BJD Rourkela

BJD Rourkela Political Organization

12/08/2026

ରେଳୱେ ଷ୍ଟେସନ୍‌ରେ ନିର୍ମାଣ କରାଯାଇଥିବା ସେଡ୍‌ ଭାଙ୍ଗି ଏକ କାର୍‌ ଉପରେ ପଡ଼ିଯିବା ଫଳରେ ଅନେକ ଲୋକ ଆହତ ହୋଇଥିବା ଖବର ପାଇ ମାନ୍ୟବର ବିଧାୟକ ମହୋଦୟ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକତା ଥିବା ଲୋକମାନଙ୍କୁ ସହଯୋଗ କରିବା ପାଇଁ ପ୍ରୟାସ କରିଥିଲେ। ଏହାସହ ରେଳୱେ ଅଧିକାରୀମାନଙ୍କୁ ଘଟଣା ପାଇଁ ଦାୟିତ୍ୱହୀନତା ନେଇ ନିନ୍ଦା କରିଥିଲେ ଏବଂ ନିର୍ମାଣ କାମ ଠିକ୍‌ ଭାବରେ ହୋଇନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ମାନ୍ୟବର ବିଧାୟକ ମହୋଦୟ କହିଥିଲେ ଯେ, “ଆଜି ଯେତିକି କ୍ଷତି ହୋଇଛି, ତାଠାରୁ ଅଧିକ ହୋଇଥାନ୍ତା ତେବେ ଅନେକ ଲୋକଙ୍କ ଜୀବନ ଚାଲିଯାଇପାରିଥାନ୍ତା। ଏଭଳି ଗୁରୁତର ଘଟଣା ପାଇଁ ଦାୟୀ କିଏ ଏବଂ ନିର୍ମାଣ କାମ କେଉଁ ମାନଦଣ୍ଡରେ କରାଯାଇଥିଲା, ତାହାର ତଦନ୍ତ ହେବା ଆବଶ୍ୟକ। କେଉଁ ପ୍ରକାରର ମାଟେରିଆଲ୍‌ ବ୍ୟବହାର କରାଯାଇଥିଲା ଏବଂ ତାହାର ଗୁଣବତ୍ତା କାହିଁକି ଯାଞ୍ଚ କରାଯାଇନଥିଲା, ସେନେଇ ମଧ୍ୟ ତଦନ୍ତ ହେବା ଦରକାର।”
ଏଭଳି ଘଟଣାର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ ଦାୟୀ ଅଧିକାରୀ ଓ ଠିକାଦାରଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରି ଉଚିତ ପଦକ୍ଷେପ ନେବାକୁ ମାନ୍ୟବର ବିଧାୟକ ମହୋଦୟ ଦାବି କରିଥିଲେ।

05/08/2026
01/08/2026

Address

Rourkela

Telephone

+919827890866

Website

Alerts

Be the first to know and let us send you an email when BJD Rourkela posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to BJD Rourkela:

Shortcuts

Share