Dhenkanal Update

  • Home
  • Dhenkanal Update

Dhenkanal Update ଢେଙ୍କାନାଳ ଜିଲ୍ଲାର ପ୍ରଥମ ଡିଜିଟାଲ ମିଡିଆ

ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ,ସଂସ୍କୃତି ମନ୍ତ୍ରଣାଳୟ,ଭାରତ ସରକାରର ଏକକ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର,ଢେଙ୍କାନାଳ ଏବଂ ଜିଲ୍ଲା ଶିକ୍ଷା ...
12/09/2026

ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ,ସଂସ୍କୃତି ମନ୍ତ୍ରଣାଳୟ,ଭାରତ ସରକାରର ଏକକ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର,ଢେଙ୍କାନାଳ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ଢେଙ୍କାନାଳ (ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର)ଙ୍କ ମିଳିତ ଆନୁକୂଳ୍ୟରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ବିଜ୍ଞାନ ସେମିନାର–୨୦୨୬ ଆଜି ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷର ସେମିନାରର ବିଷୟ ଥିଲା “ଭାରତୀୟ ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ”।ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ ଏବଂ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ଉଦ୍‌ଘାଟନୀ ସ୍ୱାଗତ ଭାଷଣରେ ଏମ୍. ଏମ୍. ରାଉତ ୨୦୪୭ ସୁଦ୍ଧା ଭାରତର ଶକ୍ତି ସୁରକ୍ଷା,ଅକ୍ଷୟ ଶକ୍ତିର ବ୍ୟବହାର,ସ୍ଥାୟୀ ବିକାଶ ଏବଂ ବୈଜ୍ଞାନିକ ଚିନ୍ତାଧାରାର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଥିଲେ। ସମସ୍ତ ଅଂଶଗ୍ରହଣ କାରୀ ଛାତ୍ରୀ,ଛାତ୍ର ମାନଙ୍କୁ ସେମିନାର ନିୟମାବଳୀ ସମ୍ପର୍କରେ ଅବଗତ କରାଇଥିଲେ ।

ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ବ୍ଲକ୍ ସ୍ତରରେ ବିଜୟୀ ହୋଇଥିବା ୧୬ ଜଣ ପ୍ରତିଯୋଗୀ ଏହି ସେମିନାରରେ ଅଂଶଗ୍ରହଣ କରି ଉକ୍ତ ବିଷୟ ଉପରେ ପିପିଟି ପ୍ରଦର୍ଶନ ମାଧ୍ୟମରେ ନିଜର ଗବେଷଣାଧର୍ମୀ ଉପସ୍ଥାପନା କରିଥିଲେ।

ବିଚାରକ ଭାବେ ଡା.ଦେବୀ ପ୍ରସାଦ ମିଶ୍ର,ଜିଲ୍ଲା ଏକାଡେମିକ୍ ସଂଯୋଜକ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ,ଢେଙ୍କାନାଳ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କ ଉପସ୍ଥାପନାର ମୂଲ୍ୟାଙ୍କନ କରିଥିଲେ।

ପଞ୍ଚାୟତ ରାଜ ହାଇସ୍କୁଲ,କାନପୁରାର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଅଙ୍କରାନ୍ତିପୁରର ଆରାଧ୍ୟା ନାୟକ ଦ୍ୱିତୀୟ ସ୍ଥାନ ଏବଂ ବେଡ଼ାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟର ଅନୁପ୍ରିୟା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଅପରାହ୍ନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଏମ୍. ଏମ୍. ରାଉତ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ୍ ମିଶ୍ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,କୈଳାଶ ଚନ୍ଦ୍ର ପ୍ରୁଷ୍ଟି ଓ ଅବସରପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ତଥା ରାଜ୍ଯ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ଏକାଡେମିକ୍ ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟରେ ଅଂଶଗ୍ରହଣକାରୀ ପ୍ରତିଯୋଗୀ ମାନଙ୍କୁ ଆଦର୍ଶ ବିଜ୍ଞାନ ସେମିନାର ଉପସ୍ଥାପନ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଜେତାମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିବା ସହ ସମସ୍ତ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ପଞ୍ଚାୟତରାଜ୍ ହାଇସ୍କୁଲ୍,କାନପୁରା,କାମାକ୍ଷାନଗର ନବମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।ଶେଷରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ବିଶ୍ୱଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବାବେଳେ,ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶଙ୍କର ଗୁରୁଙ୍ଗ,ସମସ୍ତ କର୍ମଚାରୀ ବୃନ୍ଦ ଓ ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ସମଗ୍ର କାର୍ଯ୍ୟକ୍ରମକୁ ସଫଳତାର ସହ ସଂଯୋଜନା କରିଥିଲେ।

ଜୋର ଜବରଦସ୍ତ ଚାନ୍ଦା ମାଗି ଗିରଫଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାରର ଜଣେ ବ୍ୟବସାୟୀଙ୍କୁ ଜୋରଜବରଦସ୍ତ ଚାନ୍ଦା ମାଗି ଗିରଫ ହେଲେ ...
12/09/2026

ଜୋର ଜବରଦସ୍ତ ଚାନ୍ଦା ମାଗି ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାରର ଜଣେ ବ୍ୟବସାୟୀଙ୍କୁ ଜୋରଜବରଦସ୍ତ ଚାନ୍ଦା ମାଗି ଗିରଫ ହେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ଶାହାବାନ୍ ନାମକ ଜଣେ ବ୍ୟବସାୟୀଙ୍କୁ କିଛି ଯୁବକ ଚାନ୍ଦା ମାଗିଥିଲେ । ହେଲେ ଗଣେଷ ପୂଜା ପାଇଁ ବଜାରର ଚାନ୍ଦା ନ ଦେବାକୁ ନିୟମ ରହିଥିବା କହି ସିଏ ମନା କରି ଦେଇଥିଲେ । ଶାହାବାନ୍ନ ଙ୍କ ଅଭିଯୋଗ ଅନୁଯାୟୀ, ଯୁବକ ମାନେ ତାଙ୍କୁ ଛକରେ ଅଟକାଇ ଆକ୍ରମଣ କରିଥିଲେ । ଏନେଇ ଟାଉନ ଥାନାରେ ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ ଏହି ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଅନ୍ୟପଟେ ଉକ୍ତ ଘଟଣାରେ ଆଉକିଛି ଯୁବକଙ୍କ ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ । ତେବେ କେହି ଜୋରଜବରଦସ୍ତ ଚାନ୍ଦା ମାଗୁଥିଲେ ପୋଲିସକୁ ଜଣାଇବାକୁ ଅପିଲ କରିଛନ୍ତି ଟାଉନଥାନା ପୋଲିସ ।

ମା' ଲୋ 🙏🌺
11/09/2026

ମା' ଲୋ 🙏🌺

ମା' ଲକ୍ଷ୍ମୀ ନମୋସ୍ତୁତେ 🙏
10/09/2026

ମା' ଲକ୍ଷ୍ମୀ ନମୋସ୍ତୁତେ 🙏

ସ୍କୁଲ ପରେ ବର୍ଷାର ମଜା....
09/09/2026

ସ୍କୁଲ ପରେ ବର୍ଷାର ମଜା....

 #ଧନ୍ୟବାଦ କାମଟି ଅନ୍ୟୁନ୍ୟ ବର୍ଷେ ଭିତରେ ଦବି ନଯାଉ ଆଶା ରଖିଛନ୍ତି ସହରବାସୀ ।
09/09/2026

#ଧନ୍ୟବାଦ

କାମଟି ଅନ୍ୟୁନ୍ୟ ବର୍ଷେ ଭିତରେ ଦବି ନଯାଉ ଆଶା ରଖିଛନ୍ତି ସହରବାସୀ ।

ଜୟ ଶ୍ରୀ ରାଧାକୃଷ୍ଣ 🙏
08/09/2026

ଜୟ ଶ୍ରୀ ରାଧାକୃଷ୍ଣ 🙏

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ସ୍ମୃତିଚାରଣ ଶ୍ରାଦ୍ଧ ଦିବସ ୨୦୨୬ ପାଳିତ  ।
08/09/2026

ଶିକ୍ଷାବିତ୍ ଗଦାଧର ମିଶ୍ର ସ୍ମୃତି ସଂସଦ,ଢେଙ୍କାନାଳ ପକ୍ଷରୁ ସ୍ଵର୍ଗତଃ ମିଶ୍ରଙ୍କ ନିରାଡାମ୍ବର ସ୍ମୃତିଚାରଣ ଶ୍ରାଦ୍ଧ ଦିବସ ୨୦୨୬ ପାଳିତ ।

ଢେଙ୍କାନାଳ ସହର ସାରା ଧାନବିଲ ଖସଖସଖାଲଖମାରେ ଭରପୁର ଢେଙ୍କାନାଳ ସହରର ମୁଖ୍ୟ ରାସ୍ତା, ଢେଙ୍କାନାଳ କଲେଜ ନିକଟ ରାସ୍ତା ଏବଂ ବସଷ୍ଟାଣ୍ଡ ନିକଟର...
08/09/2026

ଢେଙ୍କାନାଳ ସହର ସାରା ଧାନବିଲ ଖସଖସ

ଖାଲଖମାରେ ଭରପୁର ଢେଙ୍କାନାଳ ସହରର ମୁଖ୍ୟ ରାସ୍ତା, ଢେଙ୍କାନାଳ କଲେଜ ନିକଟ ରାସ୍ତା ଏବଂ ବସଷ୍ଟାଣ୍ଡ ନିକଟରେ ବାରମ୍ବାର ଦୁର୍ଘଟଣା ଶିକାର ହେଉଛନ୍ତି ଯାତ୍ରୀ । ସହର ବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଅଚିନ୍ତାରେ ଜନ ପ୍ରତିନିଧି ଏବଂ ନିଘୋଡ଼ ନିଦ୍ରାରେ ପ୍ରଶାସନ । ଧାନ ରୋଇ ପ୍ରତିବାଦ ଜଣାଇଲା ଢେଙ୍କାନାଳ ଆପ୍ ।

ଜୟ ମା' ମଙ୍ଗଳା 🌺
08/09/2026

ଜୟ ମା' ମଙ୍ଗଳା 🌺

Address


Alerts

Be the first to know and let us send you an email when Dhenkanal Update posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Dhenkanal Update:

Shortcuts

  • Want your business to be the top-listed media company?

Share