Dindayal mail

Dindayal mail Dindayal mail

ଉଦିୟମାନ ଯୁବକଙ୍କ ପରଲୋକ ~~~~~~~~~~~~~~~~~~      ଦେଓଗାଁ, ଚଣ୍ଡୀ ପାଲି ଅଞ୍ଚଳରେ ଶୋକର ଛାୟା ~~~~~~~~~~~~~~~~~~ ବରଗଡ଼ ତା:୨୩.୦୫.୨୦୨...
23/05/2025

ଉଦିୟମାନ ଯୁବକଙ୍କ ପରଲୋକ
~~~~~~~~~~~~~~~~~~
ଦେଓଗାଁ, ଚଣ୍ଡୀ ପାଲି ଅଞ୍ଚଳରେ ଶୋକର ଛାୟା
~~~~~~~~~~~~~~~~~~
ବରଗଡ଼ ତା:୨୩.୦୫.୨୦୨୫ ଗତକାଲି ବରଗଡ଼ ଉପକଣ୍ଠ ଦେଓଗାଁ ର ବାସିନ୍ଦା ବର୍ତ୍ତମାନ ଚଣ୍ଡୀ ପାଲିରେ ବସବାସ କରୁଥିବା ଜଣାଶୁଣା ପରୋପକାରୀ ଉଦୀୟମାନ ଯୁବକ ଶ୍ରୀ ଗଣେଶ୍ୱର ମିଶ୍ର (୩୮)ଙ୍କ ଜଣ୍ଡିସ କାରଣରୁ ମୃତ୍ୟୁବରଣ କରିଥିବାରୁ ପରିବାର ତଥା ଦେଓଗାଁ, ଚଣ୍ଡୀ ପାଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି !
ମୃତ୍ୟୁ ସଜ୍ଜା ନିକଟରେ ସ୍ତ୍ରୀ ଆଗନ୍ତିକା (ଅନୁ), ଝିଅ ସ୍ଵସ୍ତିକା, ବାପା ଦୀନବନ୍ଧୁ, ମାଆ ବାସନ୍ତୀ ବଡ ଭଉଣୀ ଲିନୁ ଜାମାତା ଭକ୍ତ ଏବଂ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ !
ମୃତ୍ୟୁ ଖବର ପାଇ ଦେଓଗାଁ, ଚଣ୍ଡୀ ପାଲି, ବରଗଡ଼ ତଥା ଆଖପାଖ ଅଂଚଳରୁ ଶହ ଶହ ଶୁଭେଛୁ ତାଙ୍କ ବାସଭବନକୁ ପହଞ୍ଚି ଅଶୃଳନୟନରେ ସ୍ବର୍ଗତ ମିଶ୍ର ଙ୍କୁ ବିଦାୟ ଦେଇଥିଲେ ! ଦେଓଗାଁ ଜୀରା ନଦୀ କୂଳ ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯାଇଥିଲା !
କୁନି ଝିଅ ସ୍ଵସ୍ତିକା ମୁଖାଗ୍ନି ଦେଇଥିଲେ !
--------×××---------

ଗା ଇନେ-ଏସ୍ ଥେଟିକ୍  କର୍ମଶାଳା ତା-୪-୧-୨୪ଓଡ଼ିଶା ର ପ୍ରଥମ Cosmetic Gynecology ୟୁନିଟ ଏବଂ ପୂର୍ବ ଭାରତ ର ପ୍ରଥମ Vulvar କ୍ଲିନିକ୍ ,Dr...
05/01/2025

ଗା ଇନେ-ଏସ୍ ଥେଟିକ୍ କର୍ମଶାଳା
ତା-୪-୧-୨୪
ଓଡ଼ିଶା ର ପ୍ରଥମ Cosmetic Gynecology ୟୁନିଟ ଏବଂ ପୂର୍ବ ଭାରତ ର ପ୍ରଥମ Vulvar କ୍ଲିନିକ୍ ,Dr Shakti And Dr Ipsita Skin-Fertility institute, ବରଗଡ଼ ରେ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଦ୍ଵାରା ଉଦ୍ଘାଟିତ ହୋଇ ଥିଲା।
ଏହାସହିତ
ଆଜି ବରଗଡ ସ୍ବୟଂ ସିଦ୍ଧା ଭବନ ଠାରେ ଓଡ଼ିଶା ର ପ୍ରଥମ କସ୍ ମେଟିକ୍ ଗା ଇନୋକୋଲୋଜି ସମ୍ପର୍କିତ "ଗା ଇନୋ ଏସ୍ଥେଟିକ୍ କର୍ମଶାଳା " ଓଡିଶାର ଶହେରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ ଡାକ୍ତରଙ୍କ ଗହଣରେ ଉଦଘାଟିତ ହୋ ଇ ଯା ଇଛି। ଡଃ ଶକ୍ତି କୁମାର ତ୍ରିପାଠି ଓ ଡାଃ ଈପ୍ସିତା ଦେବତାଙ୍କ ବଳିଷ୍ଠ ଉଦ୍ୟମ ରେ
ଏହି କସ୍ ମେଟିକ୍ ଗା ଇ ନୋକୋଲୋଜି ଲାଇଫ କର୍ମଶାଳା ରେ ଡଃ ଶକ୍ତି ଓ ଡଃ ଈପ୍ସିତା ଅପରେଟିଂ ଫେକଲ୍ଟି ଭାବରେ ବହୁ ନୂତନ ସର୍ଜରୀ ର ସିଧସଳଖ ପ୍ରସାରଣ କରିଥିଲେ। ଏଠାରେ କୁନି କଳାକାର ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚ ପ୍ରଶଂସିତ ହୋଇ ଥିଲା। ସ୍ତ୍ରୀ ରୋଗ ନିରାକରଣ ,ସୌନ୍ଦର୍ଯ୍ୟ ବିଜ୍ଞାନ , କସ୍ ମେଟିକ୍ ଗା ଇନୋକୋଲୋଜି ଓ ରେଗେନେରତିଭ ମେଡ଼ିସିନ୍ କ୍ଷେତ୍ର ରେ ଏହି ଅନୁଷ୍ଠାନ ଏକ ଅଭିନବ ଓ ଅନନ୍ଯ ସଫଳତା ପ୍ରଦାନ କରିଛି ଓ ଉଚ୍ଚ ପ୍ରଶଂସିତ ହୋଇଛି

*ଓଡିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର, ବରଗଡ଼ର ସପ୍ତମ ବାର୍ଷିକୋତ୍ସବ "ସୁରମ୍ୟା"*ଗତ 21/12/2024 ଶନିବାର ଦିନ ବରଗଡ଼ ବ୍ଲକର ଓଡିଶା ଆଦର୍ଶ ବ...
22/12/2024

*ଓଡିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁର, ବରଗଡ଼ର ସପ୍ତମ ବାର୍ଷିକୋତ୍ସବ "ସୁରମ୍ୟା"*
ଗତ 21/12/2024 ଶନିବାର ଦିନ ବରଗଡ଼ ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟ ଗୋବିନ୍ଦପୁରରେ ବିଦ୍ୟାଳୟର ସପ୍ତମ ବାର୍ଷିକୋତ୍ସବ "ସୁରମ୍ୟା" ବିଦ୍ୟାଳୟ ପ୍ରାଙ୍ଗଣରେ ବହୁ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କେଦାରନାଥ ଚୌଧୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଭା ଉଦଘାଟନ କରିଥିଲେ | ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ଆଦର୍ଶ ବିଦ୍ୟାଳୟ ନେଗୀପାଲି ନୂଆପଡାର ଅଧ୍ୟକ୍ଷ ଶ୍ରୀ ଖିତିଭୂଷଣ ବିଶ୍ୱାଳ ଓ ଗୋବିନ୍ଦପୁର ପଂଚାୟତର ସରପଞ୍ଚ ଶ୍ରୀ ପ୍ରଫୁଲ୍ଲ ନାୟକ ସମ୍ମାନିତ ଅତିଥି ରୂପେ ଯୋଗାଦାନ କରି ସଭାର ଶୋଭା ମଣ୍ଡନ କରିଥିଲେ ଓ ଛାତ୍ର ଛାତ୍ରୀ ମାନେ କିପରି ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଦ୍ୱାରା ବିଦ୍ୟାଳୟର ସୁନାମ କରିବେ ସେଥି ପ୍ରତି ଉତ୍ସାହିତ କରିଥିଲେ | ପରେ ପରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରି ସଭା ସମାପନ କରାଯାଇଥିଲା | ଉଦଘାଟନୀ ସଭା ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଭିନ୍ନ ଭିନ୍ନ ନୃତ୍ୟ ଓ ଗୀତ ଉପସ୍ଥିତ ଦର୍ଶକ, ଅଭିଭାବକ ତଥା ଅତିଥିଙ୍କୁ ବିମୋହିତ କରିଥିଲା | ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ରୂପେ ତଥା DIET ବରଗଡର ଅଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାଶ ଓ ପୂର୍ବତନ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଶ୍ରୀ ରାଜକିଶୋର ପଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ବିଦ୍ୟାଳୟର ଅଧ୍ୟକ୍ଷ ବାର୍ଷିକ ବିବରଣୀ ପଠନ କରି ବିଦ୍ୟାଳୟର କୃତିତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ଅନୁଶାସନ ତଥା ନିଜର ଅନ୍ତର୍ନିହିତ ଗୁଣର ସନ୍ଧାନ ଓ ବିକାଶ ପାଇଁ ପ୍ରେରିତ କରିଥିଲେ | ଏହି ସଭାରେ ବିଦ୍ୟାଳୟର ଚଳିତ ବର୍ଷର ଶ୍ରେଷ୍ଠ ବିଦ୍ୟାର୍ଥୀ ରୂପେ ଶ୍ରୀ ଆର୍ଯ୍ୟା°ଶୁ ପରିଡା ଙ୍କୁ ସମ୍ମାନିତ କରାଯାଇଥିଲା ତଥା ସୁବର୍ଣ୍ଣରେଖା ଦଳ କୁ ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡା ଦଳ ଓ ବ୍ରାହ୍ମଣୀ ଦଳ କୁ ଶ୍ରେଷ୍ଠ CCA ଦଳ ରୂପେ ପୁରସ୍କୃତ କରାଗଲା ଓ ସଭା ସମାପନ କରାଯାଇଥିଲା | ବିଦ୍ୟାଳୟ ର PGT ENGLISH ଶାହୀନ ଅଖତାର ଧନ୍ୟବାଦ ଅର୍ପଣ କରିଥିଲେ |ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା NCC ର ଛାତ୍ର ଛାତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ସୁରୁଖୁରୁରେ ସମ୍ପାଦିତ କରିଥିଲେ |

ବରଗଡ଼ ଜିଲ୍ଲା ର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ଠାରେ ସଂଯୁକ୍ତ କୃଷକ ସଂଗଠନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ସହିତ ଦ୍ବିପକ୍ଷିକ କୃ...
24/10/2024

ବରଗଡ଼ ଜିଲ୍ଲା ର ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ଠାରେ ସଂଯୁକ୍ତ କୃଷକ ସଂଗଠନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ସହିତ ଦ୍ବିପକ୍ଷିକ କୃଷି ଯନ୍ତ୍ରପାତି ତଥା ବିଶେଷ କାରି ଟ୍ରାକ୍ଟର ସମସ୍ୟା ପ୍ରସଙ୍ଗରେ ଆଲୋଚନା ହୋଇଅଛି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଆଞ୍ଚଳିକ ପରିବହନ ଅଧିକାରୀ ଧାନ ବିକ୍ରି ପାଇଁ ବ୍ୟବହୃତ ଟ୍ରାକ୍ଟର ନବୀକରଣ ଏବଂ ଫିଟନେସ କରାଇବା ବାଧ୍ୟତା ମୂଳକ ବିଜ୍ଞପ୍ତି ଦେବା ପରେ ସଂଗଠନ ର ପ୍ରତିନିଧି ମଣ୍ଡଳୀ ଯାଇ ଅଧିକାରୀଙ୍କୁ ସାକ୍ଷ୍ୟାତ କରିଥିଲେ। ଶ୍ରୀ ମାଝୀ ସେହିଦିନ କେବଳ ଚାଷ ବ୍ୟବହୃତ ପାଇଁ ନୁହେଁ ତାହା ସମସ୍ତ ମୋଟର ଯାନ ପାଇଁ ଅଟେ କହିବା ସହିତ ଟେକ୍ସ ଦେଇ ନ ପାରୁଥିବା ଗାଡି ମଳିକ ଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଥରରେ ସମସ୍ତ ଟେକ୍ସ ଦେଲେ ଅନେକ ଛାଡ଼ ବ୍ୟବସ୍ଥା ଥିବା କହିଥିଲେ। ଏବଂ ଏହି ଲାଭ ଚାଷୀ ମାନେ ମଧ୍ୟ ନେବାର ସୁଯୋଗ ନିଅନ୍ତୁ ବୋଲି ଅନୁରୋଧ କରିଥିଲେ। ସେଥିପାଇଁ ସଂଗଠନ ପକ୍ଷରୁ ଗୋଟିଏ ଦିନରେ ସମସ୍ତ ପ୍ରସଙ୍ଗ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି କ୍ରମେ ଆଜି ଟ୍ରାକ୍ଟର ରେ ଥିବା ଅନେକ ସମସ୍ୟା ସଂଗଠନ ପକ୍ଷରୁ ଅବଗତ କରାଗଲା ପ୍ରଥମେ ଟ୍ରାକ୍ଟର ଏବଂ ଟାଲୀ ଗୋଟିଏ ଟେକ୍ସ ନିଆଯାଉ ଯାହା ସର୍ବନିମ୍ନ ହେବା କଥା ଯାହାକୁ କୃଷକ ଦେଇପାରିବ। ବୀମା,ଫିଟନେସ ସବୁ ଖର୍ଚ୍ଚ ସରକାର ବହନ କରନ୍ତୁ କୃଷି କ୍ଷେତ୍ର ରେ ବ୍ୟବହାର ଟ୍ରାକ୍ଟର ଡ୍ରାଇଭର ଲାଇସେନ୍ସ ତୁରନ୍ତ ଏବଂ ମାଗଣା ଦେବା ସହିତ ବକେୟା ଥିବା ସମସ୍ତ ଟେକ୍ସ ଛାଡ଼ କରିବା ପାଇଁ ସଂଗଠନ ପକ୍ଷରୁ ନିବେଦନ କରିଥିଲେ। ଶ୍ରୀ ମାଝୀ ମହୋଦୟ ଏହି ସମସ୍ୟା ର ସମାଧାନ ତାଙ୍କ ହାତରେ ନ ଥିବାରୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇଦେବା ପ୍ରତିଶୃତି ଦେଇଥିଲେ।

ପରିବହନ ବିଭାଗ ସହ ସଂଯୁକ୍ତ କୃଷକ ସଙ୍ଗଠନର ଆଲୋଚନା

ପରେ ମାଝୀ ଙ୍କ କହିବା ଅନୁସାରେ ବରଗଡ଼ ଜିଲ୍ଲାରେ ଓଡ଼ିଶାର ସର୍ବାଧିକ 30% ଟ୍ରାକ୍ଟର ବ୍ୟବହାର ହେଉଥିବା ପ୍ରକାଶ କରି କହିଲେ ଯେ ଜିଲ୍ଲାରେ 21.533 ଗୋଟି ଟ୍ରାକ୍ଟର ମଧ୍ୟରୁ କେବଳ 8482 ଟି ଟ୍ରାକ୍ଟର ଠିକ ଠାକ ଚାଲୁଛି ଅନ୍ୟ 13,101ଗୋଟି ଟ୍ରାକ୍ଟର ର ଫିଟନେସ ନାହିଁ ଏବଂ 4,959 ଟି ଟ୍ରାକ୍ଟର ଟେକ୍ସ ଦେଇ ନାହାଁନ୍ତି। ରାଜ୍ୟ ସରକାର ଙ୍କ ନୂତନ ନିୟମ ଅନୁସାରେ 1992 ରୁ 2010 ଟ୍ରାକ୍ଟର ର ମାତ୍ର 16 ହଜାର ଟଙ୍କା, 2010ରୁ 17 ମଧ୍ୟରେ ଟେକ୍ସ ଦେଇ ନ ଥିଲେ 8 ହଜାର ଏବଂ 17 ଆଜି ପର୍ଯ୍ୟନ୍ତ ଟେକ୍ସ ଦେଇ ନ ଥିଲେ ମାତ୍ର 5 ହଜାର ଟଙ୍କା ଡିସେମ୍ବର 31 ସୁଦ୍ଧା ଦେଇ ଟେକ୍ସ ମୁକ୍ତ ଭାବରେ ଆପଣ ମାନେ ଟ୍ରାକ୍ଟର ଚଳାଇ ପାରିବେ ବୋଲି କହିଛନ୍ତି। ଯେଉଁ ଚାଷୀମାନେ ଏହି ଯୋଜନା ର ଲାଭ ନେବେ ସେମାନେ କାର୍ଯ୍ୟାଳୟ କର୍ମଚାରୀ ମାନଙ୍କ ସହିତ କଥା ଲାଗି ତାଙ୍କର ସମସ୍ୟା ସମାଧାନ କରିପାରିବେ ବୋଲି ଜଣାଇଛନ୍ତି। ଆଲୋଚନା ସମୟରେ ଆଞ୍ଚଳିକ ପରିବହନ ବିଭାଗର MVI ସୁଷମା ସାହୁ, ମାନଭଂଜନ ପାଳ, ରୋଜାଲି ଲେକ୍ରା, ପ୍ରିୟଲକ୍ଷ୍ମୀ ସାହୁ ଏବଂ ସଂଯୁକ୍ତ କୃଷକ ସଂଗଠନ ର ରମେଶ ମହାପାତ୍ର, ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ବୁଦ୍ଧଦେବ ନନ୍ଦ, ସୁବାସ ବିଶ୍ୱାଳ, ନିରଞ୍ଜନ ପଧାନ, ସୁରେଶ ନିକେଣ୍ଟି, ବାବରୁବାହନ ସାହୁ, ପ୍ରଶାନ୍ତ ସାହୁ, ତପନ ମିଶ୍ର, କାରଣ ସାହୁ, ସୁଶାନ୍ତ ଗଡତିଆ, ପ୍ରଭାତ ସାହୁ, ରବିଶଙ୍କର ପଧାନ, ଦିଲୀପ ପଧାନ, ଶାନ୍ତନୁ ମାଝୀ, ଜୟ ପ୍ରକାଶ ବେହେରା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

07/10/2024
ଅଦ୍ୟ ତା ୨୨.୦୯.୨୦୨୪ ରବିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ହିନ୍ଦୀ ବିଭାଗ, ବରଗଡ଼ ଠାରେ ଭାରତ ବିକାଶ ପରିଷଦ, ବରଗଡ଼ ଶାଖା ଆନୁକୁଲ୍ୟ...
22/09/2024

ଅଦ୍ୟ ତା ୨୨.୦୯.୨୦୨୪ ରବିବାର ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ହିନ୍ଦୀ ବିଭାଗ, ବରଗଡ଼ ଠାରେ ଭାରତ ବିକାଶ ପରିଷଦ, ବରଗଡ଼ ଶାଖା ଆନୁକୁଲ୍ୟରେ " ଭାରତ କୋ ଜାନୋ" କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ପରିଷଦର ପୃଷ୍ଠପୋଷକ ଡା. ଅର୍ଜୁନ ମେହେର ଓ ସମ୍ମାନୀତ ଅତିଥି କେଶାଇପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆତ୍ମାରାମ ଭୋଇ ଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ବିଚାରପତି ଭାବରେ ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ଦେବତା ଓ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଶଶିଭୂଷଣ ସେଠ୍ ଯୋଗ ଦେଇଥିଲେ । ଉକ୍ତ ପ୍ରତିଯୋଗିତାରେ ବରଗଡ଼ ର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ କନିଷ୍ଠ ବର୍ଗରେ ଛଅ ଟି ଓ ବରିଷ୍ଠ ବର୍ଗରେ ସାତ ଟି ଦଳ ଅଂଶଗ୍ରହଣ କରିଥିଲେ । କନିଷ୍ଠ ବର୍ଗରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ହିନ୍ଦୀ ବିଭାଗ ପ୍ରଥମ, ବିକାଶ ରେସିଡେନସିଆଲ୍ ସ୍କୁଲ ଦ୍ୱିତୀୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଓଡ଼ିଆ ବିଭାଗ ତୃତୀୟ ତଥା ବରିଷ୍ଠ ବର୍ଗରେ ବିକାଶ ରେସିଡେନସିଆଲ୍ ସ୍କୁଲ ପ୍ରଥମ, ବେଦିକ ଇଣ୍ଟରନେସନାଲ ସ୍କୁଲ ଦ୍ୱିତୀୟ ଓ ଜର୍ଜ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୁଇଜ୍ ମାଷ୍ଟର ସୁନୀଲ କୁମାର ପଟେଲ ଓ ତରଣୀସେନ ଗୁରୁ ତଥା ସ୍କୋରର ଅବିନାଶ ଗୁପ୍ତା ଓ ସୁଦାମ ଚରଣ ସା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ପ୍ରାନ୍ତୀୟ ସଂଗଠନ ସଚିବ ଦୁର୍ଗାପ୍ରସାଦ ଶର୍ମା ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିବା ବେଳେ ପ୍ରାନ୍ତ ସାଧାରଣ ସମ୍ପାଦକ ପ୍ରକାଶ କୁମାର ପଟ୍ଟନାୟକ, ତନୁଜା ପାଢ଼ୀ, ପ୍ରତିତୀ ପଣ୍ଡା, ବାସୁଦେବ ଦାଶ, ଶୋଭାରାମ ଦାସ, ଜଗଦୀଶ ସୈନ୍ ଆଦି ସଦସ୍ୟଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଷଦର ସମ୍ପାଦକ ଅରବିନ୍ଦ କୁମାର ଗୁପ୍ତା ସଭାକାର୍ଯ୍ୟକୁ ପରିଚାଳନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

ବରିଷ୍ଠ ନାଗରିକ ସଂଘ ବରଗଡ଼ ଆନୂକୁଲ୍ୟରେ କବିତା ପାଠୋତ୍ସବ ~~~~~~~~~~~~~~~~~~~  ବରଗଡ଼ ତା: ୨୫.୦୮.୨୦୨୪ ରବିବାର ଦିନ ସ୍ଥାନୀୟ ମହିଳା ସମି...
26/08/2024

ବରିଷ୍ଠ ନାଗରିକ ସଂଘ ବରଗଡ଼ ଆନୂକୁଲ୍ୟରେ କବିତା ପାଠୋତ୍ସବ
~~~~~~~~~~~~~~~~~~~
ବରଗଡ଼ ତା: ୨୫.୦୮.୨୦୨୪ ରବିବାର ଦିନ ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟ ଠାରେ ଏକ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।
ବରିଷ୍ଠ ନାଗରିକ ସଂଘ ଉପସଭାପତି ଗୈାନ୍ତିଆ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ
ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ମଧୁଛନ୍ଦା ସାହୁ -ଅତିରିକ୍ତ ଜିଲ୍ଲାପାଳ, ବରଗଡ଼ ଏବଂ ମୁଖ୍ୟ ବକ୍ତା ଭାବେ ସୁଶ୍ରୀ ଶାନ୍ତି ସୁନା -ପ୍ରଧାନ ଶିକ୍ଷୟିତ୍ରୀ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ବରଗଡ଼ ଯୋଗ ଦେଇ ଆଜିର ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ । ଏଥିରେ ସଂପାଦକ ଗୋବିନ୍ଦ ଦାଶ, ସଂଗଠନ ସଂପାଦକ କେଦାର ମିଶ୍ର, ଉପସଭାପତି ନିର୍ମଳ କିଶୋର କର ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ !
ପରେ ପରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ରେ ସର୍ଦାର ପ୍ରୀତମ ସିଂ ଙ୍କ ସଂଯୋଜନା ରେ ଦାମୋଦର ସାହୁ, ବିରେନ୍ଦ୍ର ପ୍ରସାଦ ମିଶ୍ର, ଅଭିଜିତ ପ୍ରତିହାର, ତୁଳସୀ ଚରଣ ଦାଶ ମଞ୍ଚାସିନ ରହି ପ୍ରାୟ ୫୦ ଜଣ କବି କବୟିତ୍ରୀ ମାନଙ୍କୁ କବିତା ଆବୃତ୍ତି ପାଇଁ ଆମନ୍ତ୍ରଣ କରି ସମସ୍ତ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।ଉଲ୍ଲେଖ ଯୋଗ୍ୟ ବରଗଡ଼ ମହିଳା ସମିତି ସଭାପତି ଶ୍ରୀମତୀ ହରଜିନ୍ଦର କୌର ଓ ସମ୍ପାଦିକା ଶ୍ରୀମତୀ ଇନ୍ଦ୍ରାଣୀ ଶତପଥି ଙ୍କ ସକ୍ରିୟ ସହଯୋଗ ତଥା ଶ୍ରୀ ଅରବିନ୍ଦ ବିଶ୍ୱାସଙ୍କ ବଂଶୀ ବାଦନ ଓ ଶ୍ରୀମତୀ ଖୁଶବୁ ଶର୍ମାଙ୍କ ସୁମଧୁର ଦୀପ ପ୍ରଜ୍ବଳନ ମନ୍ତ୍ର ଉତ୍ସବ କୁ ସଫଳ କରିବାରେ ଅଶେଷ ସାହାଯ୍ୟ କରିଥିଲା I
ଶେଷରେ ଶ୍ରୀ କର ଧନ୍ୟବାଦ ଅର୍ପଣ କରିଥିଲେ !
---------×××--------

*ଲଇକେରା  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ "ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ" ଉତ୍ସବ ପାଳିତ*ରିପୋର୍ଟ -ଅନିଲ କୁମାର ସରାଫ ସ୍ଥାନ -ଲଇକେରା ଲଇକେରା...
26/08/2024

*ଲଇକେରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ "ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ" ଉତ୍ସବ ପାଳିତ*

ରିପୋର୍ଟ -ଅନିଲ କୁମାର ସରାଫ
ସ୍ଥାନ -ଲଇକେରା

ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ସଦର ମହକୁମାରେ ତାରିଖ ୨୬.ଅଗଷ୍ଟ.୨୦୨୪ ମସିହା ସୋମବାର ଦିନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରୀକୃଷ୍ଣ ଭଗବାନ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପିତା ବସୁଦେବ ଓ ମାତା ଦେବକୀଙ୍କ ଗର୍ଭରୁ ରାତ୍ରୀ ୧୨ଟା ସମୟରେ କଂସର ବନ୍ଦିଶାଳାରେ ଜନ୍ମ ଗ୍ରହଣ କରିଥିବାବେଳେ ସେହିଦିନଠାରୁ ଭାଦ୍ରବ ମାସର ଅଷ୍ଟମୀ ତିଥିରେ "ଜନ୍ମାଷ୍ଟମୀ ଉତ୍ସବ" ପୁରପଲ୍ଳୀରେ ପାଳନ କରାଯାଇଥାଏ । ଏହି ଉତ୍ସବରେ କୁନିକୁନି ଛାତ୍ରଛାତ୍ରୀମାନେ କୃଷ୍ଣ ଓ ରାଧା ବେଶ ହୋଇ ପରିବେଷଣ କରିଥିବାବେଳେ ଶିଶୁ ବିଦ୍ୟାମନ୍ଦିର ଆଚାର୍ଯ୍ୟ,ଆଚାର୍ଯ୍ୟାମାନଙ୍କ ସହିତ ଅଭିଭାବକ ଅଭିଭାବିକାମାନେ ଉପସ୍ଥିତ ଥିଲେ ।

“ ସ୍ମୃତିରେ ସ୍ମୃତିରେ ସ୍ଵଭାବକବି ଗଙ୍ଗାଧର” କାର୍ଯ୍ୟକ୍ରମ ଆୟୋଜିତଲଇକେରାସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବକବି କବ...
24/08/2024

“ ସ୍ମୃତିରେ ସ୍ମୃତିରେ ସ୍ଵଭାବକବି ଗଙ୍ଗାଧର” କାର୍ଯ୍ୟକ୍ରମ ଆୟୋଜିତ
ଲଇକେରାସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବକବି କବି ଗଙ୍ଗାଧରଙ୍କ ୧୬୨ତମ ଜୟନ୍ତୀ ଅବସରରେ “ ସ୍ମୃତିରେ ସ୍ମୃତିରେ ଗଙ୍ଗାଧର” କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ଅଧ୍ୟକ୍ଷ ପ୍ରାଧ୍ୟାପକ ଶେଖ୍ ନିଜାମୁଦ୍ଦିନ ଅଲ୍ଲୀ ଏହି ସଭାରେ ସଭାପତିତ୍ଵ କରି କବିଙ୍କ କାବ୍ୟ କବିତାର ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିବା ସହ ସମସାମୟିକ ଇଂରାଜୀ କବି ମାନଙ୍କ ଠାରୁ କବିଙ୍କ ସୃଷ୍ଟିର ସ୍ୱତନ୍ତ୍ରତାର ବ୍ୟାଖ୍ୟା କରିଥିଲେ।ଅବସରପ୍ରାପ୍ତ ପ୍ରାଧ୍ୟାପକ ରୋହିତ କୁମାର ପଟେଲ୍ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗଙ୍ଗାଧରୀୟ ସାହିତ୍ୟ ପଠନର ଆବଶ୍ୟକତା ଉପରେ ଆଲୋଚନା କରି କବିଙ୍କ ସୃଷ୍ଟି ସମୂହର ସ୍ମୃତିଚାରଣ କରିଥିଲେ।ଅନ୍ୟତମ ବକ୍ତା ଭାବରେ ଅଧ୍ୟାପକ କମଳ ଲୋଚନ ଦାସ ଯୋଗଦେଇ କବିଙ୍କ ଜୀବନୀ ସମ୍ପର୍କରେ ଅବଗତ କରିଥିଲେ ଏବଂ ଗଙ୍ଗାଧର ମୟ ବରପାଲିର ବର୍ଣ୍ଣନା କରିଥିଲେ। ପ୍ରସନ୍ନ ଷାଣ୍ଢ ସଭା ସଂଯୋଜନା କରିଥିବା ବେଳେ ଡଃ. କୁନା ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପକ ସୁଶାନ୍ତ ରଥ, ସୁଦୀପ ପୁରୋହିତ,ପ୍ରବୀଣ ନାଏକ, ରାସେଶ୍ୱର ସାହୁ,ସମିତ ପଟେଲ୍ ଅଧ୍ୟାପିକା ସୁପ୍ରଭା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଛାତ୍ରୀମାନଙ୍କ ଦ୍ଵାରା ଗଙ୍ଗାଧର ସଙ୍ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତଛାତ୍ର ଛାତ୍ରୀ ଏହି ସଭାରେ ଉପସ୍ଥିତ ଥିଲେ।

ବୀର ସୁରେନ୍ଦ୍ର ସାଏ କ୍ଳବ୍ ପକ୍ଷ ରୁ ସମ୍ବଲପୁରୀ ଦିନ ଓ ରକ୍ତଦାନ  ଶିବିରରେଙ୍ଗାଲିକ୍ୟାମ୍ପ, ତା ୩/୮( ନି ପ୍ର)..... ଅତାବିରା ଏନ୍ ଏ ସି ସ୍ଥ...
02/08/2024

ବୀର ସୁରେନ୍ଦ୍ର ସାଏ କ୍ଳବ୍ ପକ୍ଷ ରୁ ସମ୍ବଲପୁରୀ ଦିନ ଓ ରକ୍ତଦାନ ଶିବିର
ରେଙ୍ଗାଲିକ୍ୟାମ୍ପ, ତା ୩/୮( ନି ପ୍ର)..... ଅତାବିରା ଏନ୍ ଏ ସି ସ୍ଥିତ ୱାର୍ଡ ନଂ ୨ ରେ ଥିବା ବୀର ସୁରେନ୍ଦ୍ର ସାଏ କ୍ଳବ୍ ପକ୍ଷରୁ କ୍ଳବ୍ ର ଯୁବକ ମାନଙ୍କ ଦ୍ଵାରା ସମ୍ବଲପୁରୀ କପଡା ପିନ୍ଧନା ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସମ୍ବଲପୁରୀ ନାଚ ଗୀତରେ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ଓ ଜଗନ୍ନାଥ ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ , ଓ ଦୀପ ପ୍ରଜ୍ବଳନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଏକ ରକ୍ତଦାନ ଶିବିର ର ଆୟୋଜନ କରିଥିଲେ ।ଏଥିରେ ବୁର୍ଲା ରକ୍ତ ଭଣ୍ଡାର ର ଦେବାଶିଷ ମିଶ୍ର ଓ ଟେକ୍ନିଶିଆନ ଙ୍କ ଦ୍ଵାରା ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସ୍ଵେଚ୍ଛାକୃତ ଭାବେ ଅଞ୍ଚଳର ଲୋକେ ରକ୍ତଦାନ କରିଥିଲେ । ଏହାପରେ ଆମର ସମ୍ବଲପୁରୀ ବସ୍ତ୍ର ର ମର୍ଯ୍ୟାଦା ତଥା ତାକୁ ମାନ୍ୟତା ଦେବା , ସମ୍ମାନ ଦେବା ପାଇଁ ସ୍ବତନ୍ତ୍ର ଭାବେ " ସମ୍ବଲପୁରୀ ପିନ୍ଧନା ଉଡନl ରେ ସମ୍ବଲପୁରୀ ଦିନ" ପାଳନ କରାଯାଇଥିଲା । ଏଥିରେ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ଯ୍ୟ କୁମାର ନାୟକ,ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ରବି ନାରାୟଣ ମିଶ୍ର , ଥାନା ଅଧିକାରୀ ସୁକୁମାର ତ୍ରିପାଠୀ , ତହସିଲଦାର ବ୍ରଜକିଶୋର ସାହୁ, ପ୍ରମୁଖ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । କ୍ଳବ୍ ର ସଭାପତି ସଞ୍ଜୀବ ପରିଜା ଓ ସମ୍ପାଦକ ନାରାୟଣ ମହାରଣା ଙ୍କ ସଂଯୋଜନାରେ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଉପସଭାପତି ସତ୍ୟ ନାରାୟଣ ମିଶ୍ର ଅତିଥି ପରିଚୟ ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମ କୁ ମନୋଜ ମିଶ୍ର , ଦାମୋଦର ମେହେର , କାଉନସିଲର ଶିବାନନ୍ଦ ତ୍ରିପାଠୀ ,ଜଗଦୀଶ କଟକ , ବିକାଶ ବାରିକ୍, ଅବିନାଶ ବାରିକ, ଅରୁଣ ମେହେର, ସମୟ ନାୟକ, ଅମିତ୍ ମିଶ୍ର,ସନ୍ଦୀପ ପ୍ରଧାନ, ହରିଶ୍ୱର୍ ରାଓ, ଧିରଜ ନାଏକ,ବିକାଶ ସାହୁ , ଲକ୍ଷୀକlନ୍ତ ସାହୁ, ଲିଟୁନ ବାରିକ ପ୍ରମୁଖ ପରିଚାଳନା କରିଥିବା ବେଳେ ଶ୍ରୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅବସର ସୈନିକ ସଂଘ ର କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ଥିଲେ। ସେହିପରି ଅତାବିରା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ତଥା ଗ୍ରାମ ଗୁଡିକରେ ସମ୍ବଲପୁରୀ ଦିନ ଅତି ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଥିଲା । ନିଜର ଭାଷା , ପରମ୍ପରା, ପୋଷାକ ର ମାନ୍ୟତା ତଥା ଚାହିଦା କୁ ନେଇ ସ୍ ମ ସ୍ତେ ଗର୍ବ ଅନୁଭବ କରିଥିଲେ ।

"ଆମ ପରିବାର, ଅତାବିରା" ପକ୍ଷରୁ ଅତାବିରାରେ ସମଲପୁରୀ ଦିନ୍ ପାଳିତଅତାବିରା/ବରଗଡ଼ତା:-(୧/୮/୨୦୨୪)  ‌  ବରଗଡ଼ ଜିଲ୍ଲା ଅତାବିରା ସାମାଜିକ ଅନୁ...
02/08/2024

"ଆମ ପରିବାର, ଅତାବିରା" ପକ୍ଷରୁ ଅତାବିରାରେ ସମଲପୁରୀ ଦିନ୍ ପାଳିତ

ଅତାବିରା/ବରଗଡ଼
ତା:-(୧/୮/୨୦୨୪) ‌ ବରଗଡ଼ ଜିଲ୍ଲା ଅତାବିରା ସାମାଜିକ ଅନୁଷ୍ଠାନ "ଆମ ପରିବାର",ଅତାବିରା ତରଫରୁ ଏଥର ୬ବର୍ଷରେ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ-୨୦୨୪ କୁ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି।ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଅନୁଷ୍ଠିତ ସମଲପୁରୀ ଉଚ୍ଛବ ସାମାଜିକ ଅନୁଷ୍ଠାନ"ଆମ ପରିବାର", ଅତାବିରା ର ସଭାପତି ତଥା ମୁଖ୍ୟ ବରିଷ୍ଠ ସାମ୍ବାଦିକ ନବୀନ କୁମାର ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅତାବିରା ତହସିଲଦାର ବ୍ରଜ କିଶୋର ସାହୁ ତହସିଲଦାର ,ସମ୍ମାନିତ ଅତିଥି ଭାବେ ଅତାବିରା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନ, ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ୍,ସିଂହ ପାଲି ସ୍କୁଲ ର ଅବସର ପ୍ରାପ୍ତ ଶିକ୍ଷକ ପାନିବୁଡୁ ପ୍ରଧାନ ଯୋଗଦେଇଥିଲେ।ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀ ଶ୍ରୀଜଗନ୍ନାଥ ଏବଂ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଙ୍କ ତୈଳ ଫଟୋ ଚିତ୍ରରେ ଧୁପ ଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମଲପୁରୀ ଦିନ୍-୨୦୨୪ ଉଚ୍ଛବ୍ ଆରମ୍ଭ ହୋଇଥିଲା।ଗବେଷକ ଲୋକ ସାହିତ୍ୟ ଲେଖକ ଲରମ୍ଭା ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ ନାଥ ଙ୍କ ପରିଚାଳନାରେ କବି ଦୁର୍ଲ୍ଲଭ ଗଡତିଆଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଏହି ଉତ୍ସବରେ ନଟ ରାଜ କଳା ପରିଷଦ ସାଂସ୍କୃତିକ ଦଲ ଅତାବିରା ବ୍ଲକ୍ ରୁ ବିଭିନ୍ନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଥିଲେ ଅବସର ପ୍ରାପ୍ତ ଶିକ୍ଷକ କୈଳାସ ମହାରଣା,ଟିଟୁ ଗାମିନା , କବି ସଞ୍ଜୁ ପ୍ରଧାନ,ନେତ୍ରାନନ୍ଦ ଗଡତିଆ ଙ୍କ ସକ୍ରିୟ ସହଯୋଗ ରହିଥିଲା।ସମ୍ବଲପୁରୀ ଦିନ୍ ଉଚ୍ଛବ ପାଲନ କୁ ପ୍ରସଂଶା କରିବା ସହ ସମଲପୁରୀ ଦିନ ରେ ସତ୍ୟନାରାୟଣ ବହିଦାର ଏବଂ ଶ୍ରୀଧର ପ୍ରଧାନଙ୍କର ଜନମ ଦିନର ଶୁଭେଚ୍ଛା ଜ୍ଞାପନ କରି ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ।ସମଗ୍ର ବିଶ୍ଵରେ କିପରି ଏହି ସମଲପୁରୀ ସଂସ୍କୃତି କୁ କିପରି ପ୍ରଚାର ପ୍ରସାର କରାଯାଇ ପାରିବ ସେ ନେଇ ବିଭିନ୍ନ ପ୍ରକାରର ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହୋଇଥିଲା।ସମ୍ବଲପୁରୀ କବି ଲେଖକ ମାନେ ଯୋଗ ଦେଇ ନିଜସ୍ଵ କବିତା ପାଠ କରିଥିଲେ। କବି ମନୋରଞ୍ଜନ ଲୁହା, କବି ନମିତା ଦୀପ ଯାଦବ, ସଂଗୀତା ଦୀପ,ସନ୍ତୋଷିନୀ ନାଗ, ସୁରେନ୍ଦ୍ର ମେହେର ଯୋଗ ଦେଇଥିଲେ। ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା।ନୃତ୍ୟ ସଙ୍ଗୀତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତ ବର୍ଷ ବିଶେଷ ଆକର୍ଷଣ ରୂପେ" ସମ୍ବଲପୁରୀ ନୃତ୍ୟ ସହ ଭଜନ ପ୍ରତିଯୋଗିତା ରଖାଯାଇ ଥିଲା।ଏଥିରେ ଭାଗ ନେଇଥିଲେ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ବୟସର ଅତାବିରା ବ୍ଲକ ର ସମସ୍ତ ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ।ପ୍ରଥମ,ଦ୍ୱିତୀୟ,ତୃତୀୟ ଭାବରେ ୩ଜଣ ଛାତ୍ରୀ ପ୍ରମୁଖ ଙ୍କୁ ମାନପତ୍ର, କପ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଗଛ ଟିଏ ଲେଖାଏଁ ପ୍ରଦାନ କରାଯାଇଥିଲା।ସମଲପୁରୀ ଦିନ୍-୨୦୨୪ ଉଚ୍ଛବ ରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇ ଥିଲା।ପରି ଶେଷରେ ନାଟ୍ୟକାର କବି ସଞ୍ଜୁ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Address

Rourkela

Website

Alerts

Be the first to know and let us send you an email when Dindayal mail posts news and promotions. Your email address will not be used for any other purpose, and you can unsubscribe at any time.

Share