Mahima TV

Directions

Mahima TV ସାଧାରଣ ଲୋକଙ୍କ ସ୍ଵର ଲଢେଇ ଆମର

  - #ସୁବର୍ଣ୍ଣରେଖା_ନଦୀରେ_ବୁଡି_ପର୍ଯ୍ୟଟକ_ମୃତ୍ୟୁସୁବର୍ଣ୍ଣରେଖା ନଦୀରେ ଗାଧେଇବା ବେଳେ ବୁଡି ଗଲେ ପର୍ଯ୍ୟଟକ, ଦୀର୍ଘ ଦୁଇ ଘଣ୍ଟା ଖୋଜା ଖୋଜି...
03/10/2026

-

#ସୁବର୍ଣ୍ଣରେଖା_ନଦୀରେ_ବୁଡି_ପର୍ଯ୍ୟଟକ_ମୃତ୍ୟୁ

ସୁବର୍ଣ୍ଣରେଖା ନଦୀରେ ଗାଧେଇବା ବେଳେ ବୁଡି ଗଲେ ପର୍ଯ୍ୟଟକ, ଦୀର୍ଘ ଦୁଇ ଘଣ୍ଟା ଖୋଜା ଖୋଜି ପରେ ମୃତ ଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ବସ୍ତା ଥାନା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀରେ ଗାଧଉଥିଲା ବେଳେ ଘଟିଛି ଘଟଣା, ଉତ୍ତରପ୍ରଦେଶ ଅଂଚଳରୁ ବସ ଯୋଗେ ପୁରୀ ବୁଲିବାକୁ ଆସିଥିଲା ଆଜି ସକାଳ ସମୟରେ ଗାଧେଇବା ବେଳେ ପାଣିରେ ବୁଡି ଯାଇଥିଲେ ପର୍ଯ୍ୟଟକ । ମୃତକ ଜଣକ ହେଲେ ଅଶୋକ ପାଠ କର । ଶବ ଜବତ କରି ପୋଲିସର ତଦନ୍ତ ଜାରି ।



Dinabandhu Pradhan

03/10/2026

#ସୁବର୍ଣ୍ଣରେଖା_ନଦୀରେ_ବୁଡି_ପର୍ଯ୍ୟଟକ_ମୃତ୍ୟୁ


Dinabandhu Pradhan

03/10/2026

ବିଜେଡି ର ଜନ ସମ୍ପର୍କ ପଦଯାତ୍ରା
ଏମିତି ଖୁସି ରେ ନାଚିଲେ ବିଜେଡି ର୍କମୀ
Naveen Patnaik Rajesh Behera Rajesh Giri Ajit Kumar Sahoo Journalist Mahadev Das Rajkishore Behera Jyoti Prakash Panigrahi Debi Prasad Mishra

03/10/2026

ବସ୍ତା ଏନଏସି ପାଇଁ କଂଗ୍ରେସର ନୂତନ କମିଟି ଘୋଷଣା ।
ସାମ୍ବାଦିକ ସମ୍ମିଳନୀରେ ଦେଲେ ବାଲେଶ୍ଵର ଜିଲ୍ଲା ଉପସଭାପତି ଇଂ ସୁଧାଂଶୁ ଶେଖର ଜେନା ।
Mahima TV
Rabinarayan Satpathy

02/10/2026

#ବସ୍ତା_ନିର୍ବାଚନ_ମଣ୍ଡଳୀରେ_ବିଜେଡିର_ଜନସମ୍ପର୍କ_ପଦଯାତ୍ରା
ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀ ଅବସରରୁ ରାଜ୍ୟବ୍ୟାପୀ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ପରିପ୍ରେକ୍ଷୀରେ ବସ୍ତା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ମଥାନୀସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରେ ଏକ ସଭା ଓ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ଅବସରରେ ବସ୍ତା ବ୍ଲକର ପୂର୍ବତନ ମହିଳା ବିଜେଡି ସଭାପତି ଲିପିକା ରାଉଳ ପୁଣିଥରେ ଦଳକୁ ଫେରିଥିବା ନେଇ ଦଳୀୟ ମହଲରେ ଚର୍ଚ୍ଚା ହୋଇଥିଲା।
ସୂଚନା ଅନୁଯାୟୀ ବସ୍ତା ବ୍ଲକର ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ଆଜି ଘର ବାହୁଡ଼ା ହୋଇଛନ୍ତି।ସେ ବିଗତ ଦିନରେ ଯେତେବେଳେ ବସ୍ତା ବିଧାୟାକା ସୁବାସିନୀ ଜେନା ଦଳବିରୋଧୀ କାର୍ଯ୍ୟପାଇଁ ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କୁ ବିଜୁଜନତା ଦଳରୁ ବିହାଷ୍କାର କରିଥିଲେ। ସେତେବେଳେ ଶ୍ରୀମତୀ ରାଉଳ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସେ ନବୀନ ପଟ୍ଟନାୟକ ସ୍ୱଚ୍ଛନିର୍ମଳ ଶାସନ ତାଙ୍କ ପ୍ରତି ଭଲପାଇବା ଜାଣିପାରି ଆଜିର ଜନସମ୍ପର୍କ ପଦଯାତ୍ରା ଅବସରରେ ସେ ପୁଣିଥରେ ଦଳୀୟ ଶିବିରକୁ ଫେରିଥିବା ନେଇ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ।ପରେ ମଥାନୀସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଗାନ୍ଧୀଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ତଥା ବସ୍ତା ବ୍ଲକ ବିଜେଡି ସଭାପତି ମହାଦେବ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବାଲିଆପାଳ ବ୍ଲକ ବିଜେଡି ସଭାପତି ଭଗବାନ ଗିରି, ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି, ଜିଲ୍ଲା ଛାତ୍ର ସଭାପତି ହରେକୃଷ୍ଣ ପ୍ରଧାନ, ବସ୍ତା ଏନ୍‌ଏସି ସଭାପତି କମଳାକାନ୍ତ ବେହେରା, ସୁବୋଧ କୁମାର ରାଉଳ, ପୂର୍ଣ୍ଣଚନ୍ଦ୍ର ଜେନା, ଯୁବନେତା ଦାମୋଦର ଦାସ, ଯୁବନେତା ରାଜେଶ କୁମାର ଗିରି, ରାଜକିଶୋର ବେହେରା, ସୁରେନ୍ଦ୍ର ସେଠୀ, ଦେବେନ୍ଦ୍ର ବେହେରା, ଅଖିଳ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗଦେଇଥିଲେ।ସଭାରେ ବକ୍ତାମାନେ ଦଳୀୟ ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ଦିନରେ ଏକତାବଦ୍ଧ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବସ୍ତା ଓ ବାଲିଆପାଳ ପଞ୍ଚାୟତ ସମିତି ସମେତ ନୂତନ ଭାବେ ଘୋଷିତ ବସ୍ତା ଏନ୍‌ଏସିରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ବକ୍ତାମାନେ ବର୍ତ୍ତମାନର ବିଜେପି ସରକାରଙ୍କ ଅଢ଼େଇ ବର୍ଷର ଶାସନକାଳକୁ ନେଇ ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟପ୍ରଣାଳୀ ଉପରେ ମତାମତ ରଖିଥିଲେ।ସଭାରେ ବହୁ ସରପଞ୍ଚ, ସମିତି ସଭ୍ୟ-ସଭ୍ୟା, ଯୁବ, ଛାତ୍ର ଓ ମହିଳା ବିଜେଡିର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।


Naveen Patnaik Rajesh Behera Rajkishore Behera Mahadev Das Jyoti Prakash Panigrahi Debi Prasad Mishra Ipsh*taa Sahoo Biju Janata Dal Odisha Kanak News

ଘର ବାହୁଡିଲେ ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ।   ゚viralシfypシ゚viralシalシfollowerfypシviral         N...
02/10/2026

ଘର ବାହୁଡିଲେ ବସ୍ତା ନିର୍ବାଚନ ମଣ୍ଡଳୀର ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ।

゚viralシfypシ゚viralシalシfollowerfypシviral


Naveen Patnaik Biju Janata Dal Odisha Debi Prasad Mishra Ipsh*taa Sahoo Jyoti Prakash Panigrahi Anupam Mohanty

02/10/2026

#ବିଜୁଜନତା_ଦଳର_ଜନସମ୍ପର୍କ_ପଦଯାତ୍ରା ।
ବସ୍ତା ନିର୍ବାଚନ ମଣ୍ଡଳୀରେ ଆଜି ଗାନ୍ଧୀଜୟନ୍ତି ଅବସରରେ ମଥାନୀ କଟି ପୋଲ ନିକଟରୁ ଏକ ପଦଯାତ୍ରା ବାହାରି ଗାନ୍ଧିଛକ କରେ ପହଞ୍ଚି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।।ବସ୍ତା ନିର୍ବାଚନ ମଣ୍ଡଳୀ ସଂଯୋଜକ ଓ ବସ୍ତା ବ୍ଲକ ସଭାପତି ମହାଦେବ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।।

Ajit Kumar Sahoo Journalist Mahima TV Naveen Patnaik Mahadev Das Kanak News Rabinarayan Satpathy Jyoti Prakash Panigrahi BYJD BASTA Debi Prasad Mishra Biju Janata Dal Odisha Ipsh*taa Sahoo Rajesh Giri

02/10/2026
02/10/2026

ବସ୍ତା ନିର୍ବାଚନ ମଣ୍ଡଳୀରେ ଘରକୁ ବାହୁଡିଲେ ପୂର୍ବତନ ମହିଳା ସଭାପତି ଲିପିକା ରାଉଳ ।

Address

Balasore
756029

Website

Alerts

Be the first to know and let us send you an email when Mahima TV posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category