Satya News Alert

  • Home
  • Satya News Alert

Satya News Alert For news and advertisement :8249910745, 9437978555(Mr. Satyananda Mohanty- Editor in chief)

ସ୍ଵଚ୍ଛ ସର୍ବେକ୍ଷଣ - ୨୦୨୪ :  ଶ୍ରେଷ୍ଠ ୧୫ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା। ରାଉରକେଲା:୧୭/୭(ସତ୍ୟାନ୍ୟୁଜ) ରାଉରକେଲାବାସୀଙ୍କ ପାଇଁ ଏକ...
18/07/2025

ସ୍ଵଚ୍ଛ ସର୍ବେକ୍ଷଣ - ୨୦୨୪ : ଶ୍ରେଷ୍ଠ ୧୫ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା।
ରାଉରକେଲା:୧୭/୭(ସତ୍ୟାନ୍ୟୁଜ) ରାଉରକେଲାବାସୀଙ୍କ ପାଇଁ ଏକ ଖୁସି ଖବର। ସ୍ଵଚ୍ଛ ସର୍ବେକ୍ଷଣ - ୨୦୨୪ ରେ ରାଉରକେଲା ମହାନଗର ନିଗମ ସର୍ବଭାରତୀୟ ସ୍ତରରେ ୧୫ତମ ସ୍ଥାନ ହାସଲ କରିଛି। ଯାହା ସମସ୍ତ ରାଉରକେଲାବାସୀଙ୍କ ପାଇଁ ନିହାତି ଭାବେ ଏକ ଗର୍ବର ବିଷୟ। ଗୁରୁବାର ଦିନ ସ୍ଵଚ୍ଛ ସର୍ବେକ୍ଷଣ ୯ମ ସଂସ୍କରଣର ଫଳାଫଳ ଘୋଷଣା ହେବା ସହ ପୁରସ୍କାର ସମାରୋହର ଆୟୋଜନ କରାଯାଇଥିଲା। ଏଥିରେ ସର୍ବଭାରତୀୟସ୍ତରରେ ରାଉରକେଲା ଶ୍ରେଷ୍ଠ ପନ୍ଦରଟି ସହର ମଧ୍ୟରେ ସ୍ଥାନ ପାଇଥିବା ବେଳେ ସମଗ୍ର ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

ଗତବର୍ଷ ରାଉରକେଲା ସହର ୧୧୯ତମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ସ୍ଵଚ୍ଛତା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୫ତମ ରେଙ୍କ ହାସଲ କରିବାରେ ସଫଳ ହୋଇଛି। ସର୍ବଭାରତୀୟ ସ୍ତରରେ ରାଉରକେଲା ସହର ୧୫ତମ ସ୍ଥାନ ଅଧିକାର କରିଛି। ସେହିଭଳି ଭାବେ ରାଜ୍ଯ ସ୍ତରରେ ଚତୁର୍ଥ ଏବଂ ମହାନଗର ନିଗମ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି।

ଗତଥର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଉରକେଲା ସହର ଚଳିତ ବର୍ଷ ଦେଶର ୧୦୧ଟି ସହର ମଧ୍ୟରୁ ୧୫ତମ ସ୍ଥାନ ଅଧିକାର କରିଛି। ୨୦୨୪ ମସିହା ଏପ୍ରିଲ ମାସରୁ ୨୦୨୫ ମସିହା ଏପ୍ରିଲ ପର୍ଯ୍ୟନ୍ତ ଏହି ସର୍ବେକ୍ଷଣ ଚାଲୁ ରହିଥିଲା। ଏଥିସହ ରାଉରକେଲା ସହରକୁ ଶ୍ରେଷ୍ଠ ସ୍ଵଚ୍ଛ ସହର ଭାବେ ଚୟନ ନିମନ୍ତେ ସହରବାସୀ ଅନଲାଇନ୍ ଯୋଗେ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ। ଯାହା ଫଳରେ ସହରର ରିପୋର୍ଟ କାର୍ଡ ଅନୁସାରେ ରାଉରକେଲା ସହର ଡମ୍ପିଂ ସାଇଟର ସୁଧାର କରିବା, ସହରରେ ଥିବା ଜଳାଶୟ ଓ ବଜାର ଗୁଡ଼ିକର ସ୍ଵଚ୍ଛ କରିବା ଦିଗରେ ଶତ ପ୍ରତିଶତ ନମ୍ବର ପାଇଛି।

ଏଥିସହ ଘରକୁ ଘର ବର୍ଜ୍ୟବସ୍ତୁ ସଂଗ୍ରହ, ଆବାସିକ ଅଞ୍ଚଳ ଓ ସର୍ବସାଧାରଣ ଶୌଚାଳୟ ଗୁଡ଼ିକର ସ୍ଵଚ୍ଛତା ବଜାୟ ରଖିବାରେ ନବେ ପ୍ରତିଶତରୁ ଅଧିକ ଅଙ୍କ ପାଇଛି। ଏଥି ସହ ସହରକୁ ବର୍ଜ୍ୟମୁକ୍ତ କରିବାରେ ୩ ତାରକା ପାଇଥିବା ବେଳେ ସ୍ଵଚ୍ଛତା ଭିତ୍ତିକ କାର୍ଯ୍ୟକ୍ରମ ବଜାୟ ରଖିବା ହେତୁ ଓଡିଏଫ୍++ ପାଇଁ ପୁନଃ ବିବେଚିତ ହୋଇଛି।

ରାଉରକେଲା ସହରର ସର୍ବ ଭାରତୀୟ ସ୍ତରରେ ସ୍ଵଚ୍ଛତା କ୍ଷେତ୍ରରେ ଏହି ସଫଳତା ପରେ ମହାନଗର ଆୟୁକ୍ତ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ରାଉରକେଲା ବାସିନ୍ଦା, ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ଓ ମହାନଗର ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶୁଭକାମନା ଓ ଧନ୍ୟବାଦ ଜଣାଇଛନ୍ତି। ସ୍ଵଚ୍ଛତା ଏକ ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ଆଗକୁ ମଧ୍ୟ ରାଉରକେଲା ସହର ସ୍ଵଚ୍ଛତା କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଏଥିସହ ସ୍ଵଚ୍ଛ ରାଉରକେଲା ହିଁ ଏକ ବିକଶିତ ରାଉରକେଲା ଗଠନର ପ୍ରଥମ ସୋପାନ ହୋଇଥିବା ବେଳେ ସମସ୍ତେ ମିଶି ଏକ ସ୍ଵଚ୍ଛ ଓ ସୁସ୍ଥ ରାଉରକେଲା ଗଠନ ପାଇଁ ପ୍ରତିବଦ୍ଧ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ସ୍ଵଚ୍ଛତା ଗୋଟିଏ ସହରର ବିକାଶ ନିମନ୍ତେ ପ୍ରଥମ ସୋପାନ ହୋଇଥିବା ବେଳେ ଏହାକୁ ପ୍ରଭାବଶାଳୀ କରିବା ପାଇଁ ୨୦୧୬ ମସିହାରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି। ଯାହା ବିଶ୍ୱର ସର୍ବବୃହତ୍ ବାର୍ଷିକ ସ୍ଵଚ୍ଛ ସର୍ବେକ୍ଷଣ। ସହରରେ ସ୍ଵଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ କାର୍ଯ୍ୟ ଗୁଡ଼ିକର ଆକଳନ ତଥା ସ୍ଵଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ପ୍ରକ୍ରିୟା ବେଶ୍ ସଶକ୍ତ ଓ ନିରପେକ୍ଷ। ୪୫ ଦିନ ବ୍ୟାପୀ ତୃଣମୂଳସ୍ତରରେ ଯାଇ ସର୍ଭେ କରାଯାଉଥିବା ବେଳେ ୧୦ଟି ପ୍ରଭାବଶାଳୀ ସୂଚକ ଆଧାରରେ ଶ୍ରେଷ୍ଠ ସ୍ଵଚ୍ଛ ସହରର ଚୟନ ହୋଇଥାଏ।

18/07/2025

#ଦୁଇଝିଅଙ୍କୁ_ବିଷଦେଇ_ମା_ପିଇଦେଲାବିଷ।
#ପାରିବାରିକକଳହର_କରୁଣସ୍ଥିତି
ଲହୁଣୀପଡା ଥାନାର ବନ୍ଧବେର୍ଣ୍ଣା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଅଭାବନୀୟ ଘଟଣା। ମାଆ ବିଷ ପିଇବା ସହ ଦୁଇ ଝିଅଙ୍କୁ ଥଣ୍ଡା ପାନୀୟରେ ପିଆଇ ଦେଲେ ବିଷ । ସମସ୍ତେ ଗୁରୁତର । ମା ସହ ଦୁଇ ଝିଅଙ୍କ ରାଉରକେଲା ସରକାରୀ ହସ୍ପିଟାଲ୍ ରେ ଚିକିତ୍ସା ଚାଲିଛି।

17/07/2025
17/07/2025
17/07/2025
 #ଦୁଇଝିଅଙ୍କୁ_ବିଷଦେଇ_ମା_ପିଇଦେଲାବିଷ।ଲହୁଣୀପଡା ଥାନାର ବନ୍ଧବେର୍ଣ୍ଣା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଅଭାବନୀୟ ଘଟଣା। ମାଆ ବିଷ ପିଇବା...
17/07/2025

#ଦୁଇଝିଅଙ୍କୁ_ବିଷଦେଇ_ମା_ପିଇଦେଲାବିଷ।
ଲହୁଣୀପଡା ଥାନାର ବନ୍ଧବେର୍ଣ୍ଣା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଅଭାବନୀୟ ଘଟଣା। ମାଆ ବିଷ ପିଇବା ସହ ଦୁଇ ଝିଅଙ୍କୁ କୋଲଡଡ୍ରିଙ୍କ ରେ ପିଆଇଲେ ବିଷ । ସମସ୍ତେ ଗୁରୁତର । ମା ସହ ଦୁଇ ଝିଅଙ୍କୁ ରାଉରକେଲା ସ୍ଥାନାନ୍ତର।

ଲହୁଣୀପଡା ଥାନାର ବନ୍ଧବେର୍ଣ୍ଣା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଅଭାବନୀୟ ଘଟଣା। ମାଆ ବିଷ ପିଇବା ସହ ଦୁଇ ନାବାଳିକା ଝିଅକୁ କୋଲଡଡ୍ରିଙ୍କ...
17/07/2025

ଲହୁଣୀପଡା ଥାନାର ବନ୍ଧବେର୍ଣ୍ଣା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଅଭାବନୀୟ ଘଟଣା। ମାଆ ବିଷ ପିଇବା ସହ ଦୁଇ ନାବାଳିକା ଝିଅକୁ କୋଲଡଡ୍ରିଙ୍କ ରେ ପିଆଇଲେ ବିଷ । ସମସ୍ତେ ଗୁରୁତର । ମା ସହ ଦୁଇ ଝିଅଙ୍କୁ ରାଉରକେଲା ସ୍ଥାନାନ୍ତର।

17/07/2025

ବାଲେଶ୍ଵର ଫକୀର ମୋହନ କଲେଜ୍ ପରେ ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଅଭିଯୋଗ। ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଆସିଷ୍ଟାଣ୍ଟ ପ୍ରଫେସର୍ ରଖିଲେ ଶାରୀରିକ ସମ୍ପର୍କ। ପରେ ଦେଲେ ଧୋକ୍କା। ଛାତ୍ରୀ ଦେଲେ ମହିଳା ଥାନାରେ ଏଫ୍ ଆଇ ଆର୍। ପ୍ରଫେସର୍ ଗିରଫ। କଲେଜ୍ କର୍ତୁପକ୍ଷ କଲେ ସସ୍ ପେଣ୍ଡ।

ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଜାତୀୟ ସ୍ତରରେ ଭୁବନେଶ୍ବର ନବମ* ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ନବମ ସ୍ଥାନ* ଗତ ବର୍ଷ ୩୪ତମ ସ୍ଥାନରେ ରହ...
17/07/2025

ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଜାତୀୟ ସ୍ତରରେ ଭୁବନେଶ୍ବର ନବମ
* ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ନବମ ସ୍ଥାନ
* ଗତ ବର୍ଷ ୩୪ତମ ସ୍ଥାନରେ ରହିଥିଲା ବେଳେ ଏଥର ନବମ।

Rourkela is in top 15 cleanest cities of India! Rourkela rises from Rank 119 to Rank 15 in the latest . In the year of 2...
17/07/2025

Rourkela is in top 15 cleanest cities of India!
Rourkela rises from Rank 119 to Rank 15 in the latest . In the year of 2023 Rourkela was in 119 rank .

ବାହା ହେବେ ବୋଲି କହି ଛାତ୍ରୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ପ୍ରତାରଣା ପରେ ଏଫ୍ ଆଇ ଆର୍ ଦେଲେ ଛାତ୍ରୀ। ଆସିଷ୍ଟାଣ୍ଟ ପ୍ରଫେସର ଗିରଫ ଏବ...
17/07/2025

ବାହା ହେବେ ବୋଲି କହି ଛାତ୍ରୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ପ୍ରତାରଣା ପରେ ଏଫ୍ ଆଇ ଆର୍ ଦେଲେ ଛାତ୍ରୀ। ଆସିଷ୍ଟାଣ୍ଟ ପ୍ରଫେସର ଗିରଫ ଏବଂ ସସପେଣ୍ଡ।

ସମ୍ବଲପୁର:୧୭/୭(ସତ୍ୟା ନ୍ୟୂଜ୍) ପୁଣି ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ। ଗିରଫ ପରେ କଲେଜ୍ କରିଛି ସସପେଣ୍ଡ। ବିବାହର ମିଛ ପ୍ରତିଶ୍ରୁ...

The Mahila Police in Sambalpur have arrested an Assistant Professor of Gangadhar Meher University for allegedly harassin...
17/07/2025

The Mahila Police in Sambalpur have arrested an Assistant Professor of Gangadhar Meher University for allegedly harassing a girl student, sources said on Thursday.
The accused man has been identified as Gopikant Suna, an Assistant Professor from the Education Department.

Following allegations of harassment by a female student, Suna has been arrested, informed Sambalpur SP Mukesh Kumar Bhamoo.

Address


Opening Hours

Monday 09:00 - 22:00
Tuesday 09:00 - 22:00
Wednesday 09:00 - 22:00
Thursday 09:00 - 17:00
Friday 09:00 - 17:00
Saturday 09:00 - 17:00
Sunday 09:00 - 17:00

Telephone

+919437978555

Alerts

Be the first to know and let us send you an email when Satya News Alert posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Satya News Alert:

Shortcuts

  • Address
  • Telephone
  • Opening Hours
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share