03/01/2024
#ଗାଡିଧକ୍କା_ନେଲା_ଜୀବନ
03_01_2024
ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡl ବ୍ରିଜ଼ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରୁ ଜଣଙ୍କ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ଲୋଇସିଂହା ବ୍ଲକ ବାଦିବାହାଲ ପଂଚାୟତ ଅନ୍ତର୍ଗତ ଚୌହାନପାଲି ଗ୍ରାମର ବିନୋଦ ବାରିକ (45) ପି. ନୀଳମଣି ବାରିକ କୌଣସି କାମଲାଗି ଆସି ସକାଳୁ ଲୋଇସିଂହା ରୁ ବାଇକ ରେ ଘରକୁ ଫେରୁଥିବା ସମୟରେ ବୁର୍ଡl ବ୍ରିଜ଼ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଧକ୍କା ଏତେ ଯୋର ଥିଲା ଯେ ବିନୋଦ ବାରିକ ଙ୍କ ସେଠାରେ ମୃତ୍ଯୁ ହୋଇଯାଇ ଥିଲା । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ଏବଂ ଡାକ୍ତର ତାଂକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ପୋଷ୍ଟମର୍ଟମ ପାଇଁ ପଠାଇଲେ । କିନ୍ତୁ ପରିବାର ବର୍ଗ ବୁର୍ଡl ଛକ ନିକଟରେ ଶବ କୁ ରଖି 26 ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ପ୍ରଶାସନ ଯେ ପର୍ଯ୍ୟନ୍ତ ସରକାରୀ ସହାୟତା ପ୍ରଦାନ ସହ ଦୋଷୀକୁ ଗିରଫ ନକରିବ ସେ ପର୍ଯ୍ୟନ୍ତ ରାସ୍ତା ଅବରୋଧ ରହିବ ବୋଲି ଚେତାବନୀ ଦେଇଥିଲେ ।ଲୋଇସିଂହା ପୋଲିସ ଓ ତହସିଲ୍ଦାର ଉକ୍ତ ସ୍ଥାନକୁ ପହଂଚି ପରିବାର କୁ ବୁଝାଇଛନ୍ତି l ପ୍ରକୃତ ଘଟଣା ପୋଲିସ ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି।
* Saroj Padhan
ABS News