
05/05/2024
ଭୁବନେଶ୍ୱରରେ ଓଡ଼ିଶା ବିଧାନସଭା ପାଇଁ ବିଜେପିର ନିର୍ବାଚନ ସଂକଳ୍ପ ପତ୍ର-୨୦୨୪କୁ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ J.P.Nadda ପ୍ରକାଶ କରିଛନ୍ତି I ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଆମେ ଦୀର୍ଘ ଦିନ ଧରି ଅଟକି ରହିଥିବା ଓଡ଼ିଶାର ବିକାଶକୁ ସୁନିଶ୍ଚିତ କରିବା ସହ ଓଡ଼ିଶାବାସୀଙ୍କ ଅଭିବୃଦ୍ଧି ତଥା ସମୃଦ୍ଧତାକୁ ନିଶ୍ଚିତ କରିବାକୁ ଦୃଢଉକ୍ତି ପ୍ରକାଶ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ Manmohan Samal, ପୂର୍ବତନ ରାଜ୍ୟ ସଭାପତି ତଥା ସଂକଳ୍ପ ପତ୍ର ଅଧ୍ୟକ୍ଷ ଶ୍ରୀ ସମୀର ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ Jual Oram, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ Baijayant 'Jay' Panda, ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ Dr. Sambit Patra ଓ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବିମ୍ବାଧର କୁଅଁରଙ୍କ ସମେତ ଅନ୍ଯାନ୍ଯ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।