12/10/2025
ଅନନ୍ତ ବଳିଆ ଯୋଗ ନିକେତନ ଦ୍ୱତୀୟ ବାର୍ଷିକ ଯୋଗତ୍ସବ ଅନୁଷ୍ଠିତ | କଟକ ଉପର ତେଲେଙ୍ଗା ବଜାରସ୍ଥିତ ଅନନ୍ତ ବଳିଆ ସେବାଶ୍ରମରେ ଅବସ୍ଥିତ ଅନନ୍ତ ବଳିଆ ଯୋଗ ନିକେତନର
ଆଜି ୨ୟ ବାର୍ଷିକ ଯୋଗଉତ୍ସବ ବହୁ ଆନନ୍ଦ ଉଲ୍ଲାସ ଓ ସାତ୍ତ୍ଵିକତା ବହନ କରି ସ୍ଥାନୀୟ ସହିଦ୍ ଭବନ କଟକରେ
ପାଳିତ ହୋଇ ଯାଇଛି । ଶାନ୍ତ ଓ ସୁସ୍ଥ ଜୀବନ ଗଠନର ଲକ୍ଷ୍ୟରେ ଏହି ଅନୁଷ୍ଠାନ ପ୍ରତ୍ୟହ ପ୍ରଭାତରୁ ଯୋଗ
ଅଭ୍ୟାସ ସହ ଅବିରତ ଯୋଗ ଶିକ୍ଷା ଜାରି ରଖୁ ସମାଜରେ ଶାନ୍ତି, ସଂହତି, ସଦ୍ଭାବ ଓ ଭାଇଗୁରାର ବାର୍ତ୍ତା
ଦେଇ ଆସୁଛି । ଆଜି ୨ୟ ବାର୍ଷିକୋତ୍ସବକୁ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ବିଶିଷ୍ଟ ସମାଜ ସଂସ୍କାରକ ପୂଜ୍ୟପୂଜକ
ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ଉଦ୍ଘାଟନ କରି ନିଜସ୍ବ ବକ୍ତବ୍ୟରେ କହିଥିଲେ, ଯୋଗ ହିଁ ଜୀବନ – ବିଯୋଗ
ହିଁ ମୃତ୍ୟୁ । ଯୋଗ ଜୀବନ ସୁସ୍ଥ ଜୀବନ, ଶାନ୍ତ ଜୀବନ । ଜୀବନ ଯୋଗମୟ ହେଲେ ଯୋଗେଶ୍ଵରଙ୍କୁ ପ୍ରାପ୍ତ
ହୁଏ । କୃଷ୍ଣ ଓ ଶିବ ଉଭୟ ଯୋଗେଶ୍ଵର ହେତୁ ଯୋଗରେ ମତ, ପଦ୍ମ, ଜାତି, ବର୍ଣ୍ଣ, ସଂପ୍ରଦାୟର ଭେଦ
ନଥାଏ । ଜୀବନକୁ ଅନୁଭବିବାକୁ ହେଲେ ଯୋଗ ଏକ ବଳିଷ୍ଠ ମାଧ୍ୟମ । ଯୋଗ ମାଧ୍ୟମରେ ହିଁ ଭଗବାନଙ୍କ
ଶରୀର ବିଜ୍ଞାନ ଏ ଜୀବନକୁ ବୁଝିବା ସମ୍ଭବ । ଯୋଗ ଅର୍ଥ ଯୁକ୍ତ ହେବା । ଜୀବ ପରମର ମିଳନ, ଆତ୍ମା
ପରମାତ୍ମାର ମିଳନ, ସୁଳ ସୂକ୍ଷ୍ମର ମିଳନ ସବୁ କିଛି ହିଁ ଯୋଗ । ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର,
ଧ୍ୟାନ, ଧାରଣା, ସମାଧ୍ଵ ଅଷ୍ଟାଙ୍ଗ ବିଭାଗ ଯୋଗର ଭିନ୍ନ ଭିନ୍ନ ଅଭିନ୍ନ ଅଙ୍ଗ । ଯୋଗୀଟିଏ ହିଁ ବୁଝିପାରେ
ଯୋଗର ମହାତ୍ମ୍ୟ । ଏଣୁ ଯୋଗୀ ହୁଅ, ଯୋଗ ବୁଝ, ସୁସ୍ଥ ଜୀବନ ଜିଅଁ କହି ନିଜର କଥା ସାଙ୍ଗ କରିଥିଲେ ।
ଏହି ଭବ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମକୁ ମଧୁର କଣ୍ଠର ବିତାନରେ ଜଣାଶୁଣା ସଂଗୀତଜ୍ଞ ଶ୍ରୀଯୁକ୍ତ ନିର୍ମଳ
ପୋରୁୱା ଓ ସାଇକ୍ରିଷ୍ଣା ଭକ୍ତି ଭାବ ପୂର୍ଣ କରିଥିବା ବେଳେ ଅନନ୍ତ ବଳିଆ ଯୋଗ ନିକେତନର ଯୋଗସାଧକ
ସାଧୁକାମାନେ ଶ୍ରୀମଦ୍ ବାବାଙ୍କୁ ବନ୍ଦାପନା କରିଥିଲେ । ଏଥିରେ କଟକ ସହରର ଶାନ୍ତି କମିଟି, ପୂଜା କମିଟି,
ସାହି କମିଟି ଓ ସଂକୀର୍ତ୍ତନ ଦିଗଭାଗର ବରିଷ୍ଠ ସଦସ୍ୟମାନେ ଶ୍ରୀମଦ୍ ବାବାଙ୍କୁ ମାଲ୍ୟାର୍ପଣ ପୂର୍ବକ ସମ୍ବର୍ଦ୍ଧନା
ଜ୍ଞାପନ କରିଥିଲେ । କଟକ ସ୍ଥିତ ଅନନ୍ତ ବଳିଆ ସେବା ସଂଘର ସଭ୍ୟସଭ୍ୟା ଯୋଗଦାନ କରି ଶ୍ରୀମଦ୍
ବାବାଙ୍କୁ ପାଛୋଟି ଆଣିବା ସହ କାର୍ଯ୍ୟକ୍ରମରେ ସମ୍ପୂର୍ଣ ସହଯୋଗ କରିଥିଲେ । ଯୋଗଗୁରୁ ସାଗରିକା ଜେନା
ଓ ତାଙ୍କ ପ୍ରଶିକ୍ଷିତ ଯୋଗବିଦ୍ୟାର୍ଥୀମାନେ ଶ୍ରୀମଦ୍ ବାବାଙ୍କୁ ସ୍ବାଗତ ଅଭ୍ୟର୍ଥନା ଜ୍ଞାପନ କରିଥିଲେ । ଅନନ୍ତ
ବଳିଆ ଯୋଗ ନିକେତନର ବରିଷ୍ଠ, କନିଷ୍ଠ ଓ ସ୍ମାର୍ଟ ସାଧକ ସାଧୁଙ୍କୁ ପ୍ରେରଣା ରୂପେ ଶ୍ରୀମଦ୍ ବାବାଙ୍କ
ହସ୍ତରେ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏହି ସଭାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, କଟକ
ସଂଘ, ତେଲେଙ୍ଗାପେଣ୍ଠ ସଂଘ, ଭୁବନେଶ୍ୱର ସଂଘ, କନ୍ଦରପୁର ସଂଘର ବହୁ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।
ସଭାକୁ ବାବାଜୀ ପ୍ରଣବାନନ୍ଦ ଦାସ ସଂସ୍ଖଳନ କରିଥିବାବେଳେ ଯୋଗ ପ୍ରଶିକ୍ଷକ ନିଗମାନନ୍ଦ ଭାଇ ସ୍ବାଗତ
ଅଭିଭାଷଣ ଦେଇଥିଲେ, ଯୋଗ ପ୍ରଶିକ୍ଷକ ତପନ ଭାଇ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଯୋଗ ପ୍ରଶିକ୍ଷକ
ଅନନ୍ତ ଭାଇ କୃତଜ୍ଞତା ଜ୍ଞାପନ କରିଥିଲେ । କଟକ ସହର ର ମାନନୀୟ ମେୟର ସୁବାସ ସିଂହ, ମହାନଗର ଶାନ୍ତି କମିଟି ର ସଭାପତି ଦେବେନ୍ଦ୍ର ନାଥ ସାହୁ, ସଂପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ର ସଭାପତି ବିଜୟ ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, ରାଜ୍ୟ ମହିଳା ମୋର୍ଚ୍ଚା ର ପୂର୍ବତନ ସଭାପତି ସ୍ମୃତି ପଟ୍ଟନାୟକ, ପୂର୍ବତନ ନଗର ସଭାପତି ଲଲାଟେନ୍ଦୁ ବଡୁ, ଡଃ ଦ୍ବିପାୟନ ପଟ୍ଟନାୟକ ,୧୯ଦିଗ ଭାଇ ସଙ୍କୀର୍ତ୍ତନ ମଣ୍ଡଳୀ ର ସର୍ବାଧିକାରୀ ବିରେନ୍ଦ୍ର ସାହୁ ,ଯୋଗ ଗୁରୁ ସାଗରୀକା ଜେନା ପ୍ରମୁଖ କଟକରେ ଏହିପରି ଭବ୍ଯକାଯ୍ଯକ୍ରମକୁ ଆଗମନ ହେତୁ ବାବାଙ୍କୁ ସ୍ବଗତ କରିଥିଲେ , ଅନନ୍ତ ବଳିଆ ଯୋଗ ନିକେତନ ପକ୍ଷରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।