Mo Anugola

Mo Anugola ମୋ ଅନୁଗୋଳ, ସାଧାରଣ ଜନତାଙ୍କ ସ୍ୱର ✒️✒️
☎️ 8️⃣6️⃣5️⃣8️⃣8️⃣6️⃣5️⃣8️⃣9️⃣7️⃣📲
24x7 all time ⌚ available

ଡେରଜାଙ୍ଗ ଇକୋ-ଟୁରିଜମରେ ହର ଘର ତିରଙ୍ଗାନୌକାରେ ତ୍ରିରଙ୍ଗା ଧରି ଦେଶପ୍ରେମର ବାର୍ତ୍ତା ଦେଲା ଅନୁଗୋଳ ବନଖଣ୍ଡଅନୁଗୋଳ: ଡେରଜାଙ୍ଗ ଇକୋ-ଟୁରିଜମ...
14/08/2026

ଡେରଜାଙ୍ଗ ଇକୋ-ଟୁରିଜମରେ ହର ଘର ତିରଙ୍ଗା

ନୌକାରେ ତ୍ରିରଙ୍ଗା ଧରି ଦେଶପ୍ରେମର ବାର୍ତ୍ତା ଦେଲା ଅନୁଗୋଳ ବନଖଣ୍ଡ

ଅନୁଗୋଳ: ଡେରଜାଙ୍ଗ ଇକୋ-ଟୁରିଜମର ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ‘ହର ଘର ତିରଙ୍ଗା’ ଅଭିଯାନ ପାଳିତ ହୋଇଛି। ଏହି ଅବସରରେ ବନ ବିଭାଗର କର୍ମଚାରୀମାନେ ଜଳରାଶି ମଧ୍ୟରେ ନୌକାରେ ଗର୍ବର ସହ ଜାତୀୟ ପତାକା ତ୍ରିରଙ୍ଗା ଧରି ଦେଶପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଡେରଜାଙ୍ଗ ଜଳଭଣ୍ଡାର ମଧ୍ୟରେ ନୌକାରେ ତ୍ରିରଙ୍ଗା ପ୍ରଦର୍ଶନ କରି ଜାତୀୟ ଏକତା, ଦେଶପ୍ରେମ ଓ ଦାୟିତ୍ୱବୋଧର ସନ୍ଦେଶ ଦିଆଯାଇଥିଲା। ଏହି ଅଭିଯାନ ମାଧ୍ୟମରେ ଦେଶର ଗୌରବ ଓ ଜାତୀୟ ପତାକା ପ୍ରତି ସମ୍ମାନ ଜଣାଇବା ସହ ନାଗରିକମାନଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ମଜବୁତ କରିବାର ପ୍ରୟାସ କରାଯାଇଥିଲା।ଡେରଜାଙ୍ଗ ଇକୋ-ଟୁରିଜମର ସୁନ୍ଦର ପରିବେଶ ମଧ୍ୟରେ ଆୟୋଜିତ ଏହି ଅଭିନବ ପଦକ୍ଷେପ ଦେଶ ପ୍ରତି ଗର୍ବ, ଏକତା ଓ ଦାୟିତ୍ୱଶୀଳ ନାଗରିକତାର ବାର୍ତ୍ତାକୁ ଆହୁରି ଦୃଢ଼ କରିଛି।



ଅନୁଗୋଳ ପୋଲିସ ପାଇଁ ଗର୍ବର ମୁହୂର୍ତ୍ତ!ଏସ୍‌ପିଙ୍କ ସମେତ ୩ ଜଣଙ୍କୁ ଡିଜିପି ଡିସ୍କ ସମ୍ମାନଅନୁଗୋଳ: ଅନୁଗୋଳ ପୋଲିସ ପାଇଁ ଆସିଛି ଏକ ଗର୍ବର ମୁ...
14/08/2026

ଅନୁଗୋଳ ପୋଲିସ ପାଇଁ ଗର୍ବର ମୁହୂର୍ତ୍ତ!

ଏସ୍‌ପିଙ୍କ ସମେତ ୩ ଜଣଙ୍କୁ ଡିଜିପି ଡିସ୍କ ସମ୍ମାନ

ଅନୁଗୋଳ: ଅନୁଗୋଳ ପୋଲିସ ପାଇଁ ଆସିଛି ଏକ ଗର୍ବର ମୁହୂର୍ତ୍ତ। ନିଷ୍ଠା, ଅନୁକରଣୀୟ ସେବା ଓ ବୃତ୍ତିଗତ ଉତ୍କର୍ଷତା ପାଇଁ ଅନୁଗୋଳ ପୋଲିସର ଅଧିକାରୀ ଓ କର୍ମଚାରୀଙ୍କୁ ମିଳିଛି ସମ୍ମାନଜନକ ଡିଜିପି ଡିସ୍କ।
ତା. ୧୨ ଅଗଷ୍ଟ ୨୦୨୬ରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ମାନ୍ୟବର ଡିଜିପି, ଓଡ଼ିଶାଙ୍କ ଦ୍ୱାରା ଅନୁଗୋଳ ଏସ୍‌ପି ଶ୍ରୀ ରାହୁଲ ଜୈନ, ଆଇପିଏସ୍, ଇନ୍ସପେକ୍ଟର ଶ୍ରୀ ଦିଗବିଜୟ ବିଶ୍ୱାଲ ଏବଂ ଡ୍ରାଇଭର ଶ୍ରୀ ଶ୍ରୀବତ୍ସ ବେହେରାଙ୍କୁ ଡିଜିପି ଡିସ୍କ ପ୍ରଦାନ କରାଯାଇଥିଲା।କର୍ତ୍ତବ୍ୟ ପ୍ରତି ନିଷ୍ଠା, ଉତ୍ସର୍ଗୀକୃତ ସେବା ଓ ଉତ୍କୃଷ୍ଟ ବୃତ୍ତିଗତ କାର୍ଯ୍ୟଦକ୍ଷତାର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସଫଳତା ଅନୁଗୋଳ ପୋଲିସ ବିଭାଗ ପାଇଁ ଏକ ଗୌରବର ବିଷୟ ହୋଇଥିବା ବେଳେ ପୋଲିସ ବିଭାଗରେ କର୍ତ୍ତବ୍ୟନିଷ୍ଠା ଓ ଉତ୍ସର୍ଗୀକୃତ ସେବା ପାଇଁ ଏହା ଏକ ପ୍ରେରଣାଦାୟକ ସ୍ୱୀକୃତି ଭାବେ ପରିଗଣିତ ହୋଇଛି।




13/08/2026

ବଅଁରପାଳରେ ହର ଘର ତ୍ରିରଙ୍ଗା ଯାତ୍ରା!

ବିଧାୟକ ପ୍ରତାପ ପ୍ରଧାନଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା



13/08/2026

୬୫ କେଜି ଗଞ୍ଜେଇ ଜବତ! ଦୁଇ ଦାମୀ କାର୍ ସହ ଜଣେ ଗିରଫ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଅବକାରୀ ବିଭାଗର ବଡ଼ ଆକ୍ସନ୍! ୬୫ କେଜି ଗଞ୍ଜେଇ ଜବତ।



13/08/2026

ଝାରବେଡ଼ାରେ ଯୁବକଙ୍କୁ ଗୁଳିମାଡ଼!
ଜଙ୍ଘରେ ୧୦ରୁ ଅଧିକ ଗୁଳି, ଅବସ୍ଥା ସଙ୍କଟାପନ୍ନ



13/08/2026

ଘରୋଇ କଲେଜରେ ଅଘଟଣ! ଏକସଙ୍ଗେ ୮ ଛାତ୍ରୀ ଅସୁସ୍ଥ।




12/08/2026

କଂଗ୍ରେସର ବନ୍ଦ ଡାକରାରେ ଅନୁଗୋଳ ଛେଣ୍ଡିପଦା ଓ କୋଶଳା ଅଚଳ!



12/08/2026

ପ୍ରଦୂଷଣକୁ ନେଇ ଅନୁଗୋଳ ଜିଲ୍ଲା କଂଗ୍ରେସର ଅନୁଗୋଳ ବନ୍ଦ ପ୍ରଭାବ ।

ପ୍ରଦୂଷଣ ସମସ୍ୟାକୁ ନେଇ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଥିବା ଅନୁଗୋଳ ବନ୍ଦର ପ୍ରଭାବ ସହରରେ ଦେଖିବାକୁ ମିଳିଛି। ବନ୍ଦ ଯୋଗୁଁ ଅନୁଗୋଳ ସହରର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ପ୍ରଦୂଷଣ ନିୟନ୍ତ୍ରଣ, ଜନସ୍ୱାସ୍ଥ୍ୟ ସୁରକ୍ଷା ଓ ଅନ୍ୟାନ୍ୟ ଦାବି ନେଇ କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ବନ୍ଦକୁ ସମର୍ଥନ କରି ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅଖଚକ ମଧ୍ୟ ବନ୍ଦ ରହିଛି।ସହରରେ ବନ୍ଦର ପ୍ରଭାବ ଯୋଗୁଁ ସାଧାରଣ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଦେଖାଯାଇଛି।



12/08/2026

ଅନୁଗୋଳ ବନ୍ଦର ପ୍ରଭାବ ବଅଁରପାଳରେ!
ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ଅନୁଗୋଳ ବନ୍ଦକୁ ନେଇ ବଅଁରପାଳରେ ଜନଜୀବନ ପ୍ରଭାବିତ।

ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ବିଭିନ୍ନ ଦାବି ନେଇ ଅନୁଗୋଳ ବନ୍ଦ ଡାକରା ଦିଆଯାଇଥିଲା। ବନ୍ଦର ପ୍ରଭାବ ବଅଁରପାଳ ଅଞ୍ଚଳରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା।
ବଅଁରପାଳର ମୁଖ୍ୟ ଟ୍ରାଫିକ୍ ଛକରେ କଂଗ୍ରେସ ଦଳର ନେତା ଓ କର୍ମୀମାନେ ଧାରଣାରେ ବସି ଅନୁଗୋଳ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହାର ପ୍ରଭାବରେ ବଅଁରପାଳ ଦେଇ ଯାଇଥିବା ଜାତୀୟ ରାଜପଥରେ ଶହ ଶହ ଯାନବାହାନର ଚଳାଚଳ ବ୍ୟାହତ ହୋଇଥିଲା।ବନ୍ଦ ଯୋଗୁଁ ରାଜପଥରେ ଦୀର୍ଘ ସମୟ ଧରି ଗାଡ଼ି ଅଟକି ରହିଥିବା ବେଳେ ଅଞ୍ଚଳର ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା। ଫଳରେ ବଅଁରପାଳ ସମେତ ଆଖପାଖ ଅଞ୍ଚଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା।



ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତା କାଲି  ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା।
11/08/2026

ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତା କାଲି ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା।




Address

AT/PO:NUAHATA, PS:BANARPAL, DIST:ANUGOLA
Anugul
759128

Website

Alerts

Be the first to know and let us send you an email when Mo Anugola posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share