SatyaBazar only news

Call Directions

SatyaBazar only news Satyabazar is a News paper Regd by R.N.I.,New Delhi. It is online information to people's.

 #ଦୈନିକ_ମଜୁରୀ_ବୁଦ୍ଧି_କଲେ_କେନ୍ଦ୍ରସରକାର  ଅଣକୁଶଳୀ ୫୬୫ଟଙ୍କା, ଅର୍ଦ୍ଧକୁଶଳୀ ୭୦୪ ଟଙ୍କା, କୁଶଳୀ ୮୪୦ ଟଙ୍କା ଓ ଉଚ୍ଚ କୁଶଳୀ ୯୭୯ଟଙ୍କା |
03/10/2026

#ଦୈନିକ_ମଜୁରୀ_ବୁଦ୍ଧି_କଲେ_କେନ୍ଦ୍ରସରକାର
ଅଣକୁଶଳୀ ୫୬୫ଟଙ୍କା, ଅର୍ଦ୍ଧକୁଶଳୀ ୭୦୪ ଟଙ୍କା, କୁଶଳୀ ୮୪୦ ଟଙ୍କା ଓ ଉଚ୍ଚ କୁଶଳୀ ୯୭୯ଟଙ୍କା |

ଆଜି ସକାଳୁ ନଦିପଡା ରେ ଜନୈକ ବ୍ୟକ୍ତିଙ୍କ ଘରେ ଘଟିଛି ଅଗ୍ନିକାଣ୍ଡ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
03/10/2026

ଆଜି ସକାଳୁ ନଦିପଡା ରେ ଜନୈକ ବ୍ୟକ୍ତିଙ୍କ ଘରେ ଘଟିଛି ଅଗ୍ନିକାଣ୍ଡ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଆଜି ମୂଳାଷ୍ଟମୀ,ପବିତ୍ର ପୁଅ ଯୁଇନ୍ତିଆ।ମା ଙ୍କ ପୀଠରେ (୧୬ ପୂଜା) ଶାରଦୀୟ ପୂଜା ଆରମ୍ଭ।
03/10/2026

ଆଜି ମୂଳାଷ୍ଟମୀ,ପବିତ୍ର ପୁଅ ଯୁଇନ୍ତିଆ।
ମା ଙ୍କ ପୀଠରେ (୧୬ ପୂଜା) ଶାରଦୀୟ ପୂଜା ଆରମ୍ଭ।

02/10/2026

#ଶାରଦୀୟ_ଶୁଭେଚ୍ଛା
ପୁରୀ:ରାତି ପାହିଲେ ଶାରଦୀୟ ପାର୍ବଣ ର ଅୟମାରମ୍ଭ, ଉଗ୍ରଚଣ୍ଡା କଳ୍ପ ପ୍ରବେଶ ବିହିତ ଷୋଡ଼ଶ ଦିବସୀୟ ପୂଜା ପ୍ରବେଶ। ଦୂର୍ବାଷ୍ଟମୀ ରେ ନିଦ୍ରା ଯାଇଥିବା ଭଗବତୀ ମୂଳାଷ୍ଟମୀ ରେ ଅକାଳ ବୋଧନ ହୋଇ ନିଦ୍ରା ତ୍ୟାଗ କରିବେ। ପୀଠ ରେ ଷୋଡ଼ଶ ଉପଚାର ରେ ତ୍ରିକାଳ ପୂଜା ପାଇବେ। ପୁରୀ ର ପଞ୍ଚ କୋଶ ପରିମିତ ଅଞ୍ଚଳ ରେ ବ୍ରାହ୍ମଣ ଶାସନ ମାନଙ୍କ ରେ ମାଆ ଙ୍କ ର ପାର୍ବଣ ଭେଟି ଶ୍ରୀମନ୍ଦିର ରୁ ଗଲାଣି, ମାଳ, ମହାପ୍ରସାଦ, ଧ୍ୱଜା, ଚନ୍ଦନ, ଆଳତି ଇତ୍ୟାଦି ପଦାର୍ଥ ମାନ ପରମେଶ୍ୱର ଙ୍କ ତରଫ ରୁ ପରମେଶ୍ଵରୀ ଙ୍କ ପାଇଁ ବାର୍ଷିକ ଭେଟି। ଏହା ଆମର ସତନ୍ତ୍ରତା, ଆମର ପରମ୍ପରା, ଦୁର୍ଗା ମାଧବ ଙ୍କ ସାମ୍ୟରସ ଏ ପୁରୁଷୋତ୍ତମ କ୍ଷେତ୍ର ବାସୀ ଙ୍କୁ ତ୍ରିତାପ ରୁ ଉଦ୍ଧାର କରୁ,ଏ ଜାତି ର ଗୌରବ ମୟ ଇତିହାସ ପୁନଃ ମହିମାନ୍ୱିତ ହେଉ।

କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି ବରଗଡ଼: କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ପରିସରରେ ମହାତ୍ମା ଗ...
02/10/2026

କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତି

ବରଗଡ଼: କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ପରିସରରେ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସାହ ଓ ଦେଶପ୍ରେମର ଭାବନା ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ମଙ୍ଗଳଦୀପ ପ୍ରଜ୍ଵଳନ କରାଯାଇଥିଲା। ଏହାପରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ପ୍ରତିଛବିରେ ପୁଷ୍ପମାଲ୍ୟ ଅର୍ପଣ କରି ଦୁଇ ମହାନ ଜାତୀୟ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ବିକାଶ ଆବାସିକ ବିଦ୍ୟାଳୟର ଏକକ୍ୟୁକେଟିଭ୍ ପ୍ରିନ୍ସିପାଲ ଶ୍ରୀ ଶିଶିର ପ୍ରସାଦ ରାଉଳ ନିଜ ବକ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା ଓ ନୈତିକତା ତଥା ଲାଲବାହାଦୂର ଶାସ୍ତ୍ରୀଙ୍କ ସରଳତା, ସାହସ, ଶୃଙ୍ଖଳା ଓ ନିଃସ୍ୱାର୍ଥ ଦେଶସେବାର ଆଦର୍ଶ ଉପରେ ଆଲୋକପାତ କରିଥିଲେ । ଦୁଇ ମହାନ ନେତାଙ୍କ ଜୀବନ ଓ ଆଦର୍ଶ ଛାତ୍ରଛାତ୍ରୀଙ୍କୁ ଦେଶ ପ୍ରତି ଦାୟିତ୍ବବୋଧ, ସତ୍ୟନିଷ୍ଠା ଓ ସେବାଭାବରେ ଅନୁପ୍ରାଣିତ କରିଥିଲା। ଏହି ଅବସରରେ ବିକାଶ ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ଡ. ମନୋଜ କୁମାର ତ୍ରିପାଠୀ, ସାମାଜିକ ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ମିଲନ କୁମାର, ହାଉସ୍ ମାଷ୍ଟର ଶ୍ରୀ ହରିହର ସାହୁ, ହାଉସ୍ ମିଷ୍ଟ୍ରେସ୍ ଶ୍ରୀମତୀ ଶ୍ରେୟା ଆଚାର୍ଯ୍ୟ ଏବଂ ସମସ୍ତ ହାଉସ୍ ଆସୋସିଏଟ୍ ଉପସ୍ଥିତ ଥିଲେ । ଶେଷରେ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରି ଦେଶର ଜଣେ ଜଣେ ଦାୟିତ୍ଵବାନ ନାଗରିକ ହେବା ପାଇଁ ସଙ୍କଳ୍ପ ନେଇଥିଲେ ।

ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତବାଲିଗୁଡ଼ା, ତା, ୦୨/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧ...
02/10/2026

ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ବାଲିଗୁଡ଼ା, ତା, ୦୨/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟ, ଶାନ୍ତି ଓ ସ୍ୱଚ୍ଛତାର ଆଦର୍ଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଗାନ୍ଧୀଜୀଙ୍କ ଜୀବନାଦର୍ଶ ଓ ତାଙ୍କ ଚିନ୍ତାଧାରା ଛାତ୍ରୀମାନଙ୍କ ପାଇଁ ଆଜି ମଧ୍ୟ ପ୍ରେରଣାର ଉତ୍ସ ବୋଲି କହିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ଅନୀତାକୁମାରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ଶ୍ରୀମତୀ ହିମାଦ୍ରିତନୟା ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସୁପ୍ରିୟା ରଣା, ଉଜ୍ୱଳା କହଁର, ମନୋଜଙ୍କ ସମେତ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀଙ୍କ ଜୀବନୀ, ଆଦର୍ଶ ଓ ଦେଶ ପାଇଁ ତାଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ। ଛାତ୍ରୀମାନଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ନେଇ ସଚେତନତା ସୃଷ୍ଟି କରିବା ସହ ସତ୍ୟ ଓ ଅହିଂସାର ପଥ ଅନୁସରଣ ପାଇଁ ଆହ୍ୱାନ ଦିଆଯାଇଥିଲା।

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ: ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀବାଲିଗୁଡ଼ା...
02/10/2026

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ: ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ

ବାଲିଗୁଡ଼ା, ତା, ୦୨/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ବାଲିଗୁଡ଼ାରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଛି। ଏହି ଅବସରରେ ପିଡବ୍ଲ୍ୟୁଡି ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ଶାସ୍ତ୍ରୀ ଙ୍କ ଫୋଟୋ ଚିତ୍ରରେ ଅତିଥି ଓ ଉପସ୍ଥିତ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କାର୍ଯ୍ୟକ୍ରମରେ ପିଏ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିବଶଙ୍କର ସମରଥ, ତୀର୍ଥବାସୀ ଘଡ଼ାଇ, ଅଭିମନ୍ୟୁ ପ୍ରଧାନ, ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବେଶଭୂଷାରେ ସଜ୍ଜିତ ହୋଇ ସହର ପରିକ୍ରମା କରିଥିଲେ। ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀଙ୍କ ଶୋଭାଯାତ୍ରା ସମଗ୍ର ସହର ପରିକ୍ରମା କରିବା ସହ ଗାନ୍ଧୀଙ୍କ ଅହିଂସା, ସତ୍ୟ ଓ ସ୍ୱଚ୍ଛତାର ବାର୍ତ୍ତା ଏବଂ ଶାସ୍ତ୍ରୀଙ୍କ ଦେଶପ୍ରେମ ଓ ଶୃଙ୍ଖଳାର ଆଦର୍ଶକୁ ମନେ ପକାଇଥିଲା। ଛାତ୍ରଛାତ୍ରୀଙ୍କ ଏହି ଶୋଭାଯାତ୍ରା ସହରବାସୀଙ୍କ ମଧ୍ୟରେ ଦେଶପ୍ରେମ ଓ ଗାନ୍ଧୀ-ଶାସ୍ତ୍ରୀଙ୍କ ଆଦର୍ଶ ପ୍ରତି ସଚେତନତା ସୃଷ୍ଟି କରିଥିଲା।

Baragada: ବିଜୁ ଜନତା ଦଳର ଅକ୍ଟୋବର ୨ରୁ ମାସେ ବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆଜି ବରଗଡ଼ ଗାନ୍ଧୀ ପାର୍କରୁ ବିଜୁ ପଟ୍ଟନାୟକ ...
02/10/2026

Baragada: ବିଜୁ ଜନତା ଦଳର ଅକ୍ଟୋବର ୨ରୁ ମାସେ ବ୍ୟାପୀ ପଦଯାତ୍ରାର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆଜି ବରଗଡ଼ ଗାନ୍ଧୀ ପାର୍କରୁ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ପଦଯାତ୍ରା।
ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱ ଓ ଜିଲ୍ଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ପରିଚାଳନା ଏହି ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି।

ଗାନ୍ଧୀ ଜୟନ୍ତୀ ପାଳନ କରିଥିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ,ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଚିରସ୍ମରଣୀୟ: ସଂଗ...
02/10/2026

ଗାନ୍ଧୀ ଜୟନ୍ତୀ ପାଳନ କରିଥିଲା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ,ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଚିରସ୍ମରଣୀୟ: ସଂଗ୍ରାମୀ
ପାଇକମାଳ(ବରଗଡ଼)୨/୧୦: ଗାନ୍ଧୀ ଜୟନ୍ତୀ ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ନୃସିଂହନାଥସ୍ଥିତ ଗାନ୍ଧୀ ସମାଧି ପୀଠରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଗାନ୍ଧୀ ବିଚାର ଓ ଅହିଂସା ମାର୍ଗରେ ପରିଚାଳିତ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଅଞ୍ଚଳର ଇତିହାସରେ ଚିରସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶର ପ୍ରାଚୀନ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଥିବା ଗାନ୍ଧୀ ସମାଧି ପୀଠରେ ଅନୁଷ୍ଠିତ ସଭାରେ ଯୁବ ପରିଷଦର ଆବାହକ ଦୁର୍ଯୋଧନ ପୁଟା ସଭାପତିତ୍ୱ କରିଥିଲେ। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ଓ ଗାନ୍ଧୀ ବିଚାରକୁ ଆଧାର କରି ଏଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା।
ସଭାରେ ଯୋଗଦେଇଥିବା ବିଶିଷ୍ଟ ଗନ୍ଧମାର୍ଦ୍ଦନ ସଂଗ୍ରାମୀମାନେ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମି ଓ ଅହିଂସା ଆନ୍ଦୋଳନର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଗାନ୍ଧୀବାଦୀ ଆଦର୍ଶରେ ପରିଚାଳିତ ହୋଇ ସଫଳତା ହାସଲ କରିଥିବାରୁ ଏହା ଅଞ୍ଚଳବାସୀଙ୍କ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ ବୋଲି ସେମାନେ କହିଥିଲେ।
ଏହି ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆଗାମୀ ଦିନରେ ଗନ୍ଧମାର୍ଦ୍ଦନର ସୁରକ୍ଷା, ପରିବେଶ ସଂରକ୍ଷଣ ଓ ଜନସଚେତନତା ଦିଗରେ କାର୍ଯ୍ୟ ଜାରି ରଖିବା ପାଇଁ ଏକ ରୂପରେଖ ପ୍ରସ୍ତୁତ କରି ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଥିଲା।
ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧୀଙ୍କ ତିରୋଧାନ ପରେ ତାଙ୍କ ଚିତାଭସ୍ମକୁ ବିଭିନ୍ନ ଦର୍ଶନୀୟ ପୀଠରେ ବିସର୍ଜନ କରାଯାଇଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଅଲେଖ ପାତ୍ରଙ୍କ ସମେତ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀମାନେ ନୃସିଂହନାଥସ୍ଥିତ ପାପହାରିଣୀ ଝରଣାରେ ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ କରିଥିଲେ। ପରବର୍ତ୍ତୀ ସମୟରେ ସେଠାରେ ଗାନ୍ଧୀ ସମାଧି ପୀଠ ନିର୍ମାଣ କରାଯାଇଥିଲା।
୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ ପାଇଁ ବାଲକୋ କମ୍ପାନୀ ପକ୍ଷରୁ ପ୍ରୟାସ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ପ୍ରତିବାଦ ଆରମ୍ଭ ହୋଇଥିଲା। ଏହି ଆନ୍ଦୋଳନକୁ ସଂଗଠିତ ରୂପ ଦେବା ପାଇଁ ‘ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ’ ନାମକ ଜନସଂଗଠନ ଗଠିତ ହୋଇଥିଲା। ସେହି ସମୟରୁ ଗାନ୍ଧୀ ସମାଧି ପୀଠରେ ଯୁବ ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନର ପରମ୍ପରା ଜାରି ରହିଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଯୋଗଦେଇ ଥିଲେ।

ସାତ ଦିନର ଆମରଣ ଅନଶନ ପରେ ପ୍ରଶାସନିକ ପ୍ରତିଶୃତି; ଆନ୍ଦୋଳନରୁ ଓହରିଲା କୋଶଲ ସେନାପଦ୍ମପୁର: ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଓ ଅନ୍ୟ...
02/10/2026

ସାତ ଦିନର ଆମରଣ ଅନଶନ ପରେ ପ୍ରଶାସନିକ ପ୍ରତିଶୃତି; ଆନ୍ଦୋଳନରୁ ଓହରିଲା କୋଶଲ ସେନା

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଓ ଅନ୍ୟାନ୍ୟ ଖାଲି ପଦବୀ ପୂରଣ ସହ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଚାଲିଥିବା ଆନ୍ଦୋଳନ ଶେଷରେ ପ୍ରଶାସନିକ ପ୍ରତିଶୃତି ପରେ ସ୍ଥଗିତ ହୋଇଛି। 'କୋଶଲ ସେନା' ପକ୍ଷରୁ ଗତ ସାତ ଦିନ ଧରି ଚାଲିଥିବା ଆମରଣ ଅନଶନକୁ ଜିଲ୍ଲା ପ୍ରଶାସନର ଲିଖିତ ପ୍ରତିଶୃତି ପରେ ପ୍ରତ୍ୟାହାର କରାଯାଇଛି।
ପଦ୍ମପୁର ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ କୋଶଲ ସେନା ଦୀର୍ଘ ଦିନରୁ ଦାବି କରିଆସୁଥିଲା। ପ୍ରଶାସନିକ ଉଦାସୀନତା ଯୋଗୁଁ ବାଧ୍ୟ ହୋଇ ସଂଗଠନ ଆମରଣ ଅନଶନର ମାର୍ଗ ଆପଣାଇଥିଲା। ଏହି ଆନ୍ଦୋଳନକୁ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ସାଧାରଣ ଜନତା ପ୍ରଚଣ୍ଡ ସମର୍ଥନ ଜଣାଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ଆନ୍ଦୋଳନକାରୀ ଓ ସାଧାରଣ ଜନତା ଏକାଠି ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ।

Address

Satyabazar, Jagannath Road, Tora
Bargarh
768030

Telephone

9437345650

Website

Alerts

Be the first to know and let us send you an email when SatyaBazar only news posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share