Mo Angul

Mo Angul ମୋ ଅନୁଗୋଳ, ସାଧାରଣ ଜନତାଙ୍କ ସ୍ୱର ✒️✒️
☎️ 8️⃣6️⃣5️⃣8️⃣8️⃣6️⃣5️⃣8️⃣9️⃣7️⃣📲
24x7 all time ⌚ available

ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚ ଶ୍ରୀକ୍ଷେତ୍ର ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ।
14/07/2026

ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚ ଶ୍ରୀକ୍ଷେତ୍ର ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ।



14/07/2026

ପୂଜାମଣ୍ଡପ ପାଲଟିଛି ମଦ ଗୋଦାମ, ସ୍ପେସିଆଲ ସ୍କ୍ୱାଡ ଚଢ଼ଉ କରି ଜବତ କଲା ବିପୁଳ ପରିମାଣର ମଦ

ଦୁର୍ଗାପୂଜା ମଣ୍ଡପ ପାଲଟିଛି ମଦ ଗୋଦାମ । ଏଭଳି ଏକ ଖବର ପାଇ ଅନୁଗୋଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶିଆଲ ସ୍କ୍ୱାଡ ଛେଣ୍ଡିପଦା ବ୍ଲକଛକ ବିହାରୀ ହୋଟେଲ ପଛ ପାଖେ ଥିବା ଦୁର୍ଗା ପୂଜାମଣ୍ଡପ ଉପରେ ଚଢ଼ଉ କରି ମଣ୍ଡପ ଭିତରେ ଵେଆଇନ ଭାବେ ଗଚ୍ଛିତ ଥିବା ୧୮୫ ଲିଟର ଦେଶୀ ଏବଂ ବିଦେଶୀ ମଦ ଜବତ କରି ଛେଣ୍ଡିପଦା ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ଏଥିରେ ସମ୍ପୃକ୍ତ ମଦ ବ୍ୟବସାୟୀ ବାବୁଲି ବେହେରାଙ୍କୁ ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛି ସ୍ପେଶିଆଲ ସ୍କ୍ୱାଡ ।




13/07/2026

କୂଅରୁ ଉଦ୍ଧାର ପରେ ଲୋକଙ୍କୁ ଗୋଡ଼ାଇଲା ଭାଲୁ!

ଭାଲୁକୁ ବଞ୍ଚାଇଲେ ଲୋକେ,କୂଅରୁ ବାହାରି ଲୋକଙ୍କୁ ଗୋଡ଼ାଇଲା ଭାଲୁ।

13/07/2026

ବିଜେପି ନେତାଙ୍କ ଅଭିଯୋଗ ପରେ ତାଳଚେର ସ୍ଥିତ ମାଳରଗୁଡ଼ି ଆଶ୍ରମରୁ ବେଆଇନ ଭାବେ ରଖିଥିବା ୩ଟି ମୟୂରକୁ ତାଳଚେର ବନ ବିଭାଗ ପକ୍ଷରୁ ଉଦ୍ଧାର।




ଅନୁଗୋଳ କୋର୍ଟ ପରିସରରେ ବୋମା ଆତଙ୍କ ।
13/07/2026

ଅନୁଗୋଳ କୋର୍ଟ ପରିସରରେ ବୋମା ଆତଙ୍କ ।



 #ଗ୍ରାମ_ସ୍ତରୀୟ_ଶିଶୁ_ସୁରକ୍ଷା_ସମ୍ପର୍କିତ_ସଚେତନତା_କାର୍ଯ୍ୟକ୍ରମ  #ଅନୁଷ୍ଠିତ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ବଉଳିଗଡ , ଗଡ଼ସନ୍ତ୍ରୀ ଗ୍...
13/07/2026

#ଗ୍ରାମ_ସ୍ତରୀୟ_ଶିଶୁ_ସୁରକ୍ଷା_ସମ୍ପର୍କିତ_ସଚେତନତା_କାର୍ଯ୍ୟକ୍ରମ #ଅନୁଷ୍ଠିତ।

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ବଉଳିଗଡ , ଗଡ଼ସନ୍ତ୍ରୀ ଗ୍ରାମପଞ୍ଚାୟତର ଗଡସନ୍ତ୍ରୀ, ଭାଗବତପୁର, ସିମିଲିଛୁଇଁ,ଅରାହାଟ, ପୁରିକିଆ ଗ୍ରାମରେ ବିଶ୍ଵ ଯୁବ କେନ୍ଦ୍ର ବଣୀନାଳୀ ଅନୁଗୋଳ ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ଦ୍ୱାରା ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟ କ୍ରମ ରେ ଅଙ୍ଗନୱାଡି କର୍ମୀ ,କିଶୋରୀ ଙ୍କ ଉପସ୍ଥିିରେ ଜିଲ୍ଲା ରେ ଶିଶୁଙ୍କୁ ନିଜର ଅଧିକାର ରୁ ବଞ୍ଚିତ କରି ବାଲ୍ୟ ବିବାହ , ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା, ଶିଶୁ ଶ୍ରମିକ ତଥା ଜୀବନ ପ୍ରତି ବିପଦ ସଙ୍କୁଳନ କାର୍ଯ୍ୟ ରେ ନିୟୋଜିତ ତଥା ଏହାର ଭୟାବହତା ଉପରେ ଆଲୋଚନା କରାଯାଇ ଥିଲା l ବାଲ୍ୟ ବିବାହ ତଥା ଶିଶୁ ଙ୍କୁ ଶ୍ରମରେ ନିୟୋଜିତ କରୁଥିବା ଲୋକଙ୍କ ପାଇଁ ଭାରତୀୟ ଆଇନ୍ ଅନୁଯାୟୀ ବାଲ୍ୟ ବିବାହ ର ଦଣ୍ଡ ବିଧାନ ଓ ନିୟମାବଳୀ ଏବଂ ପ୍ରତେକ ଶିଶୁ ର ଚାରୋଟି ପ୍ରାଥମିକ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା l ବିଶ୍ଵ ଯୁବ କେନ୍ଦ୍ର ର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଓ ପୂଜା ସ୍ୱାଇଁ ଓ ଅଭିଷେକ ମହାପାତ୍ରଙ୍କ ତତ୍ଵାବଧାନରେ ପ୍ରକଳ୍ପ ସହଯୋଗୀ ଶ୍ରୀମତୀ ଲକ୍ଷ୍ମୀ ବେହେରା ସଭା ପରିଚାଳନା କରିଥିଲେ l




12/07/2026

ଗାଁ ଦାଣ୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା!
ଯୁକ୍ତିତର୍କ ପରେ ହେମନ୍ତଙ୍କୁ ଆକ୍ରମଣ, ଅଭିଯୁକ୍ତ ଫେରାର।

12/07/2026

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ କଙ୍କିନାଳୀ ଠାରେ ନୂତନ ବିଜେପି କାର୍ଯ୍ୟାଳୟର ଶୁଭ ଆରମ୍ଭ କଲେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ।




12/07/2026

ଗାଁରେ ପଶିଲେ ୧୨ ଜଙ୍ଗଲୀ ହାତୀ, ଭାଙ୍ଗିଲେ ୪ ବଖରା ଘର ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକ ।



11/07/2026

#ଦୁଇ_ଟ୍ରକ_ମୁହାଁମୁହିଁ_ଧକ୍କା_ହୁତୁହୁତୁ_ହୋଇ_ଜଳିଗଲା_ଟ୍ରକ ।
#ଜଣେ_ମୃତ_ଓ_ଜଣେ_ଗୁରୁତର ।

ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଗଙ୍ଗାଧରପୁର ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ପରେ ଗୋଟିଏ ଟ୍ରକ୍‌ରେ ନିଆଁ ଲାଗି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।ମୃତକ ଜଣକ କଙ୍କଡ଼ାହାଡ଼ ଅଞ୍ଚଳର ପ୍ରଶାନ୍ତ ସାହୁ ବୋଲି ଜଣାପଡ଼ିଛି। ତେବେ ଗୁରୁତର ଆହତ ଡ୍ରାଇଭରଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।



Address

AT/PO:NUAHATA, PS:BANARPAL, DIST:ANGUL
Anugul
759128

Website

Alerts

Be the first to know and let us send you an email when Mo Angul posts news and promotions. Your email address will not be used for any other purpose, and you can unsubscribe at any time.

Share