Odisha Adarsh Live

Odisha Adarsh Live Odisha Adarsh Live ଖବର ଉପରେ ନଜର

ବୃଦ୍ଧାଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀ ଗିରଫ।
08/09/2026

ବୃଦ୍ଧାଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ୩ ପଞ୍ଚାୟତ ଅଧିକାରୀ ଗିରଫ।

Odisha Adarsh Live

08/09/2026

#ଝାଉଁ_ବଣରୁ_୫_ବିରଳ_ଓରାଙ୍ଗଓଟାଙ୍ଗ_ଜୀବ_ଉଦ୍ଧାର
ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଚିତ୍ରପୁର ଅଞ୍ଚଳର ଝାଉଁ ବଣ ଭିତରୁ ୫ଟି ବିରଳ ଓରାଙ୍ଗଓଟାଙ୍ଗ ଉଦ୍ଧାର ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିରଳ ବନ୍ୟଜନ୍ତୁମାନେ ଏଠାକୁ କେଉଁଠୁ ଓ କିପରି ଆସିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଘଟଣା ସମ୍ପର୍କରେ ଖବର ପାଇବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ଟିମ୍ ଭୋଗରାଇ ଅଞ୍ଚଳକୁ ଆସୁଥିବା ସୂଚନା ମିଳିଛି।

 #ଝାଉଁ_ବଣରୁ_ଓରାଙ୍ଗ_ଓଟାଙ୍ଗ_ଠାବ ବାଲେଶ୍ଵର ଜିଲ୍ଲା ଭୋଗରାଇ ବିଚିତ୍ରପୁର ଠାରେ ଝାଉଁ ବଣ ଭିତରୁ ଉଦ୍ଧାର ହୋଇଛି ୫ଟି ବିରଳ ଓରାଙ୍ଗ ଓଟାଙ୍ଗ। ...
08/09/2026

#ଝାଉଁ_ବଣରୁ_ଓରାଙ୍ଗ_ଓଟାଙ୍ଗ_ଠାବ
ବାଲେଶ୍ଵର ଜିଲ୍ଲା ଭୋଗରାଇ ବିଚିତ୍ରପୁର ଠାରେ ଝାଉଁ ବଣ ଭିତରୁ ଉଦ୍ଧାର ହୋଇଛି ୫ଟି ବିରଳ ଓରାଙ୍ଗ ଓଟାଙ୍ଗ। ଏମାନେ କେଉଁଠୁ ଆଉ କେମିତି ଆସିଲେ ସଠିକ୍ ଜଣାପଡ଼ିନାହିଁ।

08/09/2026

#ଖାନନଗରରୁ_ନକଲି_ସାର_ବୋଝେଇ_ଗାଡ଼ି_ଜବତ ବାଲେଶ୍ଵର ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତାପସ କୁମାର ମହାନ୍ତି ଓ ସ୍ଥାନୀୟ ଲୋକେ ନକଲି ସାର ବୋଝେଇ ଗାଡ଼ିକୁ ଖାନନଗର ଅଞ୍ଚଳରୁ ଅଟକାଇ ପୁଲିସକୁ ଖବର ଦେଇଥିଲେ।ଗାଡ଼ିକୁ ସଦର ଥାନା ପୋଲିସ ଜବତ କରିବା ପରେ କୃଷି ବିଭାଗ ଅଧିକାରୀ ପହଞ୍ଚି ସାରର ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ଲାବ୍ କୁ ପଠାଇଛନ୍ତି। ସାର୍ ଯାଞ୍ଚ ରିପୋର୍ଟ ପରେ ସାର ନକଲି ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ମିଳିଛି।

08/09/2026

#କଲେଜ_କ୍ୟାମ୍ପସରେ_ଛାତ୍ରୀଙ୍କ_ସନ୍ଦେହ_ଜନକ_ମୃତ୍ୟୁ
ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ସେରଗଡ଼ ଠାରେ ଥିବା BCET କଲେଜ କ୍ୟାମ୍ପସରେ ଅଭାବନୀୟ ଘଟଣା। କଲେଜ ମେସ୍ ପରିସରରୁ ଜଣେ ଦ୍ୱିତୀୟ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଗତ କାଲି ରାତିରେ ଘଟିଛି ଏହି ଅଭାବନୀୟ ଘଟଣା।ମୃତ ଛାତ୍ରୀ ହେଉଛନ୍ତି ସୋର ମଙ୍ଗଳପୁର ଅଞ୍ଚଳର ଭାଗ୍ୟଶ୍ରୀ ରାଉତ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୁଲିସ ର ତଦନ୍ତ ଜାରି।

08/09/2026

ାଟ_ଭାଙ୍ଗି_ଚୋରି_ଅଭିଯୋଗ
ବାଲେଶ୍ଵର ଜିଲ୍ଲା ସୋର ଥାନା ମାଣିପୁର ପଞ୍ଚାୟତ ଗୁଲୁଣିଆ ଗ୍ରାମର କେଳୁଚରଣ ବେହେରାଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ସହ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।ପରିବାର ଲୋକେ ବଜାରକୁ ଯାଇଥିବା ବେଳେ ଘର ପଛପଟ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଚୋରି କରିଥିବା ଜଣାପଡ଼ିଛି।

ନୀଳଗିରି କଂଗ୍ରେସ ପକ୍ଷରୁ ସ୍ବର୍ଗତ ଗଣେଶ୍ୱର ବେହେରାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।
07/09/2026

ନୀଳଗିରି କଂଗ୍ରେସ ପକ୍ଷରୁ ସ୍ବର୍ଗତ ଗଣେଶ୍ୱର ବେହେରାଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

Odisha Adarsh Live

07/09/2026

#ନୀଳଗିରି_ରକ୍ତ_ଭଣ୍ଡାରରେ_ରକ୍ତ_ସଂଗ୍ରହ_ଅଭିଯାନ_ଆରମ୍ଭ
ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଆଜିଠାରୁ ଆରମ୍ଭ ହୋଇଛି ରକ୍ତ ସଂଗ୍ରହ ଅଭିଯାନ।ନୀଳଗିରି ରକ୍ତଦାତା ସଂଘ ପକ୍ଷରୁ ଆୟୋଜିତ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ଫିତା କାଟି ଅନୁଷ୍ଠାନିକ ଭାବେ ଅଭିଯାନର ଶୁଭାରମ୍ଭ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ ବିଧାୟକ।ପ୍ରଥମ ଦିନରେ ୩୨ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି।

07/09/2026

#ନୀଳଗିରି_ଖୋଲିଲା_ପଞ୍ଜାବ_ନ୍ୟାସନାଲ_ବ୍ୟାଙ୍କର_ନୂତନ_ଶାଖା
ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଖାର ଶୁଭ ଉଦଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ PNBର ଉପ ମହାପ୍ରବନ୍ଧକ ରାଜ କୁମାର ସିଂ, ବାଲେଶ୍ୱର ମଣ୍ଡଳ ପ୍ରମୁଖ ଜିତେନ୍ଦ୍ର କୌଶଲ ଓ ଶାଖା ପରିଚାଳକ ବିକାଶ କୁମାର ମଲ୍ଲିକଙ୍କ ସମେତ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ।

07/09/2026

#ବସ୍‌କୁ_ଜଣାଇଲେ_ଶେଷ_ପ୍ରଣାମ
୩୫ ବର୍ଷର ସାଥୀ ବସ୍‌କୁ ଶେଷ ଥର ପାଇଁ ଛୁଇଁଲେ ଆଉ ଆଖିରୁ ଝରିଲା ଲୁହ। ଡ୍ରାଇଭରଙ୍କ ଏହି ଭାବପ୍ରବଣ ବିଦାୟ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଦର୍ଶକଙ୍କୁ ବେଶ୍ ଭାବୁକ କରିଦେଇଛି।

Address

Balasore
756001

Alerts

Be the first to know and let us send you an email when Odisha Adarsh Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Adarsh Live:

Shortcuts

Share