Odisha News Desk - ଓଡିଶା ନ୍ୟୁଜ୍ ଡେସ୍କ

  • Home
  • Odisha News Desk - ଓଡିଶା ନ୍ୟୁଜ୍ ଡେସ୍କ

Odisha News Desk - ଓଡିଶା ନ୍ୟୁଜ୍ ଡେସ୍କ This is an aggregator news page to publish the most interesting news across the globe from all the m

26/01/2025

*🔅ଆଜି ୭୬ତମ ଭାରତୀୟ ଗଣତନ୍ତ୍ର ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପରିବେଶ ଶିକ୍ଷା ଦିବସ ll*
*🔅ଆଜି ଜାତୀୟ ପତି ଦିବସ ll*
*🔅ଆଜି ଅଷ୍ଟ୍ରେଲିୟା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ରୀତିନୀତି ଦିବସ ll*
*🔅ଆଜି ଜାତୀୟ କଳାକାର ନାପୋଲିଅନ୍ ଆବୁଏଭାଙ୍କ ଜନ୍ମ ବାର୍ଷିକୀ ll*
*🔅ଆଜି ଦାନ୍ତ ଡ୍ରିଲ୍ ପ୍ରଶଂସା ଦିବସ ll*
*🔅ଆଜି ଜାତୀୟ ସବୁଜ ଜୁସ ଦିବସ ll*
*🔅ଆଜି ଜାମ୍ମୁ କାଶ୍ମୀର ଫାଉଣ୍ଡେସନ୍ ଦିବସ ll*
*🔅ଆଜି ଅନ୍ତରାଷ୍ଟ୍ରୀୟ ସୀମା ସୁରକ୍ଷା ଦିବସ ll*

26/01/2025

*╭─────────────────────╮*
*🌄ସକାଳର ଖବର,୨୬-ଜାନୁଆରୀ-୨୦୨୫,ରବିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
🇮🇳୧-ଆଜି ସାରାଦେଶରେ ପାଳନ ହେଉଛି ୭୬ତମ ଗଣତନ୍ତ୍ର ଦିବସ l ଚଳିତବର୍ଷ ରାଷ୍ଟ୍ରପତି ଭବନ ଗଣତନ୍ତ୍ର ଦିବସ ପରେଡରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିୟାଣ୍ଟୋ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ।

🇮🇳୨-ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ୧୩୯ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ । ଏଥିରୁ ୨୩ ଜଣ ମହିଳା,୧୦ ବିଦେଶୀ ଏବଂ ୧୩ ମରଣୋତ୍ତର ପୁରସ୍କାର ସାମିଲ ରହିଛି ।

🇮🇳୩-ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ଅଭିଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କହିଲେ, ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନ ଆଡ଼କୁ ଅଗ୍ରସର ହେଉଛି ଭାରତ l ସ୍ୱଚ୍ଛତା ଆଣିଛି ଡିଜିଟାଲ ପେମେଣ୍ଟ, ଚାଷୀଙ୍କୁ କହିଲେ ଦେଶର ଅର୍ଥନୈତିକ ଶକ୍ତି l

🇮🇳୪-ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜିର ଏକ୍‌ଜାମ୍ ପ୍ୟାଟର୍ଣ୍ଣରେ ହେଲା ବଡ଼ ପରିବର୍ତ୍ତନ l ଏବେ କୌଣସି ସେକ୍ସନ ରହିବ ନାହିଁ । କୋଭିଡ୍ ୧୯ ମହାମାରୀ ସମୟରେ ନିଟ୍ ୟୁଜି ପେପରରେ ଯେଉଁ ଅପ୍ସନ୍ ପ୍ରଶ୍ନ ଯୋଡ଼ା ଯାଇଥିଲା, ତାହାକୁ ଏବେ ହଟାଯାଇଛି ।

🇮🇳୫-ଓଡ଼ିଶାର ୧୦ଟି ଜନବସତିଶୂନ୍ୟ ଦ୍ୱୀପରେ ପ୍ରଥମଥର ଲାଗି ଉଡିଲା ତ୍ରିରଙ୍ଗା l ବାଲେଶ୍ୱରର ସୁବର୍ଣ୍ଣଦ୍ୱୀପ, ଭଦ୍ରକର ନୟାଟାପୁ, ଉଡ଼ାବାଲି, କନିକା ଦ୍ୱୀପ, ଲଙ୍ଗ ହୁଇଲର ଦ୍ୱୀପ, ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲ; ଜଗତସିଂହପୁରର ବୋଇତର କୁଦ, ଜଟାଧାରୀ ତଣ୍ଡା, ବରକୁଦରେ ତ୍ରିରଙ୍ଗା ଉଡ଼ିଥିବା ଜଣାପଡ଼ିଛି।

🇮🇳୬-ମହାକାଶରେ ମହାକିର୍ତ୍ତିମାନ ରଚିବ ଇସ୍ରୋ, ଉପଗ୍ରହ ଉତକ୍ଷେପଣରେ ମାରିବ ସେଞ୍ଚୁରୀ l ଜାନୁଆରି ୨୯ ତାରିଖରେ ନୂଆ ଇତିହାସ ଲେଖିବ ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ପୂରା କରି ସେନଚୁରି ମାରିବ ଭାରତ ।

🇮🇳୭-ମିଶନ ଶକ୍ତି ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ବଦଳିବ ସଂଗଠନର ଢ଼ାଞ୍ଚା l ପ୍ରତ୍ୟେକ ପ୍ରଶାସନିକ କମିଟିର କାର୍ଯ୍ୟକାଳ ୩ ବର୍ଷ ରହିବ । ପ୍ରତି ତିନି ବର୍ଷରେ ଥରେ ନେତୃତ୍ୱ ପରିବର୍ତ୍ତନ କରାଯାଇପାରିବ ।

🇮🇳୮-ଏଣିକି ଭାରତ ଏବଂ ଇଣ୍ଡୋନେସିଆ ପରସ୍ପରକୁ ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହାୟତା କରିବେ। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଆଞ୍ଚଳିକ ଓ ବିଶ୍ଵସ୍ଥରୀୟ ସମସ୍ୟା ନେଇ କଲେ ଆଲୋଚନା l

🇮🇳୯-ଆବାସ ଯୋଜନାରୁ ବଞ୍ଚିତ ପରିବାରଙ୍କୁ ଏଥିରେ ଯୋଡ଼ିବାକୁ ଆରମ୍ଭ ହେଲା ଆବାସ ପ୍ଲସ ୨ ସର୍ଭେ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଉପସ୍ଥିତିରେ ଏହି ସର୍ଭେର ହେଲା ଶୁଭାରମ୍ଭ l

🇮🇳୧୦-ଅଭିନେତ୍ରୀ ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ୱର ହେବା ପରେ ଉପୁଜିଲା ବିବାଦ l ଅଭିନେତ୍ରୀଙ୍କ ନୂଆ ପଦବୀକୁ ନେଇ ସନ୍ଥମାନେ ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି।

🇮🇳୧୧-୨୦୨୩ ମସିହାରେ ଶ୍ରୀମତୀ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ପିନ୍ଧିଥିବା ଡାକ୍ତର ସାଇପ୍ରସନ୍ନା ବେହେରା ହାସଲ କଲେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ l ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୩-୨୦୨୫ରେ କରାଗଲା ସମ୍ମାନିତ l

🇮🇳୧୨-ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା କୁଟନୈତିକ ବିବାଦରେ ଏଣ୍ଟ୍ରି ମାରିଲା ପାକିସ୍ତାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଅଧିକାରୀମାନେ ବାଂଲାଦେଶ ସହିତ ବନ୍ଧୁତା ବଢ଼ାଇବା ପାଇଁ ପହଁଚିଲେ ଢାକା l

🇮🇳୧୩-ଉଚ୍ଚ ବେତନ ହାରରେ ସୁନ୍ଦର ପିଚାଇ ଓ ଟମ୍ କୁକ୍ ଙ୍କୁ ପଛରେ ପକାଇଲେ ଷ୍ଟାରବକସ୍ CEO l ମାତ୍ର ୪ ମାସରେ ସେ କମ୍ପାନୀରୁ ୯୬ ମିଲିୟନ ଡଲାର (ପାଖାପାଖି ୮୨୭ କୋଟି ଟଙ୍କା) ପାଇଛନ୍ତି, ଯାହା ଉଚ୍ଚ ବେତନ ହାରରେ ଏକ ରେକର୍ଡ।

🇮🇳୧୪-କାଶ୍ମୀର ଉପତ୍ୟକାର ଗଛରେ ଲାଗିଛି ଆଧାର କାର୍ଡ l ଲେଖାଯାଇଛି ଡିଜିଟାଲ ଟ୍ରି ଆଧାର । କାର୍ଡରେ ଲାଗିଥିବା QR କୋର୍ଡ ସ୍କାନ କରି ଗଛର ବୟସ ଓ ଠିକଣା ଜାଣିହେବ ।

🇮🇳୧୫-କେବଳ ଇସ୍ରାଏଲ୍‌ ଏବଂ ତୁର୍କୀକୁ ବାଦ୍‌ଦେଲେ ୟୁକ୍ରେନ୍‌ ସମେତ ଅଧିକାଂଶ ଦେଶକୁ ବିଦେଶୀ ସହାୟତା ବନ୍ଦ କଲା ଆମେରିକା l ଏଣିକି ଏହି ଦେଶଗୁଡ଼ିକୁ ନୂଆ ପାଣ୍ଠି ମଞ୍ଜୁର କରାଯିବ ନାହିଁ କିମ୍ବା ନବୀକରଣ କରାଯିବ ନାହିଁ l

🇮🇳୧୬-ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ ୭୩ଟି ଦେଶର କୂଟନୀତିଜ୍ଞମାନେ ସଙ୍ଗମରେ ବୁଡ଼ ପକାଇବେ। ପରସ୍ପରର ଶତ୍ରୁଥିବା ରୁଷିଆ ଏବଂ ୟୁକ୍ରେନର ରାଷ୍ଟ୍ରଦୂତମାନେ ମଧ୍ୟ ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ l

🇮🇳୧୭-ଇସ୍ରାଏଲ ସହିତ ଶାନ୍ତି ବୁଝାମଣା ପରେ ୪ ଜଣ ଇସ୍ରାଏଲ ମହିଳା ଯବାନଙ୍କୁ ମୁକ୍ତ କଲା ହମାସ, ଏମାନେ ୪୭୭ ଦିନ ହେଲା ବନ୍ଦୀ ଥିଲେ l

🇮🇳୧୮-ଦ୍ବିତୀୟ ଟି-୨୦ : ଟିମ୍ ଇଣ୍ଡିଆ ମଥାରେ ବିଜୟ ତିଳକ ଲଗାଇଲେ ତିଲକ ବର୍ମା। ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡକୁ ୨ ୱିକେଟ୍‌ରେ ହରାଇଲା ଭାରତ ।

🇮🇳୧୯-ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଶୁଭ ଖବର, କର୍ଣ୍ଣାଟକ ବିରୋଧରେ ଦ୍ବିତୀୟ ପାଳିରେ ଗିଲ୍ ୧୭୧ଟି ବଲ୍ ଖେଳି ୧୦୨ ରନ କଲେ ସଂଗ୍ରହ । ଏଥିରେ ୧୪ଟି ଚୌକା ଏବଂ ୩ଟି ଛକା ରହିଛି ।

🇮🇳୨୦-ହକି ଇଣ୍ଡିଆ ଲିଗ୍‌: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଗୋନାସିକା ପ୍ରଭାବଶାଳୀ ପ୍ରଦର୍ଶନ କରି ୪-୨ ଗୋଲ୍‌ରେ ଶକ୍ତିଶାଳୀ ତାମିଲନାଡୁ ଡ୍ରାଗନ୍ସକୁ କଲା ପରାସ୍ତ l

26/01/2025

🇮🇳୭୬ତମ ଗଣତନ୍ତ୍ର ଦିବସ ଅବସରରେ ମୋ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ, ଭାତର ମାତା କୀ ଜୟ, ବନ୍ଦେ ମାତରମ, ଜୟ ହିନ୍ଦ ll

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*

19/11/2024

ନୂଆ ଦିଲ୍ଲୀ:ବିଜେପିରେ ମିଶିଲେ କୈଳାଶ ଗେହଲଟ; କହିଲେ, AAPରେ ଆଉ ନାହିଁ ସେ ଆଦର୍ଶ।

19/11/2024

ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢାଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

19/11/2024

ବାରିପଦା: ଡ଼ିସେମ୍ବର ୩ରୁ ରାଷ୍ଟ୍ରପତିଙ୍କ ୫ ଦିନିଆ ଓଡ଼ିଶା ଗସ୍ତ।

18/11/2024

*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୮/୧୧/୨୦୨୪,ସୋମବାର🌼* ║
*╚━━━━🔅━━━━━━━━ 🔅━━╝*

*୧- 👉 Headlines 01- ପରଲୋକରେ ବରିଷ୍ଠ ବିଜେପି ନେତା ସମୀର ଦେ । ୬୭ ବର୍ଷରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ନିମୋନିଆ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବା କାରଣରୁ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର । ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି ।*

*୨- 👉 Headlines 02- ପୂର୍ବତନ ମନ୍ତ୍ରୀ ସମୀର ଦେ' ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତଃ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।*

*୩- 👉 Headlines 03- ବିଜେପିରେ ମିଶିଲେ କୈଳାସ ଗେହଲଟ । ରବିବାର ଆପ୍ ଛାଡ଼ିଥିବା ସମୟରେ ଆଜି ବିଜେପିରେ ମିଶିବା ପରେ ଆପ୍ ଉପରେ ବର୍ଷିଛନ୍ତି । ବିଜେପି ଦିଲ୍ଲୀ ମୁଖ୍ୟାଳୟକୁ ଆସି ବିଜେପି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ଉପସ୍ଥିତ ଥିଲେ ।*

*୪- 👉 Headlines 04- କଟକ ବାଲିଯାତ୍ରାରେ କରେଣ୍ଟ ଲାଗି +୨ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବ । ଏଥିପାଇଁ ତହସିଲଦାର ଓ ଟିପିସିଓଡିଏଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କାହା ଜାଣତରେ ଅଘଟଣ ଘଟିଥିଲେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଘଟଣା ଅତ୍ୟନ୍ତ ଦୁଃଖଦାୟକ ପରିବାରକୁ କ୍ଷତିପୂରଣ ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି ।*

*୫- 👉 Headlines 05- ରାଜ୍ୟ ବାହାର ଧାନ ବେପାରୀଙ୍କ ଉପରେ କଡ଼ା ନଜର ରଖିବେ ରାଜ୍ୟ ସରକାର । କମ ଦାମରେ ଧାନ ବିକ୍ରି ନକରିବାକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି । କାହା କଥାରେ ପଡ଼ି କମ ଦାମରେ କେଜିଏ ବି ଧାନ କାହାକୁ ଦିଅନ୍ତୁନି କାରଣ ୩୧୦୦ ଟଙ୍କାରେ ସବୁ ଧାନ ସରକାର ନେବେ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି । ସୀମାବର୍ତ୍ତୀ ରାଜ୍ୟରୁ ଧାନ ଯେମିତି ନଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ସିସିଟିଭି ଲଗାଯିବ ।*

*୬- 👉 Headlines 06- ଜାନୁଆରୀ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କାର୍ତ୍ତିକ ମାସ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅଟକିଥିଲା କାର୍ତ୍ତିକ ମାସ ଶେଷ ହୋଇଥିବାରୁ ଏଏସ୍‌ଆଇ ମରାମତି କାର୍ଯ୍ୟ ଆରମ୍ଭ କରିବ*

*୭- 👉 Headlines 07- ଗର୍ଭବତୀଙ୍କ ଠାରୁ ଲାଞ୍ଚ ନେଇ ଜଣେ ଡାକ୍ତର ଗିରଫ ହୋଇଛନ୍ତି । କଳାହାଣ୍ଡି ମେଡିକାଲ କଲେଜର ଡାକ୍ତର ଅଶୋକ ଦାସଙ୍କୁ ୬ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରିଛି ଭିଜିଲାନ୍ସ । ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।*

*୮- 👉 Headlines 08- OPHWC ବ୍ରହ୍ମପୁର ଡିଭିଜନ୍‌ ଜିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ କରିବା ସମୟରେ ମିଳିଛି କେଜିଏ ସୁନା । ଏଥିସହ ଆଇଗିଣିଆରେ ୩ ମହଲା କୋଠା, ବରିମୁଣ୍ଡରେ ୨ ମହଲା କୋଠା, ଭୁବନେଶ୍ବରରେ ୪ଟି ବହୁମୂଲ୍ୟ ପ୍ଲଟ ସହିତ ୧୩ ଲକ୍ଷ ଟଙ୍କା, ଗୋଟିଏ କ୍ରେଟା ଜବତ ହୋଇଛି ।*

*୯- 👉 Headlines 09- ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଛନ୍ତି ବାଲେଶ୍ୱର ଝିଅ ସଞ୍ଜନା ପ୍ରଧାନ। ମାତ୍ର ୧୯ ବର୍ଷ ବୟସରେ ସଞ୍ଜନାଙ୍କୁ ମିଳିଛି ଏହି ସଫଳତା । ମଡେଲିଂରେ କ୍ୟାରିଅର କରି ମିସ୍ ଇଣ୍ଡିଆ ହେବାକୁ ପିଲାବେଳୁ ସଞ୍ଜନାଙ୍କର ସ୍ୱପ୍ନଥିଲା ବୋଲି ସମ୍ପର୍କୀୟ କହିଛନ୍ତି ।*

*୧୦- 👉 Headlines 10- ନାବାଳକଙ୍କୁ ବାବା ସଜେଇବା ଘଟଣାରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଜୋରଦାର ଖୋଳତାଡ଼ ହୋଇଛି । ଅନ୍ୟପଟେ ଜଣେ ଯୁବତୀ କହିଛନ୍ତି ଯେ, ପଟିଆ କାଫେକୁ ବାବା ୩-୪ ଝିଅଙ୍କ ସହ ଯାଆନ୍ତି। ବଣ୍ଡଲ ବଣ୍ଡଲ ଟଙ୍କା ଉଡାନ୍ତି। ଭକ୍ତଙ୍କ କଷ୍ଟ ଦୂର କରିବାକୁ ପଇସା ମାଗୁଥିଲେ ବାବା । ଅନ୍ୟପଟେ ଆଶ୍ରମରେ ଜିଏ ପକ୍ଷରୁ ମାପଚୁପ ହୋଇଥିବା ସହକାରୀ ନିର୍ଦ୍ଦେଶକ ଅମୀୟ ଦାସ ସୂଚନା ଦେଇଛନ୍ତି । ଆମର ମାପଚୁପ ସରିଛି ବର୍ତ୍ତମାନ ସରକାରଙ୍କୁ ରିପୋର୍ଟ ଦିଆଯିବ । ଯଦି ସରକାରୀ ଜମିରେ ଆଶ୍ରମ ଥିବ ତେବେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।*

*🙏 ଶୁଭ ସଂନ୍ଧ୍ଯା,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*

17/11/2024

*╭─────────────────────╮*
*🌄ସକାଳର ଖବର,୧୭-ନଭେମ୍ବର-୨୦୨୪,ରବିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-୩ ରାଷ୍ଟ୍ର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ବ୍ରାଜିଲ ଜି-୨୦ ସମ୍ମିଳନୀ ଉପରେ ରହିଛି ଫୋକସ୍‌ l ୫ ଦିନିଆ ଗସ୍ତ ଅବସରରେ ମୋଦୀ ନାଇଜେରିଆ ଏବଂ ଗୁଏନା ମଧ୍ୟ ଗସ୍ତ କରିବେ। ଦୀର୍ଘ ୧୭ ବର୍ଷରେ ନାଇଜେରିଆକୁ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ।

➡️୨-ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଦେଶରେ ପ୍ରଥମ ଥର ପାଇଁ ପୁଞ୍ଜିପତିଙ୍କୁ ଭେଟିବେ l ଓଡ଼ିଶାରେ ବ୍ୟାପକ ପୁଞ୍ଜି ନିବେଶ କରିବାଲାଗି କରିବେ ଆଲୋଚନା l

➡️୩-ଆସନ୍ତା ୫ବର୍ଷ ମଧ୍ୟରେ ଦୁଇଗୁଣ ବଡ଼ିବ ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ଏମବିବିଏସ୍ ସିଟ l ଏହାସହିତ ଖୁବଶୀଘ୍ର ଆଉ ୫ହଜାର ଡାକ୍ତର ଓ ୩ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଲେ ସୂଚନା l

➡️୪-ମହିଳା କର୍ମଚାରୀମାନଙ୍କ ଉପଯୋଗ ନିମନ୍ତେ ରାଜ୍ୟ ସଚିବାଳୟ ବା ଲୋକସେବା ଭବନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ l ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l

➡️୫-କଟକ ଐତିହାସିକ ବାଲିଯାତ୍ରାରେ ଅଧାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦକୁ ନେଇ ଉପୁଜିଲା ଅସନ୍ତୋଷ l ରାତି ୧୦ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ ନିର୍ଦେଶ ଥିବାରୁ କମିଶନରେଟ ପୁଲିସ ପକ୍ଷରୁ ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇଦେଲେ ।

➡️୬-ଓମ୍‌ଫେଡ୍‌ର ହେବ ନବକଳେବର। ସରକାର ଏଥିପାଇଁ ସମସ୍ତ ସହାୟତା ଯୋଗାଇ ଦେବେ। ପ୍ରତ୍ୟେକ ପ୍ଲାଣ୍ଟରେ ସିସିଟିଭି ଲାଗିବ। ଆବଶ୍ୟକ ଘିଅ ଉତ୍ପାଦନ ବୃଦ୍ଧି ପାଇଁ ବାଲେଶ୍ୱର, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା ହେବ l ପ୍ରତ୍ୟେକ ପ୍ଲାଣ୍ଟ କୁ ଜଗିବ ସିସିଟିଭି l

➡️୭-ଆସନ୍ତା ୩ ମାସ ଭିତରେ କଟକ ବଡଡାକ୍ତରଖାନାରେ ଆରମ୍ଭ ହେବ ରାଜ୍ୟର ପ୍ରଥମ ହୃ୍ତ୍‌ପିଣ୍ଡ ପ୍ରତିରୋପଣ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରତିରୋପଣ ସ୍କ୍ରିନିଂ ଓପିଡି ହେଲା ଉଦ୍‌ଘାଟିତ l ରୋଗୀଙ୍କ ସ୍କ୍ରିନିଂ ଓ ଭିତ୍ତିଭୂମି ଅନୁଧ୍ୟାନ କଲେ ଏମ୍‌ଜିଏମ୍‌ ଟିମ୍‌ l

➡️୮-ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍‌କ୍ଲୋଜର ମଧ୍ୟରେ ବନ ବିଭାଗର ନିରୀକ୍ଷଣରେ ଥିବା ମହାବଳ ବାଘୁଣୀ ‘ଜୀନତ୍‌’ କଲା ନିଜର ପ୍ରଥମ ଶିକାର l

➡️୯-ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ସମୟରେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଲେ ବାଇଡେନଙ୍କ ପରି ସ୍ମୃତି ଶକ୍ତି ହରାଇଛନ୍ତି ମୋଦୀ l

➡️୧୦-ତାମିଲନାଡ଼ୁରେ ତେଲୁଗୁ ଭାଷାଭାଷୀ ଲୋକଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିବା ମାମଲାରେ ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ତାମିଲନାଡ଼ୁ ପୋଲିସ କଲା ଗିରଫ l

➡️୧୧-କମାଲ୍‌ କରିବେ ମସ୍କ ! ୩୦ ମିନିଟ୍‌ରେ ଆମେରିକାକୁ ଯାତ୍ରା, ଷ୍ଟାରସିପ୍‌ରେ ବସି ବୁଲିବେ ଯାତ୍ରୀ l ଏପରି ଏକ ଶକ୍ତିଶାଳୀ ଯାନ ତିଆରି କରିବେ, ଯାହା ମାଧ୍ୟମରେ ଲୋକେ ଅଧ ଘଣ୍ଟା ମଧ୍ୟରେ ଦିଲ୍ଲୀରୁ ଆମେରିକାରେ ପହଞ୍ଚି ପାରିବେ l

➡️୧୨-ଝାନ୍‌ସୀରେ ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କଲେ ଯେ ଏହି ଦୁର୍ଘଟଣା ପଛରେ ଜଣେ ନର୍ସଙ୍କ ଅବହେଳା ରହିଛି।

➡️୧୩-ଦିଲ୍ଲୀ ପ୍ରଦୂଷଣ ବଢ଼ାଇଲା ସ୍ୱାସ୍ଥ୍ୟଚିନ୍ତା, ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) କ୍ରମାଗତ ‘ଗୁରୁତର’ ସ୍ତରରେ ରହୁଥିବାରୁ ଶିଶୁ, ବୟସ୍କ ଓ ସାଧାରଣ ଲୋକମାନେ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଥିବା ଦେଖାଯାଉଛି।

➡️୧୪-ମଣିପୁରରେ ଗୋଟିଏ ପରିବାରର ୬ ଜଣଙ୍କୁ କୁକି ଉଗ୍ରପନ୍ଥୀମାନେ ନିର୍ମମ ଭାବେ କଲେ ହତ୍ୟା l ସମସ୍ତଙ୍କ ମରଶରୀର ଏକ ନଦୀରୁ ମିଳିବା ପରେ ଉପୁଜିଲା ତୀବ୍ର ଉତ୍ତେଜନା ପ୍ରକାଶ l

➡️୧୫-ହିମାଚଳରେ ଏଣିକି ‘PK’ ଟିକସ ଲାଗୁ କରିବେ ସୁଖୁ ସରକାର l ନୂଆ ଟିକସ ଲାଗୁ ହେବା ପରେ ମଦ୍ୟପଙ୍କୁ ଝଟକା ଲାଗିପାରେ । ଏହି ଟିକସ ଲାଗୁ ହେବା ପରେ ମଦ ପିଉଥିବା ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ ।

➡️୧୬-ରପ୍ତାନୀରେ ଭାରତ କଲା ନୂଆ ରେକର୍ଡ, ଅକ୍ଟୋବରରେ ୩୯.୨ ବିଲିୟନ ଆମେରିକୀୟ ଡଲାରର ହୋଇଛି କାରବାର l

➡️୧୭-ଅଷ୍ଟ୍ରିଆକୁ ଗ୍ୟାସ୍‌ ଯୋଗାଣ ବନ୍ଦ କଲା ରୁଷ୍‌। ତେବେ ଗତକାଲି ୟୁକ୍ରେନ ବାଟେ ୟୁରୋପକୁ ରୁଷର ଗ୍ୟାସ ଯୋଗାଣ ଅବ୍ୟାହତ ରହିଛି। ୟୁକ୍ରେନ ଯୁଦ୍ଧ ପୂର୍ବରୁ ୟୁରୋପକୁ ରୁଷ୍‌ ଥିଲା ସବୁଠୁ ବଡ଼ ଗ୍ୟାସ ଯୋଗାଣକାରୀ ରାଷ୍ଟ୍ର।

➡️୧୮-ପ୍ରଥମ ଥର ପାଇଁ ଜାତୀୟ ବରିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ସ୍ବର୍ଣ୍ଣ ପଦକ ହାସଲ କରି ରଚିଲା ନୂଆ ଇତିହାସ l ଓଡ଼ିଶା ଖେଳାଳିଙ୍କୁ ଆଭାସୀ ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ l

➡️୧୯-ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଚୀନ୍‌କୁ ୩-୦ ଗୋଲ୍‌ରେ ହରାଇ ଭାରତୀୟ ଦଳ ଏସୀୟ ମହିଳା ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାର ସେମିଫାଇନାଲ୍‌ରେ କଲା ପ୍ରବେଶ l

➡️୨୦-ବର୍ଡର-ଗାଭାସ୍କର୍ ଟ୍ରଫି ଆରମ୍ଭ ହେବାର ମାତ୍ର ପାଞ୍ଚ ଦିନ ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ଏକ ଶକ୍ତ ଝଟ୍‌କା। ଗତକାଲି ଯୁବ ଓପନର ଶୁବମନ୍ ଗିଲ୍ ହେଲେ ଆହତ l ଅଭ୍ୟାସ ମ୍ୟାଚ୍‌ରେ ଭାଙ୍ଗିଲା ବାମହାତ ବୁଢ଼ା ଅଙ୍ଗୁଳି l

*🔅ଆଜି ଅନ୍ତର୍ଜାତୀୟ ଛାତ୍ର ଏକତା ଦିବସ ll*
*🔅ଆଜି ଶ୍ରୀ ଲାଲା ଲଜପତ ରାୟ ଶହୀଦ ଦିବସ ll*
*🔅ଆଜି ଜାତୀୟ ଅପସ୍ମାର ଦିବସ ll*
*🔅ଆଜି ଶ୍ରୀ ବାଲ ଠାକରେ ସ୍ମୃତି ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଶୁଭେଚ୍ଛା ଦିବସ ll*
*🔅ଆଜି ଜାତୀୟ ବନ୍ଧୁ ଦିବସ ll*
*🔅ଆଜି ଜାତୀୟ କଳା ବିଲେଇ ଦିବସ ll*
*🔅ଆଜି ସଡକ ଟ୍ରାଫିକ ପୀଡିତଙ୍କ ପାଇଁ ବିଶ୍ୱ ସ୍ମୃତି ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*

15/11/2024

🌸☘️🌻ଅନୁଚିନ୍ତା🌻☘️🌸
*==========================*
*🦋"ଅନୁମାନ ଭୁଲ ହୋଇପାରେ କିନ୍ତୁ ଅନୁଭୂତି ନୁହେଁ , କାହିଁକିନା ଅନୁମାନ କେବଳ ମନର ଗୋଟିଏ କଳ୍ପନା ହୋଇଥିଲା ବେଳେ ଅନୁଭୂତି ଏକ ଶିକ୍ଷା ହୋଇଥାଏ !!"*

*🦋"ଜିଭରେ କୌଣସି ହାଡ ନଥାଏ କିନ୍ତୁ କାହା ହୃଦୟ କୁ ଆଘାତ ଦେବା ପାଇଁ ଏହା ଯଥେଷ୍ଟ ଶକ୍ତିଶାଳୀ ଅଟେ . ତେଣୁ କିଛି ବି କହିଲା ବେଳେ ଟିକିଏ ଆଗପଛ ଚିନ୍ତା କରି କୁହନ୍ତୁ !!"*

*🦋"ମନେରଖନ୍ତୁ କଷ୍ଟ ଯେତେ କଠିନ ହେଉ ପଛେ ତାକୁ ବୁଝେଇବାକୁ କେହି ନଥାନ୍ତି , ଦୁଃଖ ଯେତେ ହାଲୁକା ହେଉ ନା କାହିଁକି ତାକୁ ନେବା ପାଇଁ କେହି ନଥାନ୍ତି , ଆଉ ଯିଏ ଯେତେ ଆପଣାର ହୁଅନ୍ତୁ ନା କାହିଁକି ସ୍ବାର୍ଥ ପାଖରେ କେହି ବି ନଥାନ୍ତି !!"*

*🦋"ଜୀବନରେ ସବୁବେଳେ ସମସ୍ୟା ତ ଲାଗି ରହିଥାଏ କିନ୍ତୁ ସେହି ସମସ୍ୟା ଭିତରେ ଯେଉଁ ମଣିଷ ଖୁସି ସାଉଁଟି ପାରିଥାଏ ତାକୁ ହିଁ ଜୀବନ ଯୁଦ୍ଧରେ ବିଜେତା ବୋଲି କୁହାଯାଏ !!"*

*🌹ଶୁଭ ସକାଳ🌹*
*☘️🌸🙏ଜୟ ଶ୍ରୀକୃଷ୍ଣ🙏🌸☘️*
*==========================*

15/11/2024

ଆପଣ ଦେଖିବାକୁ ସୁନ୍ଦର ବୋଲି ଅନ୍ୟକୁ ଘୃଣା କରନାହିଁ।ଆପଣ ଯାହା ହାତରୁ ସ୍ରୁଷ୍ଟି ସେ ମଧ୍ଯ ତାରି ହାତରୁ ସ୍ରୁଷ୍ଟି। କଦାପି ନିଜର ସୌନ୍ଦର୍ଯ୍ୟକୁ ନେଇ ଅହଙ୍କାର କରନାହିଁ। କାହିଁକି ନା ସୌନ୍ଦର୍ଯ୍ୟ ସ୍ଥାୟୀ ନୁହେଁ,ଋତୁ ପରିବର୍ତ୍ତନ ଅନୁସାରେ ଆପଣଙ୍କ ଶରୀର ଥବ ହେଲେ ସୌନ୍ଦର୍ଯ୍ୟ ନଥିବ।

15/11/2024

ଭଗବାନଙ୍କ ଲୀଳା ବଡ ବିଚିତ୍ର,କୋଇଲିକୁ କଣ୍ଠ ଦେଲେ ରୂପ ଦେଲେ ନାହିଁ,ମୟୂରକୁ ରୂପ ଦେଲେ ଇଛା ଦେଲେ ନାହିଁ,ମନୁଷ୍ଯକୁ ଇଛା ଦେଲେ ସନ୍ତୋଷ ଦେଲେ ନାହିଁ।ସାଧୁଙ୍କୁ ସନ୍ତୋଷ ଦେଲେ ସଂସାର ଦେଲେ ନାହିଁ।ସଂସାରରେ କେହି ପୂର୍ଣ୍ଣ ନୁହେଁ କେବଳ ଭଗବାନ ହିଁ ପୁର୍ଣ୍ଣ।

15/11/2024

ହଜାରେ ସମ୍ପର୍କ ଭିତରୁ ସେଇ ଗୋଟିଏ ସମ୍ପର୍କ ମୂଲ୍ଯବାନ ଯିଏ ତୁମ ଅନୁପସ୍ଥିତିରେ ବି ତୁମ ବିରୁଦ୍ଧରେ ପଦେ ଶୁଣିବା ପାଇଁ ପ୍ରସ୍ତୁତ ନଥିବ।ନଚେତ ମୁହଁରେ ପ୍ରଶଂସା କରି ପଛରେ ଅପବାଦ ଦେଉଥିବା ଲୋକଙ୍କର ଅଭାବ ନାହିଁ।

Address


Alerts

Be the first to know and let us send you an email when Odisha News Desk - ଓଡିଶା ନ୍ୟୁଜ୍ ଡେସ୍କ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha News Desk - ଓଡିଶା ନ୍ୟୁଜ୍ ଡେସ୍କ:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share