Khepanastra

Khepanastra news and media service

07/30/2023

ଉତ୍କଳ ସାହିତ୍ୟ ସମାଜର ୧୨୧ ତମ ବାର୍ଷିକ ଉତ୍ସବ ପାଳନ

04/15/2023

ଶ୍ରୀ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ କଟକ ହଜାରୀ ଲେନ ଠାରେ ଅନୁଷ୍ଠିତ ହୋଇଯାଇଛି | ପୂଜା ମଣ୍ଡପରେ ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ ପ୍ରତିବର୍ଷ ମହା ବିଷୁବ ସଂକ୍ରାନ୍ତି ଦିନ ପାଳନ କରାଯାଏ |ସକାଳୁ ସମସ୍ତ ନୀତିକାନ୍ତି ସହ ସନ୍ଧ୍ୟାରେ ଯଜ୍ଞ କରାଯାଇଥିଲା |ରାତିରେ ପ୍ରସାଦ ସେବନ କରାଯାଇଥିଲା ଉକ୍ତ ଉତ୍ସବରେ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଯୋଗଦାନ ଦେଇ ପ୍ରଭୁଙ୍କ ଆଶିଷ ଲାଭ କରିଥିଲେ |୨୬ ନ ସିଏମସି କର୍ପୋରେଟର ବନଲତା ପ୍ରଧାନ, ଜନସନ ମହାପାତ୍ର, ଗିରିବାଳା ବେହେରା, ତୋତୋନା ଭାଇ, ବଜାର ସଭାପତି ସୀତାନାଥ କାନୁନଗୋ,ଅଶୋକ ସିନ୍ହା, ପ୍ରଦୀପ ମହାପାତ୍ର, ଦେବୀ ପ୍ରସନ୍ନ ମହାପାତ୍ର, ପିତାମ୍ବର ଡୋରା, ଲାଲୁ, ମଙ୍ଗୁଆ, ଦିଲୀପ ସାହୁ, ନଖିଆ, ପୁପୁ, ରାଜା,ନନ୍ଦନ କିଶୋର ମହାମାତ୍ର, ବାବୁ, ବାପୁନି, ସିଲୁ, ବାପାନୁ ପ୍ରମୁଖ ସହଯୋଗ କରିଥିଲେ |ଅଭୟ ଡୋରା କର୍ତ୍ତା ହୋଇଥିଲେ |

08/09/2022

ସାରଳା ଦେବୀ ସ୍ମୁତି ସମାରୋହ

05/29/2022

ଓଡିଶା ପ୍ରତିଭା ପୂଜା ୨୨ ତମ ସାରସ୍ୱତ ସମାରୋହ ଅନୁଷ୍ଠିତ

05/29/2022

ଆଜି କଟକ ଚୌଦ୍ୱାରସ୍ଥିତ ମଙ୍ଗଳା ସାହିର ମା'ମଙ୍ଗଳାଙ୍କ ବିଜେପୀଠସ୍ଥଳୀଠାରେ ଚତୁର୍ଦ୍ଦିନ ବ୍ଯାପି ଶ୍ରୀ ଶ୍ରୀ ଚାଟେଶ୍ୱର ରାମଲୀଳା ସମିତି ଆନୁକୂଲ୍ୟରେ ଶ୍ରୀରାମଲୀଳା ପରିବେଷଣ କାର୍ଯ୍ୟକ୍ରମ ର ଅନ୍ତିମ ଦିବସରେ କଟକର ଯୁବନେତା, ସମାଜସେବୀ ତଥା ଓଡିଶା ସଂସ୍କୃତି ର ପ୍ରଚାରକ ଶ୍ରୀ ସନ୍ତୋଷ ମହାନ୍ତି ମୂଖ୍ଯ ଅତିଥି ଭାବେ ଯୋଗଦେଇ ଓଡିଶାର ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଚୌଦ୍ୱାରବାସୀଙ୍କର ଏହି ପ୍ରୟାସ କୁ ଭୂୟସୀ ପ୍ରଶଂସା କରିବା ସହ ଏହି ଅଂଚଳର କୁନିକୁନି ପ୍ରତିଭାମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥୂଲେ। ଏହି କାର୍ଯ୍ୟକ୍ରମ ରେ ସମିତିର ସଭାପତି ଶ୍ରୀ ଜ୍ଯୋତି ରଞ୍ଜନ ପରିଜା ସଭାପତିତ୍ୱ କରିଥିବା ବେଳେ ଅନ୍ଯତମ ଅତିଥି ଭାବେ ଚୌଦ୍ୱାର ନଗର ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମୋନାଲିସା ଦାସ,ସମ୍ପାଦକ ଶ୍ରୀ ଦେବାନନ୍ଦ ବେହେରା, କୋଷାଧ୍ୟକ୍ଷ ଶ୍ରୀ ଟୁକୁନା ପାତ୍ର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ଉପ-ସଭାପତି ଶ୍ରୀ ଚିତ୍ତରଞ୍ଜନ ସାହୁ, ସହ-ସମ୍ପାଦକ ବିଶ୍ବରଞ୍ଜନ ଦଳାଇ, ସଦସ୍ଯ ଶ୍ରୀ ସଞ୍ଜିବ୍ ନାୟକ, ଶ୍ରୀ ହିମାଂଶୁ ବେହେରା, ଶ୍ରୀ ଅଭିଜିତ୍ ସାହୁ, ଶ୍ରୀ କୁନୁ ରାମ ଓ ଶ୍ରୀ ଦୀପକ କୁମାର ବେହେରା ପ୍ରମୁଖ ସହଯୋଗ କରିଥୂଲେ। ଏହି କାର୍ଯ୍ୟକ୍ରମ ରେ ସମିତି ର କଳାକାରମାନଙ୍କ ଦ୍ବାରା "ରାବଣ ବଧ" ଲୀଳା ପରିବେଷଣ କରାଯାଇଥିଲା।ଓଡ଼ିଶା ର ସଂସ୍କୃତି ଓ ସନାତନ ଧର୍ମ ର ପ୍ରଚ଼ାର ଓ ପ୍ରସାର ଦିଗରେ ଚୌଦ୍ୱାରବାସୀଙ୍କର ଏହି ପ୍ରୟାସ କୁ ଓଡିଶା ର ସଂସ୍କୃତିପ୍ରେମୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି।

05/23/2022

ରୌପ୍ୟ ନଗରୀରେ ପ୍ରଭୁ ଶ୍ରୀ ମଦନମୋହନଜୀଉଙ୍କ ଚାପ ଖେଳ।
--------------------
ଅାଜି ପବିତ୍ର ଜ୍ଯେଷ୍ଠାଷ୍ଠମୀ ଇଂରାଜୀ ମଇମାସ ୨୩ ତାରିଖ ସୋମବାର ଦିନ ରୌପ୍ୟ ନଗରୀ କଟକର ରୌପ୍ୟ ବଜାର ଚୌଧୁରୀ ବଜାର ପୁଜାକମିଟି ତରଫରୁ ପ୍ରଭୁ ଶ୍ରୀ ମଦନମୋହନଜୀଉଙ୍କର ପବିତ୍ର ଚାପ ଖେଳ ଚୌଧୁରୀ ବଜାରସ୍ଥିତ ପ୍ରସିଦ୍ଧ ଚନ୍ଦନ ପୁଷ୍କରିଣୀ ଠାରେ ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଆଧ୍ଯାତ୍ମିକ ପରିବେଶକୁ "ଶ୍ରୀକୃଷ୍ଣ ଚୈତନ୍ୟ ଭଜନ ସନ୍ଧ୍ଯା" ଅନୁଷ୍ଠାନ ର କଣ୍ଠଶିଳ୍ପୀ ଶ୍ରୀ ନରେନ୍ଦ୍ର ମୁଦୁଲି ଓ ମୂଖ୍ଯ ଶ୍ରୀ ଚୈତନ୍ୟ ନାୟକଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନ ର କଳାକାରମାନେ ଭଜନ ପରିବେଷଣ କରି ଆହୁରି ଭକ୍ତିମୟ କରିଦେଇଥିଲେ। ଏହି ଆଧ୍ଯାତ୍ମିକ ପରିବେଶକୁ ବେଶୀ ଭାବମୟ କରିଥୂଲା କୁନି ନ୍ରୂତ୍ଯଶିଳ୍ପୀ ଶୁଭସ୍ମିତା ମହାରଣାଙ୍କ ଭଜନ ନ୍ରୂତ୍ଯ। ଗୁରୁ ଦୀପ୍ତି ରଞ୍ଜନ ମହାରଣାଙ୍କ ନିର୍ଦ୍ଦେଶନାରେ କୁନି ଶିଳ୍ପୀ ଙ୍କ ପରିବେଷଣ ପରିବେଶକୁ ଭକ୍ତିମୟକରିଦେଇଥିଲା। ଚୌଧୁରୀ ବଜାର ପୂଜା କମିଟି ର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସିଂ ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ଏହି କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀ ଦେବାଶୀଷ ରାୟ, ଶ୍ରୀ ଦୀପକ କୁମାର ସିଂ ଓ ଅନ୍ଯାନ୍ଯ ସଦସ୍ଯଗଣ ଉପସ୍ଥିତ ଥୂଲେ। ଏହି ଅବସରରେ ଏହି ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ରେ ଦୀର୍ଘ ଦିନ ଧରି ସହଭାଗିତା କରିଥିବା ବ୍ଯକ୍ତିମାନଙ୍କୁ ,କଳାକାରମାନଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଭୁ ଶ୍ରୀ ମଦନମୋହନଜୀଉଙ୍କ ଏହି ଚାପଖେଳ ଦେଖବବାକୁ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିବା ବେଳେ ସନାତନ ଧର୍ମ ର ପ୍ରଚାର ଓ ପ୍ରସାର ର ଏହି ଉଦ୍ଯମ ଲାଗି ଚୌଧୁରୀ ବଜାର ପୁଜାକମିଟିକୁ ଜନସାଧାରଣଙ୍କ ପକ୍ଷରୁ ସାଧୁବାଦ ପ୍ରଦାନ କରାଯାଇଛି।

05/09/2022

କଟକ ବିଡାନାସୀ ସ୍ଥିତ ଚହଟା ଘାଟ ଶନି ମନ୍ଦିରର ଏଗାର ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ |

05/07/2022

କଟକ ଶିଶୁ ଭବନରେ ଅବ୍ୟବସ୍ଥା

04/15/2022

ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ଦେଖନ୍ତୁ ନୟାଗଡ ଦଣ୍ଡ ନାଚ

04/10/2022

କଟକ ଚୌଧୁରୀ ବଜାର ପୂଜା ମଣ୍ଡପରେ ଚାଲିଛି ମା, "ବାସନ୍ତୀକ ଦୁର୍ଗାପୂଜା 🙏

03/21/2022

ହନୁମାନ ମନ୍ଦିର ବାର୍ଷିକ ଉତ୍ସବ ଉପଲକ୍ଷେ କଟକ ବିଶ୍ୱାଳ ପଡା ରେ କଳସ ଶୋଭାଯାତ୍ରା 🙏

03/15/2022

କଟକ ବିଜେଡି ମେୟର ପାର୍ଥୀ ସୁଭାଷ ସିଂହଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର |

03/15/2022

କଟକ ଚୌଧୁରୀ ବଜାରରେ ଦୋଳଯାତ୍ରା ଅନୁଷ୍ଠିତ |

03/14/2022

କଟକ ମହାନଗର ୨୮ ନମ୍ବର ୱାର୍ଡ ବିଜେପି ପାର୍ଥୀନୀ ଅଳକାନନ୍ଦା ମହାନ୍ତିଙ୍କ ସହ ସାକ୍ଷତକାର |

Address

Chicago, IL

Telephone

+17735265951

Website

Alerts

Be the first to know and let us send you an email when Khepanastra posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khepanastra:

Share