16/07/2026
ଜନସ୍ୱାର୍ଥ ପାଇଁ ମୋର ସ୍ୱର, ଜନସାଧାରଣଙ୍କ ଅଧିକାର ପାଇଁ ମୋର ପ୍ରୟାସ।
ଏଥର ପାଟଣାଗଡ଼ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି (Grievance)ରେ ମୁଁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଚାରୋଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପସ୍ଥାପନ କରିଥିଲି—
✅ ଯୁବା–ତେନ୍ତୁଳିମୁଣ୍ଡା ରାସ୍ତାର ତୁରନ୍ତ ମରାମତି।
✅ ଖଲିପଥର–ମୁଣ୍ଡୋଦର ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ନୂତନ ପକ୍କା ରାସ୍ତା ନିର୍ମାଣ।
✅ ଡଙ୍ଗରତଲ ଛକରୁ ସାତଚୁଆଁ ଗାଁ ପର୍ଯ୍ୟନ୍ତ ରାସ୍ତାର ସମ୍ପୂର୍ଣ୍ଣ ମରାମତି।
✅ ଯୁବାରେ ଦୁଇ ବର୍ଷ ଧରି ଅସମ୍ପୂର୍ଣ୍ଣ ପଡ଼ିଥିବା ବସଷ୍ଟାଣ୍ଡ ନିର୍ମାଣକାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା।
ଖୁସିର କଥା, ଜିଲ୍ଲାପାଳ ମହୋଦୟ ମୋର ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଗ୍ରହଣ କରି RD ବିଭାଗକୁ ତୁରନ୍ତ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାସ୍ତାଗୁଡ଼ିକର ମରାମତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା କେବଳ ମୋର ଅଭିଯୋଗର ସଫଳତା ନୁହେଁ, ବରଂ ଅଞ୍ଚଳବାସୀଙ୍କ ନ୍ୟାୟସଙ୍ଗତ ଦାବିର ଏକ ସକାରାତ୍ମକ ପଦକ୍ଷେପ। ଆଶା କରୁଛି ସମ୍ପୃକ୍ତ ବିଭାଗ ଶୀଘ୍ର କାମ ଆରମ୍ଭ କରି ସାଧାରଣ ଲୋକଙ୍କ ବହୁଦିନର ସମସ୍ୟାର ସ୍ଥାୟୀ ସମାଧାନ କରିବେ।
ଜନସେବା ହିଁ ମୋର ପ୍ରତିବଦ୍ଧତା। ଲୋକଙ୍କ ସ୍ୱାର୍ଥ ପାଇଁ ମୋର ସଂଘର୍ଷ ଆଗକୁ ମଧ୍ୟ ନିରନ୍ତର ଜାରି ରହିବ। 🙏🇮🇳