ଆମ ବାଙ୍କୀ

  • Home
  • ଆମ ବାଙ୍କୀ

ଆମ ବାଙ୍କୀ Contact information, map and directions, contact form, opening hours, services, ratings, photos, videos and announcements from ଆମ ବାଙ୍କୀ, Media/News Company, .

02/07/2025
କୋଟି ବ୍ରହ୍ମାଣ୍ଡ ମଣିମା ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପତିତପାବନ ରଥଯାତ୍ରା ର ଅଶେଷ ଶୁଭକାମନା। ସଂସାର ରେ କେବଳ ଗୋଟିଏ ଠାକୁର,...
27/06/2025

କୋଟି ବ୍ରହ୍ମାଣ୍ଡ ମଣିମା ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ପତିତପାବନ ରଥଯାତ୍ରା ର ଅଶେଷ ଶୁଭକାମନା।
ସଂସାର ରେ କେବଳ ଗୋଟିଏ ଠାକୁର, ମହାପ୍ରଭୁ ଯିଏ ଭକ୍ତମାନଙ୍କ ପାଇଁ ରତ୍ନବେଦୀ ଛାଡି ମନ୍ଦିର ବାହାରକୁ ଆସନ୍ତି । ଜୀବ ଓ ଜଗନ୍ନାଥ ଙ୍କ ର ଏହି ମହା ମହୋତ୍ସବ ପତିତପାବନ ଯାତ୍ରା ନାମ ରେ ମଧ୍ଯ ନାମିତ। ସଂସାର ରେ ଶ୍ରୀ ଜଗନ୍ନାଥ ଙ୍କ ଠାରୁ କେହି ବଡ଼ ଠାକୁର ନାହାଁନ୍ତି କି ତାଙ୍କର ରଥଯାତ୍ରା ଠାରୁ ବଡ଼ କାହାରି ଉତ୍ସବ ନାହିଁ। ସେଥିପାଇଁ ସେ ହିଁ କେବଳ ବଡ଼ଠାକୁର ଓ ତାଙ୍କର ପତିତପାବନ ଯାତ୍ରା ମହା ମହୋତ୍ସବ ଅଟେ। ଆସନ୍ତୁ ସଭିଏଁ ଏକ ହୋଇ ଜଗନ୍ନାଥ ମହାପ୍ରଭୁ ଙ୍କ ଶରଣାପନ୍ନ ହୋଇ ଚଳିତ ବର୍ଷ ରଥଯାତ୍ରା ରେ ସାମିଲ ହୋଇ ମହାପ୍ରଭୁ ଙ୍କ କିମ୍ବଦନ୍ତୀ ମହାଯାତ୍ରା ର ସାକ୍ଷୀ ହୋଇ ନିଜକୁ ଧନ୍ଯ କରିବା।
ମହାପ୍ରଭୁ ସଭିଙ୍କୁ ଚକ୍ର ଅଢୁଆଳ କରି ରଖନ୍ତୁ।
ଜୟ ଜଗନ୍ନାଥ

19/05/2025

ଚନ୍ଦନ ଯାତ୍ରା ବଡମ୍ବା

ଦେଇଥିଲେ ପାଇ *************ଥରେ ଜଣେ ବ୍ୟକ୍ତି ମରୁଭୂମି ରେ ବାଟ ଭୁଲି ଗଲା। ତା ପାଖରେ ଯାହା କିଛି ବି ଖାଦ୍ୟ ପାନୀୟ ଥିଲା ତାହା ସରିଗଲା। ଦୁ...
09/05/2025

ଦେଇଥିଲେ ପାଇ
*************
ଥରେ ଜଣେ ବ୍ୟକ୍ତି ମରୁଭୂମି ରେ ବାଟ ଭୁଲି ଗଲା। ତା ପାଖରେ ଯାହା କିଛି ବି ଖାଦ୍ୟ ପାନୀୟ ଥିଲା ତାହା ସରିଗଲା। ଦୁଇ ଦିନ ହେବ ସେ ଟୋପାଏ ବି ପାଣି ପିଇ ନ ଥିଲା।ସେ ମନେ ମନେ ଜାଣି ସାରିଥିଲା ଯେ ଯଦି ତାକୁ ଆଜି କେଉଁଠାରୁ ବି ପାଣି ନ ମିଳେ , ତେବେ ଆଜି ହିଁ ତାର ଜୀବନ ଯିବା ନିଶ୍ଚିତ। କିନ୍ତୁ କଉଠି ନା କଉଠି ତାର ଈଶ୍ୱର ଙ୍କ ଉପରେ ଭରଷା ଥିଲା, ଯେ ନିଶ୍ଚୟ କିଛି ଚମତ୍କାର ହେବ। ଏମିତି ଚାଲୁ ଚାଲୁ ତାକୁ ଗୋଟିଏ ଝୁପୁଡ଼ି ଘର ଟିଏ ଦେଖା ଗଲା। ତାକୁ ତା ଆଖି ଉପରେ ଭରଷା ହେଉ ନ ଥିଲା। ଆଗରୁ ବି ସେ ମୃଗ ତୃଷ୍ଣା ଆଉ ପାଣିର ଭ୍ରମ ପାଇଁ ଧୋକା ଖାଇ ସାରିଥିଲା। କିନ୍ତୁ ବିଚରା ପାଖରେ ବିଶ୍ୱାସ କରିବା ଛଡ଼ା ଆଉ କିଛି ଅନ୍ୟ ବାଟ ନ ଥିଲା।
ଏଇ ଝୁପୁଡି ଟି ତାର ଶେଷ ଭରଷା ଥିଲା। ସେ ଶକ୍ତି ଜୁଟାଇ ଝୂପୁଡ଼ି ଆଡ଼କୁ ଅଗ୍ରସର ହେଲା।ଯେତେ ଯେତେ ସେ ଝୂପୁଡି ର ନିକଟତର ହେଉଥିଲା। ସେତେ ସେତେ ତାର ପାଣି ଟୋପେ ପାଇବାର ଆଶା ବଢ଼ି ଚାଲୁଥିଲା। ଏଥର ଭାଗ୍ୟ ତା ସାଥିରେ ଥିଲା। ସତକୁ ସତ ସେଠାରେ ଗୋଟେ ଝୁପୁଡ଼ି ଥିଲା। କିନ୍ତୁ ଏ କଣ। ସେଠାରେ ତ ସବୁ ଶୁନଶାନ୍। ଯେମିତି ବର୍ଷ ବର୍ଷ ଧରି ସେଠାରେ କାହାରି ପାଦ ପଡ଼ି ନାହିଁ। ତଥାପି ପାଣି ଆଶାରେ ସେ ଭିତରକୁ ଗଲା। ଭିତର ର ଦୃଶ୍ୟ ଦେଖି ତା ଆଖିକୁ ବିଶ୍ବାସ ହେଉ ନ ଥିଲା। ସେଠାରେ ଗୋଟିଏ ହ୍ୟାଣ୍ଡ ପମ୍ପ ଥିଲା। ପାଣି ପାଇଁ ସେ ଏତେ ବିକଳ ଥିଲା ଯେ ସେ ଯୋର୍ ରେ ହ୍ୟାଣ୍ଡ ପମ୍ପ ଚଲାଇବାକୁ ଲାଗିଲା। କିନ୍ତୁ ତାହା ତ କେବେ ଠାରୁ ଶୁଖି ସାରିଥିଲା। ସେ ବ୍ୟକ୍ତି ଜଣକ ନିରାଶ ହୋଇ ପଡ଼ିଲା, ଭାବିଲା ଏବେ ତାର ଜୀବନ ଯିବାରୁ କେହି ବି ରକ୍ଷା କରି ପାରିବେ ନାହିଁ। ସେ ଅବସ ହୋଇ ତଳେ ପଡ଼ି ଗଲା। ସେତେବେଳେ ତାର ଝୋପଡ଼ି ର ଛାତରେ ଟଙ୍ଗା ହୋଇଥିବା ଏକ ପାଣି ବୋତଲ ଉପରେ ଆଖି ପଡ଼ିଲା। ସେ ସେହି ବୋତଲ ଟି ଆଣି ପାଣି ପିଇବାକୁ ଯାଉଥିଲା କି ତା ଉପରେ ଲେଖା ଉପରେ ତାର ନଜର ପଡ଼ିଲା। ସାଥିରେ ଲେଖା ଥିଲା
"ଏହି ପାଣିର ପ୍ରୟୋଗ ହ୍ୟାଣ୍ଡ ପମ୍ପ ଚଲାଇବାକୁ କରନ୍ତୁ। ପୁଣି ବୋତଲ ରେ ପାଣି ଭର୍ତ୍ତି କରି ରଖିବାକୁ ଭୁଲିବେ ନାହିଁ।"
ଏହା ଏକ ଅଜବ ପରିସ୍ଥିତି ଥିଲା। ସେ ବ୍ୟକ୍ତି ବୁଝି ପାରୁ ନ ଥିଲା ଯେ ସେ କଣ କରିବ। ସେ ପାଣି ପିଇବ ନା ହ୍ୟାଣ୍ଡ ପମ୍ପ ରେ ଢ଼ାଳି ଚଳେଇବ । ତା ମନରେ ଅନେଗୁଡ଼ିଏ ପ୍ରଶ୍ନ ଆସିଲା।ଯଦି ପାଣି ଢାଳିବା ପରେ ବି ହ୍ୟାଣ୍ଡ ପମ୍ପ ନ ଚାଲେ। ଯଦି ଏଥିରେ ଲେଖା ଥିବା କଥା ମିଛ ହୋଇ ଥାଏ। କିଏ ଜାଣେ ମାଟି ତଳେ ପାଣି ଯଦି ଶୁଖି ଯାଇଥିବ। ସେ ବୁଝି ପାରୁ ନ ଥିଲା ସେ କଣ କରିବ।ସେ କିଛି ସମୟ ଚିନ୍ତା କଲା ପରେ, ଥରିଲା ହାତରେ ସେ ପାଣିକୁ ହ୍ୟାଣ୍ଡ ପମ୍ପ ରେ ଢାଳିଲା। ପାଣି ଢ଼ାଳି ସେ ଭଗବାନ ଙ୍କୁ ସ୍ମରଣ କରି ପମ୍ପ ଚଲାଇବାକୁ ଲାଗିଲା।
ଏକ, ଦୁଇ, ତିନି, ପମ୍ପ ରୁ ଥଣ୍ଡା ଥଣ୍ଡା ପାଣି ବାହାରିବାକୁ ଲାଗିଲା। ସେ ପାଣି ଅମୃତ ଠାରୁ କିଛି କମ୍ ନ ଥିଲା। ସେ ମନ ଭରି ପାଣି ପିଇଲା। ତା ଦେହରେ ପ୍ରାଣ ପଶିଲା ଯେମିତି। ତା ମୁଣ୍ଡ କାମ କରିବାକୁ ଲାଗିଲା। ସେ ବୋତଲ ରେ ପାଣି ଭରି ପୁଣି ସେଇଠି ଟାଙ୍ଗି ଦେଲା।ସେ ଯେତେବେଳେ ଏହା କରୁଥିଲା, ତାକୁ ଆଉ ଏକ ବୋତଲ ଦେଖା ଗଲା। ଖୋଲି ଦେଖିଲା ତ ତା ଭିତରେ ଗୋଟିଏ ପେନ୍ସିଲ ଆଉ ନକ୍ସା ଟିଏ ଥିଲା । ନକ୍ସା ରେ ସେଇ ମରୁଭୂମି ରୁ ବାହାରି ଯିବାର ରାସ୍ତା ଥିଲା। ସେ ଲୋକଟି ରାସ୍ତା ମନେ ରଖିଲା। ଆଉ ନକ୍ସା ଟି କୁ ଯଥା ସ୍ଥାନ ରେ ରଖିଦେଲା। ତା ପରେ ସେ, ପୂର୍ବରୁ ତା ପାଖରେ ଥିବା ନିଜ ବୋତଲ ରେ ପାଣି ଭର୍ତି କରି, ସେଠାରୁ ବାହାରି ଗଲା।
କିଛି ଆଗକୁ ବଢ଼ି ସେ ପୁଣି ପଛକୁ ଚାହିଁଲା, ପୁଣି କିଛି ଭାବି ସେ ଆଉ ଥରେ ଝୋପଡି ଭିତରକୁ ଗଲା। ଟଙ୍ଗା ଯାଇଥିବା ପାଣି ବୋତଲ ଉପରେ ଥିବା କାଗଜ କୁ ବାହାର କରି ସେ କିଛି ଲେଖିବାକୁ ଲାଗିଲା।ସେ ଲେଖିଲା
"ମୋର ବିଶ୍ୱାସ କର, ଏ ହ୍ୟାଣ୍ଡ ପମ୍ପ ଠିକ୍ ଅଛି। ଏ ପାଣି ଢାଳିବା ପରେ ଚାଲିବ ।"
ଏ କାହାଣୀ ଆମକୁ ସମ୍ପୁର୍ଣ୍ଣ ଜୀବନ ର ଶିକ୍ଷା ଦିଏ। ଏହା ଆମକୁ ଶିଖାଏ ଯେ ଖରାପ ରୁ ଖରାପ ପରିସ୍ଥିତି ରେ ବି ଆଶା ହରାଇବା ଉଚିତ୍ ନୁହେଁ। କିଛି ବଡ଼ ପାଇବାକୁ ହେଲେ, ନିଜ ତରଫ ରୁ କିଛି ଦେବାକୁ ପଡ଼େ, ଯେମିତି ସେ ବ୍ୟକ୍ତି ନଳ ଚଳାଇବା ପାଇଁ ନିଜ ପାଖରେ ଥିବା ସମସ୍ତ ପାଣି ନଳ ରେ ଢ଼ାଳି ଦେଲା। ଦେଖିବାକୁ ଗଲେ ଏଠାରେ ପାଣି ଜୀବନ ର ମହତ୍ତ୍ଵପୂର୍ଣ୍ଣ ଜିନିଷ କୁ ଦର୍ଶାଏ , କିଛି ଏମିତି ଯାହା ଆମ ଜୀବନ ରେ ବହୁତ୍ ମୂଲ୍ୟବାନ। କାହା ପାଇଁ ମୋର ଏ ସନ୍ଦେଶ ଜ୍ଞାନ ହୋଇ ପାରେ, ପ୍ରେମ ହୋଇ ପାରେ ବା ଟଙ୍କା। ସେ ଯାହା କିଛି ବି ହେଉ , ତାକୁ ପାଇବା ପାଇଁ, ପ୍ରଥମେ ଆମକୁ ନିଜ ତରଫ ରୁ ତାକୁ ସେ କର୍ମ ରୂପି ନଳରେ ଢାଳିବାକୁ ପଡ଼ିଥାଏ। ବଦଳ ରେ ନିଜର ଯୋଗଦାନ ରୁ ବହୁତ୍ ଅଧିକ ମାତ୍ରାରେ ମିଳି ଥାଏ।

ଜଣେ ଗରିବ ବ୍ୟକ୍ତି କୋଡ଼ିଏ ବର୍ଷ ଧରି ପ୍ରତ୍ୟେକ ଟଙ୍କା ସଞ୍ଚୟ କରି ନିଜ ପରିବାର ପାଇଁ ଘର ତିଆରି କରିବାରେ ତାଙ୍କର ସମସ୍ତ ଟଙ୍କା ବିନିଯୋଗ କର...
07/05/2025

ଜଣେ ଗରିବ ବ୍ୟକ୍ତି କୋଡ଼ିଏ ବର୍ଷ ଧରି ପ୍ରତ୍ୟେକ ଟଙ୍କା ସଞ୍ଚୟ କରି ନିଜ ପରିବାର ପାଇଁ ଘର ତିଆରି କରିବାରେ ତାଙ୍କର ସମସ୍ତ ଟଙ୍କା ବିନିଯୋଗ କରିଥିଲେ।
ଶେଷରେ, ତାଙ୍କ ଘର ତିଆରି ହୋଇ ପ୍ରସ୍ତୁତ ହୋଇଗଲା। ଏହା ପରେ ତାଙ୍କ ପରିବାର ସହିତ ନୂତନ ଘରକୁ ସ୍ଥାନାନ୍ତର ପାଇଁ ଏକ ଶୁଭ ତାରିଖ ସ୍ଥିର କରାଯାଇଥିଲା।
କିନ୍ତୁ ସେହି ଦିନର ମାତ୍ର ଦୁଇ ଦିନ ପୂର୍ବରୁ, ଏକ ଭୂମିକମ୍ପ ହୋଇଥିଲା ଏବଂ ତାଙ୍କ ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା।
ଯେତେବେଳେ ଗରିବ ଲୋକଟି ଖବର ପାଇଲା, ସେ ବଜାରକୁ ଗଲା ଏବଂ ଘରକୁ ଯିବା ପୂର୍ବରୁ ମିଠା କିଣିଲା।
ସେହି ବ୍ୟକ୍ତି ଜଣକ ସେହି ସ୍ଥାନରେ ପହଞ୍ଚିଗଲେ ଯେଉଁଠାରେ ଅନେକ ଲୋକ ଏକାଠି ହୋଇଥିଲେ ଏବଂ ସେଠାରେ ରହିବା ପୂର୍ବରୁ ତାଙ୍କ ଘର ହରାଇବାରୁ ତାଙ୍କ ପାଇଁ ତାଙ୍କର ଚିନ୍ତା ପ୍ରକାଶ କଲେ। କିଛି ଲୋକ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ।
କିନ୍ତୁ ସେହି ବ୍ୟକ୍ତି ମିଠା ବାହାର କରି ସମସ୍ତଙ୍କୁ ବାଣ୍ଟିବା ଆରମ୍ଭ କଲେ।
ଏହା ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ଏହା ଦେଖି ତାଙ୍କର ଜଣେ ବନ୍ଧୁ ପଚାରିଲେ, ତୁମେ ପାଗଳ ହୋଇଗଲ କି? ତୁମର ନୂତନ ନିର୍ମିତ ଘର ଭୁଶୁଡ଼ି ପଡ଼ିଛି, ତୁମର ଜୀବନ ସଞ୍ଚୟ ନଷ୍ଟ ହୋଇଗଲାଣି ଏବଂ ଏଠାରେ ତୁମେ ଖୁସିରେ ମିଠା ବାଣ୍ଟୁଛ !! ,
ଗରିବ ଲୋକଟି ହସି କହିଲା, "ତୁମେ ଏହି ଘଟଣାର କେବଳ ନକାରାତ୍ମକ ଦିଗ ଦେଖୁଛ, ସେଥିପାଇଁ ତୁମେ ସକାରାତ୍ମକ ଦିଗ ଦେଖିପାରୁନାହଁ। ଆଜି ହିଁ ଘରଟି ଭୁଶୁଡ଼ି ପଡ଼ିବା ଭଲ।"
ମୁଁ ମୋ ପରିବାର ସହିତ ଏହି ଘରେ ରହୁଥିବା ବେଳେ ଯଦି ଦୁଇ ଦିନ ପରେ ଏହା ଭୁଶୁଡ଼ି ପଡ଼ିଥାନ୍ତା ତେବେ କ'ଣ ହୋଇଥାନ୍ତା? ଯଦି ଏହା ପଡ଼ିଥାନ୍ତା, ତେବେ ମୁଁ, ମୋ ସ୍ତ୍ରୀ ଏବଂ ପିଲାମାନେ ସମସ୍ତେ ମରିଯାଇଥାନ୍ତେ! ସେତେବେଳେ କ୍ଷତି କେତେ ବଡ଼ ହୋଇଥାନ୍ତା?
ତେଣୁ ଯାହା ହେଲା, ଭଲ ପାଇଁ ହେଲା"
#ଶିକ୍ଷା:
କେତେକ ସମୟରେ ଆମେ ଅନୁଭବ କରୁ ଯେ ଆମେ ସବୁକିଛି ହରାଇଛୁ କିନ୍ତୁ ସେହି ସମୟରେ, ଯଦି ଆମେ କଷ୍ଟକର ପରିସ୍ଥିତି ପ୍ରତି ସକାରାତ୍ମକ ମନୋଭାବ ରଖୁ, ତେବେ ଆମେ ସେହି ପରିସ୍ଥିତିକୁ ଶାନ୍ତ ଏବଂ ଭଲ ଭାବରେ ପରିଚାଳନା କରିପାରିବୁ।
ଯେକୌଣସି ପରିସ୍ଥିତିରେ ସର୍ବଦା ଭଗବାନଙ୍କୁ ଧନ୍ୟବାଦ ଦିଅ🙏❤️

ସିନ୍ଦୁର ତ ଫେରେଇ ହେବନି କିନ୍ତୁ ମୂଲ୍ୟ ଦେବାକୁ ପଡିବ ଆତଙ୍କୀଙ୍କୁ
07/05/2025

ସିନ୍ଦୁର ତ ଫେରେଇ ହେବନି
କିନ୍ତୁ ମୂଲ୍ୟ ଦେବାକୁ ପଡିବ ଆତଙ୍କୀଙ୍କୁ

ଭୟଙ୍କର ଥିଲା ଏ ଦୃଶ୍ୟ । ତଥାପି ସୁନ୍ଦର ଲାଗୁଥିଲା । ତଳେ ଧାନ କିଆରୀରେ ଭାସି ଆସିଥିବା ଶବ୍ଦ ଓ ବୋହି ଆସିଥିବା ଥଣ୍ଡା ପବନ ଏକ ଅପୂର୍ବ ଅନୁଭୂ...
13/04/2025

ଭୟଙ୍କର ଥିଲା ଏ ଦୃଶ୍ୟ । ତଥାପି ସୁନ୍ଦର ଲାଗୁଥିଲା । ତଳେ ଧାନ କିଆରୀରେ ଭାସି ଆସିଥିବା ଶବ୍ଦ ଓ ବୋହି ଆସିଥିବା ଥଣ୍ଡା ପବନ ଏକ ଅପୂର୍ବ ଅନୁଭୂତି ଆଣୁଥିଲା । ଧର୍ଯ୍ୟ ନଥିଲା ଉପଭୋଗ କରିବାକୁ ଏତେ ଡର ଲାଗୁଥିଲା । ଲାଗୁଥିଲା ସତେ ଯେପରି ପାହଡ଼ଟିଏ ମାଡ଼ି ଆସୁଚି🙂

15/03/2025

Address


Alerts

Be the first to know and let us send you an email when ଆମ ବାଙ୍କୀ posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ଆମ ବାଙ୍କୀ:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share