Bhadrak News 24

  • Home
  • Bhadrak News 24

Bhadrak News 24 Bhadraknews24.com is an activity by Odisha Bhadrak News Media web Site to associate netizens to the

Bhadrak No 1 MLA
02/07/2025

Bhadrak No 1 MLA

24/04/2025

Bhadrak government Hospital Today 24/04/2025 new case OMG 😲

12/04/2025
11/04/2025
10/04/2025
ଭଦ୍ରକ ସାଳନ୍ଦୀ ନଦୀର ଦୁର୍ବଳ ନଦୀବନ୍ଧ ଯୋଗୁଁ ୯ ପଞ୍ଚାୟତବାସୀ ହନ୍ତସନ୍ତ, ଜିଲା ଯୁବ କଂଗ୍ରେସ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର, ସମ...
02/12/2023

ଭଦ୍ରକ ସାଳନ୍ଦୀ ନଦୀର ଦୁର୍ବଳ ନଦୀବନ୍ଧ ଯୋଗୁଁ ୯ ପଞ୍ଚାୟତବାସୀ ହନ୍ତସନ୍ତ, ଜିଲା ଯୁବ କଂଗ୍ରେସ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର, ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି I

କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ କେନ୍ଦୁଝର, ବାଲେଶ୍ୱରରେ ସାଳନ୍ଦୀ ଜଳସେଚନ ବିଭାଜନ ଜଳସେଚନ ପାଇଁ ଗମନାଗମନ କ୍ଷେତ୍ରରେ ମଧ୍ୟ ଏହାର ନଦୀବନ୍ଧ ରାସ୍ତା ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ସବୁଠାରୁ ମହତ୍ୱ ରଖିଥିବା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଭଦ୍ରକ ବ୍ଲକ୍‌ର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ମଧ୍ୟରେ ଥିବା ଦଇସିଂ, କାଉପୁର, ଓଲଙ୍ଗ, ରାନ୍ଦିଆ, ବାଉଦପୁର ଭଳି ୫ଟି ପଂଚାୟତ ସମେତ ବାମପାଶ୍ୱର୍ ଅଧୀନରେ ଥିବା ଗେଲଟୁଆ, ବାଣିତିଆ, ଆମ୍ବରୋଳି ଓ ବନ୍ଧଗାଁ ଭଳି ମୋଟ ୯ଟି ପଂଚାୟତବାସୀ ଏବେ ଏହାର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଯେଉଁଥିପାଇଁ ଆଜି ଭଦ୍ରକ ଜିଲା ଯୁବ କଂଗ୍ରେସ ପକ୍ଷରୁ ଉପସଭାପତି ବଳରାମ ରାଉତ (ଚିଲିକା) ଙ୍କ ନେତୃତ୍ୱରେ ଜିଲା କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର, ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ ଅଲ୍ଲୀ ଖାଁ, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ଦାସ, ଆଶିଷ କୁମାର ନାୟକ, ଅମୀୟ କୁମାର ନାୟକ, ଜ୍ଞାନରଂଜନ ବଳ, ଶମ୍ଭୁନାଥ ବାରିକ ଓ ଅମିତ କୁମାର ପଣ୍ଡା ପ୍ରମୁଖ ସାଳନ୍ଦୀ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ଡ. ରତ୍ନାକର ଦଳେଇଙ୍କୁ ସାକ୍ଷାତ୍ କରି ଉପରୋକ୍ତ ରାସ୍ତାଗୁଡିକର ସ୍ଥାୟୀ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ମୂଳେ ରାଜ୍ୟ ସରକାର ବାର୍ଷିକ ସମଗ୍ର ରାଜ୍ୟରେ ଜଳସେଚନ ବିଭାଜନ କ୍ଷେତ୍ରରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ବଜେଟ୍ ରଖିଆସୁଥିବାବେଳେ ସାଳନ୍ଦୀ ଜଳସେଚନ ବିଭାଗ ଏହାମଧ୍ୟରେ ବେଶ୍ ପ୍ରାଧାନ୍ୟ ବହନ କରେ । ମାତ୍ର ଦୀର୍ଘ ୬/୭ ବର୍ଷ ଧରି ଉପରୋକ୍ତ ପଂଚାୟତ ଗୁଡିକ ଦେଇ ଯାଇଥିବା ନଦୀବନ୍ଧ ରାସ୍ତାଗୁଡିକର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

ବିଶେଷକରି ଭଦ୍ରକ ବ୍ଲକ୍ ଅଧୀନସ୍ଥ ଦଇସିଂ ପଂଚାୟତର ଚଢେୟା ଗ୍ରାମର ଆର୍‌.ଡି. ୦୦ ଠାରୁ ୦୯ କିମି ପର୍ଯ୍ୟନ୍ତ ମୁଖ୍ୟ ନଦୀବନ୍ଧ ରାସ୍ତା ନଂ ୨ (ଏ) ର ଦୂରାବସ୍ଥା ନିଜେ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ତେବେ ଇତିମଧ୍ୟରେ ଦୁଇ ଦୁଇଟି ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହି ଅଂଚଳରେ ନିଜର ଭୟଙ୍କର ରୂପ ଦେଖାଇଥିବାବେଳେ ଏହାର ପ୍ରଭାବରେ ଟୋ ୱାଲ୍ ଠାରୁ ଆରମ୍ଭ କରି ପଥର ପ୍ୟାକିଂ ଓ ପିଚୁ ରୋଡ୍ ସମେତ ବର୍ଷାଦିନରେ ହେଉଥିବା ରେନକୋଟସ୍ (ମାଟି ଧସିବା) ଓ ଖାଲଖମା ସୃଷ୍ଟି ହୋଇଛି । ଫଳସ୍ୱରୂପ କେବଳ ପଦଯାତ୍ରୀ ନୁହଁନ୍ତି ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ସାଇକେଲ୍‌, ମୋଟର ସାଇକେଲ୍‌, ୪ ଚକିଆ ଯାନ ଆରୋହୀଙ୍କ ସମେତ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ଚାଷୀମାନେ ଯାତାୟତରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଏପରିକି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜରୁରୀ କାଳୀନ ପରିସ୍ଥିତିରେ ଯାତାୟତ କରୁଥିବା ଆମ୍ବୁଲାନ୍ସ ସେବା ଏହି ରାସ୍ତା ଯୋଗୁଁ ଆସିପାରୁନାହାଁନ୍ତି । ପ୍ରସୂତି ମହିଳାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ-ବୃଦ୍ଧାଙ୍କ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ମେଡିକାଲରେ ପହଞ୍ôଚବା କଠିନ ହୋଇପଡୁଛି । ଗ୍ରୀଷ୍ମଦିନରେ ଘରପୋଡି ଭଳି ଅଘଟଣରେ ଦମକଳଟିଏ ମଧ୍ୟ ଏହି ଅଂଚଳକୁ ଆସିବାକୁ କାଠିକର ପାଠ । ତେବେ ଏହି ରାସ୍ତାଘାଟ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସାଳନ୍ଦୀ ଜଳସେଚନ ବିଭାଜନରେ ମାଳ ମାଳ କନିଷ୍ଠ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ରହିଥିବାବେଳେ ରାସ୍ତାଗୁଡିକର ଦୂରାବସ୍ଥାର ସୁଧାର ନେଇ କେହିବି ମୁଣ୍ଡ ପୁରାଉନାହାଁନ୍ତି । କେବଳ ଯାହା ନିର୍ବାଚନ ସମୟରେ ଶାସକ ଦଳର ଜନ ପ୍ରତିନିଧିମାନେ ଲୋକଙ୍କୁ ଭୁଆଁ ବୁଲାଇ ଭାଷଣରେ ପେଟ ପୁରାଉଛନ୍ତି । ଏଣୁ ଆଗାମୀ ଦିନରେ ଏହି ରାସ୍ତାଗୁଡିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଜିଲା ଯୁବ କଂଗ୍ରେସ ମାସକ ମଧ୍ୟରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିବାବେଳେ ଅଧୀକ୍ଷଣ ଯନ୍ତ୍ରୀ ଇଂ ରତ୍ନାକର ଦଳେଇ ଏହି ପ୍ରତିନିଧି ଦଳଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ନିଜେ କ୍ଷେତ୍ରୀୟ ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

16/11/2023

#ଭଦ୍ରକ_ଟାଉନ_ଥାନା_ସାମ୍ନା_ମହତାବ_କୋଠୀ_ପ୍ରଜାତନ୍ତ୍ର #କାର୍ଯ୍ୟଳୟ_ରୁ_ଚୋରା_କାଠ_ଜବତ_କରିଛି_ବନବିଭାଗ

31/10/2023

Like, coment, share👇

31/10/2023

ଭଦ୍ରକ ରାଜନୀତି ସରଗରମ, ବିଜେଡି ର ବିଦ୍ରୋହୀ ନେତା ଅସିତ୍ ପଟ୍ଟନାୟକ" ବୁଲୁ "ଗୋଷ୍ଠୀ ଦ୍ୱାରା ଭଦ୍ରକ ସହର ରେ ଶକ୍ତି ପ୍ରଦର୍ଶନ

31/10/2023

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ସମ୍ବିଳନୀ I

27/07/2023

Address


Alerts

Be the first to know and let us send you an email when Bhadrak News 24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bhadrak News 24:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share