Hot News24

Hot News24 Contact information, map and directions, contact form, opening hours, services, ratings, photos, videos and announcements from Hot News24, Media/News Company, .

21/09/2025
ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ, ବରଗଡ ଏବଂ ହଟ ନିୟୁଜ 24 ତରଫରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ବରଗଡ : ବରଗଡ ଜିଲ୍ଲା ଓଡିଶା କର୍ମଜୀଵୀ ସାମ୍ବ...
07/09/2025

ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ, ବରଗଡ ଏବଂ ହଟ ନିୟୁଜ 24 ତରଫରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ

ବରଗଡ : ବରଗଡ ଜିଲ୍ଲା ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ର 15 ତମ ବାର୍ଷିକ ଉତ୍ସବ ଏବଂ ହଟ ନିୟୁଜ 24 ର ପଞ୍ଚମ ବାର୍ଷିକ ଉତ୍ସବ ଏବଂ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବରଗଡ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ରେ ଜିଲ୍ଲା ସଭାପତି ଆଶୁତୋଷ ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ଆଇନଜୀଵୀ ଶ୍ୟାମସୁନ୍ଦର ଅଗ୍ରୱାଲ, ସ୍ୱତନ୍ତ୍ର ଅତିଥି ଭାବେ ବରପାଲି ଫାର୍ମାସିଷ୍ଟ କଲେଜ ର ଚେୟାରମ୍ୟାନ ନରେନ୍ଦ୍ର ହୋତା ସମ୍ମାନୀତ ଅତିଥି ଭାବେ ପ୍ରୀତମ ସିଂ, ମାମି ମିଶ୍ର, ପବିତ୍ର ଦେହେରୀ, ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା, ଡ.ଯଶବୀର ସିଂ, କିଶୋର ଚନ୍ଦ୍ର ସାହୁ,ଗୋବିନ୍ଦ ପଣ୍ଡା, ମୁଖ୍ୟବକ୍ତା ସରୋଜ ଜେନା, ଚୈତନ୍ୟ ପୋଠାଳ ପ୍ରମୁଖ ମଂଚାସୀନ ଥିଲେ l ପ୍ରଥମେ ନିଆରା ଢଙ୍ଗରେ ବୃକ୍ଷରେ ପାଣି ଦେଇ ଅତିଥି ମାନେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଲେ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ମହେଶ ଶତପଥି ମଞ୍ଚ ପରିଚାଳନା କରିଥିବା ବେଲେ ଏହି କାର୍ଯ୍ୟକ୍ରମ ରେ ଆପ୍ରାଇଜ ଗ୍ରୁପ ଇନଷ୍ଟି ଚ୍ୟୁସନ ର ଚେୟାର ମ୍ୟାନ ଜଗଦୀଶ ଚନ୍ଦ୍ର ବେହେରା, ମୀଟ କମ୍ପୁଟର ଚେୟାରମ୍ୟାନ ସରୋଜ ମାଝୀ, ମାହେଶ୍ୱରୀ ନର୍ସିଂ ହୋମ ଅଧ୍ୟକ୍ଷ ଫକୀର କର୍ଣଙ୍କୁ ସେବାଶ୍ରୀ ସମ୍ମାନ ପଙ୍କଜ ଭୂଏ ଏବଂ ତରଣୀ ସେନ ସୁନା ଙ୍କୁ କ୍ରୀଡା ରତ୍ନ ସମ୍ମାନ ଏବଂ ସୀତାନାଥ ସାହୁ ଏବଂ ମଧୁସୂଦନ ଦାସ ଙ୍କୁ ସେବାରତ୍ନ ସମ୍ମାନ,ସାମ୍ବାଦିକ ମନୋଜ ମିଶ୍ର, ହର୍ଷ ବେହେରା, ସୁଦାମ ଭାଇନା, କ୍ଷମାନିଧି ବାଣ୍ଡୁକି, ରାଧେଶ୍ୟାମ ପଣ୍ଡା ଏବଂ ସମାଜ ସେବୀ ସଂଘମିତ୍ରା ପଟେଲ, ମିନୁ ହୋତା ଦାଶ ଶର୍ମା, ଦିବାକର ମାଝୀ, ଉମେଶ ପଧାନ ଏବଂ କବି ଜଟାଧାରୀ ପ୍ରଧାନ ପ୍ରମୁଖ ଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଶେଷରେ ସୁମନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

Address


Website

Alerts

Be the first to know and let us send you an email when Hot News24 posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share