13/08/2026
।।ହେ ତ୍ରିରଙ୍ଗା।।
ସ୍ୱାଧୀନତା ପ୍ରାପ୍ତି ପୂର୍ତ୍ତି ଉପଲକ୍ଷେ
ଆନନ୍ଦରେ ଉତ୍ସବକୁ,
ପାଳୁଛି ଭାରତ ତ୍ରିରଙ୍ଗା ଉଡ଼ାଇ
ଅଣାଅଶୀ ବର୍ଷଟିକୁ।।୧।।
ଦେଶର ଗୌରବ ତ୍ରିରଙ୍ଗା ଆମର
ଶୁଣାଏ ଅତୀତ ଗାଥା,
ମନେ ପଡ଼ିଯାଏ ଫିରିଙ୍ଗି ଶାସନ
ଦେଉଥିଲା କେତେ ବ୍ୟଥା।।୨।।
ଅହିଂସା ନୀତିରେ ଜାତିର ଜନକ
ବାପୁ କରିଲେ ସଂଗ୍ରାମ,
କେତେ କେତେ ବୀର ଦେଶଭକ୍ତ ସବୁ
ଯୋଗ ଦେଇ କଲେ ନାମ।।୩।।
କମଳା ଧବଳ ସବୁଜ ରଙ୍ଗରେ
କନାଟିଏ ସିନା ସତ,
ତା' ମଧ୍ୟେ ରହିଛି ଅଶୋକର ଚକ୍ର
ବାର୍ତ୍ତା ଦିଏ କେତେ ତଥ୍ୟ।।୪।।
ଶହୀଦ ହୋଇଲେ ଯେଉଁ ବୀର ଗଣ
ଇତିହାସ ଅଛି ସାକ୍ଷୀ,
କାଳକ ରହିବ ସ୍ୱର୍ଣ୍ଣା କ୍ଷରେ ନାମ
ଯିବେ ନାହିଁବି ଉପେକ୍ଷି।।୫।।
ସ୍ୱାଧୀନ ଭାରତ ମାତାର ଚରଣେ
ପ୍ରଣିପାତ କରି ଆଜି,
ଉଡ଼ାଇ ତ୍ରିରଙ୍ଗା ସଦର୍ପରେ ଆମେ
ପାଳୁଛେ ଉତ୍ସବ -ରାଜି।।୬।
ହେ ତ୍ରିରଙ୍ଗା ତୁମେ ଅଟ ଗଙ୍ଗା ସମ
ନଦୀଟି ପରି ପବିତ୍ର,
ଦର୍ଶନ ମାତ୍ରକେ ପଲକ ପଡେନା
ଖୁସି ହୋଇଯାଏ ନେତ୍ର।।୭।।
ସଲାମ ସଲାମ ସଲାମ ତ୍ରିରଙ୍ଗା,
ଜୟ ହିନ୍ଦ୍। ଜୟ ଭାରତ ମାତା।
।।ସିସାନ ଶର୍ମା
080938 11878 ।।