15/11/2025
ପଢ଼ନ୍ତୁ ଆଉ ଅନ୍ୟମାନଙ୍କୁ ପଠାନ୍ତୁ
କାଳିଆ ଭାଇ ଗୁପଚୁପ....
କାଳିଆ ଭାଇ ଗୁପଚୁପ.. କେତେ ଯୁବକ ଯୁବତୀଙ୍କ ମନ ଏଇଠୁ ମିଶିଥିବ.. କେତେ ଅଚିହ୍ନା ମନ ଏଇଠୁ ପରିଚୟ ପାଇଥିବ.. ଆଉ କେତେ ନୂଆ ସମ୍ପର୍କ କାଳିଆ ଭାଇ ଗୁପଚୁପ ଷ୍ଟଲ ରୁ ଆରମ୍ଭ ହୋଇଥିବ..ସତେ ଯେମିତି ସବୁ ସମ୍ପର୍କର ମିଳନସ୍ଥଳ ଏହି ଗୁପଚୁପ ଷ୍ଟଲ.. କେତେ ନୂଆ ମୁହଁ ଆସୁଛନ୍ତି କତେ ପୁଣି ପୁରୁଣା ହୋଇ ପଢାସାରୀ ଚାଲିଯାଉଛନ୍ତି କିନ୍ତୁ କାଳିଆ ଭାଇର ଗୁପଚୁପ ଷ୍ଟଲ,ସମୟ ସହିତ ତାଳ ଦେଇ ସେମିତି ଚଳଚଞ୍ଚଳ ଅଛି ତା ଛୋଟ ଗୁପଚୁପ ଷ୍ଟଲ ଭିତରେ.. ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟରେ ପାଠ ପଢି ଆସିଥିବା ପ୍ରତିଟି ଛାତ୍ର ଛତ୍ରୀଙ୍କୁ କାଳିଆ ଭାଇ କିଏ କହିବାକୁ ପଡ଼ିବନି.ଏମିତି କେହି ନାହିଁ ଯିଏ ବାଣପୁରରେ ରହୁଛି ଆଉ ସେ କାଳିଆ ଭାଇ ଗୁପଚୁପ କୁ ଜାଣିନି.. ମୁଁ ହାଇସ୍କୁଲରେ ପାଠ ପଢିବା ଦିନଠୁ କାଳିଆ ଭାଇଙ୍କ ଗୁପଚୁପ ସହିତ ମୋ ପରିଚୟ ହୁଏ..ଆଉ ସେହିଦିନଠୁ ଆଜି ପର୍ଯ୍ୟନ୍ତ ଯେତେବେଳେ ଘରକୁ ଯାଏ କାଳିଆ ଭାଇ ଗୁପଚୁପ ନଖାଇଲେ ମୋ ମନ ବୁଝେନି.. ଏମିତି କୋଉଦିନ ନାହିଁ ଯୋଉଦିନ କାଳିଆ ଭାଇ ଗୁପଚୁପ ଷ୍ଟଲ ରେ ଭିଡ କମ ଥିବ.. ସବୁ ଦିନ ଭିଡ କହିଲେ ନ ସରେ.. ଏମିତି ବି ସମୟ ଆସିଥିବ ଭିଡ ନୟନ୍ତ୍ରଣ କରିନପାରି କାଳିଆ ଭାଇ କହିଦିଏ ଯଦି ଅପେକ୍ଷା କରିପାରିବ ରୁହ ନଚେତ ହେଇପାରିବନି.. ଆଉ ଭିଡ କମିଲା ଯାଏ ସେମିତି ଲୋକେ ଅପେକ୍ଷା କରିକି ଠିଆ ହୋଇଥାନ୍ତି... ଭିଡ କମିବ କାଳିଆ ଭାଇ ହାତରୁ ଗୁପଚୁପ ଖାଇବେ ତାପରେ ଯାଇ ଯିବେ.. ପ୍ରାୟତଃ, ପ୍ରାୟତଃ କଣ ନିତିଦିନ କହିଲେ ଚଳେ! କାଳିଆ ଭାଇ ଗୋଦାବରୀଶ କଲେଜ ଆଗରେ ହିଁ ଗୁପଚୁପର ପସରା ମେଲି ଠିଆ ହୋଇଥାଏ.. ଏମିତି କୋଉ ପ୍ରେମୀ ଯୁଗଳ ନାହାନ୍ତି ଜାହା କଥା କାଳିଆ ଭାଇ ଜାଣିନି.. କଲେଜ ଶ୍ରେଣୀଗୃହ ଠାରୁ ଆରମ୍ଭ କରି ହଷ୍ଟେଲର ଭିତିରି କଥା ସବୁ କାଳିଆ ଭାଇକୁ ଜଣା..କାହା ପ୍ରେମ ଚିଠି କୋଉ ପୋଷ୍ଟ ଅଫିସକୁ ଯିବ ତା କାଳିଆ ଭାଇକୁ ଜଣା.. ବେଳେ ବେଳେ ପୁଅମାନେ ପ୍ରେମ କରିବା ଆଗରୁ କାଳିଆ ଭାଇଙ୍କୁ ପଚାରି ବୁଝିଥାନ୍ତି ସେ ଝିଅ ବିଷୟରେ.. ସେ ଝିଅ କିଭଳି,ତାର ବଏଫ୍ରେଣ୍ଡ ଅଛିକି ନାହିଁ କାଳିଆ ଭାଇଙ୍କୁ ସବୁ ଜଣା.. ସେଥିପାଇଁ ବୋଧେ କାଳିଆ ଭାଇଙ୍କ କଷ୍ଟମର ସବୁ ଖାଣ୍ଟି ଦେଶୀ ଭାଷାରେ କହିଲେ (ଟୋକା /ଟୋକି )କ୍ଷମା କରିବେ ଆପଣଙ୍କ ଉତ୍ସାହ ବଢେଇବା ପାଇଁ ଟିକେ ଏଭଳି ସସ୍ତା ଶବ୍ଦ ବ୍ୟବହାର କରିଦେଲି... କାଳିଆ ଭାଇ ପାଖକୁ ଯେଉଁମାନେ ଗୁପଚୁପ ଖାଇବା ପାଇଁ ଆସନ୍ତି ସେମାନେ କଣ ଖାଲି ପଇସା ଦେଇ ଗୁପଚୁପ ଖାଇବା ପାଇଁ ଆସନ୍ତି.. ଗୁପଚୁପ ଖାଇବାତ ଗୋଟେ ବାହାନା.. କଲେଜରେ ଗୋଟେ କ୍ଲାସ ସରିଲା ପରେ କାଳିଆ ଭାଇ ଗୁପଚୁପ ଷ୍ଟଲକୁ ଆସି ଟିକେ ଖଟି କରିଦେଲେ ମନଟା ଏକଦମ ତାଜା ହେଇଯାଏ.. ସବୁ ବେପାରୀଙ୍କ ଭଳି କାଳିଆ ଭାଇର ପଇସା ପ୍ରତି ଏତେ ଆସକ୍ତି ନଥାଏ.. ଏମିତି କେତେ ପିଲା ଥିବେ ଯେଉଁ ମାନେ ବାକି କରି ଖାଇ ଥିବେ ଆଉ ପଇସା ଦେଇନଥିବେ କିନ୍ତୁ କାଳିଆ ଭାଇ କେବେ କାହାକୁ ଜୋରଜବରଦସ୍ତ କରିନଥାଏ ପଇସା ପାଇଁ.. ପଇସା ଠାରୁ ସେ ସୁସମ୍ପର୍କକୁ ଅଧିକ ପ୍ରାଧାନ୍ୟ ଦେଇଥଏ..କେମିତି କେଜାଣି ସେ ତାଙ୍କ ହୃଦୟ ଖୋଲା କଥାରେ ସମସ୍ତଙ୍କୁ ଆପଣାର କରିଦିଅନ୍ତି ତାହା ଖୁବ କମ ଲୋକଙ୍କୁ ଜଣା.. ବେପାର ସହିତ ସମ୍ପର୍କ ଯୋଡିବାର କଳା ମଧ୍ୟ ବୋଧ ହୁଏ ତାଙ୍କୁ ଜଣା.. ଥରେ ଯଦି ତମେ କାଳିଆ ଭାଇ ପାଖରେ ଗୁପଚୁପ ଖାଇଛ ସେ ଜାଣି ଦିଅନ୍ତି ତୁମକୁ କେତେ ରାଗ ଆଉ କେତେ ଲୁଣ ଦରକାର.. ଆଉ ଦ୍ୱିତୀୟ ଥର ଆସିଲେ ସେ ସେହି ଅନୁସାରେ ପାଗ ବନେଇ ପରସି ଦିଅନ୍ତି... କଲେଜ ପିଲାଙ୍କ ଜୀବନଟା କାଳିଆ ଭାଇ ଗୁପଚୁପ ପାଖରୁ ଆରମ୍ଭ ହୁଏ.. ଆଉ ସନ୍ଧ୍ୟା ବି ହୁଏ ସେହି ଗୁପଚୁପ ଷ୍ଟଲର କୋଳାହଳ ଭିତରେ... ଖାଲି କଲେଜ ପିଲା କଣ ପାଇଁ ଏବେ କାଳିଆ ଭାଇ ଗୁପଚୁପ କହିଲେ ବାଣପୁରର ପ୍ରସିଦ୍ଧ ଗୁପଚୁପ କୁ ବୁଝେଇବ.. କାରଣ ସନ୍ଧ୍ୟା ହେଲେ ପୁରା ବାଣପୁର ସହର ତଥା ଗ୍ରାମାଞ୍ଚଳରୁ ଲୋକ ଆସି ଭିଡ ଲାଗନ୍ତି କାଳିଆ ଭାଇ ଗୁପଚୁପ ପାଖରେ.. ଏବେ ଆଉ କିଛି ଲୋକ ମଧ୍ୟ ଗୁପଚୁପ ବ୍ୟବସାୟ କୁ ବୃତ୍ତି ଭାବରେ ଗ୍ରହଣ କଲେଣି କିନ୍ତୁ କାଳିଆ ଭାଇ ଗୁପଚୁପ ଆଗରେ ସବୁ ଫିକା ପଡ଼ିଯାଏ... ମୁଁ ଭୁବନେଶ୍ୱର ର ଅନେକ ଜାଗାରେ ଗୁପଚୁପ ଖାଏ କିନ୍ତୁ କାଳିଆ ଭାଇ ହାତର ସେ ପାଗ ଆଉ କୋଉଠି ମିଳେନି.. ସବୁ ଠାରୁ ବଡ କଥା ହେଉଛି ବେପାର ଭଲ ହେଉକି ନହେଉ କାଳିଆ ଭାଇର ଯୁବସୁଲଭ କଥା ଓ ଭାବ ଭଙ୍ଗୀ ଗରାଖ ମାନଙ୍କୁ ଚିର ଦିନ ପାଇଁ ତା ଗୁପଚୁପ ଷ୍ଟଲ ସହିତ ବାନ୍ଧି ରଖେ... ଯିଏ ଥରେ ଖାଇଲା ସେ ସବୁ ଦିନ ପାଇଁ ତାଙ୍କ ଗୁପଚୁପର ପ୍ରେମ ରେ ପଡିଗଲା..ସାଧାରଣତଃ ସମସ୍ତଙ୍କ ବୟସ ବଢୁଛି କିନ୍ତୁ ମୋତେ ଲାଗେ କାଳିଆ ଭାଇକୁ କେବେ ବୟସ ଛୁଏଁନୀ ବୋଧେ.. କାଲି ସେ ଯେମିତି କୈଶର ମାନଙ୍କ ସହ କଥା ହେଉଥିଲା ଆଜି ବି ସେମିତି କଥା ହେଉଛି.. ବୟସର ଲେସ ମାତ୍ର ଚିହ୍ନ ତାଙ୍କ ରଙ୍ଗ, ଢଙ୍ଗରୁ ଜଣା ପଡୁନି.. ବାଣପୁର ପାଇଁ ସଦା ଯୁବକ କାଳିଆ ଭାଇ ଗୁପଚୁପ... କାଳିଆ ଭାଇ ଗୁପଚୁପକୁ ଛାଡିଲେ ବାଣପୁରରେ କଲେଜ ପଢୁଆ ଯୁବକ ଯୁବତୀଙ୍କ ପ୍ରେମ ଶାଳା ଆଉ କେଉଁଠି ପାଇବେନି..
ଯଦି ଆପଣ ସଚ୍ଚା ବାଣପୁରିଆ ହୋଇଥିବେ ତାହେଲେ ଏ ଷ୍ଟୋରି କୁ ଶେୟାର କରିବେ, କମେଣ୍ଟରେ ଆପଙ୍କ ମତାମତ ଜଣେଇବେ.. କାଳିଆଭାଇଙ୍କୁ ନେଇ ଯଦି ଆପଣଙ୍କର କିଛି ମଧୁର ସ୍ମୃତି ଅଛି ଯାହା ଆପଣ ଜଣେଇବାକୁ ଚାଁହୁଛନ୍ତି ତେବେ କମେଣ୍ଟରେ ଜାଣନ୍ତୁ.ଆଉ ଆମ ବାଣପୁରର ଐତିହ୍ୟ ଓ ଭିନ୍ନ ଭିନ୍ନ ଗରିମା ମଣ୍ଡିତ କଥା ଜାଣିବା ପାଇଁ ମୋର ଏହି ପୃଷ୍ଠାକୁ ଫଲୋ କରନ୍ତୁ କାରଣ ପଇସା ପଡ଼ିବନି.. ଯାହା ମୋତେ ଏପରି ଲେଖିବା ପାଇଁ ପ୍ରେରଣା ଯୋଗେଇବ. ରହୁଛି ଜୟ ମା ଭଗବତୀ