
29/05/2025
ହୃଦୟବାନ ଚୋର।
ଚୋରି ବାଇକ ମିଳିଲା, ଆଉ ତା ସହ ମିଳିଲା ଚିଠି । ଚିଠି ଲେଖାଥିଲା ବାଇକ ଚୋରିର କାହାଣୀ । ଯାହାକି ଯିଏ ଦେଖିବ ସିଏ ନ ହସି ରହିପାରିବନି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମୁଖ୍ୟ ରାସ୍ତାରୁ । ଲାଞ୍ଜିପଲ୍ଲୀ ଅଞ୍ଚଳର ଜଣେ ଯୁବକଙ୍କ ଏକ ବାଇକ ଗତ କିଛି ଦିନ ପୂର୍ବରୁ ନିଜ ଘର ସମ୍ମୁଖରେ ଚୋରି ହୋଇଥିଲା । ଚୋରି ସମୟର ଭିଡ଼ିଓ ସିସିଟିଭି କ୍ୟାମେରାରେ କଏଦ ମଧ୍ୟ ହୋଇଥିଲା । ଏନେଇ ଗାଡ଼ି ମାଲିକ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । କିନ୍ତୁ ହଠାତ ଗତକାଲି ସକାଳେ ଦେଖିଲା ବେଳକୁ ହଜିଥିବା ବାଇକ ଯେଉଁଠି ଚୋରି ହୋଇଥିଲା ଠିକ ସେଇଠି ରହିଥିଲା । ଆଉ ଗାଡ଼ିରେ ଲାଗିଥିଲା ଏକ ଚିଠି । ଚିଠି ଲେଖାଯାଇଥିଲା ଭାଇ ଆଇ ଏମ୍ ସୋରି । ମୋର ଗାର୍ଲ ଫ୍ରେଣ୍ଡର ଆକ୍ସିଡାଣ୍ଟ ଗତକାଲି ରାତିରେ ହୋଇଥିଲା। ମୋ ପାଖରେ ପଇସା ପ୍ରୋବଲମ୍ ଥିଲା । ଆଉ ଜଲଦି ବି ଯିବାର ଥିଲା । ତେଣୁ କରି ଆପଣଙ୍କ ବାଇକଟା ନେଇଥିଲି । ସେମିତି ନେବାର ନଥିଲା କିନ୍ତୁ ଭାଇ ସେଥିପାଇଁ ସୋରି । ସାନ ଭାଇ ଭାବି କ୍ଷମା କରିଦେବ ।