Dindayal mail

Dindayal mail Dindayal mail

ବରଗଡ଼ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ ନୂତନ ଏସପି ଭାବେ ରବୀନ୍ଦ...
03/06/2026

ବରଗଡ଼ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ ନୂତନ ଏସପି ଭାବେ ରବୀନ୍ଦ୍ର ନାଥ ଶତପଥୀ ନିଯୁକ୍ତି ଦିଆଯାଇଛି।ନୂତନ ଏସପି ଜିଲ୍ଲା ରେ ଆଇନ ଶୃଙ୍ଖଳା ସୁଧାର ଏବଂ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଏସ ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ ଙ୍କୁ ଭାର ପ୍ରଦାନ କରାଯାଇଛି, ବରଗଡ଼ ରୁ ଆଜି dindayal mail print ମିଡ଼ିଆ ର ସମସ୍ତେ ମିଶି ଆଜି ଏସ ପି ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ ଙ୍କୁ ଭେଟି ଫୁଲ ତୋଡ଼ା ଦେଇ ସ୍ୱଗତ କରିଥିଲେ ବରଗଡ଼ ପ୍ରତିନିଧି ତ୍ରିବିକ୍ରମ ତ୍ରିପାଠୀ, ବରଗଡ଼ ଟାଉନ ବଳରାମ ତ୍ରିପାଠୀ, ଭଟଲି ବ୍ଲକ ପ୍ରସାନ୍ତ ରଥ,ବରପାଲି ବ୍ଲକ ପିଣ୍ଟୁ ମିଶ୍ର, ଭେଡେନ ବ୍ଳକ ରୁ ପିଣ୍ଟୁ ଶତପଥୀ ।

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କ ପରଲୋକ ~~~~~~~~~~~~~~~~~~ ବରଗଡ଼ ତା: ୧୬.୦୪.୨୦୨୬ ଆଜି ବରଗଡ଼ ଉପକଣ୍ଠ ଖୁଣ୍ଟପାଲି ଗ୍ରାମର ଅବସରପ୍ରାପ୍ତ ...
18/04/2026

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଙ୍କ ପରଲୋକ
~~~~~~~~~~~~~~~~~~
ବରଗଡ଼ ତା: ୧୬.୦୪.୨୦୨୬ ଆଜି ବରଗଡ଼ ଉପକଣ୍ଠ ଖୁଣ୍ଟପାଲି ଗ୍ରାମର ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନମିତା ଦାଶଙ୍କ ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପ୍ରରାୟଣା ଶାନ୍ତ ମିଷ୍ଟଭାଷୀନି ମହିଳା ଥିଲେ । ସ୍ପିନିଙ୍ଗ୍ ମିଲ୍ ସ୍କୁଲ (OWCS) ତୋରା , ସମଲେଶ୍ଵରୀ ସ୍କୁଲ ବେହେରା ଟିକ୍ରା , ଗୋବିନ୍ଦ ପାଲି ୟୁଜିଏମ୍ଇ ଆଦି ବିଭିନ୍ନ ସ୍କୁଲ ମାନଙ୍କରେ ଶିକ୍ଷା ଦାନ କରି ଜଣେ ଛାତ୍ର ବତ୍ସଳା, ଉତ୍ତମ ଶିକ୍ଷୟିତ୍ରୀ ଭାବେ ସମସ୍ତଙ୍କ ପରିଚିତ ଥିଲେ । ତାଙ୍କ ବିୟୋଗରେ ଉକ୍ତ ଗ୍ରାମର ସ୍କୁଲ ତଥା ଖୁଣ୍ଟପାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ମିନକେତନ ଦେବତା,ଦିଅର ପିତାମ୍ବର ଦେବତା, ବଡଭାଇ ଜର୍ଜ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସୁରେଶ କୁମାର ଦାଶ, ସାନଭାଇ ସମ୍ବଲପୁର ଆରଡିସି ଅଫିସ ର ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଅନୁସଚିବ ଅଶ୍ବିନୀ କୁମାର ଦାଶ , ସାନ ଭଉଣୀ ବରଗଡ଼ ସରକାରୀ ଡାକ୍ତରଖାନା ର ବରିଷ୍ଠ ସେବିକା ସଞ୍ଜିତା ଦାଶ ଓ ସମ୍ପର୍କୀୟ ତଥା ଖୁଣ୍ଟପାଲି ଗ୍ରାମବାସୀ ଉପସ୍ଥିତ ଥିଲେ । ଖୁଣ୍ଟପାଲି ସ୍ୱର୍ଗଦ୍ୱାର ରେ ବରଗଡ଼, ଖୁଣ୍ଟପାଲି ତଥା ଆଖପାଖ ଅଞ୍ଚଳର ବିଶିଷ୍ଟ ଜନସାଧାରଣଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁତୁରା ଶାରସ୍ବତ ଦେବତା ମୁଖାଗ୍ନି ଦେଇଥିଲେ ।
--------×××--------

12/03/2026
** ପି ଏମ ଶ୍ରୀ ଜର୍ଜ ହାଇସ୍କୁଲ ରେ ୟୁଥ୍ ଏଣ୍ଡ୍ ଇକୋ କ୍ଲବ୍ ଏନୁଆଲ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି **ଆଜି ତା ୧୨.୦୩. ୨୦୨୬ ଗୁରୁବାର ଦିନ ପି ଏମ...
12/03/2026

** ପି ଏମ ଶ୍ରୀ ଜର୍ଜ ହାଇସ୍କୁଲ ରେ ୟୁଥ୍ ଏଣ୍ଡ୍ ଇକୋ କ୍ଲବ୍ ଏନୁଆଲ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି **
ଆଜି ତା ୧୨.୦୩. ୨୦୨୬ ଗୁରୁବାର ଦିନ ପି ଏମ ଶ୍ରୀ ଜର୍ଜ ଉଚ୍ଚ ବିଦ୍ୟାଳୟରେ ପୂର୍ବାହ୍ନ ୧୦.୩୦ ରେ ପି ଏମ ଶ୍ରୀ ଯୋଜନା ଅନ୍ତର୍ଭୁକ୍ତ ୟୁଥ୍ ଏଣ୍ଡ୍ ଇକୋ କ୍ଲବ୍ ଏନୁଆଲ୍ ମିଟ୍ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ବିଶିଷ୍ଟ କବି ଏବଂ ସାହିତ୍ୟ ଅନୁରାଗୀ ଶ୍ରୀଯୁକ୍ତ ଦିବ୍ୟ କିଶୋର ଦେବତା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମଜା ପତି ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ସଦସ୍ୟ ଶ୍ରୀ ଅଭିମନ୍ୟୁ ପ୍ରଧାନ ଯୋଗଦାନ କରିଥିଲେ । ଅତିଥି ମାନେ ଆମର ଅପରିଣାମ ଦର୍ଶିତା ଏବଂ ସକାରାତ୍ମକ ଚିନ୍ତନ୍ ର ଅଭାବ ପାଇଁ ବର୍ତ୍ତମାନ ପୃଥିବୀର ଅବସ୍ଥା ଦୁର୍ବିସହ ହୋଇ ପଡ଼ି ଥିବା ଏବଂ ଆମେ ଏକ ଆସନ୍ନ ତୃତୀୟ ବିଶ୍ବଯୁଦ୍ଧ କୁ ସାମ୍ନା କରୁଥିବା କଥା ସୂଚାଇ ଥିଲେ । ଏହି ସମସ୍ୟା ଠାରୁ ମୁକୁଳିବାକୁ ହେଲେ ଆମେ ଆମର ମାଟି, ପାଣି, ପବନ କୁ ଭଲପାଇବା ର ନିତାନ୍ତ ଆବଶ୍ୟକତା ରହିଛି ବୋଲି ମତ ବ୍ୟକ୍ତ କରିଥିଲେ । ଆମେ ଆମର ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ ଆମକୁ ଏକ ପ୍ଲାଷ୍ଟିକ ମୁକ୍ତ ଦୁନିଆଁ ସୃଷ୍ଟି କରିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ ‌। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ କୁମାର ଦାଶ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରି ସଭାପତି ଙ୍କ ନିର୍ଦ୍ଦେଶ ମୁତାବକ ସଭା କାର୍ଯ୍ୟ ସାଙ୍ଗ କରିଥିଲେ । ଆଜି ର କାର୍ଯ୍ୟକ୍ରମ କୁ ସଫଳ କରିବାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୟୁଥ୍ ଏଣ୍ଡ୍ ଇକୋ କ୍ଲବ୍ ର ଛାତ୍ର ସଦସ୍ୟ ମାନଙ୍କ ସକ୍ରୀୟ ସହଯୋଗ ଏବଂ ବଳିଷ୍ଠ ଭୂମିକା ରହିଥିଲା ।

ବରଗଡ ର କବି କବୟିତ୍ରୀ ସମ୍ବର୍ଦ୍ଧିତ ମାଟିଲାଗ୍ନା ସାହିତ୍ୟ ସଂସଦ ମାଲକାନଗିରି ଆନୁକୁଲ୍ୟରେ ନୂଆପଡ଼ା ସ୍ଥିତ ଉଦ୍ୟାନବନ୍ଧ ର ପଞ୍ଚାୟତ ଉଚ୍ଚ ବି...
10/02/2026

ବରଗଡ ର କବି କବୟିତ୍ରୀ ସମ୍ବର୍ଦ୍ଧିତ
ମାଟିଲାଗ୍ନା ସାହିତ୍ୟ ସଂସଦ ମାଲକାନଗିରି ଆନୁକୁଲ୍ୟରେ ନୂଆପଡ଼ା ସ୍ଥିତ ଉଦ୍ୟାନବନ୍ଧ ର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ରାଜ୍ୟସ୍ତରୀୟ ସାହିତ୍ୟ ସମାବେଶ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଯାଇଅଛି। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାସ, ମୂଖ୍ୟ ବକ୍ତା ଉପନିବନ୍ଧଂକ ମମତା ଦାଶ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାଶିକ୍ଷାଧିକାରୀ ପ୍ରଶାନ୍ତ ମହାନ୍ତି ଓ ଜିଲ୍ଲାନିରୀକ୍ଷକ ଗିରିଧାରୀ ସା ଅଂଶ ଗ୍ରହଣ କରିଥିଲେ। ଆମ ବରଗଡ ଜିଲ୍ଲା ର ପ୍ରକୃତି ବନ୍ଧୁ ଡଡୋଳାମଣି ଶତପଥୀ, ନୁରବତି ସାହୁ ପଦ୍ମିନୀ ଦେବି, ସତ୍ୟବତୀ ଜେନା, ବିଳ୍ପବିନୀ କବି ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ପ୍ରମୁଖ ମୁଖ୍ୟ ଅତିଥି ଦ୍ଵାରା ସମ୍ମାନିତ ହୋଇ ଥିବାରୁ ବରଗଡ ଜନ ସାଧାରଣ ଭୂରି ଭୂରି ପ୍ରଂଶଶା କରୁଛନ୍ତି

ଘରୋଇ ବସ ମାଲିକ ସଂଘ ରାଜ୍ୟ ଜୋନ୍ ସ୍ତରୀୟ ସମ୍ମିଳନୀ ~~~~~~~~~~~~~~~~~~ବରଗଡ଼ ତା: ୦୬.୦୨.୨୦୨୬ ଆଜି ସ୍ଥାନୀୟ ହୋଟେଲ କୋହିନୁର ସମ୍ମିଳନୀ କ...
06/02/2026

ଘରୋଇ ବସ ମାଲିକ ସଂଘ
ରାଜ୍ୟ ଜୋନ୍ ସ୍ତରୀୟ ସମ୍ମିଳନୀ
~~~~~~~~~~~~~~~~~~
ବରଗଡ଼ ତା: ୦୬.୦୨.୨୦୨୬ ଆଜି ସ୍ଥାନୀୟ ହୋଟେଲ କୋହିନୁର ସମ୍ମିଳନୀ କକ୍ଷରେ ବରଗଡ଼ ଘରୋଇ ବସ୍ ମାଲିକ ସଂଘ ଙ୍କ ସମେତ ଜୋନ ୧୨ ର ସମସ୍ତ ବସ୍ ମାଲିକମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି।
ଆଜିର ଏହି ସମ୍ମିଳନୀରେ ବିକାଶ ମହାପାତ୍ର-- ଉପସଭାପତି (ବରଗଡ଼), ଅକ୍ଷୟ କୁମାର ନନ୍ଦ (ଖରିଆର) - ସମ୍ପାଦକ ଭାବରେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଛନ୍ତି । ସମସ୍ତ ଜୋନ୍ ରୁ ନିର୍ବାଚିତ ପ୍ରତିନିଧି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ନିର୍ବାଚନ ରେ ଭାଗ ନେବେ । ଆଗାମୀ ଦିନରେ ଘରୋଇ ବସ୍ ସେବାକୁ ସୁବ୍ୟବସ୍ଥିତ କରାଯିବ ବୋଲି ଉପସଭାପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅବିନାଶ ମିଶ୍ର, ଏମ୍. ଡି. ସମିର, ଗୋବିନ୍ଦ ଦୋରା, ଏମ୍. ଡି. ଇଦ୍ରିସ, ଦେବାଶିଷ ଦାଶ, ମନୋଜ ମହାପାତ୍ର, ବୃନ୍ଦାବନ ଧର, ସୁନୀଲ ଦାଶ,ସୁବଳ ଦାଶ, ଏମ୍. ଡି. କଲିମୁଲ୍ଲା, ସୁବ୍ରତ ଧିର, ଉମାଶଙ୍କର ପଟ୍ଟନାୟକ, ଦିନେଶ ମହନ୍ତ,ଅବତାବ ହୁସେନ ଓ ଆହୁରି ଅନେକ ଉପସ୍ଥିତ ଥିଲେ ।
ଶେଷରେ ବିନୋଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
--------×××--------

କବିତା ପୁସ୍ତକ ଆଶ୍ଲେଷ ଓ ଆଭା ଉନ୍ମୋଚିତ ~~~~~~~~~~~~~~~~~~ ବରଗଡ଼ ତା: ୦୪.୦୧.୨୦୨୬ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ସଭାଗୃହ ରେ ଅ...
04/01/2026

କବିତା ପୁସ୍ତକ ଆଶ୍ଲେଷ ଓ ଆଭା
ଉନ୍ମୋଚିତ
~~~~~~~~~~~~~~~~~~
ବରଗଡ଼ ତା: ୦୪.୦୧.୨୦୨୬ ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାର ସଭାଗୃହ ରେ ଅବସରପ୍ରାପ୍ତ ଅଧ୍ୟାପକ ତଥା ବରିଷ୍ଠ କବି ମନୋଜ ଦାଶ ଙ୍କ ଦୁଇଟି କବିତା ଗ୍ରନ୍ଥ ଆଶ୍ଲେଷ ଓ ଆଭା ପୁସ୍ତକ ଉନ୍ମୋଚିତ ହୋଇଯାଇଅଛି।
କବି ଦିବ୍ୟ କିଶୋର ଦେବତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ପ୍ରଫେସର ଅନ୍ତର୍ଯ୍ୟାମୀ ସାହୁ,ମୁଖ୍ୟ ବକ୍ତା ଡ. ରବିନ୍ଦ୍ର ଗଡ଼ତିଆ,ସମୀକ୍ଷିକା ଡ. ସଂଘମିତ୍ରା ମିଶ୍ର ଏବଂ କବି ମନୋଜ କୁମାର ଦାଶ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କବିତା ପୁସ୍ତକ ଆଶ୍ଲେଷ ଓ ଆଭା ଉପରେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମ କୁ ନିଶାମଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଡ. ସଂଗୀତା ରଥ ସଂଚାଳନ କରିଥିବା ବେଳେ ପୁସ୍ତକ ଦ୍ୱୟ ଏମ୍. ଆର୍. ପ୍ରେସ ରେ ସୁନ୍ଦର ପରିପାଟୀରେ ମୁଦ୍ରିତ ହୋଇଅଛି ।
ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରୋହିତ ଦାଶ,ତରଣୀ ସେନ ବୁଧିଆ, ସୁକୋମଳ ଦାଶ, ଦୟାନିଧି ମହାପାତ୍ର, ଦାମୋଦର ସାହୁ, ଶ୍ରୀମତୀ ହୈମବତୀ ମିଶ୍ର, ସେବାଶ୍ରୀ ପାତ୍ର,ସନ୍ତୋଷିନୀ ଦାଶ,ନୁରାବତୀ ସାହୁ , ତ୍ରିବିକ୍ରମ ତ୍ରିପାଠୀ, ପ୍ରଦେସୀ ବାରିକ, ଗୌରୀଶଙ୍କର ପଣ୍ଡା, ମନୋରଞ୍ଜନ ମେହେର,ଦୂତି ସାହୁ, ରୋଜାଲିନ ମିଶ୍ର, ତପସ୍ୱୀନି ମହାପାତ୍ର ,ସୁପ୍ରଭା ସାମଲ,ଆଶା ରାଣୀ ରାଭେନ,ଜଗଦୀଶ ବେହେରା, ପ୍ରଦୀପ ମିଶ୍ର, ବିକ୍ରମ ପଣ୍ଡା ଓ ଆହୁରି ଅନେକ ଯୋଗଦେଇଥିଲେ ।
ଶେଷରେ ରୋଜାଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
---------×××---------

Address

Rourkela

Website

Alerts

Be the first to know and let us send you an email when Dindayal mail posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share