Sai Nirmalya

Sai Nirmalya Contact information, map and directions, contact form, opening hours, services, ratings, photos, videos and announcements from Sai Nirmalya, Magazine, Shri Shirdi Saibaba Temple, Naraj Road, .

Nua Jeevanara Sandhan Sai Nirmalya meaning- Sai Nirmalya-In Quest of New Life...is a spiritual monthly magazine that leads its readers on a journey towards a new life guided by the teachings of Sadguru Shri Shirdi Saibaba.

Here is Sai Nirmalya, November IssueA true companion on your path of peace, devotion and spiritual enlightenment.Whatsap...
06/11/2025

Here is Sai Nirmalya, November Issue
A true companion on your path of peace, devotion and spiritual enlightenment.
Whatsapp @9437442444 to receive your copy

ଅଁଳା ମାହାତ୍ମ୍ୟ ଓ ଅଁଳା ନବମୀ   ============ ଧର୍ମର ମାସ କାର୍ତ୍ତିକ l ଏହି ମାସରେ ଧନ୍ୱନ୍ତରୀ ଜୟନ୍ତୀ,କାଳୀପୂଜା,ଗୋବିନ୍ଦ ଚତୁର୍ଦ୍ଦଶୀ,ନ...
31/10/2025

ଅଁଳା ମାହାତ୍ମ୍ୟ ଓ ଅଁଳା ନବମୀ
============
ଧର୍ମର ମାସ କାର୍ତ୍ତିକ l ଏହି ମାସରେ ଧନ୍ୱନ୍ତରୀ ଜୟନ୍ତୀ,କାଳୀପୂଜା,ଗୋବିନ୍ଦ ଚତୁର୍ଦ୍ଦଶୀ,ନାଗଲ ଚତୁର୍ଥୀ,ଦୀପାବଳୀ,ଗୋବର୍ଦ୍ଧନପୂଜା,ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ,ଅଁଳା ନବମୀ,ରାଧା ଦାମୋଦର ପୂଜା,କାର୍ତ୍ତିକବ୍ରତ,ତୁଳସୀ ପୂଜା,ବଡ଼ ଏକାଦଶୀ , ପଞ୍ଚୁକବ୍ରତ,ଆକାଶଦୀପ ଦାନ,ପାୟାଶ୍ରାଦ୍ଧ ଏବଂ ଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଆଦି ଅନେକ ପବିତ୍ର ପର୍ବ ପର୍ବାଣି ପଡ଼େ l ଏଥି ପାଇଁ କାର୍ତ୍ତିକ ମାସକୁ ଏକ ମହାପୁଣ୍ୟମୟ ମାସ ବୋଲି ଶାସ୍ତ୍ରମାନେ ବିବେଚନା କରନ୍ତି l କାର୍ତ୍ତିକ ମାହାତ୍ମ୍ୟ ବର୍ଣ୍ଣନା କରି ସ୍କନ୍ଧ ପୁରାଣ କୁହନ୍ତି :-
ମାସାନାଂ କାର୍ତ୍ତିକ ଶ୍ରେଷ୍ଠ ଦେଵାନାଂ ମଧୁସୂଦନଃ l
ତୀର୍ଥ ନାରାୟଣାକ୍ଷାମ୍ହିତ୍ରିତୟମ୍ ଦୁର୍ଲଭମ୍ କଲୌ l
ନାକାର୍ତ୍ତିକ ସମଃମାସୋ ନ କୃତେନ ସମଃଯୁଗମ୍l
ନା ବେଦସଦୃଶ ଶାସ୍ତ୍ରମ୍ ନା ତୀର୍ଥ ଗଙ୍ଗା ସମମ୍ ll
ଆମର ଆଧ୍ୟାତ୍ମିକ ଶାସ୍ତ୍ରମାନଙ୍କରେ ପ୍ରତିଟି ପର୍ବ, ଓଷା ଏବଂ ବ୍ରତ ପଛରେ କିଛି ନା କିଛି କାହାଣୀ ବା କିମ୍ବଦନ୍ତୀ ରହିଛି l ସେହି ଭଳି ଅଁଳା ନବମୀ ପାଳନ ପଛରେ କେତେକ ପୌରାଣିକ ସିଦ୍ଧାନ୍ତ ଓ କାହାଣୀ ରହିଛି l ଏ ଦିବସଟି କାର୍ତ୍ତିକ ଶୁକ୍ଲ ପକ୍ଷ ନବମୀ ତିଥିରେ ପଡିଥାଏ l ଅଁଳା ନବମୀ ସହିତ ଏହି ଦିନର ମହତ୍ୱ ହେଲା ସତ୍ୟବାଦୀସ୍ଥ ସାକ୍ଷୀ ଗୋପାଳଙ୍କ ପୀଠରେ ମାଆ ରାଧାରାଣୀଙ୍କ ପାଦ ଦର୍ଶନ l କାର୍ତ୍ତିକ ବ୍ରତ ଧାରୀ ହବିଷ୍ୟାଳୀ ମାନେ ଏହିଦିନ ଅଁଳାଗଛମୂଳେ ଏକତ୍ରହୋଇ ଭୋଜନ କରନ୍ତି l ଅଁଳା ଗୋଟିଏ ବୃକ୍ଷବୋଲି ସାଧାରଣତଃ ଆମେ ଜାଣୁ l କିନ୍ତୁ ଅଁଳା କିଏ, କାର୍ତ୍ତିକ ମାସରେ କାହିଁକି ତାହାର ପୂଜା କରାଯାଏ ଏ ନେଇ ବହୁ କାହାଣୀ କିମ୍ବଦନ୍ତୀ ଓ ପୌରାଣିକ ଆଖ୍ୟାୟିକା ମାନ ରହିଛି l
ଧାତ୍ରୀ ଛାୟାରେ ଯେଉଁ ଜନ
କରିବ ଗୋବିନ୍ଦ କୀର୍ତ୍ତନ
ଦଣ୍ଡକେ ଦଶ ଯୁଗ ଲେଖି
ମୋ ପୁରେ ବସି ହେବ ସୁଖି
କାର୍ତ୍ତିକ ଧାତ୍ରୀ ବୃକ୍ଷ ତଳେ
ହବିଷ୍ୟ ଅନ୍ନ ଏକା ବେଳେ
ଯେ ଜନ କରିବ ଭୋଜନ
ତା ପାପ ହୋଇବ ଦହନ
ଅଶୌଚ ଦ୍ରବ୍ୟ ଥିଲେ ଭକ୍ଷି
ସେ ଦୋଷ ନ ଲାଗିବ କିଛି
ନିର୍ମଳ ହୋଇବ ଶରୀର
ତେଣୁ ଅଁଏଳା ନାମ ତାର ।।
ଅଁଳା,ତୁଳସୀ ଏବଂ ମାଳତୀ ବୃନ୍ଦାବତୀଙ୍କର ତ୍ରିଗୁଣ ରୂପର ପରିପ୍ରକାଶ l ମା' ବୃନ୍ଦାବତୀ ଥିଲେ ଦୈତ୍ୟ ଜଳନ୍ଧରଙ୍କ ପତ୍ନୀ l ସେ ଥିଲେ ପତିବ୍ରତା ସତୀ ନାରୀ l ତାଙ୍କର ସତୀତ୍ୱ ପ୍ରଭାବରୁ ଦୈତ୍ୟ ଜଳନ୍ଧର ପ୍ରବଳ ପରାକ୍ରମୀ ଓ ଅଜେୟ ଥିଲା l ତାର ଉତ୍ପାତରେ ତ୍ରିପୁର ଥର ହର ହେଉଥିଲା l କଥା ଥିଲା ଯେ ପର୍ଯ୍ୟନ୍ତ ତା'ର ମହାସତୀ ପତ୍ନୀ ବୃନ୍ଦାବତୀଙ୍କର ସତୀତ୍ୱ ଅପହରଣ ନ ହୋଇଛି ଜଳନ୍ଧରର ମୃତ୍ୟୁ ହେବନାହିଁ l ସେ ଦେବ,ଦାନବ ଓ ମାନବଙ୍କୁ ପୀଡ଼ା ଦେଉ ଥିବ l ଜଳନ୍ଧର ବଧ ପାଇଁ ନାରାୟଣ ମାୟାରେ ଜଳନ୍ଧର ରୂପ ଧାରଣ କରି ବୃନ୍ଦାବତୀଙ୍କ ସତୀତ୍ୱ ହରଣ କଲେ l ଏହା ଫଳରେ ଜଳନ୍ଧର ବିଷ୍ଣୁଙ୍କ ହସ୍ତରେ ପରାସ୍ତହୋଇ ନିହତହେଲା l ବୃନ୍ଦାବତୀ ଏକଥା ଜାଣିଲେ l ସେ ନାରାୟଣଙ୍କୁ ଅଭିଶାପ ଦେଲେ, ତାଙ୍କର ପତ୍ନୀକୁ ସେମିତି ରାକ୍ଷସ ହରଣ କରୁ ଏବଂ ସେ ପାଷାଣ ପାଲଟି ଯାଆନ୍ତୁ l ତାହା ହିଁ ଘଟିଥିଲା l ଶ୍ରୀରାମ ଅବତାରରେ ମାଆ ଜାନକୀଙ୍କୁ ରାକ୍ଷସ ରାବଣ ହରଣ କରି ନେଇଥିଲା ଓ ବିଷ୍ଣୁ ଶାଳଗ୍ରାମ ଶିଳା ରୂପ ଧାରଣ କରିଥିଲେ l
ଜଳନ୍ଧରର ବଧ ପରେ ବୃନ୍ଦା ଅଗ୍ନିିରେ ଝାସ ଦେଇ ଆତ୍ମ ବିସର୍ଜନ କଲେ l ତାଙ୍କ ଆତ୍ମା ଅନ୍ତରୀକ୍ଷକୁ ଯାଇ ତିନୋଟି ବୀଜ ରୂପେ ଭୂ ପତିତ ହେଲେ l ସେଥିରୁ ଯଥାକ୍ରମେ ତିନିଗୁଣ ଧରି ତିନୋଟି ବୃକ୍ଷ ଅଁଳା,ତୁଳସୀ ଓ ମାଳତୀ ସୃଷ୍ଟି ହେଲେ :-
ରଜଗୁଣରେ ସରସ୍ୱତୀ l
ତା ଅଂଶେ ଧାତ୍ରୀ ଉତପତି ll
ତୁଳସୀ ସତ୍ୱ ଗୁଣେ ଜାତ l
ଗଉରୀ ଅଂଶରେ ବିଦିତ ll
ଉମା ଅଂଶରେ ତମୋ ଗୁଣେ l
ମାଳତୀ ଉପୁଜିଲା ବନେ ll
ବିଷ୍ଣୁଙ୍କ ମାୟାରୁ ହିଁ ଏ ସବୁ ଘଟି ଥିଲା l ମାଳତୀ ତାର ତମ ଗୁଣ ହେତୁ ଶ୍ରୀ ଲକ୍ଷ୍ମୀଙ୍କ ପ୍ରିୟ ହୋଇ ନ ପାରି ବନ ମଧ୍ୟରେ ଦୂରେଇ ରହିଲା l ଦ୍ୱାପର ଯୁଗରେ ବନ ଫୁଲ ହୋଇ ସେ ଶ୍ରୀକୃଷ୍ଣଙ୍କ ପ୍ରିୟ ହେବ ବୋଲି କଥା ଦେଲା l ଶ୍ରୀବିଷ୍ଣୁ ଅଁଳା ଏବଂ ତୁଳସୀଙ୍କୁ ନେଇ ବୈକୁଣ୍ଠ ଚାଲି ଗଲେ l ବିଷ୍ଣୁଙ୍କ ଇଛାନୁସାରେ ମାଳତୀ ମର୍ତ୍ତ୍ୟରେ ପୂଜା ପାଇଲେ, ଅଁଳା ମର୍ତ୍ତ୍ୟ ଓ ସ୍ୱର୍ଗ ଏବଂ ତୁଳସୀ ତିନି ପୁରରେ ପୂଜା ପାଇଲେ l
ଧାତ୍ରୀ ତୁଳସୀ ବୃକ୍ଷ ବେନି l
ତାହାଙ୍କୁ ସଙ୍ଗତରେ ଘେନି ll
ବୈକୁଣ୍ଠେ ବୀଜେ ଲକ୍ଷ୍ମୀପତି l
ଅରଣ୍ୟେ ରହିଲେ ମାଳତୀ ll
ବିଷ୍ଣୁଙ୍କ ମାୟା ଓ ସତୀ ବୃନ୍ଦାଙ୍କ ଆତ୍ମାରୁ ସୃଷ୍ଟ ଏ ତିନି ପବିତ୍ର ବୃକ୍ଷ ଭଗବାନ ବିଷ୍ଣୁଙ୍କ ଅନୁଗ୍ରହରୁ ସ୍ୱତନ୍ତ୍ର ଗୁଣାବଳୀ ଦ୍ୱାରା ମଣ୍ଡିତ ହୋଇଛନ୍ତି l ଏ ତିନି ବୃକ୍ଷର ମହିମା କୀର୍ତ୍ତନ କରି କୁହାଯାଇଛି :-
ଧାତ୍ରୀ ଛାୟାରେ ଯେଉଁଜନ l
କରିବ ଗୋବିନ୍ଦ କୀର୍ତ୍ତନ ll
ଦଣ୍ଡକେ ଦଶଯୁଗ ଲେଖି l
ମୋ ପୁରେ ବସିହେବ ସୁଖୀ ll
କାର୍ତ୍ତିକେ ଧାତ୍ରୀ ବୃକ୍ଷ ତଳେ l
ହବିଷ ଅନ୍ନ ଏକ ବେଳେ ll
ଯେ ଜନ କରିବ ଭୋଜନ ll
ତା ପାପ ହୋଇବ ଦହନ l
ଅଶୌଚ ଦ୍ରବ୍ୟ ଥିଲେ ଭକ୍ଷି l
ସେ ଦୋଷ ନ ରହିବ କିଛି ll
ନିର୍ମଳ ହୋଇବ ଶରୀର l
ତେଣୁ ଅଏଁଳା ନାମ ତାର ll
ଅଏଁଳା, ତୁଳସୀ, ମାଳତୀ l
ଏ ତିନି ମୋହ ପ୍ରିୟ ଅତି ll
ବିଶେଷ ତୁଳସୀ ପ୍ରଧାନ l
ସଂସାରେ ମୋହରି ସମାନ ll
କାର୍ତ୍ତିକ ମାହାତ୍ମ୍ୟର ଉପରୋକ୍ତ ଉକ୍ତିରୁ ଜଣାଯାଏ ତୁଳସୀଙ୍କ ମାହାତ୍ମ୍ୟ ତଳକୁ ଅଁଳାଙ୍କର ମାହାତ୍ମ୍ୟ ରହିଛି l ଅଁଳାର ଉତ୍ପତ୍ତି ସମ୍ବନ୍ଧରେ ଆଉ ଦୁଇଟି ପୌରାଣିକ କିମ୍ବଦନ୍ତୀ ମଧ୍ୟ ଶୁଣାଯାଏ l
ପ୍ରଥମ କିମ୍ବଦନ୍ତୀ ଅନୁସାରେ, ଯେଉଁ ସମୟରେ ସମଗ୍ର ବିଶ୍ୱ ପ୍ରଳୟ ଜଳରେ ନିମଗ୍ନ ହୋଇଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମା ବିଷ୍ଣୁଙ୍କ ନାଭିରୁ ଉତ୍ପନ କମଳ ଉପରେ ଉପବେଶନ କରି ପରଂବ୍ରହ୍ମ ପ୍ରଭୁ ନିରାକାରଙ୍କ ଧ୍ୟାନ ଓ ତପସ୍ୟାରେ ମଗ୍ନ ଥିଲେ l ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ପଡି ଥିଲା l ସେହି ଲୁହ ଭୂ ପତିତ ହେବାରୁ ସେଥିରୁ ଅଁଳା ବୃକ୍ଷ ସୃଷ୍ଟି ହୋଇଥିଲା l
ଦ୍ୱିତୀୟ କିମ୍ବଦନ୍ତୀ କହେ ମା'ଲକ୍ଷ୍ମୀ ଓ ସରସ୍ବତୀ ଏକଦା ଶ୍ରୀହରିଙ୍କୁ ଏକ ନୂତନ ପଦାର୍ଥରେ ପୂଜା କରିବାକୁ ଚାହିଁଲେ l ଏହି କଥା ଚିନ୍ତା କରୁ କରୁ କେଇବୁନ୍ଦା ଆନନ୍ଦାଶ୍ର ସେମାନଙ୍କ ଚକ୍ଷୁରୁ ନିଗିଡି ପଡିଲା l ଏହି ଅଶ୍ରୁରୁ ମାଘ ମାସ ଶୁକ୍ଳ ଏକାଦଶୀ ଦିନ ଅଁଳା ବୃକ୍ଷ ଉତ୍ପତ୍ତି ହୋଇଥିଲା l
ଅଁଳା ଏକ ପବିତ୍ର ବୃକ୍ଷ ଓ ଭଗବାନ ବିଷ୍ଣୁଙ୍କ ଅତି ପ୍ରିୟ ହୋଇ ଥିବାରୁ ଧର୍ମ ମାସ କାର୍ତ୍ତିକରେ ସେ ମଧ୍ୟ ପୂଜ୍ୟା l ଅଁଳା ଗଛମୂଳକୁ କାର୍ତ୍ତିକ ମାସରେ ପରିଷ୍କାରକରି ଗୋମୟରେ ଲିପି ଭକ୍ତିସହକାରେ ଯଥା ବିଧି ପୂଜା କରାଯାଏ l ବିଷ୍ଣୁଙ୍କ ନାମ ସ୍ମରଣ ପୂର୍ବକ ଏହି ବୃକ୍ଷକୁ ପରିକ୍ରମା କରା ଯାଏ l ଏହା ମୂଳରେ ନାମ ସଂକୀର୍ତ୍ତନ ମଧ୍ୟ କରାଯାଏ l ଅଁଳା ଓ ତୁଳସୀ ବିଷ୍ଣୁଙ୍କର ଅତି ପ୍ରୀୟ l ପତ୍ରସହ ଅଁଳା ଫଳ ଓ ତୁଳସୀ ବିଷ୍ଣୁଙ୍କୁ ଅର୍ପଣ କଲେ ଭଗବାନ ସନ୍ତୋଷ ଲାଭ କରିଥାନ୍ତି l କାର୍ତ୍ତିକ ମାସରେ ଵିଷ୍ଣୁ ଦେବତା ଓ ଋଷି ମାନଙ୍କ ସହିତ ଅଁଳା ବୃକ୍ଷରେ ବାସ କରନ୍ତି l ତେଣୁ ଏହି ମାସରେ ଅଁଳା ବୃକ୍ଷକୁ ପୂଜା କରାଯାଏ l ହବିଷ୍ୟାଳି ମାନେ ଅଁଳା ବଟା କରି ସେଥିରେ ବିଷ୍ଣୁ ପ୍ରତିମାକୁ ସ୍ନାନକରାଇ ପୂଜା କରିବା ସହିତ ଏହାକୁ ନିଜେ ମଧ୍ୟ ଲଗାଇ ସ୍ନାନ କରନ୍ତି l କାର୍ତ୍ତିକମାସରେ ଅଁଳା ବୃକ୍ଷରୁ ପତ୍ର,ପୁଷ୍ପ ଓ ଫଳ ଚୟନ ନିଷିଦ୍ଧ l ପୂର୍ବରୁ ସଂଗୃହୀତ ଥିବା ଅଁଳା ଦଳ,ଫଳ ଏବଂ ପୁଷ୍ପରେ କାର୍ତ୍ତିକପୂଜା କରା ଯାଏ l ପଦ୍ମପୁରାଣରେ ବର୍ଣ୍ଣିତ ଅଛି ପ୍ରାତଃ ସ୍ନାନ ପରେ ଵିଷ୍ଣୁ ନାମ ସ୍ମରଣ କରି ଅଁଳା ଜଳ ସିଞ୍ଚନ ଓ ସେବନ ଦ୍ୱାରା ମନୁଷ୍ୟର ସକଳ କଳୁଷ ନାଶ ହୋଇ ସେ ନିରୋଗ ଓ ସ୍ୱାସ୍ଥ୍ୟବାନ ହୋଇଥାଏ l ଅଁଳା ବୃକ୍ଷ ତଳେ ହରିନାମ ସଂକୀର୍ତ୍ତନ,ହବିଷ୍ୟ ଅନ୍ନ ଭୋଜନ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି l ଅଁଳାର ଅନ୍ୟ ନାମ ଧାତ୍ରୀ l ଶାସ୍ତ୍ରରେ ତୁଳସୀ,ଅଁଳା, ମାଳତୀ, ବଦରି,ବେଲ, ବର,ଅଶ୍ୱସ୍ତ ଆଦି ବୃକ୍ଷକୁ ପବିତ୍ର ବୃକ୍ଷର ମାନ୍ୟତା ଦିଆଯାଇଛି l ସରସ୍ବତୀଙ୍କ ସତ୍ୱଗୁଣ ଧରି ଅଁଳାର ଜନ୍ମ l ଏଣୁ ଏହା ଏକ ଅତ୍ୟନ୍ତ ଉପକାରୀ ଏବଂ ପବିତ୍ର ବୃକ୍ଷ l ଅଁଅଳା ବା ଧାତ୍ରୀ ବୃକ୍ଷ ସ୍ୱୟଂ ବୃକ୍ଷ ନାରାୟଣ l ଏହାକୁ ଅକାରଣରେ ଛେଦନ ନିଷିଦ୍ଧ ଅଟେ l ଧାତ୍ରୀ ଓ ତୁଳସୀ ଏହି ଦୁଇ ପବିତ୍ର ବୃକ୍ଷ ସମ୍ବନ୍ଧରେ ପଦ୍ମ ପୁରାଣରେ କୁହାଯାଇଛି :-
ଧାତ୍ରୀ ବୃକ୍ଷ ଅଟଇ ଯେ ତୁଳସୀ ସମାନ l
ତାହାର ମହିମା ଦେବୀ ପାର୍ବତୀ ଗୋ ଶୁଣ ll
ଯେତେକ ଦେବତା ଥାନ୍ତି ତୁଳସୀ ମୂଳରେ l
ତେତେକ ଥାଆନ୍ତି ସେହି ଧାତ୍ରୀର ମୂଳରେ ll
ଗଙ୍ଗାଦି ସକଳ ତୀର୍ଥ ତହିଁରେ ଥାଆନ୍ତି l
ବ୍ରହ୍ମା ବିଷ୍ଣୁ ଶିବ ଆଦି ଦଣ୍ଡେ ନ ଛାଡ଼ନ୍ତି ll
ତୁଳସୀ ଧାତ୍ରୀ ମହିମା ଯେ କେହି ଶୁଣଇ l
ସକଳ ପାତକ ନାଶି ବୈକୁଣ୍ଠେ ବସଇ ll
ଅଁଳା ପୂଜନ ବୈଜ୍ଞାନିକ ଦୃଷ୍ଟି କୋଣରୁ ବିଚାର କଲେ ଜଣା ଯାଏ ଯେ ଏହା ପ୍ରକୃତ ପକ୍ଷେ ଧର୍ମ ନାମରେ ପ୍ରକୃତି ପୂଜା l ପୂଜାହେଉଛି ଉପକାରର ସ୍ମୃତିଗାନକରି ତା'ର ମହତ୍ୱ ପ୍ରତିପାଦନ କରିବା l ଅଁଳାର ଔଷଧିୟ ଗୁଣ ସର୍ବ ଜନ ବିଦିତ l ଆମର ଆୟୁର୍ବେଦ ମତରେ ଅଁଳା ପୃଥିବୀର ଏକ ଶ୍ରେଷ୍ଠ ମହୋଷଧି l ଏହା ଅକାଳ ବାର୍ଦ୍ଧକ୍ୟ ଦୂର କରେ l ଏହାର ଅମ୍ଳରସ ବାୟୁ ,ମଧୁର ରସ ପିତ୍ତ, କଷା ରସ କଫ ନାଶ କରିଥାଏ l ଆୟୁର୍ବେଦ ମତରେ ଶରୀରର ସମସ୍ତ ବ୍ୟାଧିର କାରଣ ବାତ ,ପିତ୍ତ ଓ କଫ l ଏହାର ଅସନ୍ତୁଳନରେ ଶରୀରରେ ବିଭିନ୍ନ ରୋଗ ଉପୁଜି ଥାଏ l ଏହାର ସନ୍ତୁଳନପାଇଁ ଅଁଳା ଏକ ଅମୋଘ ଔଷଧରୂପେ ବ୍ୟବହାର କରାଯାଇ ଥାଏ l ହରିଡ଼ା, ବାହାଡା ଏବଂ ଅଁଳାରୁ ପ୍ରସ୍ତୁତ ତ୍ରି ଫଳା ଏକ ବହୁ ଗୁଣ ବହନ କରୁଥିବା ଔଷଧ l ଅଁଳା ରସରେ ପ୍ରଚୁର ମାତ୍ରାରେ ଖାଦ୍ୟସାର ଭରି ରହିଛି l ପୁରାଣରେ ବର୍ଣ୍ଣିତ ଅଛି ମହର୍ଷି ଚ୍ୟବନ ଅଁଳାପ୍ରସ୍ତୁତ ଚ୍ୟବନପ୍ରାସ ସେବନକରି ବାର୍ଦ୍ଧକ୍ୟରୁ ଯୌବନ ପ୍ରାପ୍ତ ହୋଇଥିଲେ l ଅଁଳାପୂଜନ ଉଭୟ ବିଜ୍ଞାନ ଓ ଧାର୍ମିକ ଦୃଷ୍ଟିକୋଣରୁ ଯଥାର୍ଥ ବୋଲି ପ୍ରତିପାଦିତ ହୋଇଛି l
ଅଁଳାର ବହୁବିଧ ଉପକାରୀ ଗୁଣର ପ୍ରଚାର ପାଇଁ ସମ୍ଭବତଃ ଆମର ପୂର୍ବସୁରୀମାନେ ଏହି ଧର୍ମୀୟ ପର୍ବ ଅଁଳା ନବମୀ ବା ଧାତ୍ରୀ ନବମୀର ସୃଷ୍ଟି କରି ଛନ୍ତି l ଅଁଳା ନବମୀ ସୃଷ୍ଟି ପଛରେ ମଧ୍ୟ ଗୋଟିଏ ସୁନ୍ଦର କିମ୍ବଦନ୍ତୀ ରହିଛି l କିମ୍ବଦନ୍ତିଟି ହେଉଛି :-
ଏକଦା କାଶୀ ନଗରୀରେ ଗୋଟିଏ ନିଃସନ୍ତାନ ଧର୍ମାତ୍ମା ବୈଶ୍ୟ ଦମ୍ପତି ରହୁ ଥିଲେ l ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି କାଳ ଭୈରବଙ୍କୁ ସେ ଏକ ବାଳକ ବଳି ଦେବେ ତେବେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହେବ l ଏହି କଥା ବୈଶ୍ୟଙ୍କୁ ପତ୍ନୀ କହିବାରୁ ସେ ଏଭଳି କ୍ରୁର ପାପକର୍ମ କରିବା ପାଇଁ ମନା କରିଦେଲେ l କିନ୍ତୁ ବୈଶ୍ୟପତ୍ନୀ ପୁତ୍ର ଲାଭ ଆଶାରେ ଏହା କରିବା ପାଇଁ ଚାହୁଁଥିଲେ l ଦିନେ ସେ ଜଣେ ବାଳିକାକୁ ଭୈରବଙ୍କ ନାମରେ ବଳି ଚଢାଇ ଏକ କୂପରେ ଫିଙ୍ଗି ଦେଲେ l ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ବୈଶ୍ୟ ପତ୍ନୀଙ୍କ ଦେହ ଭୀଷଣ ଭାବରେ ଅସୁସ୍ଥ ହୋଇ ପଡିଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କରିବାକୁ ଲାଗିଲା l ପରେ ବୈଶ୍ୟ ପତ୍ନୀଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ଅବଗତ ହେଲେ l ବୈଶ୍ୟ ତାଙ୍କୁ ତିରସ୍କାର କରି କହିଲେ,ଗୋ,ବ୍ରାହ୍ମଣ ଏବଂ ବାଳ ବଧ କରିଥିବା ବ୍ୟକ୍ତି ନିମନ୍ତେ ସଂସାରରେ କେଉଁଠି ସ୍ଥାନ ନାହିଁ l ଗଙ୍ଗାସ୍ନାନ,ବିଭୁ ଚିନ୍ତନ ଓ ଭଜନ ଦ୍ୱାରା ତାଙ୍କର ଏହି ଘୋର ପାପର ପ୍ରାୟଶ୍ଚିତ ହୋଇ ପାରିବ l ବୈଶ୍ୟ ପତ୍ନୀ ପଶ୍ଚାତାପ କରି ପାପ ଧୌତ ପାଇଁ ଗଙ୍ଗାକୁ ସ୍ନାନ ପାଇଁ ଗଲେ l ସ୍ନାନକାଳରେ ଗଙ୍ଗା ଦେବୀଙ୍କୁ ଆକୁଳ ପ୍ରାର୍ଥନା କରୁଥିଲାବେଳେ ଗଙ୍ଗା ମାତା ଆବିର୍ଭାବ ହୋଇ ତାଙ୍କୁ ଏ ପାପର ଖଣ୍ଡନ ପାଇଁ କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ନିମନ୍ତେ କହିଲେ l ଗଙ୍ଗା ମାତାଙ୍କ କହିବା ଅନୁଯାୟୀ ସେ ଅଁଳା ଗଛର ପୂଜା କରି ଅଁଳା ସେବନ କରିବାରୁ ତାଙ୍କ ଶରୀର ରୋଗ ମୁକ୍ତ ହେଲା l ଏହି ପୂଜା କରିବାର କିଛିଦିନ ପରେ ତାଙ୍କୁ ଏକ ପୁତ୍ରପ୍ରାପ୍ତି ମଧ୍ୟ ହୋଇଥିଲା l ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ସେହିଦିନ ଠାରୁ ଚଳି ଆସୁଛି ବୋଲି ବିଶ୍ୱାସ କରାଯାଏ l
ଅଁଳା ନବମୀ ଦିନ ଆମ ଓଡ଼ିଶାର ଏକ ବିଶିଷ୍ଟ ପର୍ବ ମା'ରାସେଶ୍ୱରୀ ରାଧାରାଣୀଙ୍କ ପାଦ ଦର୍ଶନ l ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ l ସତ୍ୟବାଦୀର ବକୁଳବନ ସାକ୍ଷୀଗୋପାଳରେ ପ୍ରତିଷ୍ଠିତ ଭଗବାନ ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ଓ ରାଧାରାଣୀଙ୍କ କମନୀୟ ମୂର୍ତ୍ତି ବିଷୟରେ ସୁନ୍ଦର ଐତିହାସିକ କାହାଣୀ ରହିଛି l
ବହୁ ଦିନ ତଳେ ରାଜା ଉନମାଧବ ଯମୁନା ନଦୀ କୂଳରୁ ଶ୍ରୀକୃଷ୍ଣଙ୍କ ମଣିବିଗ୍ରହ ଆଣି ବୃନ୍ଦାବନରେ ଅଧିଷ୍ଠିତ କରାଇଥିଲେ l ପରବର୍ତ୍ତୀ କାଳରେ ଏହି ମଣିବିଗ୍ରହଙ୍କୁ ବୃନ୍ଦାବନରୁ କାଞ୍ଚିର ଜଣେ ଶ୍ରୀବତ୍ସ ବ୍ରାହ୍ମଣ ସାକ୍ଷୀ ଦେବା ନିମନ୍ତେ କାଞ୍ଚି ନେଇ ଯାଇ ଥିଲେ l ସାକ୍ଷୀ ଦେବାପାଇଁ ଆସି ପ୍ରଭୁ ଗୋପାଳ କାଞ୍ଚିରେ ରହି ଆଉ ବୃନ୍ଦାବନ ଫେରି ନଥିଲେ ଓ କାଞ୍ଚିରେ ରହି ସାକ୍ଷୀଗୋପାଳ ନାମରେ ପୂଜିତ ହେଲେ l କାଞ୍ଚି କାବେରୀ ଯୁଦ୍ଧରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହାୟତାରେ ଉତ୍କଳ ଗଜପତି ଶ୍ରୀ ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରି ପ୍ରଭୁ ଶ୍ରୀ ସାକ୍ଷୀଗୋପାଳ,ମାଆ ତାରିଣୀ,କାଞ୍ଚି ଗଣେଶଙ୍କୁ ଉତ୍କଳ ନେଇ ଆସିଥିଲେ l ପରବର୍ତ୍ତୀ ସମୟରେ ମାଆ ତାରିଣୀଙ୍କୁ କାଞ୍ଚି ଯୁଦ୍ଧରେ ସହାୟତା କରି ଥିବା କେନ୍ଦୁଝର ରାଜା ଗୋବିନ୍ଦଭଞ୍ଜ ନେଇ ତାଙ୍କ ରାଜ୍ୟର ଘଟଗାଆଁ ଠାରେ ସ୍ଥାପନ କରି ଥିଲେ l ଗଣେଶ ଶ୍ରୀମନ୍ଦିର ପରିସରରେ ଶ୍ରୀମନ୍ଦିର ପଛ ପଟେ ଏକ ଛୋଟ ମନ୍ଦିର ମଧ୍ୟରେ କାଞ୍ଚି ଗଣେଶ ନାମରେ ଅବସ୍ଥାପିତ ହୋଇଛନ୍ତି l ମହାପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କୁ ପ୍ରଥମେ କଟକର ବାରବାଟୀ ଦୁର୍ଗରେ ସ୍ଥାପନ କରା ଯାଇଥିଲା l ବାରବାଟିରୁ ଖୋର୍ଦ୍ଧା ରଥିପୁରଗଡ଼ ଓ ତା ପରେ କନ୍ତଳବାଇକୁ ସ୍ଥାନାନ୍ତରିତ ହୋଇଥିଲେ lଶେଷରେ ମହାପ୍ରଭୁଙ୍କ ମଣି ବିଗ୍ରହ ପୁରୀ ଶ୍ରୀ ମନ୍ଦିରର ଭୋଗ ମଣ୍ଡପ ନିକଟରେ ସ୍ଥାପିତ ହେଲା l ଶ୍ରୀ ସାକ୍ଷୀଗୋପାଳ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିଷ୍ଠିତ ହେବାର ଅଳ୍ପ ଦିନ ପରେ ରାଜା ରାମଚନ୍ଦ୍ରଦେବଙ୍କୁ ମହାପ୍ରଭୁଙ୍କ ସ୍ୱପ୍ନ ହେଲା,'ସାକ୍ଷୀଗୋପାଳ ଭୋଗ ବୁହା ବାଟ ପାଖରେ ବସି ଆମର ପିଠା ଆଦି ସମସ୍ତ ମିଷ୍ଟାନ୍ନ ପଦାର୍ଥ ଗୁଡ଼ିକୁ ଆଗରୁ ଉଚ୍ଛିଷ୍ଟ କରି ଦେଉଛନ୍ତି , ଆମେ ଉପବାସ ରହୁଛୁ' l ଚମକି ପଡ଼ି ରାଜାଙ୍କ ନିଦ ତତକ୍ଷଣାତ ଭାଙ୍ଗିଗଲା l ରାଜା ଭାରି ବ୍ୟସ୍ତ ବିବ୍ରତ ଅବସ୍ଥାରେ ଅଛନ୍ତି ଏହି ସମୟରେ ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀ ଗଜପତିଙ୍କ ପାଖକୁ ଯାଇ କହିଲେ ହେ ରାଜନ!ପୁରୀରୁ ୧୫ ମାଇଲ ଦୂର ବ୍ରାହ୍ମଣ ଶାସନର କେନ୍ଦ୍ରସ୍ଥଳ ପୁଣ୍ୟ ତୋୟା ରତ୍ନଚିରା ନଦୀ ତୀରରେ ବକୁଳ,ତମାଳ ଛୁରିଅନା,କେତକୀ ଓ ନାରିକେଳ ବୃକ୍ଷ ଶୋଭିତ ମନୋରମ ବନରେ ମହାପ୍ରଭୁ ସାକ୍ଷୀଗୋପାଳଙ୍କୁ ସ୍ଥାପନ କର,ସେଠାରେ ତାଙ୍କର ରହିବାକୁ ଭାରି ଇଚ୍ଛା l ଏହି ଧାମ ବୃନ୍ଦାବନ ଧାମ ସଦୃଶ l ରାଜା ଗଜପତି ରାମଚନ୍ଦ୍ର ଦେବ ବାବା ବ୍ରହ୍ମଚାରୀଙ୍କର ଏହି ପରାମର୍ଶକୁ ସ୍ୱୟଂ ସାକ୍ଷୀଗୋପାଳଙ୍କ ଇଚ୍ଛା ଭାବି ଏହି ପ୍ରାକୃତିକ ବନରେ ସିଦ୍ଧ ବଳରାମଙ୍କ ନିକଟରେ ଏକ ମନ୍ଦିର ନିର୍ମାଣ କରି ପ୍ରଭୁ ସାକ୍ଷୀ ଗୋପାଳଙ୍କୁ ସ୍ଥାପନ କଲେ l ଏହି ପୀଠକୁ ଗୁପ୍ତ ବୃନ୍ଦାବନ ବୋଲି ଅଭିହିତ କରାଯାଏ l ଏବେକାର ସାକ୍ଷୀ ଗୋପାଳ ମନ୍ଦିର 1865 ରେ ନିର୍ମାଣ କରା ଯାଇଛି l ଶ୍ରୀକୃଷ୍ଣ ସାକ୍ଷୀଗୋପାଳ ରୂପେ ରହିଲେ ସାକ୍ଷୀଗୋପାଳରେ, ରାଧାରାଣୀ ରହିଲେ ବୃନ୍ଦାବନରେ l ତାଙ୍କର ପରସ୍ପର ସହିତ ମିଳନ ନ ହେବାରୁ ଉଭୟେ ବ୍ୟାକୁଳ ହେଲେ l ସମୟ କ୍ରମେ ଶ୍ରୀରାଧା ସାକ୍ଷୀଗୋପାଳଙ୍କ ବଡ଼ ପଣ୍ଡା ବେଲେଶ୍ୱର ମହାପାତ୍ରଙ୍କ ଘରେ ତାଙ୍କର ଝିଅ ଲକ୍ଷ୍ମୀ ରୂପରେ ଜନ୍ମ ନେଲେ l ସାକ୍ଷୀଗୋପାଳ ପ୍ରତିଦିନ ରାତ୍ରିର ତୃତୀୟ ପ୍ରହର ବେଳେ ମନ୍ଦିର ଛାଡ଼ି ଆସି ଲକ୍ଷ୍ମୀ ସହିତ ମିଳିତ ହୁଅନ୍ତି l ଗୁପ୍ତବୃନ୍ଦାବନ ବକୁଳ ବନରେ ଲକ୍ଷ୍ମୀସହ କେଳି କରନ୍ତି l ଅଧିକାଂଶ ସମୟରେ ମହାପ୍ରଭୁଙ୍କ ବଂଶୀ,ରାତ୍ରର ପିନ୍ଧା ବସନ, ଚୂଳ ଆଦି ଲକ୍ଷ୍ମୀଙ୍କ ଶୟନକକ୍ଷରୁ ମିଳିଲା l ରାଜା ବଡ଼ପଣ୍ଡାଙ୍କୁ ଚୋର ସାବ୍ୟସ୍ତ କରି ନାନା ପ୍ରକାର ନିର୍ଯ୍ୟାତନା ଦେଲେ l ବେଲେଶ୍ୱର ମହାପାତ୍ରେ ନିରୁପାୟ ହୋଇ ପ୍ରଭୁ ସାକ୍ଷୀଗୋପାଳଙ୍କ ଶରଣ ପଶିଲେ l ଭକ୍ତବତ୍ସଳ ଭଗବାନ ପ୍ରଭୁ ସାକ୍ଷୀଗୋପାଳ ରାଜାଙ୍କୁ ସ୍ୱପ୍ନରେ ନିର୍ଦ୍ଧେଶ ଦେଲେ,ହେ ରାଜା ! ବଡ଼ପଣ୍ଡା ନିର୍ଦୋଷ, ମୋର ପ୍ରାଣପ୍ରିୟା ରାଧା ତାଙ୍କ ଘରେ ଲକ୍ଷ୍ମୀ ରୂପେ ଜନ୍ମଲାଭ କରିଛି l ଯଥାଶୀଘ୍ର ଲକ୍ଷ୍ମୀଙ୍କ ପରି ଏକ ସୁବର୍ଣ୍ଣର ପ୍ରତିମା ନିର୍ମାଣ କରାଇ ମୋ ନିକଟରେ ପ୍ରତିଷ୍ଠା କରାଅ l ମହାପ୍ରଭୁଙ୍କ ସ୍ୱପ୍ନାଦେଶ ପାଇ ଗଜପତି,ଗଡ଼ଜାତ ରଣପୁର ଅଞ୍ଚଳରୁ କେତେକ କୁଶଳୀ କାରିଗର ଅଣାଇ ଲକ୍ଷ୍ମୀଙ୍କ ପରି ଗୋଟିଏ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରାଇଲେ l ମୂର୍ତ୍ତିଟି ନିର୍ମାଣ ଆରମ୍ଭ ଦିନରୁ ଲକ୍ଷ୍ମୀ ଶଯ୍ୟାଶାୟୀ ହେଲା l ସେହି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠାଦିନ ଲକ୍ଷ୍ମୀ ଇହଲୀଳା ସାଙ୍ଗ କରିଥିଲେ l ସେହି ଦିନଥିଲା ଅଁଳା ନବମୀ l ପ୍ରଭୁ ସାକ୍ଷୀଗୋପାଳଙ୍କ ଇଚ୍ଛାନୁଯାୟୀ ତାଙ୍କ ପ୍ରାଣପ୍ରିୟା ଲକ୍ଷ୍ମୀଙ୍କ ମର ଶରୀରକୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ସଂସ୍କାର କରା ଯାଇଥିଲା l ଏ କଥାକୁ ସ୍ମରଣ ରଖିବା ପାଇଁ ପରବର୍ତ୍ତୀ କାଳରେ ଲକ୍ଷ୍ମୀଙ୍କ ସମାଧି ସ୍ଥଳରେ ଏକ ମହାବୀର ମନ୍ଦିର ପ୍ରତିଷ୍ଠା କରା ହୋଇଥିଲା l ଲକ୍ଷ୍ମୀଙ୍କୁ ରାଧିକା ରୂପେ ପାଇ ଶ୍ରୀ ସାକ୍ଷୀଗୋପାଳଙ୍କ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେଲା l ଠାକୁର ପଶ୍ଚିମାଞ୍ଚଳ ବାସୀ ହୋଇ ଥିବାରୁ ଅନ୍ନପ୍ରସାଦ ପରିବର୍ତ୍ତେ ତାଙ୍କ ନିକଟରେ ଗହମ ଜାତ ସାମଗ୍ରୀମାନ ଭୋଗ ଲାଗି ହେଲା l ପଶ୍ଚିମାଞ୍ଚଳ ମହିଳାଙ୍କ ପରି ରାଧାରାଣୀଙ୍କ ପିନ୍ଧା ଶାଢ଼ୀ ଦ୍ୱାରା ତାଙ୍କର ପାଦ ବର୍ଷସାରା ଘୋଡ଼ାଇ ହୋଇ ରହିଲା l ଏମିତି କିଛି ଦିନ ବିତିବା ପରେ ଏକଦା କିଛି ସେବକ ବସି ବିଚାର କଲେ ମାଆ ଶ୍ରୀରାଧା,ମାନବୀ ପ୍ରିୟା ଲକ୍ଷ୍ମୀରୂପେ ଓଡ଼ିଶାରେ ଆସି ସତ୍ୟବାଦୀରେ ରହିଲେ କିନ୍ତୁ ଦିନେହେଲେ ତ ଓଡ଼ିଆଣୀ ବେଶ ହେଲେ ନାହିଁ ? ଶେଷରେ ସ୍ଥିର ହେଲା ରାଧାରୂପେ ପୂଜା ପାଉଥିବା ମାନବୀ ପ୍ରିୟା ଲକ୍ଷ୍ମୀଙ୍କ ଜନ୍ମ ଦିନ, କେତେକଙ୍କ ମତରେ ତିରୋଧାନ ଦିବସ,କାର୍ତ୍ତିକ ଶୁକ୍ଳନବମୀ ତିଥିରେ ଓଡ଼ିଆଣୀ ବେଶ ଅନୁଷ୍ଠିତ ହେବ l ପୁନଶ୍ଚ ଏହି ତିଥିରେ କୃଷ୍ଣ ରାଧାଙ୍କ ପାଦରେ ଅଳତା ଲଗାଇ ଥିଲେ ଏବଂ ରାଧା ଏହିଦିନ କୃଷ୍ଣଙ୍କୁ ପାଦ ରେଣୁ ଦେଇ ସୁସ୍ଥ କରାଇ ଥିଲେ l
ଏହା ପରେ ଗୁପ୍ତ ବୃନ୍ଦାବନ ସାକ୍ଷୀଗୋପାଳରେ ବର୍ଷ ସାରା ରାଧା ରାଣୀଙ୍କ ଆବୃତ ପାଦ ଭକ୍ତଙ୍କ ପାଇଁ ଅଁଳାନବମୀ ଦିନ ଉନ୍ମୁକ୍ତ ହେଲା l ମାଆଙ୍କ ପାଦ ଯୁଗଳକୁ ଶ୍ରଦ୍ଧାଳୁମାନେ ଅଁଳା ନବମୀ ଦିନ ଦର୍ଶନ କରିବାର ସୁଯୋଗ ପାଇଲେ l ଓଡ଼ିଆଣୀ ବେଶରେ ମାଆ ରାଧାରାଣୀ କାଣିଆ କଛା ମାରି ଶାଢ଼ୀ ପରିଧାନ କରନ୍ତି l ପ୍ରଭୁ ସାକ୍ଷୀଗୋପାଳଙ୍କୁ ଚନ୍ଦନ ବେଶ କରାଯାଇ ଶିରରେ ସ୍ୱର୍ଣ୍ଣ କିରୀଟ ଓ ମୟୁରପୂଛ,ହସ୍ତରେ ସୁବର୍ଣ୍ଣ ବଂଶୀ ଧାରଣ ପୂର୍ବକ ଅତି ମନୋରମ ନଟବର ବେଶରେ ସଜାଇ ଦିଆ ଯାଏ l ରାଧାରାଣୀଙ୍କୁ ଖଣ୍ଡୁଆ ପାଟବସ୍ତ୍ର,କିରୀଟ, ପାଉଁଜି,ଝୁଣ୍ଟିଆ,କୁଣ୍ଡଳ,ଚାପସରି,ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଆଦି ଲାଗି କରି ମନ ମୁଗ୍ଧକର ଓଡ଼ିଆଣୀ ବେଶରେ ସଜାଇ ଦିଆ ଯାଏ l ରାଧା ରାଣୀଙ୍କ ପାଦ ଦର୍ଶନ କରିବା ସହ ଶ୍ରୀକୃଷ୍ଣଙ୍କ ମନୋହର ନଟବର ବେଶ ଦର୍ଶନକରି ଭକ୍ତମାନେ ଅପୂର୍ବ ଆନନ୍ଦ ଲାଭ କରିଥାନ୍ତି l ଶ୍ରୀକୃଷ୍ଣଙ୍କ ନଟବର ବେଶ ରାଧାରାଣୀଙ୍କର ଅତି ପ୍ରୀୟ l ନଟବର ବେଶରେ ପ୍ରଭୁ ଦ୍ୱାପର ଯୁଗରେ ଗୋପୀ ମାନଙ୍କ ସହ ବୃନ୍ଦାବନରେ ଶରଦ ରାସ ରଚନା କରିଥିଲେ l ଅତି ମନୋରମ ଏ ନଟବର ବେଶ ମହର୍ଷି ବ୍ୟାସଦେବ କୃତ ଶ୍ରୀମଦ ଭାଗବତ ମହା ପୁରାଣରେ ଅତି ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି l
ବର୍ହିପୀଡ଼ଃ ନଟବର ବପୁ
କର୍ଣ୍ଣୟୋ କର୍ଣ୍ଣିକାରଂ l
ବିଭ୍ରଦଵାସଃ କନକକପୀଶଂ
ବୈଜୟନ୍ତୀ ଚ ମାଳାମ୍ l
ରନ୍ଦ୍ରାନ ବେଣୋଧର ସୁଧୟା
ପୁରୟନ ଗୋପ ବୃନ୍ଦେଐ l
ଵୃନ୍ଦାରଣ୍ୟମ୍ ସ୍ୱପଦ ରମଣମ୍
ପ୍ରାବିଶଦ ଗୀତକୀର୍ତ୍ତିହଃ ll
ଉତ୍କଳ ମାଟିର ମହାକବି ଶ୍ରୀଜୟଦେବ ମଧ୍ୟ ଶ୍ରୀ ଗୀତ ଗୋବିନ୍ଦରେ ଏ ବେଶର ବର୍ଣ୍ଣନା କରି ଲେଖିଛନ୍ତି :-
ଚନ୍ଦନ ଚର୍ଚ୍ଚିତ ନୀଳ କଳେବର
ପୀତ ବସନ ବନମାଳୀ l
କେଳି ଚନ୍ଦନ ମଣି କୁଣ୍ଡଳ ମଣ୍ଡିତ
ଗଣ୍ଡଯୁଗ ସ୍ମିତଶାଳୀ ll
କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ ବା ଧାତ୍ରୀ ନବମୀ ତଥା ଶ୍ରୀରାଧାଙ୍କ ପାଦ ଦର୍ଶନ ଯାତ୍ରା ରୂପେ ସୁପରିଚିତ l ସାକ୍ଷୀଗୋପାଳ ମନ୍ଦିରରେ ମହା ଭାବମୟୀ ଗୋପୀ ଶ୍ରେଷ୍ଠା ପ୍ରଭୁ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତି ସ୍ୱରୂପା ମହାପ୍ରଭୁଙ୍କ ଆନନ୍ଦ ସ୍ୱରୂପାଙ୍କ ପାଦ ଦର୍ଶନ ଭକ୍ତ ଗଣଙ୍କୁ ଭାବ ସମୁଦ୍ରରେ ବୁଡା଼ଇଦିଏ lବର୍ଷସାରା ବସ୍ତ୍ର ଘେରରେ ଘୋଡ଼ାଇ ହୋଇ ରହିଥିବା ରାଧାଙ୍କର ପାଦପଦ୍ମ ଯୁଗକୁ ବର୍ଷକେ ଥରେ ନବମୀ ଦିନ ଭକ୍ତ ମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି l ଗୁପ୍ତବୃନ୍ଦାବନ ସାକ୍ଷୀଗୋପାଳର ଏହି ଅଁଳା ନବମୀ, ଶ୍ରୀକ୍ଷେତ୍ର ରଥ ଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା l କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଏ ଯାତ୍ରା ପାଳିତ ହୁଏ l ଆସନ୍ତୁ ଆଜିର ଏହି ପବିତ୍ର ଅଅଁଳା ନବମୀରେ ଭାବମୟୀ ଶ୍ରୀ ରାଧାଙ୍କ ଚରଣ କମଳରେ ପ୍ରଣତି ବାଢ଼ିବା l
ତପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ଵରୀ,
ଵୃଷଭାନୁସୁତେ ଦେଵୀ ପ୍ରଣମାମି ହରି ପ୍ରିୟେ !!!

🔴ଶ୍ରୀରାଧେ 🔴
🟢 🌿ଅଁଳା ନବମୀର ବିଶେଷତ୍ଵ🌿🟢

🌿🌿🌿🌿🌿🌿🌿🌿🌿🌿🌿

ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ ବା ଧାତ୍ରୀ ନବମୀ ଭାବରେ ପାଳନ କରାଯାଇଥାଏ । ଶ୍ରଦ୍ଧାଳୁମାନେ ଆଜି ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରିବା ସହ ଗଛରେ ନିଜ ସ୍ୱାମୀଙ୍କର ଦୀର୍ଘଜୀବନ କାମନା କରିବା ସହ ପରିବାରର ଶୁଭ ମନାସୀ ଶଙ୍ଖା ବାନ୍ଧି ଥାନ୍ତି । ହବିଷ୍ୟାଳିମାନେ ଆଜି ଅଁଳା ଗଛମୂଳେ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ଅଁଳା ନବମୀ ଦିନ ଓଡ଼ିଆଣି ବେଶରେ ଶ୍ରୀରାଧା ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି ।

#ଅଁଳା_ନବମୀ
#ରାଧାପାଦ_ଦର୍ଶନ

ଆଜି ପବିତ୍ର ଅଁଳା ନବମୀ।କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡ଼େ ଅଁଳା ନବମୀ।ଏହି ଦିନ ଅଁଳା ଗଛର ପୂଜା କରାଯାଏ।ଅଁଳା ନବମୀରେ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାଆନ୍ତି।ଆଜି ମଧ୍ୟ ରାଧାପାଦ ଦର୍ଶନ।ସାକ୍ଷୀଗୋପାଳ ମନ୍ଦିରରେ ଏହି ଅବସରରେ ଆୟୋଜିତ ହୋଇଥାଏ ଯାତ୍ରା।ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ରାଧାଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି।

🟣🌿 #ପୂଜା_ବିଧି :

ମହିଳାମାନେ ସ୍ନାନ କରି ଅଁଳା ଗଛ ତଳେ ସଫାସଫି କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବା ପରେ ଗଛ ମୂଳେ କଞ୍ଚା କ୍ଷୀର ଢାଳି ପୂଜା କରନ୍ତି।ଏହା ପରେ ଏକ ନାଲି ସୁତା ଧରି ଅଁଳା ଗଛର ଚାରିପାଖେ ୮ଥର ପରିକ୍ରମା କରିବା ସହ ସେହି ସୁତାକୁ ଅଁଳା ଗଛରେ ଗୁଡ଼ାଇ ଦିଅନ୍ତି।କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି।ଗଛ ତଳେ ପୂଜାର୍ଚ୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି |

🟣 #ଅଁଳା_ନବମୀର_କିମ୍ବଦନ୍ତୀ:-

ଏକଦା କାଶୀନଗରରେ ଜଣେ ନିଃସନ୍ତାନ ବୈଶ୍ୟ ଧର୍ମାତ୍ମା ରହୁଥିଲେ।ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି ଭୈରବଙ୍କୁ ସେ ଏକ ବାଳକର ବଳି ଦେବେ ତାହେଲେ ତାଙ୍କର ପୁତ୍ର ସନ୍ତାନ ପ୍ରାପ୍ତି ହେବ।ଏହି କଥା ବୈଶ୍ୟଙ୍କୁ ଜଣାପଡିବା ପରେ ସେ ମନା କରିଦେଇଥିଲେ।କିନ୍ତୁ ବୈଶ୍ୟଙ୍କ ପତ୍ନୀ ପୁତ୍ର ପାଇବା ଆଶାରେ ସେପରି ଚାହୁଁଥିଲେ ଏବଂ ଦିନେ ଜଣେ କନ୍ୟାଙ୍କୁ କୂଅରେ ଧକ୍କା ଦେଇ ଭୈରବଙ୍କ ନାଁ’ ରେ ବଳି ଦେଇଦେଲେ।ତେବେ ହତ୍ୟା ପରେ ବୈଶ୍ୟଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଗଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କଲା।ବୈଶ୍ୟ ପଚାରିବାରୁ ପତ୍ନୀ ସମସ୍ତ ଘଟଣା ବିଷୟରେ ତାଙ୍କୁ କହିଥିଲେ।ସମସ୍ତ ଘଟଣା ଶୁଣି ବୈଶ୍ୟ କହିଲେ, ଗୋବଧ, ବ୍ରାହ୍ମଣ ବଧ ତଥା ନାବାଳକ ବଧ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂସାରରେ କେଉଁଠି ବି ସ୍ଥାନ ନାହିଁ।ଗଙ୍ଗାରେ ଯାଇ ସ୍ନାନ କରି ଭଗବାନଙ୍କ ଭଜନ କରିବା ଦ୍ୱାରା ତାଙ୍କର ପାପର ପ୍ରାୟଶ୍ଚିତ ହେବ ବୋଲି ସେ ପତ୍ନୀଙ୍କୁ କହିଥିଲେ।ବୈଶ୍ୟଙ୍କ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗା ଗଲେ।ଗଙ୍ଗା ମା’ ତାଙ୍କୁ କାର୍ତ୍ତିକ ଶୁକ୍ଳ ପକ୍ଷ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ପାଇଁ କହିଥିଲେ।ଗଙ୍ଗା ମା’ଙ୍କ କହିବାନୁଯାୟୀ ବୈଶ୍ୟଙ୍କ ପତ୍ନୀ ଅଁଳା ଗଛର ପୂଜା କରି ଅଁଳା ସେବନ କରିବା ଦ୍ୱାରା ତାଙ୍କ ଶରୀର ରୋଗମୁକ୍ତ ହୋଇଥିଲା।ଏହି ପୂଜା କରିବା ଦ୍ୱାରା କିଛି ଦିନ ପରେ ତାଙ୍କର ପୁତ୍ର ମଧ୍ୟ ଜନ୍ମ ହୋଇଥିଲା।ସେହିଦିନ ଠାରୁ ହିନ୍ଦୁ ପରମ୍ପରାରେ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ଚାଲିଆସିଛି ବୋଲି ବିଶ୍ୱାସ ରହିଛି।

🟣 #ଅଁଳାର_ଉତ୍ପତ୍ତି :-

ଯେତେବେଳେ ସମଗ୍ର ବିଶ୍ୱ ଜଳମଗ୍ନ ଥିଲା, ସେତେବେଳେ ସ୍ୱୟଂ ବ୍ରହ୍ମ ପଦ୍ମ ଫୁଲରେ ବସି ପରଂବ୍ରହ୍ମାଙ୍କୁ ତପସ୍ୟା କରୁଥିଲେ।ସେ ନିଜ ତପସ୍ୟାରେ ମଗ୍ନ ଥିଲେ।ତପସ୍ୟା କରି କରି ତାଙ୍କ ଆଖିରୁ ଲୁହ ଗଡି ଯାଇଥିଲା।ଏବଂ ସେହି ଲୁହରୁ ଅଁଳା ଗଛର ଉତ୍ପତ୍ତି ହୋଇଥିଲା ବୋଲି ବିଶ୍ୱାସ ରହିଛି।

🟣 #ରାଧା_ପାଦଦର୍ଶନ:-

ଅଁଳା ନବମୀ ଦିନ ହୋଇଥାଏ ଶ୍ରୀରାଧା ପାଦଦର୍ଶନ।ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଏହି ଅବସରରେ ଆୟୋଜିତ ହୋଇଥାଏ ଯାତ୍ରା।ବର୍ଷସାରା ଲୁଗା ଘେରରେ ଘୋଡ଼ାଇ ହୋଇ ରହୁଥିବା ଶ୍ରୀରାଧାଙ୍କର ପାଦପଦ୍ମ ଦ୍ୱୟକୁ ବର୍ଷକେ ଥରେ ନବମୀ ଦିନ ଭକ୍ତମାନେ ଦର୍ଶନ କରି ଆଶିଷ ଲାଭ କରନ୍ତି।ଏହା ରାଧାପାଦ ଦର୍ଶନ ନାମରେ ବିଦିତ।ସାକ୍ଷୀଗୋପାଳର ଏହି ଯାତ୍ରା ପୁରୀ ରଥଯାତ୍ରା ପରେ ଦ୍ୱିତୀୟ ବଡ଼ ଯାତ୍ରା।କାର୍ତ୍ତିକମାସ ଶୁକ୍ଳପକ୍ଷ ଏକାଦଶୀ ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୁଏ।

🌿🌿🌿🌿🌿🌿🌿🌿🌿🌿🌿🌿🌿
✡️☘️✡️ *ପବିତ୍ର ଅଁଳା ନବମୀ;* ✡️☘️✡️
ଆଜି ପବିତ୍ର ଅଁଳା ନବମୀ | କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡେ ଅଁଳା ନବମୀ | ଏହି ଦିନ ଅଁଳା ଗଛର ପୂଜା କରାଯାଏ | ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି | ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି |

ଆସନ୍ତୁ ଜାଣିବା ଆଜିର ପୂଜା ବିଧି :
୧. ମହିଳାମାନେ ସ୍ନାନ କରି ଅଁଳା ଗଛ ତଳେ ସଫାସଫି କରି ଅଁଳା ଗଛ ମୂଳରେ ଶୁଦ୍ଧ ଜଳ ସମର୍ପଣ କରିବେ | ଏହାପରେ ଗଛ ମୂଳେରେ କଞ୍ଚା କ୍ଷୀର ଢାଳି ପୂଜା କରିବେ |
୨. ଏହା ପରେ ନାଲି ସୁତା ଧରି ୮ଥର ଅଁଳା ଗଛର ପରିକ୍ରମା କରିବେ ଏବଂ ଏହି ସୁତାକୁ ଗଛରେ ଗୁଡ଼େଇବେ | କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି |
୩. ଏହାପରେ ଗଛ ତଳେ ପୂଜାର୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି

ଆସନ୍ତୁ ଜାଣିବା ଅଁଳା ନବମୀର ଉତ୍ପତ୍ତି :
କାଶୀନଗରରେ ଜଣେ ନିଃସନ୍ତାନ ବୈଶ୍ୟ ଧର୍ମାତ୍ମା ରହୁଥିଲେ | ବୈଶ୍ୟଙ୍କ ପତ୍ନୀଙ୍କୁ ତାଙ୍କର ଜଣେ ପଡୋଶୀ କହିଲେ ଯଦି ଭୈରବଙ୍କୁ ସେ ଏକ ବାଳକର ବଳି ଦେବେ ତାହେଲେ ତାଙ୍କର ପୁତ୍ର ପ୍ରାପ୍ତି ହେବ | ଏହି କଥା ବୈଶ୍ୟଙ୍କୁ ଜଣାପଡିବା ପରେ ସେ ମନା କରିଦେଇଥିଲେ | କିନ୍ତୁ ବୈଶ୍ୟଙ୍କ ପତ୍ନୀ ଏହି ମୌକା ଖୋଜୁଥିଲେ |

ଦିନେ ବୈଶ୍ୟଙ୍କ ପତ୍ନୀ ଜଣେ କନ୍ୟାଙ୍କୁ କୂଅରେ ଧକ୍କା ଦେଇ ଭୈରବଙ୍କ ନାଁରେ ବଳି ଦେଇଦେଲେ | ତେବେ ଏହି ହତ୍ୟାର ପରିଣାମ ଓଲଟା ହୋଇଥିଲା | ହତ୍ୟା ଯୋଗୁଁ ବୈଶ୍ୟଙ୍କ ପତ୍ନୀଙ୍କ ଦେହ ଖରାପ ହୋଇଗଲା ଏବଂ ସେହି କନ୍ୟାର ଆତ୍ମା ତାଙ୍କୁ ସବୁବେଳେ ହଇରାଣ କଲା | ବୈଶ୍ୟ ପଚାରିବାରୁ ପତ୍ନୀ ସମସ୍ତ ଘଟଣା ବିଷୟରେ ତାଙ୍କୁ କହିଥିଲେ | ସମସ୍ତ ଘଟଣା ଶୁଣି ବୈଶ୍ୟ କହିଲେ, ଗୋବଧ, ବ୍ରାହ୍ମଣ ବଧ ତଥା ନାବାଳକ ବଧ କରିଥିବା ବ୍ୟକ୍ତିଙ୍କ ପାଇଁ ଏହି ସଂସାରରେ କେଉଁଠି ବି ସ୍ଥାନ ନାହିଁ | ଗଙ୍ଗାରେ ଯାଇ ସ୍ନାନ କରି ଭଗବାନଙ୍କ ଭଜନ କରିବା ଦ୍ୱାରା ତାଙ୍କର ପାପର ପ୍ରାୟଶ୍ଚିତ ହେବ ବୋଲି ସେ ପତ୍ନୀଙ୍କୁ କହିଥିଲେ | ତେବେ ବୈଶ୍ୟଙ୍କ ପତ୍ନୀ ପଶ୍ଚାତାପ କରି ପାପ ଧୋଇବା ପାଇଁ ଗଙ୍ଗା ଗଲେ | ଗଙ୍ଗା ମା ତାଙ୍କୁ କାର୍ତ୍ତିକ ଶୁକ୍ଳ ପକ୍ଷ ତିଥିରେ ଅଁଳା ଗଛର ପୂଜା କରିବା ସହ ଅଁଳା ସେବନ କରିବା ପାଇଁ କହିଥିଲେ | ଗଙ୍ଗା ମାଙ୍କ କହିବାନୁଯାୟୀ ବୈଶ୍ୟଙ୍କ ପତ୍ନୀ ଅଁଳା ଗଛର ପୂଜା କରି ଅଁଳା ସେବନ କରିବା ଦ୍ୱାରା ତାଙ୍କ ଶରୀର ରୋଗମୁକ୍ତ ହୋଇଥିଲା | ଏହି ପୂଜା କରିବା ଦ୍ୱାରା କିଛି ଦିନ ପରେ ତାଙ୍କର ପୁତ୍ର ମଧ୍ୟ ଜନ୍ମ ହୋଇଥିଲା | ସେହିଦିନ ଠାରୁ ହିନ୍ଦୁ ପରମ୍ପରାରେ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ବିଧି ଚାଲିଆସିଛି ।

31/10/2025
Jay Shree Sai 🙏Jay Shree Gurudev 🙏Shree Saibaba at His Prati Dwarkamai Abode, Naraj Road, Cuttack 🙏🌹🙏🌹🙏🌹🙏🌹🙏  Nirmalya   ...
28/10/2025

Jay Shree Sai 🙏
Jay Shree Gurudev 🙏
Shree Saibaba at His Prati Dwarkamai Abode, Naraj Road, Cuttack
🙏🌹🙏🌹🙏🌹🙏🌹🙏
Nirmalya
Sai Servants Society Trust

28/10/2025
28/10/2025

ଶ୍ରୀସାଇ ସତ୍ ଚରିତ
ଅଷ୍ଟାବିଂଶ (୨୮) ଅଧ୍ୟାୟ
ଦ୍ଵିତୀୟ ଭାଗ

Shree Sai Satcharita
Chapter 28
Part - 2

27/10/2025

ଶ୍ରୀସାଇ ସତ୍ ଚରିତ
ଅଷ୍ଟାବିଂଶ (୨୮) ଅଧ୍ୟାୟ
ପ୍ରଥମ ଭାଗ

Shree Sai Satcharit
Chapter 28
Part - 1

26/10/2025

ଶ୍ରୀସାଇ ସତ୍ ଚରିତ
ସପ୍ତବିଂଶ (୨୭) ଅଧ୍ୟାୟ
ତୃତୀୟ ଭାଗ

Shree Sai Satcharit
Chapter 27
Part - 03

Today's Evening/Dhoop Arati Darshan of Shree Sai Baba at Shree Sai Baba's Prati Dwarkamai Temple, Naraj Road, CuttackSai...
25/10/2025

Today's Evening/Dhoop Arati Darshan of Shree Sai Baba at Shree Sai Baba's Prati Dwarkamai Temple, Naraj Road, Cuttack

Sai Nirmalya & Shirdi Sai Servants Society Trust

Today's Madhyan Arati Darshan of Shree Sai Baba at Shree Sai Baba's Prati Dwarkamai Temple, Naraj Road, CuttackSai Nirma...
25/10/2025

Today's Madhyan Arati Darshan of Shree Sai Baba at Shree Sai Baba's Prati Dwarkamai Temple, Naraj Road, Cuttack

Sai Nirmalya & Shirdi Sai Servants Society Trust

25/10/2025

ଶ୍ରୀସାଇ ସତ୍ ଚରିତ
ସପ୍ତବିଂଶ (୨୭) ଅଧ୍ୟାୟ
ଦ୍ଵିତୀୟ ଭାଗ

Shree Sai Satcharit
Chapter 27
Part - 02

Address

Shri Shirdi Saibaba Temple, Naraj Road

754006

Alerts

Be the first to know and let us send you an email when Sai Nirmalya posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sai Nirmalya:

  • Want your business to be the top-listed Media Company?

Share