18/04/2022
ଆଜିର ଖବର ||
18-04-2022(ସୋମବାର )
୧. ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।
୨. ସୀମାରେ ଚାଇନାର ନୂଆ ଚାଲ; ଏଲଏସି ନିକଟରେ ନିର୍ମାଣ କଲା ତିନୋଟି ମୋବାଇଲ୍ ଟାୱାର ।
୩. କେନ୍ଦ୍ରମନ୍ତ୍ରୀଙ୍କୁ ଜିଲା ପ୍ରଶାସନ ଦେଲା କୋଭିଡ଼୍ ରିପୋର୍ଟ-କନ୍ଧମାଳ ଜିଲାରେ ମୋଟ ୧୩ ହଜାର ୫୨୯ଜଣ କରୋନାରେ ସଂକ୍ରମିତ ।
୪. ଆଇପିଏଲ୍ ୨୦୨୨ର ୨୯ତମ ମ୍ୟାଚ୍ ରେ ଗୁଜରାଟ ଟାଇଟାନ୍ସ ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରିଛି ।
୫. ମାରିୟୁପୋଲରେ ୟୁକ୍ରେନ ସୈନିକଙ୍କୁ ଋଷର ଚେତାବନୀ- ଅସ୍ତ୍ର ତ୍ୟାଗ କଲେ ମିଳିବ ଜୀବନଦାନ ।
୬. ଅମରନାଥ ଯାତ୍ରା ପାଇଁ ନିଜକୁ ପଞ୍ଜିକୃତ କଲେ ୩୩,୭୯୫ ତୀର୍ଥଯାତ୍ରୀ ।
୭. ରାଜଧାନୀ ଦିଲ୍ଲୀରେ ପୁଣି ତୋଡ଼ ଦେଖାଇଲାଣି କୋଭିଡ୍ । ଗଲା ୧୫ ଦିନ ଭିତରେ ସଂକ୍ରମଣ ହାରରେ ୫ ଗୁଣା ବୃଦ୍ଧି । ଦିଲ୍ଲୀରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଲୋକାଲ ସର୍କଲ ନାଁରେ ଏକ ସଂସ୍ଥାର ସର୍ଭେ ଅନୁସାରେ ଗଲା ୧୫ ଦିନ ଭିତରେ ଦିଲ୍ଲୀରେ ୫୦୦ ପ୍ରତିଶତ ସଂକ୍ରମଣ ବଢ଼ିଛି ।
୮. ଆଜି ଓଡ଼ିଶା-ମୋ ପରିବାର ଏହାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟକ ସଫଳତା ହାସଲ କରିଛି । କେବଳ 1 ବର୍ଷ 8 ମାସ (20 ମାସ) ମଧ୍ୟରେ 2 ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।
୯. ଆସନ୍ତା ବର୍ଷ ହେବ ମହିଳା ଆଇପିଏଲ୍(ଇଣ୍ଡିଆନ ପ୍ରେମିୟର ଲିଗ୍) । ପୁରୁଷ କ୍ରିକେଟ ଖେଳାଳିଙ୍କ ଭଳି ନିଲାମରେ ମହିଳା ଖେଳାଳିମାନେ ନିଜ ନାମ ଦେଇପାରିବେ ।
୧୦. ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍: ପାକିସ୍ତାନକୁ ତାଲିବାନର ଚେତାବନୀ, ଆମ ଧର୍ଯ୍ୟ ପରୀକ୍ଷା କର ନାହିଁ ।
୧୧. କୋରାପୁଟରୁ ଉତ୍ପାଦିତ ହେଉଛି ପ୍ରଚୁର ପରିମାଣର ଅଦା: ହେଲେ ଚାଷୀଙ୍କୁ ମିଳୁନି ଉଚିତ୍ ମୁଲ୍ୟ, ୪ରୁ ୫ଟଙ୍କାରେ ଅଦା ବିକ୍ରି କରୁଛନ୍ତି ଚାଷୀ ।
୧୨. ଅସହ୍ୟ ଗରମ: ୪୦ ଡିଗ୍ରୀ ଉପରେ ୧୨ ସହର: ସେହିପରି ଅନୁଗୁଳ ୪୩.୧, ଝାରସୁଗୁଡା- ୪୨.୯, ବୋଦ୍ଧ- ୪୨ ଡିଗ୍ରୀ, ବବାଙ୍ଗୀର- ୪୨. ୪ ଡିଗ୍ରୀ, ପାରଳାଖେମୁଣ୍ଡି- ୪୧ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱର ୩୮.୬ ଏବଂ କଟକ ୩୮.୧ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
୧୩. FEMA ନିୟମ ସଂଶୋଧନକୁ କେନ୍ଦ୍ରର ମଞ୍ଜୁରୀ: LICରେ ହେବ ୨୦% ବିଦେଶୀ ପ୍ରତ୍ୟେକ୍ଷ ପୁଞ୍ଜି ନିବେଶ ।
୧୪. ଦିଲ୍ଲୀ ମଡେଲକୁ ଆପଣାଇବେ ପଞ୍ଜାବ ସରକାର । ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହିତ ସୋମବାର ଦିଲ୍ଲୀର ସରକାରୀ ସ୍କୁଲ ଏବଂ ମୋହଲ୍ଲା କ୍ଲିନିକ୍ ପରିଦର୍ଶନ କରିବେ ।
୧୫. ଓଡିଶାରେ ପଡିଛି ଛତିଶଗଡରେ ବନ୍ଧ ନିର୍ମାଣର ପ୍ରଭାବ: କଲମା ବ୍ୟାରେଜର ଗେଟ ବନ୍ଦ୍ ପରେ ଶୁଖିଗଲାଣି ଝାରସୁଗୁଡାର ଶୁଖାସୋଡା ଅଂଚଳରେ ମହାନଦୀ ।
୧୬. କନ୍ଧମାଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୁବାସ ସରକାର: ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ।
୧୭. ବିଦ୍ୟାଳୟରେ ସକାଳୁଆ ପାଠପଢା ସମୟ ପରିବର୍ତ୍ତନ କରିବାକୁ ଦାବି:ଶିକ୍ଷାଦାନ ସମୟକୁ ସକାଳ ୬.୩୦ରୁ ୯ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ସଂଘ ଦାବି କରିଛି । ୨ବର୍ଷ ଧରି କରୋନା ଯୋଗୁଁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବା ବେଳେ ଏହାକୁ ମେ ପହିଲାରୁ ଜୁନ୍ ୬ ତାରିଖ ଅର୍ଥାତ୍ ମାତ୍ର ୩୫ ଦିନ ମଧ୍ୟରେ ରିକଭରି କରିବା ଆଦୌ ସଫଳ ହୋଇପାରିବ ନାହିଁ ବୋଲି ସଂଘ ଯୁକ୍ତି ବାଢିଛି ।
୧୮. କାଳବୈଶାଖୀ : ୯ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ଗଜପତି, ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି ।
୧୯. ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୮,୬୫୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି ।
୨୦. ରବିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ ୧୧୫୦ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସଂକ୍ରମିତିଙ୍କ ସଂଖ୍ୟା ୪,୩୦,୪୨,୦୯୭କୁ ବୃଦ୍ଧି ପାଇଛି । ସେହିପରି ଆକ୍ଟିଭ୍ ମାମଲା ୧୧୫୫୮କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୫,୨୧୭୫୧କୁ ବୃଦ୍ଧି ଘଟିଛି । ଆକ୍ଟିଭ ମାମଲା ୦.୦୩ ପ୍ରତିଶତ ଥିବା ବେଳେ ରିକଭରି ହାର ୯୮.୭୬ ପ୍ରତିଶତ ରହିଛି ।
୨୧. ବଦଳିପାରେ ଜିଏସ୍ଟି ସ୍ଲାବ । ୫% ରେଟ୍ ସ୍ଲାବ୍କୁ ହଟାଇପାରନ୍ତି କାଉନ୍ସିଲ୍ । ଆସନ୍ତା ମାସରେ ହେବାକୁ ଥିବା ଜିଏସ୍ଟି କାଉନ୍ସିଲ୍ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।