Prustabhumi live

  • Home
  • Prustabhumi live

Prustabhumi live ଅସହାୟ ଅବହେଳିତ ଜନତାର ସ୍ୱର

ଚାନ୍ଦା ମାଗିଲେ ୧୧୨କୁ ଜଣାନ୍ତୁ କଟକ ଡିସିପି।ପାର୍ବଣ ପୂର୍ବରୁ କଟକ ଡିସିପିଙ୍କ କଡ଼ା ଚେତାବନୀ।କଟକ ସହରରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ମନା।ଜ...
02/09/2026

ଚାନ୍ଦା ମାଗିଲେ ୧୧୨କୁ ଜଣାନ୍ତୁ କଟକ ଡିସିପି।
ପାର୍ବଣ ପୂର୍ବରୁ କଟକ ଡିସିପିଙ୍କ କଡ଼ା ଚେତାବନୀ।
କଟକ ସହରରେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ମନା।
ଜୋର ଜବରଦସ୍ତ ଚାନ୍ଦା ମାଗୁଥିଲେ ୧୧୨କୁ କଲ୍ କରନ୍ତୁ।
ଜୋର ଜବରଦସ୍ତ ଚାନ୍ଦା ଆଦାୟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ- ଡିସିପି।

ଦୁର୍ଘଟଣା ରେ ଚାଲିଗଲା ଯୁବକର ଜୀବନ।ଅନୁଗୋଳ ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ନାଲକୋ ମେଡ଼ିକାଲ ପଛ ପାଖ ରାସ୍ତାରେ ସଡ଼କ ଦୁର୍ଘଟଣା ଚାଲି...
02/09/2026

ଦୁର୍ଘଟଣା ରେ ଚାଲିଗଲା ଯୁବକର ଜୀବନ।
ଅନୁଗୋଳ ବଅଁରପାଳ ବ୍ଲକ ନାଲକୋ ଥାନା ଅନ୍ତର୍ଗତ ନାଲକୋ ମେଡ଼ିକାଲ ପଛ ପାଖ ରାସ୍ତାରେ ସଡ଼କ ଦୁର୍ଘଟଣା ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ। ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧୧ ଘଟିକା ସମୟରେ ଗିରାଙ୍ଗ ଗ୍ରାମର ଅନନ୍ତ ନାଏକ, ପିତା : ଅନାମ ନାଏକ ଏବଂ ତାଙ୍କ ଜଣେ ସାଙ୍ଗ ବାଇକ୍‌ରେ ଯାଉଥିଲେ। ନାଲକୋ ମେଡିକାଲର ପଛପାର୍ଶ୍ୱ ରାସ୍ତାରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ଦେଇଥିଲା। ଘଟଣା ପରେ ନାଲକୋର ସୁରକ୍ଷାକର୍ମୀ ମାନେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ନାଲକୋ ମେଡିକାଲ ଏବଂ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଅନନ୍ତ ନାଏକଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା।

ଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ । ଅଣନିଶ୍ବାସୀ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ। ମୃତକ ହେଲେ ପାରାଦୀପ ମେରାଇନ ବିଭାଗର ଅବସରପ୍ରାପ୍ତ ବିଭ...
02/09/2026

ଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ । ଅଣନିଶ୍ବାସୀ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ। ମୃତକ ହେଲେ ପାରାଦୀପ ମେରାଇନ ବିଭାଗର ଅବସରପ୍ରାପ୍ତ ବିଭୁତି ଦାସ ଏବଂ ତାଙ୍କ ପତ୍ନୀ ପ୍ରତିମା ଦାସ। ଚଣ୍ଡିଖୋଲ-ପାରାଦୀପ ରାସ୍ତା ପାରାଦୀପଗଡ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଘଟିଛି ଦୁର୍ଘଟଣା।

02/09/2026

ଶବ ଖାଉଥିବା ତାନ୍ତ୍ରିକ ଗିରଫ। ଏହି ଭିଡ଼ିଓ ଭାଇରଲ ପରେ ଗିରଫ କଲା ଉଜେନ ପୋଲିସ।

ବାଇକ, ଚପଲ, ବ୍ୟାଗ ଥୁଆ ହୋଇଛି ହେଲେ ଲୋକ ନାହିଁ। କଟକ ଶିଖରପୁର ନିକଟ ମହାନଦୀ ବ୍ରିଜ୍ ଉପରେ ଏସବୁ ଦେଖି ପୋଲିସ ଓ ଅଗ୍ନିଶମ ବାହିନର ତନାଘନା।
01/09/2026

ବାଇକ, ଚପଲ, ବ୍ୟାଗ ଥୁଆ ହୋଇଛି ହେଲେ ଲୋକ ନାହିଁ। କଟକ ଶିଖରପୁର ନିକଟ ମହାନଦୀ ବ୍ରିଜ୍ ଉପରେ ଏସବୁ ଦେଖି ପୋଲିସ ଓ ଅଗ୍ନିଶମ ବାହିନର ତନାଘନା।

କଟକ ଏସସିବି ମେଡ଼ିକାଲ କାଜୁଆଲିଟି ସମ୍ମୁଖରେ 108 ଆମ୍ବୁଲାନ୍ସକୁ ପଛପଟୁ ପେଲୁଥିବା ଦୃଶ୍ୟ ଭାଇରାଲ !
01/09/2026

କଟକ ଏସସିବି ମେଡ଼ିକାଲ କାଜୁଆଲିଟି ସମ୍ମୁଖରେ 108 ଆମ୍ବୁଲାନ୍ସକୁ ପଛପଟୁ ପେଲୁଥିବା ଦୃଶ୍ୟ ଭାଇରାଲ !

ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଗଲେ କଟକ ଜିଲ୍ଲାର ୧୯୭ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀକଟକ ତା ୦୧୦୯.୨୦୨୬ ରିଖ – ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟା...
01/09/2026

ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଗଲେ କଟକ ଜିଲ୍ଲାର ୧୯୭ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ
କଟକ ତା ୦୧୦୯.୨୦୨୬ ରିଖ – ବରିଷ୍ଠ ନାଗରିକମାନଙ୍କୁ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୂତି ଦେବା ନିମନ୍ତେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧିନରେ ଆଜି କଟକ ଜିଲ୍ଲାର ବିଭିନ୍ନ ବ୍ଲକର ୧୯୭ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରାଣସୀ ଦର୍ଶନରେ ଯିବା ପାଇଁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ-କଟକ ବିଧାୟିକା ଇଂ. ସୋଫିଆ ଫିର୍ଦୋସ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ କଟକ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଉପନିର୍ଦ୍ଦେଶକ ପର୍ଯ୍ୟଟନ, ଶ୍ରୀମତୀ ସୁଜାତା ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ରବିନ୍ଦ୍ର ସରକାର ପ୍ରମୁଖ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପତାକା ଦେଖାଇ ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ । ତୀର୍ଥଯାତ୍ରୀମାନେ ୫ଟି ବସ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ସକାଳ ୯ଟାରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ତୀର୍ଥଯାତ୍ରୀମାନଙ୍କର ପଞ୍ଜିକରଣ ଆରମ୍ଭ ହୋଇଥିଲା । ସେଠାରେ ସେମାନଙ୍କର ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା ଓ ଦିନ ୩ ଘଟିକା ସମୟରେ ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିଥିଲେ । ପ୍ରକାଶଥାଉକି ଏହି ତୀର୍ଥଯାତ୍ରୀମାନେ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିବେ । କଟକ ଜିଲ୍ଳାର ତୀର୍ଥଯାତ୍ରୀଙ୍କ ସହ ୬ଜଣ ଏସକର୍ଟ ଅଫିସର ଯାତ୍ରା କରୁଛନ୍ତି ।

01/09/2026
01/09/2026

କଟକ ରେଳ ଷ୍ଟେସନ ନିକଟରୁ ନାବାଳିକା ଅପହରଣ ଘଟଣାରେ କମିଶନରେଟ ପୋଲିସର ସାମ୍ବାଦିକ ସମ୍ମିଳନୀ। ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ନାବାଳିକାଙ୍କୁ ଉଦ୍ଧାର ଘଟଣା ପ୍ରକାଶ କଲେ କମିଶନର ପୋଲିସ।

ଚଳନ୍ତା ବସରୁ ଖସିପଡ଼ି କଣ୍ଡକ୍ଟରଙ୍କ ମୃତ୍ୟୁଚଳନ୍ତା ବସରୁ ରାସ୍ତାକୁ ଖସିପଡ଼ି ଜଣେ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି। ଆଖଣ୍ଡଳମଣି ଆରଡ଼ିରୁ ଭଦ୍ରକ...
01/09/2026

ଚଳନ୍ତା ବସରୁ ଖସିପଡ଼ି କଣ୍ଡକ୍ଟରଙ୍କ ମୃତ୍ୟୁ
ଚଳନ୍ତା ବସରୁ ରାସ୍ତାକୁ ଖସିପଡ଼ି ଜଣେ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି। ଆଖଣ୍ଡଳମଣି ଆରଡ଼ିରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସର କଣ୍ଡକ୍ଟର ପ୍ରଭାତ ମଲ୍ଲିକ ବେତାଳିଗାଁ ବଜାର ନିକଟରେ ହଠାତ୍ ଚଳନ୍ତା ବସରୁ ରାସ୍ତାକୁ ଖସିପଡ଼ିଥିଲେ। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Address

Inox Cuttack

Website

Alerts

Be the first to know and let us send you an email when Prustabhumi live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Prustabhumi live:

Shortcuts

  • Want your business to be the top-listed Media Company?

Share