29/09/2024
--ଅସତ୍ୟ ବଢ଼ିଲେ ସବୁ ପରିବର୍ତ୍ତନ ହେବ --
------------------------- ----------------------- ------------------
ଏହି ସୃଷ୍ଟି ଏକ ନୀୟମ ଦ୍ଵାରା ନିର୍ଧାରିତ ଅଟେ। ମଣିଷ ସର୍ବ ଶ୍ରେଷ୍ଠ ସୃଷ୍ଟି ଅଟେ। ସମସ୍ତ ସୃଷ୍ଟି ମଣିଷ ହସ୍ତ ରେ ସମର୍ପିତ ଅଟେ। ମଣିଷ ଏହି ସୃଷ୍ଟି ର ରକ୍ଷକ ଅଟେ।ଆଜି ସୃଷ୍ଟି ର ରକ୍ଷକ ଭକ୍ଷକ ପାଲଟି ଯାଇଛି। ସତ୍ୟ ରାସ୍ତା କୁ ଛାଡି ମିଛ ମାୟା ଦୁନିଆଁ ରେ ଜୀବନଯାପନ କରୁଛି। ମଣିଷ ଏହି ସୃଷ୍ଟି ରେ ଯେତେ ମିଛ ମାୟା ଦୁନିଆଁ ରେ ଜୀବନଯାପନ କରିବ ସେତେ ଏହି ସୃଷ୍ଟି ରେ ଥିବା ବସ୍ତୁ ପଦାର୍ଥ ଉପରେ ପରିବର୍ତ୍ତନ ଆସିବ।
ଜଳ,ମାଟି,ଆକାଶ,ବାୟୁ, ସୂର୍ଯ୍ୟ,ତାରା,ଶରୀର,ଗଛ, ଜୀବଜନ୍ତୁ,ସରିସୃପ,ଗ୍ରହ, ନକ୍ଷତ୍ର ରେ ପରିବର୍ତନ ଆସିବ।
ଯାହା ମଣିଷ ମରଣ ଆଡ଼କୁ ଗତି କରିବ।
ମଣିଷ ଶରୀର ରେ ମଣିଷ ପଣିଆ ରହିବ ନାହିଁ।ପୁରୁଷ ଏବଂ ମହିଳା ଭିତରେ କୋହଳ ସୃଷ୍ଟି ହେବ। ମଣିଷ ସମାଜ ରେ ଶାନ୍ତି ରହିବ ନାହିଁ।ସବୁ ପରିବର୍ତ୍ତନ ହେବ।ଯାହା ଏହି ସୃଷ୍ଟି ପାଇଁ ମହାକାଳ ହେବ।ତେଣୁ ମଣିଷ ସତ୍ୟ କୁ ଜାଣିବା ନିହାତି ଜରୁରୀ ଅଟେ। ମଣିଷ ସତ୍ୟ ଜାଣିଲେ ମଣିଷ ଶରୀର ରେ ଶାନ୍ତି ଆସିବ। ମଣିଷ ର ଶାନ୍ତି ପ୍ରକୃତି ଦେଖା ଦେବ।
ବର୍ତ୍ତମାନ ଅଶାନ୍ତି ପରିବେଶ ପ୍ରତେକ ଦେଶରେ ଦୃଶ୍ୟ ମାନ ହେଉଛି।ଏହାର କାରଣ ମଣିଷ ଅସତ୍ୟ ଆଡ଼କୁ ଯାଉଛି। ସତ୍ୟ କୁ ଛାଡି ମିଛ ଦୁନିଆ ରେ ଜୀବନ ଯାପନ କରୁଛି।ଦିନ ରାତି ଅଶାନ୍ତି ବାତାବରଣ ରେ ରହୁଛି।ଏହା ମଣିଷ ର ବାସ୍ତବ ଜୀବନ ଶୈଳୀ ନୁହେଁ।ବାସ୍ତବ ଜୀବନ ଶୈଳୀ ମଣିଷ କୁ ଶାନ୍ତି ଦିଏ।
ଯଦି ମଣିଷ ଟଙ୍କା ରେ ଶାନ୍ତି ପାଆନ୍ତା।ତେବେ ବିଦେଶ ର ଲୋକ ର ପରିବାର ,ଦେଶରେ ଶାନ୍ତି ଥାନ୍ତା। ଟଙ୍କା ମଣିଷ ନିର୍ମାଣ କରିଛି ନିଜର ଆରାମ ଜୀବନ ଶୈଳୀ ନିମନ୍ତେ।
ସୃଷ୍ଟି ଆରମ୍ଭ ରୁ ଦେଶରେ ଟଙ୍କା ର କୈାଣସି ସ୍ଥାନ ନ ଥିଲା। ମଣିଷ ଆରାମ ରେ ରହିବା ପାଇଁଁ ଟଙ୍କା କୁ ସୃଷ୍ଟି କରିଛି।ସେହି ଟଙ୍କା ଆଜି ମଣିଷ କୁ ବିନାଶ କରୁଛି। ମଣିଷ ସମାଜ କୁ ଅନ୍ତ କରୁଛି। ମଣିଷ ଏହା ଜାଣିବି ଅଜାଣନ୍ତ ପରି ହେଉଛି।
ଟଙ୍କା ପଛରେ ଦିନରାତି ଏକ କରୁଛି।ଏହା ମଣିଷ କୁ ମରଣ ଦିଏ। ମଣିଷ ର ଯାହା କର୍ମ ଉପର ବାଲା ଦ୍ବାରା ନିର୍ଧାରିତ ଅଟେ।ତାହାହିଁ ମଣିଷ କୁ କାର୍ଯ୍ୟ କରିବା ଉଚିତ୍ ଅଟେ। ନିର୍ଧାରିତ କର୍ମ କୁ ବେଖାତିର କରିବାର ଅର୍ଥ ମରଣ ସହିତ ବନ୍ଧୁତା କରିବା।