06/12/2021
☘️☘️🌸🌼🙏🙏🌼🌸☘️☘️
♻️⭕ମଧ୍ୟାହ୍ନର ଖବର ସଂକ୍ଷେପରେ⭕♻️
✧━ ━ ━ ━ ━ ━❂━ ━ ━ ━ ━ ━ ✧
*ତାରିଖ :୧୨/୦୬/୨୦୨୧ (ଶନିବାର)* ✧━ ━ ━ ━ ━ ━❂━ ━ ━ ━ ━ ━✧
🎯PM ମୋଦିଙ୍କୁ CM ଉଦ୍ଧବ ଭେଟିବା ପରେ ଆରମ୍ଭ ହେଲା କଳ୍ପନାଜଳ୍ପନା।
🎯ଦେଶର ୭୦ ଓ ଓଡ଼ିଶାର ୩ ଜିଲ୍ଲାର ସେରୋ ସର୍ଭେ କରାଯିବ। ଏନେଇ ସୂଚନା ଦେଲେ RMRC ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି।
🎯 ଓଡ଼ିଶା ପୋଲିସରେ ସାମିଲ ହେବାକୁ ଡିଜିପିଙ୍କ ଆହ୍ୱାନ। ୪୭୭ SI ଓ ୨୪୪ କନଷ୍ଟେବଲ କମ୍ୟୁନିକେସନ ପୋଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜୁନ ୨୨ରୁ ଜୁଲଇ ୧୫ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ।
🎯ଚୋକ୍ସିର ଜାମିନ ଆବେଦନ ଖାରଜ କଲେ ଡୋମିନିକା ହାଇକୋର୍ଟ ।
🎯 ଦ୍ବିତୀୟ ଲହରରେ ଗଳାଣୀ ଦେଶର ବିଭିନ୍ନ ରାଜ୍ୟରୁ 719 ଡାକ୍ତରଙ୍କ ଜୀବନ । ବିହାରରରୁ ସର୍ବାଧିକ 111, ଦିଲ୍ଲୀରୁ 109 ଓ ଆମ ରାଜ୍ୟ ଓଡିଶାରୁ 28 ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।
🎯କରୋନା ଟୀକା ନେବାର ୨ମାସ ପରେ ; ଶରୀରରେ ସୃଷ୍ଟି ହେଉଛି ଚୁମ୍ବକୀୟ କ୍ଷେତ୍ର ।
🎯ଭୁବନେଶ୍ୱରର ଟଙ୍କପାଣି ରୋଡ ସ୍ଥିତ ରଙ୍ଗବଜାରରେ ଏକାମ୍ରନିଳୟ ନାମକ ଥଇଥାନ କେନ୍ଦ୍ରର ଶୁଭାରମ୍ଭ କରିଛି ବିଏମସି । ପୁନର୍ବାସ କେନ୍ଦ୍ରରେ ସର୍ବାଧିକ ୧୦୦ ଅନ୍ତେବାସୀ ରହିପାରିବେ ।
🎯ରଥ ଖଳା ଠାରେ ତିନି ରଥର ସମସ୍ତ ୪୨ ଟି ଚକ ନିର୍ମାଣ ସହ ୪୪ଟି କୋଣ ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
🎯ସୋନପୁରରେ ଶୀତଳଷଷ୍ଠୀର ଆଦ୍ୟପର୍ବ ଆରମ୍ଭ ହୋଇଛି। ଜିଲ୍ଲା କୋଷାଗାରରୁ ୧୦୮ଭରି ସୁବର୍ଣ୍ଣ ନିର୍ମିତ ଚନ୍ଦ୍ରଶେଖର ବାବା ବାହାରିଛନ୍ତି।
🎯ଉତ୍ତର ବଙ୍ଗୋପସାଗରରେ ଲଘୁଚାପ, ୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ।
🎯ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଚନ୍ଦ୍ରଶେଖର ।
🎯ୟୁଜି ପିଜି ପରୀକ୍ଷା ହେବ, ଆସନ୍ତା ୧୮ରେ ପୁଣି ବସିବ ବୈଠକ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସୂଚନା ।
🎯ଦୁଇ ସଫ୍ଟୱେୟାର ଇଂଜିନିୟର୍ଙ୍କ ପ୍ରୟାସ: ଟୁଇନ୍ ସିଟି ପାଇଁ ଅନ୍ଲାଇନରେ ରଜ ପାନ, ପୋଡ଼ପିଠା ।
🎯ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪ ହଜାର ୨ଜଣଙ୍କ ଜୀବନ । ଦେଶରେ ମୋଟ କୋରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ୬୭ ହଜାର ୮୧କୁ ବୃଦ୍ଧି ।
🎯ଦିନକରେ ନୂଆ ୮୪ ହଜାର ୩୩୨ ନୂଆ ପଜିଟିଭ ଚିହ୍ନଟ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୫୯ ହଜାର ୧୫୫କୁ ବୃଦ୍ଧି।
🎯 ରାଜ୍ୟରେ ଆଜି ସର୍ବାଧିକ ୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି।
🎯ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪,୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
🎯ଏସମସ୍ତ ଖବର ବିଭିନ୍ନ ଗଣମାଧ୍ୟମ ରୁ ସଂଗୃହିତ।
✧━ ━ ━ ━ ━ ━❂━ ━ ━ ━ ━ ━ ✧
*꧁༒🌹ଶୁଭ ମଧ୍ୟାହ୍ନ🌹༒꧂*
✧━ ━ ━ ━ ━ ━❂━ ━ ━ ━ ━