02/02/2023
*🌼ପ୍ରାତଃକାଳୀନ ବିନତି🌼*
**************************
*ରାଧାସ୍ବାମୀ ନାମ ।*
*ଜୋ ଗାଓୟେ, ସୋଇ ତରେ।।*
ରାଧାସ୍ବାମୀ - ନାମ ଯେ ଗାଏ ସେ ତରିଯାଏ ।
*କଲ କଲେଶ ସବ ନାଶ ।*
*ସୁଖ ପାଓୟେ ସବ ଦୁଃଖ ହରେ।୧।।*
କାଳର କ୍ଳେଶ ନାଶ ହୁଏ,ସୁଖ ପାଏ,ସମସ୍ତ ଦୁଃଖ ଦୂର ହୁଏ ।
*ଆୟସା ନାମ ଅପାର ।*
*କୋଇ ଭେଦ ନ ଜାନଈ ।।*
ଏହି ଅପାର ନାମର ରହସ୍ୟ କେହି ଜାଣେନା ।
*ଯୋ ଜାନେ ସୋ ପାର ।*
*ବହୁରି ନ ଜଗମେଁ ଜନମଇ ।୨ ।।*
-- ଯେ ଜାଣେ ସେ ପାର ହୁଏ, ପୁନରାୟ ଜଗତରେ ଜନ୍ମ ହୁଏନା ।
*ରାଧାସ୍ବାମୀ ଗାୟକର ।*
*ଜନମ ସୁଫଲ କରଲେ ।।*
"ରାଧାସ୍ବାମୀ" ଗାଇ କରି ଜନ୍ମ ସଫଳ କର ।
*ୟହୀ ନାମ ନିଜ ନାମ ହ୍ୟାୟ ।*
*ମନ ଅପନେ ଧରଲେ ।।୩।।*
ଏହି ନାମ ଆଦି ନାମ,ନିଜ ମନରେ ଧରି ନିଅ ।
*ବୈଠକ ସ୍ବାମୀ ଅଦ୍ ଭୂତି*
*ରାଧା ନିରଖ ନିହାର ।।*
ସ୍ଵାମୀଙ୍କ ଅଦ୍ଭୁତ ସିଂହାସନ ରାଧା ପୂର୍ଣ୍ଣ ଭାବରେ ନିରୀକ୍ଷଣ କରନ୍ତି ।
*ଔର ନ କୋଈ ଲଖ ସକେ ।*
*ଶୋଭା ଅଗମ ଅପାର ।୪।।*
ଅନ୍ୟ କେହି ଏହି ଅଗମ ଓ ଅପାର ଶୋଭା ଦେଖିପାରେ ନାହିଁ ।
*ଗୁପ୍ତ ରୁପ ଜହଁ ଧାରିୟା ।*
*ରାଧା ସ୍ବାମୀ ନାମ ।।*
ଯେଉଁଠାରେ ରାଧାସ୍ବାମୀ ନାମ ଗୁପ୍ତ ରୁପ ଧାରଣ କରିଛନ୍ତି ,
*ବିନା ମେହେର ନହିଁ ପାଓଈ ।*
*ଜହାଁ କୋଈ ବିଶ୍ରାମ ।୫ ।।*
ତାଙ୍କରି ଦୟା ଭିନ୍ନ ସେଠାରେ କେହି ବିଶ୍ରାମ ପାଏନା ।
*କରୁଁ ବନ୍ଦଗୀ ରାଧାସ୍ବାମୀ ଆଗେ ।*
*ଜୀନ ପରତାପ ଜୀଓ ବହୁ ଜାଗେ।୬।।*
ଯାହାଙ୍କ ପ୍ରତାପରେ ବହୁ ଜୀବ ଜାଗରିତ ହୁଏ,ସେହି ରାଧାସ୍ଵାମୀଙ୍କ ସମ୍ମୁଖରେ ବନ୍ଦନା କରୁଛି ।
*ବାରମ୍ବାର କରୁଁ ପରଣାମ ।*
*ସତଗୁରୁ ପଦମ ଧାମ ସତନାମ ।୭ ।।*
ସଦ୍ ଗୁରୁଙ୍କ ପାଦପଦ୍ମରେ, ସତ୍ୟଧାମ ଓ ସତ୍ୟନାମକୁ ପୁନଃ ପୁନଃ ପ୍ରଣାମ କରୁଛି ।
*ଆଦି ଅନାଦି ଯୁଗାଦି ଅନାମ ।*
*ସନ୍ତ ସ୍ୱରୂପ ଛୋଡ ନିଜ ଧାମ ।୮ ।।*
ଆଦି,ଅନାଦି ଓ ଅନାମୀ ସନ୍ତସ୍ୱରୂପ ନିଜ ଧାମ ଛାଡ଼ି,
*ଆୟେ ଭୌଜଲ ନାଓ ଲଗାଈ ।*
*ହମ୍ ସେ ଜୀଓନ ଲିୟା ବଚାଈ ।୯।।*
ଆସି ଭବ ସାଗରରେ ନୌକା ଲଗାଇଛନ୍ତି ଓ ମୋ ପରି ଜୀବ ସମସ୍ତଙ୍କୁ ସେଥିରେ ଚଢାଉଛନ୍ତି ।
*ଶବ୍ଦ ଦୃଢ଼ାୟା ସୁରତ ବତାଈ ।*
*କରମ ଭରମ ସେ ଲିୟା ବଚାଈ ।୧୦।।*
ଏବଂ "ଶବ୍ଦ" ରେ ବିଶ୍ୱାସ କରାଇ ଓ ସୁରତର କଥା ଶୁଣାଇ ଭ୍ରମ - କର୍ମରୁ ରକ୍ଷା କରୁଛନ୍ତି ।
*କୋଟି କୋଟି କରୁଁ ବନ୍ଦନା,*
*ଅରବ ଖରବ ଦଣ୍ଡୌତ ।*
କୋଟି କୋଟି ବାର ପ୍ରଣାମ କରୁଛି,ଅସଂଖ୍ୟ ବାର ଦଣ୍ଡବତ ଜଣାଉଛି,
*ରାଧାସ୍ବାମୀ ମିଲ ଗୟେ,*
*ଖୁଲା ଭକ୍ତିକା ସ୍ରୋତ ।୧୧।।*
--- ରାଧାସ୍ବାମୀଙ୍କୁ ପାଇ ଭକ୍ତିର ଭଣ୍ଡାର ଖୋଲିଛି ।
*ଭକ୍ତି ସୁନାଈ ସବସେ ନ୍ୟାରୀ ।*
*ବେଦ କତେବ ନ ତାହି ବିଚାରୀ ।୧୨।।*
ବେଦ,ପୁରାଣ ପ୍ରଭୃତି ଯେଉଁ ଭକ୍ତିର କଥା କହି ନାହିଁ -- ଏପରି ଅନନ୍ୟ ଭକ୍ତିର କଥା ଶୁଣାଇଛନ୍ତି ।
*ସତ୍ତ ପୁରୁଷ ଚୌଥେ ପଦ ବାସା ।*
*ସନ୍ତନ କା ଓହାଁ ସଦା ବିଲାସା।୧୩।।*
ସତ୍ୟପୁରୁଷଙ୍କର ଧାମ ଚତୁର୍ଥ ପଦରେ -- ଯେଉଁଠାରେ ଆଶ୍ଚର୍ଯ୍ୟ ଶବ୍ଦରେ ବୀଣାଧ୍ୱନୀ ହେଉଅଛି -- ସେହିଠାରେହିଁ ସନ୍ତଗଣ ସଦା ବିଳାସ କରନ୍ତି ।
*ସୋ ଘର ଦରସାୟା ଗୁରୁ ପୂରେ ।*
*ବୀନ ବଜେ ଜହଁ ଅଚରଜ ତୂରେ ।୧୪।।*
ପୂର୍ଣ୍ଣ ଗୁରୁ ସେହି ଘରକୁ ଦେଖାଇଛନ୍ତି ।
*ଆଗେ ଅଲଖ ପୁରୁଷ ଦରବାରା ।*
*ଦେଖା ଜାୟ ସୁରତ ସେ ସାରା ।୧୫।।*
ସମ୍ମୁଖରେ ଅଲଖ ପୁରୁଷଙ୍କ ଦରବାର, ସୁରତ ତତ୍ତ୍ଵବସ୍ତୁ ଦେଖିପାରେ ।
*ତିସ୍ ପର ଅଗମ ଲୋକ ଇକ ନ୍ୟାରା ।*
*ସନ୍ତ ସୁରତ କୋଇ କରତ ବିହାରା ।୧୬।।*
ତାହା ପରେ ଅଗମ ପୁରୁଷଙ୍କ ଦରବାର -- ଯେଉଁଠାରେ କୌଣସି ସନ୍ତ ସୁରତ ବିହାର କରନ୍ତି --- ।
*ତହାଁ ସେ ଦରସେ ଅଟଲ ଅଟାରୀ ।*
*ଅଦ୍ଭୁତ ରାଧାସ୍ବାମୀ ମହଲ ସଓୟାରୀ ।୧୭ ।।*
ସେହିଠାରୁ ଅବିନାଶୀ " ରାଧାସ୍ବାମୀ" ମହଲ ଦେଖି ସେଠାରେ ପ୍ରବେଶ କରେ,
*ସୁରତ ହୁଈ ଅତିକର ମଗନାନୀ ।*
*ପୁରୁଷ ଅନାମୀ ଜାୟ ସମାନୀ ।୧୮।।*
ଏବଂ ସୁରତ ଅତ୍ୟନ୍ତ ମଗ୍ନ ହୋଇ ଅନାମୀ ପୁରୁଷରେ ବିଲୀନ ହୋଇଯାଏ ।
*କରୁଁ ବନ୍ଦଗୀ ରାଧାସ୍ବାମୀ ଆଗେ,*
*ଜୀନ ପରତାପ ଜୀଓ ବହୁ ଜାଗେ*
*ବାରମ୍ୱାର କରୁଁ ପରଣାମ ,*
*ସଦଗୁରୁ ପଦମ ଧାମ ସତନାମ*
*କରୁଁ ବନ୍ଦଗୀ ରାଧାସ୍ବାମୀ ଆଗେ........*
*ବିଶେଷ ଦ୍ରଷ୍ଟବ୍ୟ :-* ( ଯଦି ପ୍ରାର୍ଥନାର ଅର୍ଥ ବୁଝି ଭାବ ଓ ଭକ୍ତି ସହକାରେ ବିନତୀ ପ୍ରାର୍ଥନା କରିବା ତେବେ ତାହା ଆମ ଅନ୍ତରରେ କିଛିଟା କ୍ରିୟା କରିବ । ଆଶା କରେ ନିଶ୍ଚିତ ସମସ୍ତେ ଉପକୃତ ହେବେ ମୋର ଏହି ଛୋଟିଆ ପ୍ରୟାସରେ)
🙏🌼 *ଜୟଗୁରୁ* 🌼🙏