20/03/2023
ଗୁରୁଣ୍ଡିଆ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବୁଥ୍ କମିଟି ବୈଠକ
ବଣାଇଁ (ଆପ୍ର) ବଣାଇଁ ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କୁଣ୍ଡେଇଡିହା ପଞ୍ଚାୟତ ଅଧିନସ୍ଥ ଥିବା ବାବେଇଜୋଡି ଗ୍ରାମରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ବୁଥ୍ କମିଟି ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚ ଜିଲ୍ଲା ସଭାପତି ପାତରାସ ଏକ୍କାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ମୂଳବାସି ଅଧିକାର ସୁରକ୍ଷା ମଞ୍ଚ ସୁନ୍ଦରଗଡର ଯୁବ ନେତା ଅନିଲ ଏକ୍କା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପାତ୍ରିସ ଲାକ୍ରା, ପୁନିଆଁ ତିର୍କି, ଗୁରୁଣ୍ଡିଆ ବ୍ଲକ ସଭାପତି ରୋହିତ ସାମାଦ, ରାତି ଓରାମ,ନେଲସନ ହେରେଞ୍ଜ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଯେ ଆଗାମୀ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବୁଥ୍ କମିଟି ଉପରେ ଆଲୋଚନା ହେବା ସହ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ହାତମୁଠାକୁ ଟାଣ କରିବା ପାଇଁ ବିଭିନ୍ନ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ, ସୁରେଶ ବୁଡ, ପାତ୍ରାସ ଟପ୍ପୋ, ଜୋହନା କନଗାଡି, ଟିନିସ ଲୁଗୁନ୍, ବିଜୁ ଟେଟେ, କିଶୋର ଟପ୍ପୋ, ରମେଶ ଡୁଙ୍ଗଡୁଙ୍ଗ, ବିଜୟ କୁମାର ବାର୍ଲା, ପ୍ରେମ କାନଗାଡି, ମୁକ୍ତି କାନିଆଏନ, ଟିନିଶ ଲୁଗୁନ, ବାଣେଶ୍ଵର ଓରାମ, କାର୍ତ୍ତିକ ଓରାମ ଇନ୍ଦ୍ରମଣି ଓରାମ ପ୍ରମୁଖ ବହୁ ସଂଖ୍ୟାରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତା ମାନେ ଉପସ୍ଥିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।