ସାଧିକାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଭଲ୍ୟୁଣ୍ଟର ଯୁବକ, କୃଷି ଅଧିକାରୀ,ଗଣ ମାଧ୍ୟମ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଆମ୍ବୁଲାନ୍ସ ସେବା, ପାନୀୟ ଜଳ ଯୋଗାଣ, ସାକ୍ଷୀଗୋପାଳ କୁ ସଜେଇଥିବାଡେ଼କୋରେଟର,ସାକ୍ଷୀଗୋପାଳ ସେବାୟତ ସଙ୍ଘ, ଗଣ ମାଧ୍ୟମ ଆଉ ଆଜି ସଫଳ ହେଲା ସାକ୍ଷୀଗୋପାଳ ର ବଡ଼ ପର୍ବ ଅଁଳା ନବମୀ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..

30/10/2025

ଆସନ୍ତା କାଲି ପବିତ୍ର ଅଁଳାନବମୀ କୁ ନେଇ କେମିତି ରହିଛି ସମସ୍ତ ବ୍ୟବସ୍ଥା |ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ |

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଶ୍ରୀଯୁକ୍ତ ଶଙ୍କର ପରିଡା |
30/10/2025

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଶ୍ରୀଯୁକ୍ତ ଶଙ୍କର ପରିଡା |

29/10/2025

#ସଜେଇ_ହେଉଛି_ସାକ୍ଷୀଗୋପାଳ |
ପ୍ରଭୁ ସାକ୍ଷୀଗୋପାଳ ଙ୍କ ନଟବର ବେଶ ମା ରାଧାରାଣୀ ଙ୍କ ଓଡ଼ିଆଣୀ ବେଶ ସହିତ ଶ୍ରୀ ରାଧା ଙ୍କ ପାଦଦର୍ଶନ |ଯାହା ଅତି ଦୁର୍ଲଭ ବର୍ଷ କୁ ଥରେ କାଣିଆ କଛା ମାରି ଓଡ଼ିଆ ଘର ର ପରମ୍ପରା ର ସଜେଇ ହେବେ ମା
ଭୋର ୫ ଟା ରୁ ଆରମ୍ଭ ହେବ ଦର୍ଶନ ନୀତିକାନ୍ତି କଥା କହିଲେ ସେବାୟତ |

29/10/2025

ସାକ୍ଷୀଗୋପାଳ ର ବଡ଼ପର୍ବ ଅଁଳା ନବମୀ କୁ ଆଖି ଆଗରେ ରଖି ପୁରୀ ପୋଲିସ ର ଟ୍ରାଫିକ ବ୍ୟବସ୍ଥା |

28/10/2025

ସରିଲା ପ୍ରସ୍ତୁତି ବୈଠକ |
ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଓ ସୁରୁଖୁରୁରେ ଦର୍ଶନ ପାଇଁ ବିଧାୟକ ଜିଲ୍ଲା ପାଳ, ଏସ୍ପି ଙ୍କ ସହିତ ବିଭାଗୀୟ ଅଧିକାରୀ ଉପସ୍ଥିତ|
ନିର୍ମାଣ ହୋଇଛି ୧୧ ଟି ଲୁହା ବ୍ୟାରିକେଟ |
ସିସିଟିଭି ଆଗରେ ରହିବ ଚାରି ଦୁଆର |
ରାତି ରୁ ଆରମ୍ଭ ହେବ ନୀତିକାନ୍ତି |
ଭୋର 4ଟା ରେ ସେବାୟତ ଙ୍କ ଦର୍ଶନ |
ବିଭାଗୀୟ ଅଧିକାରୀ ଙ୍କ ନଜର ରହିବ ବାହାରେ ଲାଗିଥିବା ଖାଦ୍ୟ ଷ୍ଟଲ ଉତ୍ତମଖାଦ୍ୟ ନଦେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ |
ସମସ୍ତ ବ୍ୟବସ୍ଥା ଜିଲ୍ଲାପାଳ ଙ୍କ ନଜର ରେ |

28/10/2025

ସତ୍ୟବାଦୀ ରେ ଆଳୁ ବ୍ୟବସାୟୀ ଙ୍କୁ ପ୍ରଶାସନିକ ତାଗିଦ |ଚଢ଼ା ଦର ରେ ଆଳୁ ପିଆଜ ବିକିଲେ ହେବ ଆକ୍ସନ |ଏନେଇ ବିଡ଼ିଓ ଙ୍କ ଙ୍କ ସହିତ ଯୋଗାଣ ଅଧିକାରୀ ପୋଲିସ ପ୍ରଶାସନ ସହାୟତା ବଜାର ଉପରେ ରହିଥିବା ସମସ୍ତ ବ୍ୟବସାୟୀ ଙ୍କୁ ନିର୍ଦେଶ ଦେଇଛନ୍ତି |

28/10/2025

ସାଇବର ଠକେଇ କୁ ନେଇ ଓଡିଶା ପୋଲିସ ତରଫରୁ ବୁଲିଲା ସାଇବର ସଚେତନତା ରଥ |ସତ୍ୟବାଦୀ ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |

26/10/2025

#ଆଧୁନିକତା_ଭିତରେ_ବଞ୍ଚି_ରହିଛି_ପୁରାତନ_ପରମ୍ପରା |
ସତ୍ୟବାଦୀ ହରିଆ ବୁଢ଼ା ଙ୍କ ନିକଟରୁ ପୁରୀ ମୁଖେ ଶଗଡ଼ ଯାତ୍ରା |

 #ହଜି  #ଯାଇଛି  #ପୁଅ  #ମା  #ଆଖିରେ  #ଲୁହ |ଗତ ଶୁକ୍ରବାର ସ୍କୁଲ କୁ ଯାଇ ଆଉ ଫେରିନି ଦିପୁ, ବୟସ ୧୫ ଦୁଃଖିନୀ ମା ନିହାତି ଗରିବ ଆଖିରୁ ଶୁଖ...
26/10/2025

#ହଜି #ଯାଇଛି #ପୁଅ
#ମା #ଆଖିରେ #ଲୁହ |
ଗତ ଶୁକ୍ରବାର ସ୍କୁଲ କୁ ଯାଇ ଆଉ ଫେରିନି ଦିପୁ, ବୟସ ୧୫ ଦୁଃଖିନୀ ମା ନିହାତି ଗରିବ ଆଖିରୁ ଶୁଖୁନି ଲୁହ |
ଯଦି କେହି ୟାଙ୍କୁ ଦେଖନ୍ତି ତାହେଲେ ଏହି ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ |ଘର ସତ୍ୟବାଦୀ ଅଳଗୁମ |
ଯୋଗାଯୋଗ -6353669327,8018883971

Address

PURI
Puri
SATYABADI

Alerts

Be the first to know and let us send you an email when ଖବର ସତ୍ୟବାଦୀ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ଖବର ସତ୍ୟବାଦୀ:

Share