JKS Media

JKS Media Follow for watching more entertainment videos. Managed under JKS Network Ltd. (Founded/Directed by Jhasketan Sahoo)

14/04/2026

Dhaurapali Danda Nacha
ଧଉରାପାଲି ଦଣ୍ଡ ନାଚ
Athmallik Danda Nacha
#ଦଣ୍ଡନାଚ

-:ଦଣ୍ଡନାଚ:-ବର୍ତ୍ତମାନ ଓଡ଼ିଆ ଚୈତ୍ର ମାସ ଚାଲୁଅଛି । ଏହି ମାସରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେବାଦେବୀ ମାନଙ୍କର ପୂଜା ଅନୁଷ୍ଠିତ ହୁଏ। ସମସ...
09/04/2026

-:ଦଣ୍ଡନାଚ:-

ବର୍ତ୍ତମାନ ଓଡ଼ିଆ ଚୈତ୍ର ମାସ ଚାଲୁଅଛି । ଏହି ମାସରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେବାଦେବୀ ମାନଙ୍କର ପୂଜା ଅନୁଷ୍ଠିତ ହୁଏ। ସମସ୍ତ ପୂଜା ମଧ୍ୟରୁ ଦଣ୍ଡନୃତ୍ୟ ବା ଦଣ୍ଡନାଚ/ନାଟ ଅନ୍ୟତମ ।

"ଦଣ୍ଡନାଚ" ଓଡ଼ିଶାର ଏକ ଲୋକପ୍ରିୟ ଲୋକନାଟକ । ଏହା ଓଡ଼ିଶାର ମଧ୍ୟ-ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ମାନଙ୍କରେ ଅନୁଷ୍ଠିତ ହେଉଥିଲେ ହେଁ ମୁଖ୍ୟତଃ ବଲାଙ୍ଗୀର, ସୋନପୁର, ବଉଦ, ଆଠମଲ୍ଲିକ ଓ ସମ୍ବଲପୁର ଅଞ୍ଚଳରେ ବ୍ୟାପକ ଭାବରେ ‘ଦଣ୍ଡନାଟ’ର ଆୟୋଜନ ହୋଇଥାଏ ।

‘ଦଣ୍ଡ’ ଶବ୍ଦର ଅର୍ଥ ବାଡ଼ି । ନାଚ ଶବ୍ଦର ଅର୍ଥ ନୃତ୍ୟ । ଏଣୁ କେହି କେହି ଏହାକୁ ଦଣ୍ଡନୃତ୍ୟ ନାମରେ ନାମିତ କରିଥାନ୍ତି । ଦଣ୍ଡନାଚରେ ଦେବତାଙ୍କ ସନ୍ତୋଷ ବିଧାନ ନିମନ୍ତେ ଭକ୍ତମାନେ ମାନସିକ କରି ଶିବଙ୍କୁ ପୂଜା କରିଥାନ୍ତି । ଏଥିପାଇଁ କଠୋର ସାଧନା କରିବାକୁ ହୋଇଥାଏ । ଏହି କଠୋର ସାଧନା ହିଁ ଦଣ୍ଡନାଟ । ଭକ୍ତମାନେ ଅଭୀଷ୍ଟ ପୂରଣ ପାଇଁ କଠୋର ନୀତି ନିୟମର ଶୃଙ୍ଖଳା ଭିତରେ ଉପବାସ ରହି ପ୍ରଚଣ୍ଡ ଖରାରେ ବାଲିରେ ଗଡ଼ି, କଣ୍ଟାରେ ଶୋଇ, ଖଣ୍ଡା ଉପରେ ଡିଆଁ ମାରି, ନିଆଁ ଉପରେ ଓହଳି ମହାଦେବଙ୍କୁ ଆରାଧନା କରିଥାନ୍ତି । ଦଣ୍ଡ ପୂଜାରେ କଠୋର ଶୃଙ୍ଖଳା ଭିତରେ ଭକ୍ତମାନେ ରହିଥାନ୍ତି ।

ଦଣ୍ଡନାଟର ଆରାଧ୍ୟ ଦେବତା ଶିବ ଓ ଆରାଧ୍ୟା ଦେବୀ କାଳିକା । ଏଣୁ ତନ୍ତ୍ର ପୂଜାର ବ୍ୟବସ୍ଥା ମଧ୍ୟ ଶାସ୍ତ୍ରାନୁସାରେ ଦଣ୍ଡନାଟରେ ରହିଛି । ଦଣ୍ଡନାଟର ଦୁଇଟି ବେତକୁ ଗୌରୀ ବେତ ବୋଲି କୁହାଯାଇଥାଏ । ଏହା ହିଁ ଆରାଧ୍ୟା ଦେବୀ ।

ଉତ୍ପତ୍ତି :-

‘ତନ୍ତ୍ରଶାସ୍ତ୍ର’ ଦଣ୍ଡନାଟ ସହିତ ଜଡ଼ିତ ଥିବାରୁ ଅଷ୍ଟମ - ନବମ ଶତାବ୍ଦୀରୁ ଏହାର ଉତ୍ପତ୍ତି ହୋଇଛି ବୋଲି ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ ଅଭିମତ ଦେଇଛନ୍ତି । ଦଣ୍ଡନାଟ ବୌଦ୍ଧମାନଙ୍କ ବଜ୍ରଯାନର ବୋଲି ଅସ୍ଵୀକାର କରିହେବ ନାହିଁ, କାରଣ ତନ୍ତ୍ର ସବୁ ମହାଯାନରେ ରହିଛି । ବଜ୍ରଯାନ ଏହି ମହାଯାନର ଏକ ଅଂଶ । ଦଣ୍ଡନାଟର ସୃଷ୍ଟି ତାଣ୍ଡବରୁ । ମହାଦେବଙ୍କ ନିର୍ଦ୍ଦେଶରୁ ହିଁ କଳିଯୁଗରେ ପୃଥିବୀରେ ଦଣ୍ଡନାଟର ଆୟୋଜନ ହୋଇଥିବା କଥା ଭିକାରୀ ଦାସଙ୍କ ରଚନାରୁ ଜଣାଯାଏ ।

ଜାତିପ୍ରଥା:-

ନିର୍ଦ୍ଦିଷ୍ଟ ସଂପ୍ରଦାୟର ବ୍ୟକ୍ତି ଦଣ୍ଡନାଟରେ ଅଂଶଗ୍ରହଣ କରିବେ ବୋଲି ନୀତିନିୟମ ନାହିଁ । ବିଶେଷତଃ ଦଣ୍ଡନାଟରେ ଅଭିନୟ କରୁଥିବା ଭକ୍ତମାନଙ୍କ ମଧ୍ୟରେ ଜାତିଭେଦ ନଥାଏ । ସମସ୍ତେ ଶିବଙ୍କ ଭକ୍ତ ହିସାବରେ ଦଣ୍ଡଯାତ୍ରାରେ ନିଜ ନିଜର ଭୂମିକାରେ ଅଭିନୟ କରିଥାନ୍ତି । ଘାସି/ହାଡ଼ି ସମ୍ପ୍ରଦାୟର ଲୋକ ଢୋଲ ବଢାଇବା କାର୍ଯ୍ୟ ସଂପାଦନ କରୁଥିଲେ ହେଁ ଅସ୍ପୃଶ୍ୟତାର ପ୍ରଶ୍ନ ସେଠାରେ ନଥାଏ । ଏଣୁ ସବୁ ସଂପ୍ରଦାୟର ବ୍ୟକ୍ତି ଦଣ୍ଡଯାତ୍ରାରେ ସାମିଲ ହୋଇ ଏକାକାର ହୋଇଥାନ୍ତି । ବିଶେଷତଃ ସବୁଗୋଷ୍ଠୀର ବ୍ୟକ୍ତିଙ୍କ ସମନ୍ବୟରେ ହିଁ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ । ଜାତି ବର୍ଣ୍ଣର ସଂକୀର୍ୟତା ଏଠାରେ ନଥାଏ । କୌଣସି ସାମାଜିକ ନିୟମର ଶୃଙ୍ଖଳ ନଥାଏ । ସମସ୍ତେ ଭକ୍ତ । ଦଣ୍ଡନାଟର ଠାକୁର ଶିବଙ୍କ ସନ୍ତାନ ।

ଦଣ୍ଡନାଚରେ ଭୋକ୍ତା:-

ଦଣ୍ଡ ନାଟରେ ତେରଟି ଭୋକ୍ତା ଥାଆନ୍ତି । ଏମାନଙ୍କ ମଧ୍ୟରୁ ଜଣେ ପାଟଭୋକ୍ତା । ଏହି ପାଟଭୋକ୍ତା ଏକୋଇଶ ଦିନ ପର୍ଯ୍ୟନ୍ତ ଅନ୍ନ ଭକ୍ଷଣ କରେନାହିଁ । ମୁଠାଏ ଦିମୁଠା ମୁଗସିଝା କିମ୍ବା ଲିଆପଣା ସେବନ କରି ଏକୋଇଶ ଦିନ କାଷ୍ଠା ଭିତରେ ରହିଥାଏ । ଅନ୍ୟାନ୍ୟ ଭୋକ୍ତାମାନେ ମଧ୍ୟ ସେହିପରି ଗୋଟିଏ ଓଳି ଅନ୍ନ କିମ୍ବା ମୁଗସିଝା ପଣା ପିଇ କାଷ୍ଠା ବ୍ରତରେ ଦିନ ଯାପନ କରନ୍ତି ।

ଏମାନେ ଗୋଟିଏ ଗ୍ରାମରୁ ଆଉ ଏକ ଗ୍ରାମକୁ ଯାତ୍ରା କରିବାର ବିଧାନ ରହିଛି । ଯାଉଥିବାବେଳେ କେହି ଗୋବର ପାଣି ଲିପି ଦେଲେ ସେମାନେ ସେଠାରେ ଦଣ୍ଡନାଟ କରିବା ପାଇଁ ନିମନ୍ତ୍ରଣ କରାଯାଉଛି ବୋଲି ବୁଝିବେ ଏବଂ ସେଠାରେ ରହିବେ । ପୁତ୍ରଲାଭ, ବ୍ୟାଧରୁ ମୁକ୍ତି ଭଳି କାମନା କରି ଭକ୍ତ ଦଣ୍ଡଯାତ୍ରା କରାଇଥାଏ । ଏତଦ୍ୱାରା ଦଣ୍ଡୁଆମାନେ ଭକ୍ତ ଘର ଆଗରେ ଚୈତ୍ର ମାସର ଦ୍ବିପ୍ରହର ପ୍ରଚଣ୍ଡ ଖରାରେ ବାଲିରେ ଗଡ଼ାଗଡ଼ି ହୋଇ ନୃତ୍ୟଗୀତ ପ୍ରଦର୍ଶନ କରିଥାନ୍ତି । ଗୃହସ୍ଥଙ୍କ ଇଚ୍ଛା ପୂରଣ ପାଇଁ ଶିବଙ୍କୁ ଗୁହାରି କରି ଭୋକ୍ତାମାନେ ବିଭିନ୍ନ ନୃତ୍ୟ ପ୍ରଦର୍ଶନ ପରେ ସ୍ନାନ କାର୍ଯ୍ୟ ସମାପନ କରନ୍ତି, ଏହା ପାଣିଦଣ୍ଡ ଭାଙ୍ଗିବା କୁହାଯାଏ ।

ସନ୍ଧ୍ୟା ସମୟରେ ନିକଟସ୍ଥ ଶିବ ମନ୍ଦିର କିମ୍ବା କାମନା ଘରେ ଯେଉଁ ଦୀପ ଜଳୁଥାଏ, ସେଥୁରୁ ପାଟ ଦଣ୍ଡୁଆ ଓ ପାଣି ଦଣ୍ଡୁଆ ହାତରେ ଧରିଥିବା ଦୁଇଟି ଲେଖାଏଁ ଦୀପ ଦଣ୍ଡକୁ ପ୍ରଜ୍ବଳିତ କରନ୍ତି । ଏଇ ଦୀପ ଦଣ୍ଡରୁ ହିଁ ଦଣ୍ଡନାଟର ନାମକରଣ କରାଯାଇଛି ।

କାମନା ଘରେ ରୁଦ୍ର, କାଳୀ ଓ ଜଳପୂର୍ଣ୍ଣ କଳସୀ ଥାଏ । କାମନା ଘରେ ଜଳୁଥିବା ଦୀପର ନିଆଁ ଅଗିବଥୁ କାଠରୁ ଉତ୍ପନ୍ନ । ପାଟଦଣ୍ଡୁଆ ଓ ପାଣି ଦଣ୍ଡୁଆ ଏଇ ପ୍ରଜ୍ୱଳିତ ଦୀପରୁ ହିଁ ନିଜ ହସ୍ତରେ ଥିବା ଦଣ୍ଡମାନଙ୍କରେ ଅଗ୍ନି ସଂଯୋଗ କରିଥାନ୍ତି । ଏହାକୁ ଦଣ୍ଡନାଟ ଭାଷାରେ ‘ଦଣ୍ଡ ଜିଆଁଇବା’ କହନ୍ତି । ଦୀର୍ଘ ଏକୋଇଶ ଦିନ ବ୍ୟାପୀ ଦଣ୍ଡରୁ ଅଗ୍ନି ପ୍ରଜ୍ଜଳିତ ହେଉଥାଏ । ଦଣ୍ଡଯାତ୍ରାର ପରିସମାପ୍ତିର ଶେଷଦିନ ଅଦ୍ଧରାତ୍ରିରେ ଗୋଟିଏ ଗାତ ଖୋଳି ସେ ଦଣ୍ଡକୁ ପୋତି ଦିଆଯାଏ । ପରବର୍ତ୍ତୀ ବର୍ଷ ଚୈତ୍ର ମାସରେ ଦଣ୍ଡଯାତ୍ରା କାଳରେ ସେଇ ପୋତା ଯାଇଥିବା ଦଣ୍ଡ ବାହାର କରି ସେଥ୍ରେ ଅଗ୍ନି ସଂଯୋଗ କରାଯାଇଥାଏ । ଦଣ୍ଡରୁ ଜ୍ୟୋତି ଉତ୍ପନ୍ନ ହେଲା ପରେ ସନ୍ଧ୍ୟା ସମୟରେ କାମନା ଘରୁ ଭକ୍ତର ଘର ସାମନାକୁ କିମ୍ବା ଖୋଲା ସ୍ଥାନକୁ ଆସନ୍ତି । ଆସିଲାବେଳେ ଦଣ୍ଡୁଆମାନେ ‘ଋଷିପୁତ୍ରେ’ ଭବାନୀ କି ଭଜେ କରୁଥାନ୍ତି । ଦଣ୍ଡନାଟ ହେବା ସ୍ଥାନରେ ଗୌରୀ ବେତ ସ୍ଥାପନା କରାଯାଏ । ଏହା ରୂଦ୍ର ଓ ଭବାନୀଙ୍କ ପ୍ରତୀକ ।

ଦଣ୍ଡନାଚର ଚରିତ୍ର:-

ଦଣ୍ଡନାଟର ଚରିତ୍ରମାନଙ୍କ ମଧ୍ୟରୁ ଘାସି ଘାସିଆଣୀ, ଯୋଗୀ-ଯୋଗିଆଣୀ, ଚଢ଼େଇଆ-ଚଢ଼େଇଆଣୀ, ପତ୍ରସଉରା-ପତ୍ର ସତ୍ତରାଣୀ, ଶବର- ଶବରୁଣୀ, ବାଇଧନ, ପ୍ରଭା, ବୀଣାକାର-ବୀଣାକାରିଣୀ, ଶିବ-ପାର୍ବତୀ, କନ୍ଧ-କନ୍ଧୁଣୀ ଓ ଛୋଟାମାଳି ପ୍ରଭୃତି ଚରିତ୍ର ଅଭିନୟ ପ୍ରଦର୍ଶନ କରିଥାନ୍ତି । ସର୍ବପ୍ରଥମେ ଘାସି, ଘାସିଆଣୀ ଆସତି ଦାଣ୍ଡ ସଫା କରିବା ପାଇଁ । ଏମାନଙ୍କ କଣ୍ଠରେ ଲୋକଗୀତ ହିଁ ଦର୍ଶକ ପ୍ରାଣରେ ଆମୋଦ ଦେଇଥାଏ ।

‘ସୂତ୍ରଧର’ ବା ‘ମଉସା’ ଚରିତ୍ର ଦଣ୍ଡନାଟର ଅନ୍ୟତମ ଆକର୍ଷଣ । ଏ ଚରିତ୍ରଟି ଅଭିନୟ ପ୍ରଦର୍ଶନ କାରୀ ଚରିତ୍ରଙ୍କ ମଧ୍ୟରେ ସଂଯୋଗର ସେତୁ ରୂପେ ଦର୍ଶକ ନିକଟରେ ପରିଚିତ ହୁଏ । ମା କାଳୀ ‘ପ୍ରଭା’ ରୂପରେ ଆବିର୍ଭୂତା ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଅଭିଷ୍ଟ ପୂରଣ କରନ୍ତି । ଏ ସମୟରେ ଝୁଣା ଖେଳ ହୋଇଥାଏ । ରାତିରେ ହେଉଥିବା ଦଣ୍ଡ ମୁଖ୍ୟତଃ ଷୋହଳ ସୁଆଙ୍ଗ ବିଶିଷ୍ଟ । ‘ବାଇଧନ’ ଚରିତ୍ରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଚରିତ୍ର ପ୍ରାୟ ନାରୀ ଓ ପୁରୁଷ ଯୁଗ୍ମ ସୁଆଙ୍ଗରେ ଅଭିନୟ କରିଥାନ୍ତି । ‘ବୀଣାକାର’ ଓ ‘ବାଇଧନ’ ଚରିତ୍ର ମଧ୍ୟରେ ବିଶେଷ ତାରତମ୍ୟ ନାହିଁ; ତେବେ ବୀଣାକାର ହସ୍ତରେ ‘ବୀଣାବାଡ଼ି’ ବା ଧନୁ ଧାରଣ କରିଥାଏ । ସେଥ୍ରେ ସାତୋଟି ଘଣ୍ଟି ଲାଗିଥାଏ । ‘ବାଇଧନ' ହସ୍ତରେ ଚାମର ଥାଏ । ‘ପୁରୀ’ ଓ ଗଞ୍ଜାମ ଜିଲାର ଦଣ୍ଡନାଟରେ ‘ବାଇଧନ’ ଚରିତ୍ର ଦେଖିବାକୁ ମିଳୁନଥିବା ବେଳେ ଅନ୍ୟ ଅଞ୍ଚଳରେ ଦେଖାଯାଏ ।

ଦଣ୍ଡନାଟରେ ପତ୍ର ସଉରାର ନୃତ୍ୟ କଷ୍ଟସାଧ୍ୟ ଓ ଟମତ୍କାର ପୂର୍ଣ୍ଣ । ପ୍ରଳୟର ତାଣ୍ଡବ ସତେ ଯେପରି ଏ ନୃତ୍ୟରେ ହିଁ ପ୍ରକାଶିତ ହୋଇଥାଏ । ଅପୂର୍ବ ଅଙ୍ଗଭଙ୍ଗୀରେ ନୃତ୍ୟକରି ପତ୍ରସଉରା ଗୌରୀ ବେତକୁ ନମସ୍କାର କରୁଥିବା ଦୃଶ୍ୟ ଉପଭୋଗ୍ୟ ହୋଇଥାଏ । ତାର ପଦ ବିକ୍ଷେପ, ଚଞ୍ଚଳ ନୃତ୍ୟଭଙ୍ଗୀ, ଆପାଦ ମସ୍ତକର ସଂଚାଳନ, ଚିତ୍ରହୋଇ, ଦଣ୍ଡବତ ହୋଇ ଚାରିଆଡ଼କୁ ପାଦ ପ୍ରସାରଣ କରି ନୃତ୍ୟ ପ୍ରଦର୍ଶନ ବେଳେ ଗୀତ ମଧ୍ୟ ଗାନ କରିଥାଏ ।

ଡୋଳା ଖେଳାଇ ଅଳପେ ହସ ଲେ ଚଂପାଗୋରୀ । ପତ୍ରସଉରା ପ୍ରଳୟ ନୃତ୍ୟ ପ୍ରଦର୍ଶନ ପରେ ବୀଣାକାରର ନୃତ୍ୟ ଶାନ୍ତଭାବ ସୃଷ୍ଟି କରେ । ହସ୍ତରେ ବୀଣା ବାଡ଼ି ଧରି ଅତି ସହଜ ସରଳ ପଦକ୍ଷେପରେ ବୀଣାକାର ନୃତ୍ୟ ପ୍ରଦର୍ଶନ କରିଥାଏ । ଏଣୁ ଦଣ୍ଡନାଟର ପ୍ରତ୍ୟେକ ଚରିତ୍ର ନୃତ୍ୟାଶ୍ରୟୀ ।

ଦଣ୍ଡନାଚରେ ସୌନ୍ଦର୍ଯ୍ୟବୋଧ:-

ଦଣ୍ଡନାଟର ପରିବେଷଣ ଶୈଳୀ ଗ୍ରାମ୍ୟ ହେଲେ ମଧ୍ୟ ଏହାର ଏକ ରୂଦ୍ର ସୌନ୍ଦର୍ଯ୍ୟ ରହିଛି । ଏହା ଗ୍ରାମୀଣ ଜନତାର ରୁଚିବୋଧକୁ ସ୍ପର୍ଶ କରେ । ଅଶିକ୍ଷିତ ଲୋକ ଗୋଷ୍ଠୀ ନିକଟରେ ସୂକ୍ଷ୍ମ କଳାଚେତନା ଖୋଜିବା ନିରର୍ଥକ । ଏମାନଙ୍କ ଘଟଣାବିହୀନ ଗତାନୁଗତିକ ଜୀବନରେ ସୁପ୍ତ ଚେତନାକୁ ଉଚ୍ଚକିତ କରି ତୋଳିବା ଲାଗି ବର୍ଣ୍ଣାଢ଼୍ୟ ଉଦାତ୍ତ କଳାର ଆବଶ୍ୟକତା ଅନୁଭବ୍ୟ। ଏହାହିଁ ଦଣ୍ଡନାଚର ଅନ୍ତଃସୋନ୍ଦର୍ୟ୍ଯ।

ଦଣ୍ଡନାଟର ବାଦ୍ୟ:-

ଦଣ୍ଡନାଟରେ ଢୋଲିଆର ଭୂମିକା ଗୁରୁତ୍ବପୂର୍ଣ । ପ୍ରାୟ ଦୁଇଜଣ ଢୋଲିଆ ଢୋଲ ବାଦ୍ୟ ବାଦନ କରିଥାନ୍ତି । ଏମାନେ ସୁଆଙ୍ଗ ଅନୁସାରେ ଢୋଲ ବଢାଇ ଚରିତ୍ରମାନଙ୍କୁ ମଞ୍ଚକୁ ଆବାହନ କରିଥାନ୍ତି । ପ୍ରଭା (କାଳିକା) ଆଗମନ ସମୟରେ ଢୋଲ ବାଦ୍ୟ ଦର୍ଶକ ମନରେ ଭୟ ସଂଚାର କରିଥାଏ । ଏତଦ୍‌ଭିନ୍ନ ମାଦଳ, ପଖୋଜ, ଗିନି, ନାଗରା, ଝୁମ୍‌କା ଇତ୍ୟାଦି ବାଦ୍ୟର ବ୍ୟବ‌ହାର ଦଣ୍ଡନାଟରେ ହୋଇଥାଏ ।

ଦଣ୍ଡନାଚର ସଂଳାପ:-

ଦଣ୍ଡନାଟର ‘ସଂଳାପ’ ସଂକ୍ଷିପ୍ତ ଓ ଗୀତିଧର୍ମୀ । କ୍ୱଚିତ ଗଦ୍ୟଯୁକ୍ତ ‘ସଂଳାପ’ ବ୍ୟବହୃତ ହୋଇଥାଏ । ଏହା ଉଦାର ସଂଳାପ । ମଉସା (ସୂଦ୍ରଧର) ସହିତ କଥୋପକଥନରେ ବିଶେଷ ଭାବରେ ସଂଳାପ ପ୍ରୟୋଗ ହୋଇଥାଏ । ଗୀତିଧର୍ମୀ ସଂଳାପ ଚରିତ୍ର ମୁଖରୁ ଗୀତ ଆକାରରେ ବାହାରେ । ପାଳିଆମାନେ ତାକୁ ଦୋହରାନ୍ତି । ଗୀତର ରାଗିଣୀ ଅନୁସାରେ ବାଦ୍ୟ ବାଜେ । ଚରିତ୍ର କେବଳ ଏ ସମୟରେ ନୃତ୍ୟ କରୁଥାଏ ।

ଦଣ୍ଡନାଚର ମଞ୍ଚ:-

ଦଣ୍ଡନାଚ ସାଧାରଣତଃ ଗାଁ ଦାଣ୍ଡରେ, ଖୋଲା ପଡ଼ିଆରେ ମୁକ୍ତାକାଶ ତଳେ ଅଭିନୀତ ହୁଏ । ଏଥିପାଇଁ ସ୍ୱତନ୍ତ୍ର ମଞ୍ଚର ଆବଶ୍ୟକ‌ତା ପଡ଼େନାହିଁ । ଅଭିନୟସ୍ଥଳକୁ ଘେରି ଦର୍ଶକମାନେ ବସନ୍ତି । ରଙ୍ଗପୀଠ ସହିତ ଦର୍ଶକମଣ୍ଡଳୀକୁ ପାରମ୍ପାରିକ ରୀତିରେ ‘ସମାଜ’ କୁହାଯାଏ । ଦଣ୍ଡନାଟର ପ୍ରତ୍ୟେକ ଚରିତ୍ର ଆତ୍ମ ପରିଚୟ ଦେଇ ମଞ୍ଚ ପ୍ରବେଶ କରିଥାନ୍ତି ।

ଦଣ୍ଡନାଚ ପୁନର୍ଜନ୍ମର ପ୍ରତୀକ:-

ଦଣ୍ଡନାଟରେ ‘କାମନାଘଟ’ ଥାଏ । ଏହି ଘଟକୁ ଦଣ୍ଡୁଆମାନେ ଘଟପୂଜା ଦିନ ମଝିପୋଖରୀର ପାଣିରେ ଭର୍ତ୍ତି କରି ପୂଜା କରନ୍ତି । ଏହାକୁ 'ଘଟଭରା' କହନ୍ତି । ଦଣ୍ଡଯାତ୍ରାର ପରିସମାପ୍ତି ‘ମେରୁଦିନ’ ରାତିରେ ପ୍ରାଣିଭର ଘଟକୁ ମାଟିତଳେ ସମାଧୁ ଦିଆଯାଏ ପୁଣି ପରବର୍ଷ ଚୈତ୍ର ମାସ ଦଣ୍ଡଯାତ୍ରା ସମୟରେ ଉଠାଯାଏ । ପାଣି ହେଉଛି ପ୍ରାଣ । ଏହାକୁ ମାଟିତଳେ ସମାଧ୍ ଦେବା ଓ ପରବର୍ଷ ଉଠାଇବା ହେଉଛି ମୃତ୍ୟୁ ଓ ପୁନର୍ଜନ୍ମ । ଜୀବନ ଶାଶ୍ୱତ । ମୃତ୍ୟୁ ଜୀବନର ଶେଷ କଥା ନୁହେଁ । ମଣିଷ ବହୁବାର ଜନ୍ମେ ଓ ମରେ । ‘ଘଟଉଠା’ ଏହାର ପ୍ରତୀକ ।

ଉପସଂହାର:-

ସଂପ୍ରତି ସୁଆଙ୍ଗ ଓ ଯାତ୍ରା ପରି ପାରମ୍ପାରିକ ଲୋକନାଟ୍ୟମାନ ସ୍ୱକୀୟ ବୈଶିଷ୍ଟ୍ୟକୁ କ୍ରମେ ବିସର୍ଜନ ଦେଇ ଏଟର ଓ ସିନେମା ଅଭିମୁଖୀ ହେବାକୁ ଚେଷ୍ଟିତ । ଦଣ୍ଡନାଚ ସାମୟିକ ପ୍ରଭାବକୁ ଅସ୍ଵୀକାର କରି ନିଜସ୍ୱ ରୀତି ଓ ବୈଶିଷ୍ଟ୍ୟକୁ ଅକ୍ଷୁଣ୍ଣ ରଖିପାରିଛି । ଓଡ଼ିଆ ଯେଉଁ ସ୍ୱାତନ୍ତ୍ର୍ୟ ଓ ସ୍ୱାଭିମାନ ନେଇ ବଞ୍ଚି ରହିଛି ଓ ବଞ୍ଚିବାକୁ ପ୍ରୟାସ କରିଛି; ତାହା ପ୍ରକୃତପକ୍ଷେ ଦଣ୍ଡନାଚରେ ହିଁ ଉପଲବ୍ଧ ।

13/12/2025

I got over 20 reactions on one of my posts last week! Thanks everyone for your support! 🎉

10/12/2025

Shree Vishnu Avatar 🙏🚩🕉️

Shout out to my newest followers! Excited to have you onboard! Adv Biswanath Saha, Srikanta Meher, Bhagaban Sahoo, Hrush...
01/11/2025

Shout out to my newest followers! Excited to have you onboard! Adv Biswanath Saha, Srikanta Meher, Bhagaban Sahoo, Hrushikesh Pradhan, Tapas Sahoo, Sendal Bakiak, Birendra Dehury, Amar Bilas, Vinod Sen, Pinku Sahoo, Sanjay Sanjay, Bideshi Pradha, Jitaranjan Sahoo, Birendra Kumar Dehury, ନିର୍ମଳ କୁମାର୍ ପାତ୍ର, Gikul Majhi, Sudhakar Swain, Manash Ranjan Muduli, Dasharath Panigrahi Movie Panigrahi, Prashanta Prashnta, Manoj Pradhan, Rudra Keshri Mahapatra, Md Helal Uddin, Ajayamalik Ajay, Omprakash Rana, Noor Muhammad Bahrani, Srikanta Behera, Birson Boro

I've just reached 500 followers! Thank you for continuing support. I could never have made it without each one of you. 🙏...
25/10/2025

I've just reached 500 followers! Thank you for continuing support. I could never have made it without each one of you. 🙏🤗🎉

ଏଠାକୁ ଆପଣମାନେ କେବେ ଯାଇଛନ୍ତି କି ??କମେଣ୍ଟ ରେ ଜଣାନ୍ତୁ।I ♥️ Manjore Dam🤗🥰🥰🥰🥰🥰
03/09/2025

ଏଠାକୁ ଆପଣମାନେ କେବେ ଯାଇଛନ୍ତି କି ??
କମେଣ୍ଟ ରେ ଜଣାନ୍ତୁ।
I ♥️ Manjore Dam

🤗🥰🥰🥰🥰🥰

28/08/2025

Nuakhai Juhaar 🙏 Jai Maa Samlei 🕉️🚩🚩. Western Odisha's biggest festival 🙏🧿

Address

Kishorenagar
Athmallik
759126

Website

Alerts

Be the first to know and let us send you an email when JKS Media posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JKS Media:

Share