D News Odisha

D News Odisha D News Odisha Latest Digital News Chenel in Odisha

ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ, ୦୮.୦୭ : ଅନୁଗୋଳ ଜିଲ୍ଲା ପ୍ରଦକ୍ଷଣ ଗୃହର ସମ୍ମିଳ...
08/07/2026

ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ, ୦୮.୦୭ : ଅନୁଗୋଳ ଜିଲ୍ଲା ପ୍ରଦକ୍ଷଣ ଗୃହର ସମ୍ମିଳନୀ କକ୍ଷରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଜନଗଣନା ପୁସ୍ତିକା ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ପ୍ରତାପ ପ୍ରିତୀମୟ ଅନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରଶିକ୍ଷାର୍ଥୀମାନଙ୍କୁ ଏହି ଜାତୀୟ କାର୍ଯ୍ୟକ୍ରମକୁ ଗମ୍ଭୀରତାର ସହିତ ନେବା ସହିତ ଏହାକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରଥମେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଡେପୁଟି ଜନଗଣନା ଅଧିକାରୀ ଶ୍ରୀ ଜୟକୃଷ୍ଣ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ତାଲିମ ବିଷୟବସ୍ତୁ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟରୁ ଆସିଥିବା ଉପ-ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଭୋଇ, ସହାୟକ ଶ୍ରୀ ଦୀପକ କୁମାର ଉପସ୍ଥିତ ଅଂଶଗ୍ରହଣକାରୀ ମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ

ଜୁଲାଇ 9 ରୁ ତିନି ଦିନିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅନୁଗୋଳ ଜିଲ୍ଲା ଗସ୍ତଅନୁଗୋଳ /ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ...
08/07/2026

ଜୁଲାଇ 9 ରୁ ତିନି ଦିନିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅନୁଗୋଳ ଜିଲ୍ଲା ଗସ୍ତ

ଅନୁଗୋଳ /ତାଳଚେର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଅନୁଗୋଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ଜୁଲାଇ 9 ତାରିଖ ଗୁରୁବାର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଅନୁଗୋଳ ଜିଲ୍ଲା ଗସ୍ତ କରି କଣିହାଁ ଏନଟିପିସି ଠାରେ ସନ୍ଧ୍ୟାରେ ପହଁଚିବେ |10 ତାରିଖ ଶୁକ୍ରବାର କଣିହାଁ ରୁ ପାଳଲହଡା ଗସ୍ତ କରି ସକାଳ 8 ଟାରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ର ଉଦଘାଟନ କରିବା ସହ ସ୍ଥାୟୀ କ୍ୟାମ୍ପସ ର ଭୂମିପୂଜନ କରିବେ | ସେଠାରୁ ଦେବଗଡ଼ ଗସ୍ତ କରି ଜିଲ୍ଲା ର ବିକାଶ ପାଇଁ ଦିଶା ବୈଠକ ରେ ଯୋଗ ଦେବେ ଓ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ |ସେଦିନ ସନ୍ଧ୍ୟାରେ ଅନୁଗୋଳ ନାଲକୋ ଠାରେ ପହଁଚିବେ |11 ତାରିଖ ଶନିବାର ଅନୁଗୁଳ ଜିଲ୍ଲା ର ବିକାଶ ପାଇଁ ଦିଶା ବୈଠକ ରେ ଯୋଗଦେବେ ଏବଂ ଅପରାହ୍ନ ରେ ନାଲକୋ ଆର ପି ଡି ଏ ସି ବୈଠକ ରେ ଯୋଗଦେବେ |ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଭିମୁଖେ ଯାତ୍ରା କରିବେ ବୋଲି ଜୋନାଲ ବିଜେପି ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି |କେନ୍ଦ୍ରମନ୍ତ୍ରୀ ଙ୍କର ତିନି ଦିନିଆ ଜିଲ୍ଲା ଗସ୍ତ କୁ ନେଇ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲୁ ରହିଛି |

୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପୁରସ୍କାର ୨୦୨୬ରେ, ଅନୁଗୋଳ ସର୍କଲ୍ ଅନ୍ତର୍ଗତ ଅନୁଗୋଳ ବନଖଣ୍ଡର ଜେରେଙ୍ଗ ବନ ସୁରକ୍ଷା ସମିତି (VSS) କୁ ରାଜ...
07/07/2026

୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବ ପୁରସ୍କାର ୨୦୨୬ରେ, ଅନୁଗୋଳ ସର୍କଲ୍ ଅନ୍ତର୍ଗତ ଅନୁଗୋଳ ବନଖଣ୍ଡର ଜେରେଙ୍ଗ ବନ ସୁରକ୍ଷା ସମିତି (VSS) କୁ ରାଜ୍ୟର 'ଶ୍ରେଷ୍ଠ ବନ ସଂରକ୍ଷଣ ସମିତି' ଭାବେ ସମ୍ମାନିତ କରାଯାଇଛି l ଭୁବନେଶ୍ୱରର କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବନ ମହୋତ୍ସବ ଉତ୍ସବରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶୁଭ ଉପସ୍ଥିତିରେ ଏହି ଗୌରବମୟ ପୁରସ୍କାର ପ୍ରଦାନ କରାଯାଇଛି।

ବେନ୍ତପୁର ପଂଚାୟତ ବିଦ୍ୟାଳୟରେ ବନ ମହୋତ୍ସବ ୨୦୨୬ ପାଳିତ ଅନୁଗୋଳ  ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସ୍ପନ୍ଦନ" ଏବଂ ବେନ୍ତପୁର ପଂଚାୟତ ବିଦ୍ୟାଳୟର ଇ...
07/07/2026

ବେନ୍ତପୁର ପଂଚାୟତ ବିଦ୍ୟାଳୟରେ ବନ ମହୋତ୍ସବ ୨୦୨୬ ପାଳିତ
ଅନୁଗୋଳ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସ୍ପନ୍ଦନ" ଏବଂ ବେନ୍ତପୁର ପଂଚାୟତ ବିଦ୍ୟାଳୟର ଇକୋ କ୍ଲବର ମିଳିତ ସହଯୋଗରେ ବନ ମହୋତ୍ସବ-୨୦୨୬ ବିଦ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜନକ କୁମାର ଭୋଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ବିଶ୍ୱ ତାପମାନ ସମସ୍ୟାକୁ ପ୍ରତିହତ କରିବା ନିମନ୍ତେ ବୃକ୍ଷ ରୋପଣ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। ସମାଜସେବୀ ଶ୍ରୀ ତାପସ ପାଳ ଯୋଗ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀ ଗୋଟିଏ ଗୋଟିଏ ଚାରା ରୋପଣ ତାହାର ଯତ୍ନ ନେଲେ ସାମାଜିକ ଉତ୍ତର ଦାୟିତ୍ୱ ବଢିବା ସହିତ ଏକ ସୁନାଗରିକ ଭାବେ ଆଗାମୀ ଦିନରେ ନିଜକୁ ପ୍ରସ୍ତୁତ କରି ପାରିବେ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ।

06/07/2026

ସ୍ୱାଧୀନତା ସଂଗ୍ରାମୀ ବିକା ନାୟକଙ୍କ ପୁସ୍ତକ ଲୋକାର୍ପିତ !

05/07/2026

ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ତାଳଚେର ରେଞ୍ଜ୍, ଏଫ୍.ସି.ଆଇ (FCI) ସେକ୍ସନ, ଗଣ୍ଠିଗାଡ଼ିଆ ବିଟ୍‌ର ଚୌରିଡିହା ଗ୍ରାମରୁ ଏକ ଅଜଗର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରି କଂସରା ଜଙ୍ଗଲରେ ଛଡା ଯାଇଛି।

04/07/2026

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଷଣ୍ଢ କରେଣ୍ଟ ଲାଗି ମୃତ୍ୟୁ ସାଧାରଣରେ ତଦନ୍ତ ଦାବି !

03/07/2026

ବି.ଜେ.ପିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ଭିଳନୀ

01/07/2026

ପ୍ରଧାନ ଶିକ୍ଷକ ଓ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା !

29/06/2026

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ !

Address

AT-GITAGRAM, PO-PTC, PS/DIST-ANGUL, PIN
Anugul
759123

Alerts

Be the first to know and let us send you an email when D News Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to D News Odisha:

Shortcuts

Share