JANAGRAH

JANAGRAH Contact information, map and directions, contact form, opening hours, services, ratings, photos, videos and announcements from JANAGRAH, Bargarh.

JANAGRAH is a PUBLIC GOVERNANCE CHARTER which runs SOCIAL/CIVIL/POLITICAL REFORM MOVEMENT with the help of MEDIA all along GROUND ACTIVITIES legally and constitutionally.

!! ପାଲା ଗାହକ ଏବଂ ଚାହା ବିକାଳୀ ର ଅସ୍ତିତ୍ବ 👇 ବିଶ୍ଵ ର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତ ପ୍ରକୃତରେ ଅନନ୍ୟ, ଭାରତ ଦେଶ ର ପ୍ରକୃତ ମାଲିକ ...
02/09/2025

!! ପାଲା ଗାହକ ଏବଂ ଚାହା ବିକାଳୀ ର ଅସ୍ତିତ୍ବ 👇 ବିଶ୍ଵ ର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତ ପ୍ରକୃତରେ ଅନନ୍ୟ, ଭାରତ ଦେଶ ର ପ୍ରକୃତ ମାଲିକ ତଥା ଶକ୍ତିଶାଳୀ ଯଦି କେହି ଅଟେ ତେବେ ତାହା ହେଉଛି "ଜନତା", ଜନତାଙ୍କ ବ୍ୟତୀତ ଆଉ କେହି ନୁହେଁ ନା କୌଣସି ନେତା, ନାଁ ସରକାରୀ ବାବୁ, ନା ହିଁ ପ୍ରଧାନମନ୍ତ୍ରୀ ଏବଂ ବିଧାୟକ ମାନେ ତ ଆଦୌ ନୁହେଁ।

ଏହି ସମସ୍ତ ପଦପଦବୀ ରେ ବସିଥିବା ବ୍ୟକ୍ତିମାନେ ହେଉଛନ୍ତି ଜନତାଙ୍କ ସେବା ତଥା ତାଙ୍କ କାମ କରିବା ପାଇଁ ଏକ ଏକ କର୍ମଚାରୀ ଏବଂ ଏହି ସମସ୍ତ କର୍ମଚାରୀଙ୍କୁ ଜନତାଙ୍କ ପ୍ରତ୍ୟକ୍ଷ ଏବଂ ପରୋକ୍ଷେ କର ରୁ ହିଁ ମାସିକ ଦରମା ତଥା ସେବା ନିବୃତ୍ତି ପରେ ପେନସନ ମଧ୍ୟ ଦିଆଯାଏ, ଏଣୁ ଦରମା ତଥା ପେନସନ ନେଉଥିବା ବ୍ୟକ୍ତିବିଶେଷଙ୍କୁ ଜନତା କେଉଁ ଭାବରେ ନିଜ ତଥା ନିଜ ଅଞ୍ଚଳ ଏବଂ ଦେଶ ର ମାଲିକ ଭାବୁଛନ୍ତି, ଏତଦବ୍ୟତୀତ ଯେହେତୁ ଜନତା ନିଜେ ହିଁ ଯଦି ଏହି କର୍ମଚାରୀଙ୍କୁ ନିଜ ସେବକ ଭଳି ବ୍ୟବହାର ନ କରି ମାଲିକ ଭଳି ଦେଖିବେ ଦେବେ ତେବେ ଏହି ଚାକର ମାନେ ନିଜକୁ ଜନତାଙ୍କ ମାଲିକ କାହିଁକି ଭାବିବେ ନାହିଁ!

ଦେଶ ର ସମ୍ବିଧାନ ଅନୁଯାୟୀ ଜନତାଙ୍କ ଏହି ଚାକରମାନେ ଯଦି ଦେଶ ଏବଂ ସମାଜ ର ମାଲିକ, ତେବେ ଏହି ସମସ୍ତ ଚାକର ମାନଙ୍କ ମାଲିକ କିଏ!?

ଏହି ପ୍ରଶ୍ନ ର ଉତ୍ତର ପ୍ରତ୍ୟେକ ଥର ମାତ୍ର ଗୋଟିଏ ହିଁ ହେବ ଯେ ଦେଶ ର ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ, ଗ୍ରାମ, ପଡ଼ା, ସମସ୍ତ ସରକାରୀ ଗୃହ ଏବଂ କାର୍ଯ୍ୟାଳୟ ସବୁ ର ମାଲିକ ହେଉଛନ୍ତି ନିଜେ ଜନତା ଏବଂ ଏହି କାରଣରୁ ହିଁ ଜନତାଙ୍କୁ ଜନାର୍ଦ୍ଦନ [ଜନତା ଜନାର୍ଦ୍ଦନ] ର ଆଖ୍ୟା ଦିଆଯାଇଛି।

ଇତିହାସ ସାକ୍ଷୀ ଅଛି ଯେ ଏହି ଦେଶରେ ଯାହାର କୌଣସି ଶିକ୍ଷଣୀୟ ଏବଂ ଲୋକସେବା ପ୍ରକୃତି ର ଯୋଗତ୍ୟା କିମ୍ବା ଅନୁଭବ ଥାଉ ବା ନ ଥାଉ ସମ୍ବିଧାନ ର ଉଚ୍ଚତମ ଏବଂ ସର୍ବଶକ୍ତିଶାଳୀ ପଦବୀ ମାନଙ୍କରେ ଜନତା ହିଁ କାହାରି କୁ ମଧ୍ୟ ବିରାଜମାନ କରେଇ ନିଜ ସାମ୍ବିଧାନିକ ଶକ୍ତିକୁ ସାବ୍ୟସ୍ତ କରିଛନ୍ତି!

ବର୍ତ୍ତମାନ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ଯାହାର ଏକ ଜୀବିତ ପ୍ରମାଣ, ଦେଶ ଏବଂ ବିଦେଶ ର ଅଧିକାଂଶ ବ୍ୟକ୍ତି ଅବଗତ ଯେ ସେ ଥିଲେ ଜଣେ "ଚାହା ବିକାଳୀ" କିନ୍ତୁ ଭାରତ ର ସାର୍ବଭୌମ ଏହି ସାଧାରଣ "ଚାହବାଲା" କୁ "ପ୍ରଧାନମନ୍ତ୍ରୀ" ଭଳି ଦେଶ ର "ଉଚ୍ଚତମ" ଏବଂ "ବୌଦ୍ଧିକ ପରିପେକ୍ଷି" ର ପଦବୀ ରେ ବସିବାକୁ ସୁଯୋଗ ଦେଇଛନ୍ତି!

ଦେଶବାସୀଙ୍କ "ଉଦାରତା" ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ସୀମିତ ରହି ନାହିଁ ବରଂ ରାଜ୍ୟମାନଙ୍କରେ ଅନ୍ୟତମ ପ୍ରମୁଖ ପଦବୀ ହେଉଛି "ବିଧାୟକ" ଏହି ଆଞ୍ଚଳିକ ପଦବୀ ରେ ମଧ୍ୟ "ପାଲା ଗାହାକ" ଭଳି କେତେ ଜଣଙ୍କୁ ଯାହାଙ୍କ "କେଉଁ" "ଯୋଗ୍ୟତାମାନ" ଦେଖି ଜନତା ନିଜ ବହୁମୂଲ୍ୟ ଭୋଟ ଦେଇ "ବିଧାୟକ" ଭଳି ଏକ ସମ୍ପୂର୍ଣ "ଦାୟିତ୍ବବାନ" ପଦବୀ ରେ ବସେଇ ଛନ୍ତି ତାହା ହୋଇଛି ଆଜିକାର ଏକ ଗମ୍ଭୀର ପ୍ରସଙ୍ଗ ତଥା ବୁଦ୍ଧିଜୀବି ମହଲ ରେ ଦୈନନ୍ଦିନ ର ଏକ ବିଶିଷ୍ଟ ଚର୍ଚ୍ଚା ର ବିଷୟ!

ଏହି ବିଷୟ ପ୍ରାୟତଃ ସମସ୍ତ ସହର ତଥା ଗ୍ରାମାଞ୍ଚଳ ରେ ଏକ "ବୃହତ ପ୍ରଶ୍ନ" ସୃଷ୍ଟି କରୁଛି ଯେ ଭାରତ ଦେଶ ଦ୍ୱାରା ଜନତାଙ୍କୁ ଦିଆଯାଇଥିବା ଅନେକ ସାମ୍ବିଧାନିକ ଅଧିକାର ରୁ "ଭୋଟ" ଦେଇପାରିବାର ମୌଳିକ ଅଧିକାର ଯାହା ହେଉଛି ଜନତାଙ୍କ ସର୍ବୋପରି ଶକ୍ତି, ତାହାକୁ ଯଦି ବିଶ୍ଲେଷଣ କରି ଚିନ୍ତନ କରାଯାଏ ତେବେ ନିଶ୍ଚିତ ସମସ୍ତେ ବୁଝିବା ପାଇଁ ବାଧ୍ୟ ହେବେ ଯେ ଏହି ସାମ୍ବିଧାନିକ ଶକ୍ତି ଦ୍ଵାରା ଉଦାରବାଦି ହୋଇ ଯେଉଁ "ଚାହା ବିକାଳୀ" ତଥା "ପାଲା ଗାହାକ" ଭଳି ବ୍ୟକ୍ତିବିଶେଷଙ୍କୁ ଭୋଟ ଦେଇ ସମ୍ବିଧାନ ର ଶକ୍ତିଶାଳୀ ପଦବୀରେ ବସିବା ପାଇଁ ସୁଯୋଗ ଦେଉଛନ୍ତି ତାହା ସତରେ କ'ଣ ଦେଶ ଏବଂ ନିଜେ ଜନତାଙ୍କ ପାଇଁ ଉଚିତ ତଥା ଲାଭଦାୟକ ସହ ଦେଶ ପାଇଁ ଏକ ଭାଗ୍ୟ ନା ଦୁର୍ଭାଗ୍ୟ ର କଥା!!!

"ପାଲା ଗାହକ" ଏବଂ "ଚାହା ବିକାଳୀ" ଏହା ହିଁ ହେଉଛି ବର୍ତ୍ତମାନ ର ଏକ ବୃହତ ଚର୍ଚ୍ଚା ର ବିଷୟ, ସମାଜ ର ବିକାସ ପାଇଁ ପ୍ରକୃତରେ କ'ଣ ଏମାନେ ଯୋଗ୍ୟ ନା ଏହା ଦେଶ ପାଇଁ ଏକ ସର୍ବବୃହତ ଚିନ୍ତା ର ବିଷୟ!?

JANAGRAH JANAGRAH

!! ଜନତାଙ୍କ ନିଷ୍ପତ୍ତି ର ସମୟ !!୨୪ ବର୍ଷ ଧରି ବିଜେଡି ଶାସନରେ ବିରୋଧୀ ଦଳର ତୁଚ୍ଛ ମାନସିକତା ରଖିଥିବା କିଛି ବ୍ୟକ୍ତିବିଶେଷ ନିଜ ଅଞ୍ଚଳ ର ବ...
31/08/2025

!! ଜନତାଙ୍କ ନିଷ୍ପତ୍ତି ର ସମୟ !!
୨୪ ବର୍ଷ ଧରି ବିଜେଡି ଶାସନରେ ବିରୋଧୀ ଦଳର ତୁଚ୍ଛ ମାନସିକତା ରଖିଥିବା କିଛି ବ୍ୟକ୍ତିବିଶେଷ ନିଜ ଅଞ୍ଚଳ ର ବିଜେଡି ନେତାଙ୍କ ଦଲାଲି କରି ନିଜ ଜୀବନଚର୍ଯ୍ୟା ପ୍ରବାହ କରି ସରଳ ଜନତାଙ୍କ ସହ ବିଶ୍ୱାସଘାତ କରୁଥିବା କଥା କ'ଣ ଆଉ ଲୁଚି ରହିଛି କି!!!

ଆଜି ସେହି ଦଲାଲ ପ୍ରକୃତି ର କିଛି ଅସାମାଜିକ ତତ୍ତ୍ଵମାନେ ଭାଗ୍ୟବସତଃ ଶାସନ ଗାଦି ରେ ବସି "ବିକାସ ଏବଂ ସୋନ୍ଦର୍ଯ୍ୟକରଣ" ଭଳି ବଡ଼ବଡ଼ ଭାଷଣ ତ ଦେଉଛନ୍ତି କିନ୍ତୁ ପ୍ରକୃତରେ "ବିକାସ/ସୋନ୍ଦର୍ଯ୍ୟକରଣ" ର ତାତ୍ପର୍ଯ୍ୟ କଣ ତାହା ଜାଣିଛନ୍ତି କି!!!!

ଏହିପରି ଦୁଇ ମୁଖା ସାପ [ଫୁତ୍କା] ଭଳି ବ୍ୟକ୍ତି ବିଶେଷଙ୍କ ଯଦି କୌଣସି ପରିଚୟ ଆଜୀବନ ରହିବ ତେବେ ତାହା ହେଉଛି "ଦଲାଲ" ଏବଂ "ପି.ସି. ବ୍ୟପାରୀ", କାରଣ ରକ୍ତ ବଦଳରେ ତାଙ୍କ ଶରୀରରେ "ଦଲାଲି" ହିଁ ବହୁଛି କହିବା ଭୁଲ ହେବ କି ନାହିଁ ତାହା ଜନତା ନିଜେ ମନସ୍ଥ ଏବଂ ସ୍ଥିର କରିବା ଆଜି ଅତି ଆବଶ୍ୟକ!!!

"ବିକାସ ଏବଂ ସୋନ୍ଦର୍ଯ୍ୟକରଣ" କହିଦେଲେ କ'ଣ ସେହି ଆଞ୍ଚଳିକ ନେତାଙ୍କ ନିଜ ପ୍ରକୃତ ପରିଚୟ ଲୁଚି ଯିବ କି!!!

ନା ସତରେ କ'ଣ ଏହିପରି ବ୍ୟକ୍ତିବିଶେଷ ସମାଜ କିମ୍ବା ଲୋକଙ୍କ ସେବା କିମ୍ବା ଅଞ୍ଚଳ ର ବିକାସ ପାଇଁ ସମର୍ପିତ ହୋଇ ପାରିବେ କି!!!

ଯଦି ନୁହେଁ, ତେବେ ମାତ୍ର ଗୋଟିଏ ହିଁ ପ୍ରଶ୍ନ ଉଠୁଛି ଯେ କେଉଁ କାରଣରୁ ଜନବିରୋଧୀ ନେତାଙ୍କୁ ଜନତା ନିଜ ବହୁମୂଲ୍ୟ ଭୋଟ ଦେଇ ବିଜୟୀ କରାନ୍ତି ତଥା ଶାସନରେ ଆସିବା ପର ଦିନ ଠାରୁ ହିଁ ସେହି ଅବସରବାଦି ନେତାମାନେ ଜନତାଙ୍କୁ ଭୁଲି ନିଜ ତଥା ନିଜ ଦଳ ର ବିକାସ ପାଇଁ ସମର୍ପିତ ହୋଇ ଦୁର୍ନୀତି ତଥା ଅପରାଧ ର ସମ୍ରାଟ ହୋଇଥାନ୍ତି!!!

ତେବେ ଏହି ସବୁ କଥା ଜାଣିବା ସତ୍ତ୍ବେ କେଉଁ କାରଣରୁ ଜନତା ନିଜ ପାରିବାରିକ, ସାମାଜିକ, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଏହିପରି ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥି କରି ଆମନ୍ତ୍ରିତ କରନ୍ତି, କଣ ଏହି ପ୍ରସଙ୍ଗ ଏବଂ ପ୍ରଶ୍ନ ର ଉତ୍ତର କେହି ଦେଇ ପାରିବେ କି!!!

JANAGRAH

28/08/2025

🙏 ନୂଆଁଖାଇ ଅଭିନନ୍ଦନ ll ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ବରଗଡ଼ 🙏

28/08/2025

🙏 ନୂଆଁଖାଇ ଅଭିନନ୍ଦନ ll ନିୟନ୍ତ୍ରିତ ବଜାର କମିଟୀ, ବରଗଡ଼ 🙏

28/08/2025

🙏 ନୂଆଁଖାଇ ଶୁଭେଚ୍ଛା ll ପୌର ପରିଷଦ, ବରଗଡ଼ 🙏

23/08/2025

ଏମିତି କଲେ ନିଶ୍ଚିତ "ଫେରି ପାଇବେ" ଆପଣଙ୍କ "ବୁଡ଼ି ଯାଇଥିବା" ଟଙ୍କା 👇 କ୍ଲିକ୍ 👇 JANAGRAH JANAGRAH ゚ ゚viralシviralシfypシ゚viralシalシ

ମୂରବୀ ବିହୀନ ସମ୍ୱଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ତଥା ଜନାଗ୍ରହ୍ ଏବଂ ବିଜେପି ର ଭୂମିକା!ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୁଡ଼ା ...
21/08/2025

ମୂରବୀ ବିହୀନ ସମ୍ୱଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ତଥା ଜନାଗ୍ରହ୍ ଏବଂ ବିଜେପି ର ଭୂମିକା!

ମତେ ଯେତେ ମାଠିବୁ ମାଠ ମୁଁ ସେହି ଦରପୁଡ଼ା କାଠ, ଏହି କଥା ଟି ସମ୍ୱଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ରେ ଠିକ୍ ଦେଖାଦେଉଛି କହିବା ଭୁଲ ହେବ ନାହିଁ!

କାରଣ, ବ୍ୟାପାରିକ ଦୃଷ୍ଟିରୁ ବର୍ତ୍ତମାନ ର ସମୟ ହେଉଛି ବ୍ୟାଙ୍କ କ୍ଷେତ୍ରରେ ବୀମା ଏବଂ ଫାଏନନ୍ସ ସହ ଅନ୍ୟ ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମ୍ପାଦନ କରି ବ୍ୟାଙ୍କକୁ ଏକ ଲଭାନ୍ଵିତ ସଂସ୍ଥା ଭାବରେ ଆଗେଇ ନେବା ତଥା ଚାଷୀ ଏବଂ ସରକାରୀ କଳ କୁ ଲାଭ ପହଞ୍ଚାଇ ଅନ୍ୟ ସଂସ୍ଥା ସହ ପ୍ରତିଯୋଗିତା ର, କିନ୍ତୁ କିଛି ଦିନ ହେବ ପଶ୍ଚିମ ଓଡ଼ିଶାର ଅବିଭାଜିତ ସମ୍ବଲପୁର ଜିଲ୍ଲା ର ୧୧ ଗୋଟି ବିଧାନସଭା କ୍ଷେତ୍ରରେ ଚାଲୁଥିବା ସମ୍ୱଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଯାହାକି ଏକ ବ୍ୟାପାରିକ ଭିତ୍ତିକ ସଂସ୍ଥା ତା'ର ର ବ୍ୟାପାର ଚାଲୁଛି ମୂରବୀ [ସି.ଇ.ଓ.] ଭକ୍ତେଶ୍ଵର୍ ମଲ୍ଲିକଙ୍କ ଅନୁପସ୍ଥିତିରେ!

ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସି.ଇ.ଓ. ଭକ୍ତେଶ୍ଵର୍ ମଲ୍ଲିକଙ୍କ ଅନୁପସ୍ଥିତି ର କାରଣ ସୁତ୍ରରୁ ଯାହା ଜଣାପଡିଛି ଯେ ଅନେକ ଦିନ ବା ମାସ କହିବା ମଧ୍ୟ ଭୁଲ ହେବ ନାହିଁ ସେ ଲମ୍ବା ମେଡିକାଲ ଲିଭ୍ ରେ ଅଛନ୍ତି ତଥା ଆଶ୍ଚର୍ଯ୍ୟର କଥା ସି.ଇ.ଓ. ଭକ୍ତେଶ୍ଵର୍ ମଲ୍ଲିକ ଛୁଟିରୁ କେବେ ଆସିବେ ତାହା ବିଭାଗୀୟ କର୍ମଚାରୀ ତଥା ମ୍ୟାନେଜମେଣ୍ଟ ମଧ୍ୟ ଜାଣି ପାରୁ ନାହିଁ!

କିନ୍ତୁ, ପ୍ରଶ୍ନ ଉଠୁଛି ମୁଖ୍ୟ କାର୍ଯ ନିର୍ବାହୀ ଅଧିକାରୀ ଭକ୍ତେଶ୍ୱର୍ ମଲ୍ଲିକ ପାଇଁ ଛୁଟି ଦିନ କୁ ଦିନ ବଢ଼ି ଚାଲିଛି ତଥା ମୁଖ୍ୟତଃ ସତରେ କ'ଣ ସେ ନିଜେ ମେଡିକାଲ ଲିଭ୍ ଅଛନ୍ତି ନା ତାଙ୍କୁ ଛୁଟି ରେ ପଠାଯାଇଛି, ଯଦି ସେ ଅସୁସ୍ଥ ତେବେ ଆଶା କରାଯାଉ ସେ ଅତିଶିଘ୍ର ସୁସ୍ଥ ହୋଇ ନିଜ ଚାକିରି ତଥା କର୍ତ୍ତବ୍ୟକୁ ପୁଣି ନିର୍ବାହ କରନ୍ତୁ, କିନ୍ତୁ ଯଦି ଏହା ବ୍ୟତୀତ ଅନ୍ୟ କଥା ବାହାରୁଛି ଯଥା ଜାଣିବୁଝି ତାଙ୍କୁ ବାଧ୍ୟ କରି ଛୁଟୀରେ ପଠାଯାଇଛି ତେବେ ଏହି ଚର୍ଚ୍ଚା ଟି ଅତି ସାଙ୍ଘାତିକ ଯଦ୍ୱାରା ପୁଣି ଅନ୍ୟ ଏକ ପ୍ରଶ୍ନବାଚୀ ପ୍ରସଙ୍ଗ ଯେ କେଉଁ କାରଣରୁ ଭକ୍ତେଶ୍ୱର୍ ମଲ୍ଲିକଙ୍କୁ ତାଙ୍କ କର୍ତ୍ତବ୍ୟ ଠାରୁ ଦୂରେଇ କରିଦିଆଯାଇଛି ତଥା ଏହି ଷଡ଼ଯନ୍ତ୍ର କାହା ଇଙ୍ଗିତ ରେ ହୋଇଛି!

ଏହି ସବୁ ଗୁଜବ ଏବଂ ଦ୍ଵନ୍ଦ ଠୁଁ ବଢ଼ି ଅନ୍ୟ ଏକ ଗମ୍ଭୀର ବିଷୟ ସାମ୍ନାକୁ ଆସୁଛି ଯେ ସି.ଇ.ଓ. ଭକ୍ତେଶ୍ଵର ମଲ୍ଲିକଙ୍କ ଅନୁପସ୍ଥିତିରେ ବ୍ୟାଙ୍କ ଦ୍ଵାରା ତାଙ୍କ ନାମରେ ଟେଣ୍ଡର ମଧ୍ୟ ଡକାଯାଉଛି, କର୍ମଚାରୀଙ୍କୁ ବଦଳି ତଥା ସସ୍ପେଣ୍ଡ ମଧ୍ୟ କରାଯାଉଛି, ବିଭାଗୀୟ ସୂତ୍ର ଅନୁଯାୟୀ ଯେଉଁ ଅଧିକାରୀଙ୍କୁ ସି.ଇ.ଓ. ଭକ୍ତେଶ୍ୱର୍ ମଲ୍ଲିକଙ୍କ ଅନୁପସ୍ଥିତିରେ [ଇନ୍ଚାର୍ଜ ସି.ଇ.ଓ] କରାଯାଇଛି ସେ ମଧ୍ୟ ୧୧.୮.୨୦୨୫ ରୁ ୨୪.୮.୨୦୨୫ ପର୍ଯ୍ୟନ୍ତ ଛୁଟିରେ [ମେଡିକାଲ ଲିଭ୍] ଥିବାର ଶୁଣାଯାଉଛି, ତେବେ ଯେଉଁ ଟ୍ରାନ୍ସଫର୍ ଅର୍ଡର୍, ସୁସ୍ପେନ୍ସନ୍ ଅର୍ଡର୍, ଟେଣ୍ଡର, ତଥା ଅନ୍ୟ କାଗଜପତ୍ରରେ ଦସ୍ତଖତ ହେଉଛି ତାହା [ଇନ୍ଚାର୍ଜ ସି.ଇ.ଓ] କରୁଛନ୍ତି କିପରି!

ଯେହେତୁ ଇଞ୍ଚାର୍ଜ ସି.ଇ.ଓ. ମଧ୍ୟ ଛୁଟିରେ ଅଛନ୍ତି ତେବେ ସେ ବ୍ୟାଙ୍କକୁ ମଧ୍ୟ ଆସୁ ନଥିବେ ତେବେ ସମସ୍ତ କାଗଜପତ୍ର ରେ ତାଙ୍କ ଦସ୍ତଖତ ହେଉଛି କେମିତି, କ'ଣ ସେ ଆବଶ୍ୟକ ସ୍ଥଳେ ବ୍ୟାଙ୍କକୁ ଆସୁଛନ୍ତି ନା ବ୍ୟାଙ୍କ ରୁ କୌଣସି କର୍ମଚାରୀ କିମ୍ବା ପିଅନ ତାଙ୍କ ପାଖକୁ ଯାଇ ତାଙ୍କ ଦସ୍ତଖତ ନେଇ ଆସୁଛନ୍ତି, ଯଦିଓ ସେ ଛୁଟିରେ ଥାଇ ବ୍ୟାଙ୍କ କୁ ଆସି କିମ୍ବା ଫାଇଲଗୁଡ଼ିକୁ ନିଜ ପାଖକୁ ମଗେଇ ବ୍ୟାଙ୍କ କାମ କରୁଛନ୍ତି ତେବେ କ'ଣ ଏହା ବ୍ୟାଙ୍କ ନିୟମାନୁଯାୟୀ ବୈଧ କି, ଏବଂ ଯଦି ବୈଧ ନୁହେଁ ତେବେ ଏହି ଅବୈଧ କାମ କାହା ଇଙ୍ଗିତ ତଥା ସ୍ୱର୍ଥରୁ ହେଉଛି, ତଥା କଣ ଇଞ୍ଚାର୍ଜ ସି.ଇ.ଓ. ବରଗଡ଼ ସହରରେ ଚିକିତ୍ସାରତ ନା ବାହାରେ, ଯଦି ବାହାରେ ତେବେ ଏହି ସବୁ କାର୍ଯ୍ୟ କିପରି ସମ୍ପାଦିତ ହେଉଛି ଏହିପରି ଆନେକାଧିକ ପ୍ରଶ୍ନମାନ ବିଭାଗ ତଥା ସାଧାରଣ ଜାଣତରେ ଚିତ୍କାର କରୁଛି!

ସମସ୍ତ ପ୍ରଶ୍ନ ଏବଂ ଗୁଜବ ଉପରେ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ ସମବାୟ ବ୍ୟାଙ୍କ୍ ର ବାଏ ଲ ମୁତାବକ ସି.ଇ.ଓ. ପଦବୀ ର ସମସ୍ତ ପାୱାର ଇଞ୍ଚାର୍ଜ ସି.ଇ.ଓ. ଙ୍କୁ ଡେଳିଗେଶନ ହୋଇଛି କି ଯଥା ଟେଣ୍ଡର କରିବା, ଫାଏନାନ୍ସିଆଲ୍ ଟ୍ରାନଜେକ୍ସନ୍ କରିବା, ଟ୍ରଂସ୍ଫାର ଏବଂ ସସ୍ପେଣ୍ଡ କରିବା ସହ ଉକ୍ତ କାର୍ଯ୍ୟଗୁଡ଼ିକୁ ମ୍ୟାନେଜମେଣ୍ଟ ଦ୍ଵାରା ଫାଇଲ ପୁଟ ଅପ୍ କରିବା ପରେ ହିଁ କରା ଯାଉଛି ତ?

ସୂଚନା ଅନୁଯାୟୀ ଆଜି ୨୧ ଅଗଷ୍ଟ ୨୦୨୫ ଦିନ ଭୁବନେଶ୍ୱରରୁ ଓଡ଼ିଶା ସରକାରଙ୍କ ସମବାୟ ସମିତି ର ନିବନ୍ଧକ ବରଗଡ଼ କୁ ଆସିଥିଲେ ଏଣୁ ଆଶା କରାଯାଉଛି ଯେ ବ୍ୟାଙ୍କ ରେ ହେଉଥିବା ଦୁର୍ନୀତି, ଅନିୟମିତତା, ଅପରାଧ ର ଯାହା ମଧ୍ୟ ଚର୍ଚ୍ଚା ଏବଂ ଅଭିଯୋଗ ହୋଇଛି ସେ ସବୁ ଆଭ୍ୟନ୍ତରୀଣ ବିଷୟ ଗୁଡ଼ିକୁ ସେ ନିଶ୍ଚିତ ବୁଝିବା ପାଇଁ ଚେଷ୍ଟା କରିଥିବା ଯେ ବ୍ୟାଙ୍କ କେଉଁ ଦିଗକୁ ଗତି କରୁଛି ତଥା ଏହି ସବୁ ଅନିୟମିତତା ଏବଂ ଦୁର୍ନୀତି ପଛରେ ନିଶ୍ଚିତ କେହି ଜଣେ କିମ୍ବା କିଛି ବ୍ୟକ୍ତିବିଶେଷ ଅଥବା କେହି ଅଧିକାରୀ ନହେଲେ ନେତା ପର୍ଦ୍ଦା ପଛର ଖଳନାୟକ ଯିଏ ନିଜ ସ୍ବାର୍ଥ ପାଇଁ ଏହି ସଂସ୍ଥାକୁ ନିଜ କବଳ ରେ ରଖି ବ୍ୟାଙ୍କ ର ପ୍ରକୃତ ଲକ୍ଷ ତଥା ଅଷ୍ଟିତ୍ୱକୁ ସମାପ୍ତ କରୁଛି!

ବିଭାଗୀୟ ଅନେକ ନିଷ୍ଠାବାନ କର୍ମଚାରୀଙ୍କ ଦ୍ଵାରା ଏହା ମଧ୍ୟ ଆଶା କରାଯାଉଛି ରେଜିଷ୍ଟର, ଓଡ଼ିଶା ଙ୍କ ଠାରୁ ଆସୁଥିବା କେତେ ଚିଠିପତ୍ର କୁ ବରଗଡ଼ ମୁଖ୍ୟ ବ୍ୟାଙ୍କ ରେ ଚପେଇ ଦିଆଯାଉଛି ତଥା ତାଙ୍କ ଚିଠି ର କୌଣସି ଉତ୍ତର ମଧ୍ୟ ଦେଉନାହିଁ ବ୍ୟାଙ୍କ୍ ଅଧିକାରୀମାନେ ବାବଦକୁ ସେ ନିଶ୍ଚିତ ତର୍ଜମା କରିଥିବେ।

ଅନ୍ୟ ଏକ ଆଶ୍ଚର୍ଯ୍ୟ ର କଥା ସାମ୍ନାକୁ ଆସିଛି ଯେ ସମବାୟ ସମିତି ର ନିବନ୍ଧକ ସମ୍ୱଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ମୁଖ୍ୟ ଶାଖା ବରଗଡ଼ ଗସ୍ତ ଏକ ସରପ୍ରାଇଜ ଗସ୍ତ ଥିଲା କିନ୍ତୁ, ତାଙ୍କ ସରପ୍ରାଇଜ ଗସ୍ତ ସରପ୍ରାଇଜ ମଧ୍ୟ ରହିଲା ନାହିଁ, କାରଣ ତାଙ୍କ ଆସିବା କଥା ବ୍ୟାଙ୍କ୍ ୱାଟ୍ସଏପ୍ ଗ୍ରୁପ ରେ ସମସ୍ତଙ୍କୁ ଜଣେଇ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସମସ୍ତେ ସତର୍କ ରହନ୍ତୁ RCS ଆସୁଛନ୍ତି, ତେବେ ନିବନ୍ଧକଙ୍କ ଗସ୍ତ ସରପ୍ରାଇଯ ଗସ୍ତ ହେଲା କିପରି!

ସତର୍କ ଶବ୍ଦ ଟି ନିଜେ ଏକ ପ୍ରଶ୍ନବାଚୀ, ସତର୍କ କେଉଁ କାରଣ ରୁ ତଥା କାହିଁକି, ଏହା ମାନେ ବ୍ୟାଙ୍କ୍ ରେ ନିଶ୍ଚିତ କିଛି ନା କିଛି ବଡ ଷଡଯନ୍ତ୍ର ଚାଲୁଛି!

ଏତଦବ୍ୟତୀତ ଯଦି ପୁରୁଣା କଥା ଉଠା ଯାଉଛି ତେବେ "ଜାଲ ସାର୍ଟଫିକେଟ" ମାମଲା ମଧ୍ୟ ସାମ୍ନା କୁ ଆସିଥିବାର ଆଶା କରାଯାଉଛି, କାରଣ ଗତ ୧୦ ଏପ୍ରିଲ ୨୦୨୫ ଦିନ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବରଗଡ଼ ଗସ୍ତରେ ଆସିଥିଲେ, ସେତେବେଳେ ଜନାଗ୍ରହ୍ ପବ୍ଲିକ ଗଭର୍ନାନନ୍ସ ଚାର୍ଟର ର ଲିଗାଲ ଟିମ୍ ରୁ ଏଡଭୋକେଟ ଅମୂଲ୍ୟ ତାଣ୍ଡି ଙ୍କ "ଜାଲ ସାର୍ଟଫିକେଟ" ପ୍ରସଙ୍ଗରେ ଚର୍ଚ୍ଚା ପରେ ଲିଖିତ ଅଭିଯୋଗ କରାଯାଇଥିଲା ଯାହା ଯୋଗୁଁ ମନ୍ତ୍ରୀ ଜନାଗ୍ରହ୍ ର ଅଭିଯୋଗ କୁ ଗମ୍ଭୀର ଭାବରେ ନେଇ ଶୀଘ୍ର ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଥିଲେ ତଥା ସମ୍ବଲପୁର ସମବାୟ କେନ୍ଦ୍ର ବ୍ୟାଙ୍କ କୁ ଏହି ବାବଦରେ ଶୀଘ୍ର ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ, ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କ ଏକ କମିଟି ଗଠନ କରି ଜାଲ ସାର୍ଟିଫିକେଟ କୁ ଚେକ୍ କରିବା ପାଇଁ ଅନେକ ବିଶ୍ଵବିଦ୍ୟାଳୟକୁ ସେହି କମିଟି ପଠେଇଥିବାର ସୂଚନା ମିଳିଛି କିନ୍ତୁ, ୪ ମାସ ହେବ ଜନାଗ୍ରହ୍ ର ଅଭିଯୋଗ ଉପରେ କେତେ କାମ ହୋଇଛି କିମ୍ବା ହୋଇ ନାହିଁ ତାହା ଅଜଣା, କାରଣ ବ୍ୟାଙ୍କ୍ ଦ୍ଵାରା ଆଜି ପର୍ଯ୍ୟନ୍ତ ଜାଲ ସାର୍ଟିଫିକେଟ ବାବଦରେ କୌଣସି ପ୍ରେସ ବିଜ୍ଞପ୍ତି କିମ୍ବା ବିଭାଗୀୟ ପତ୍ରାଚାର ବିଷୟ ରେ କୌଣସି ଖବର ପ୍ରକାଶିତ ହୋଇ ନାହିଁ!

ଏଣୁ ସମସ୍ତ ପ୍ରଶ୍ନ ଏବଂ ଅଭିଯୋଗ ରୁ ଏକ ବୃହତ୍ ପ୍ରଶ୍ନ ହେଲା ଯେ ଓଡ଼ିଶାରେ ଶାସନ ପରିବର୍ତ୍ତନ ପରେ ନିଜକୁ ନିଜେ ହିଁ ଲୋକଙ୍କ ସରକାର ବୋଲାଉଥିବା ଡବଲ ଇଞ୍ଜିନ ବିଜେପି ସରକାର କ'ଣ ପ୍ରକୃତରେ ଜନାଗ୍ରହ୍ ଟିମ୍ ଦ୍ଵାରା ବ୍ୟାଙ୍କ ରେ ହେଉଥିବା ଦୁର୍ନୀତି, ଅନିୟମିତତା, ତଥା ଅପରାଧ ଗୁଡ଼ିକୁ ଲୋକଲୋଚନକୁ ଆଣିବା ସହ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତଥା ମନ୍ତ୍ରୀଙ୍କୁ ଜଣେଇବା ଯୋଗୁ ତାହା ସାବ୍ୟସ୍ତ କରି ଆଇନଗତ ପଦକ୍ଷେପ ନେବ ବିଜେପି ତଥା ଦୋଷୀଙ୍କୁ ଦଣ୍ଡ ଦେବାରେ ନିଜ ସମର୍ଥ୍ୟାତା ସାବ୍ୟସ୍ତ କରିପାରିବ ନା ପୂର୍ବ ସରକାର ଭଳି ଜନାଗ୍ରହ୍ ଦ୍ଵାରା ଆରମ୍ଭ କରାଯାଇଥିବା ସମସ୍ତ ଅଭିଯାନ ଯଥା ଜାଲ ସେର୍ତିଫିକେଟ ମାମଲା, ବିନା ଟେଣ୍ଡର ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର କାମ ମାମଲା, ଚାକିରି ନାମରେ ଟଙ୍କା ଅସୁଲି ମାମଲା, ବେଆଇନ ଭାବେ କର୍ମଚାରୀ ସଂଘ କୁ ପୂର୍ବତନ କର୍ମଚାରୀଙ୍କ ଏରିଅର ରୁ କିଛି ପର୍ସେଣ୍ଟେଜ୍ ନେବା, ଇତ୍ୟାଦି ସମସ୍ତ ମାମଲାକୁ ଦବାଇ ଦିଆଯିବ!

JANAGRAH JANAGRAH

ଅଭିଯୁକ୍ତ ମ୍ୟାନେଜର "ଗିରଫ" ପରେ କୋର୍ଟକୁ ଚାଲାଣ ତଥା ଅପରାଧକୁ "ପ୍ରଶ୍ରୟ" ଦେଇଥିବା "ସି.ଇ.ଓ." ଦୀର୍ଘଦିନ ପାଇଁ "ମେଡିକାଲ ଲିଭ୍" ରେ!କୋଇଲା...
19/08/2025

ଅଭିଯୁକ୍ତ ମ୍ୟାନେଜର "ଗିରଫ" ପରେ କୋର୍ଟକୁ ଚାଲାଣ ତଥା ଅପରାଧକୁ "ପ୍ରଶ୍ରୟ" ଦେଇଥିବା "ସି.ଇ.ଓ." ଦୀର୍ଘଦିନ ପାଇଁ "ମେଡିକାଲ ଲିଭ୍" ରେ!

କୋଇଲା କୁ ଯେତେ ମଧ୍ୟ ଘସିଲେ ତାହା କେବେ ତା ନିଜ ରଙ୍ଗ କଳା ରୁ ଧଳା କିମ୍ବା ଅନ୍ୟ ରଙ୍ଗ ହୋଇପାରିବ ନହିଁ, ଠିକ୍ ସେହିପରି "ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ" ବରଗଡ଼ ର ପରିସ୍ଥିତି, ଏହି ସଂସ୍ଥା ର ଦୁର୍ନୀତି, ଭ୍ରଷ୍ଟାଚାର, ଅନିୟମିତତା ଆଉ ଲୁଚି ରହି ନାହିଁ ନକଳି ସାର୍ଟିଫିକେଟ୍ ହେଉ କିମ୍ବା ଟଙ୍କା ନେଇ ଚାକିରି କରେଇବା ତଥା ବିନା ଟେଣ୍ଡର ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର କାମ ଭଳି ନାନାଦି ପ୍ରକାରର ଘଟଣା ସାର୍ବଜନୀନ ହୋଇସାରିଛି।

ଆଜି ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ [SDCC Bank] ପୁଣି ଚର୍ଚ୍ଚାରେ, ଦୁର୍ନୀତି କିମ୍ବା ଅନିୟମିତତା ପାଇଁ ନୁହେଁ ବରଂ ଏକ ଜଘନ୍ୟ ଅପରାଧ ପାଇଁ!

କିନ୍ତୁ, ପ୍ରଶ୍ନ ଉଠୁଛି ଏହି ବ୍ୟାଙ୍କ ଏତେ ବଦନାମ ଏବଂ ଅପମାନ ହେବା ସତ୍ବେ କେଉଁ କାରଣ ରୁ ତଥା କାହା ଛତ୍ରଛାୟା ରେ ଏତେ ବଡ଼ବଡ଼ ଦୁଃସାହସିକ କାର୍ଯ୍ୟ ଗୁଡ଼ିକୁ କରିବାରେ ସାହସ ପାଉଛି, ଏହି ସବୁ ଘଟଣାବଳୀକୁ ଦୃଷ୍ଟିରେ ରଖି ଜନାଗ୍ରହ୍ ଟିମ୍ ବର୍ଷେ ରୁ ଉର୍ଦ୍ଧ୍ବ ହେବ ଅନେକ ବିଶ୍ଳେଷଣ କରିଆସୁଅଛି।

ଅନେକାଧିକ ବେଆଇନ ତଥା ଅସାମ୍ବିଧାନିକ କାର୍ଯ୍ୟ ମଧ୍ୟରୁ ଆଜି ଏକ ସତେଜ ଅପରାଧକୁ ଜନାଗ୍ରହ୍ ଟିମ୍ ବିଶେଷ ସୂତ୍ର ରୁ ଯାହା ଜାଣିବାକୁ ପାଇଛି ତାହା ସର୍ବସାଧାରଣ ମଧ୍ୟ ଜାଣିବା କଥା ଯେ, ପ୍ରଭଞ୍ଜନ ମାଝୀ ନାମକ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ସୋହେଲା ଶାଖା ମ୍ୟାନେଜରଙ୍କୁ ଗତ ୧୬ ଅଗଷ୍ଟ ୨୦୨୫ ସକାଳ ୧୧ ଟା ରୁ ସୋହେଲା ପୋଲିସ ବ୍ୟାଙ୍କ ପରିସର ରୁ ଗିରଫ କରି ରାତି ସୁଦ୍ଧା ଥାନାରେ ଜେରା କରି ରଖିଥିଲା କିନ୍ତୁ ରାତି ପ୍ରାୟ ୯ ଟା ରେ ପଦମପୁର ଥାନା କୁ ପ୍ରଭଞ୍ଜନ ମାଝୀଙ୍କୁ ସ୍ଥାନାନ୍ତରିତ କରାଗଲା।

ଘଟଣାବଳୀକୁ ତଦନ୍ତ କରିବା ପରେ ଯାହା ଖବର ମିଳିଲା ପ୍ରଭଞ୍ଜନ ମାଝୀଙ୍କ ଉପରେ ନିଜ ବିଭାଗ ର ଜଣେ ବିଧବା ମହିଳା କର୍ମଚାରୀଙ୍କୁ ଯୌନ ଉତ୍ପୀଡନ ତଥା ଏହି ବାବଦକୁ ଯଦି କାହାକୁ କହିଲେ ତାଙ୍କ ପୁଅ ଏବଂ ଭାଇ କୁ ଜୀବନରେ ମାରିବା ର ଧମକ ମଧ୍ୟ ଦେଇଥିବା ର ଅଭିଯୋଗ ସାମ୍ନାକୁ ଆସିଛି।

ସୂତ୍ର ଅନୁଯାୟୀ, ଗତ ଜାନୁଆରି ୨୦୨୫ ରେ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ପଦମପୁର ଶାଖା ରେ କାର୍ଯ୍ୟରତ ଜଣେ ବିଧବା ମହିଳାଙ୍କ ଉପରେ ତାଙ୍କ ନିଜ ଶାଖା ର ପରିଚାଳକ ପ୍ରଭଞ୍ଜନ ମାଝୀଙ୍କ ଦ୍ଵାରା ନିରୀହ ଭୂକ୍ତଭୋଗୀ ବିଧବାଙ୍କୁ ଦିଆଯାଉଥିବା ବାରମ୍ବାର ଯୌନ ଉତ୍ପୀଡନ ଏବଂ ମାନସିକ ନିର୍ଯାତନା ଯେତେବେଳେ ଅତି ରୁ ଇତି ହେଲା ଅସହାୟ ହୋଇ ବିଧବା ମହିଳା ଜଣକ ଏହି ବାବଦକୁ ନେଇ ନିଜ ବିଭାଗ ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ [CEO] ଭକ୍ତେଶ୍ୱର ମଲ୍ଲିକ ଙ୍କୁ ଲିଖିତ ଅଭିଯୋଗ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ କିନ୍ତୁ, ଦିନ ପରେ ଦିନ ଗଡିଗଲା ଭକ୍ତେଶ୍ୱର ମଲ୍ଲିକ ପୀଡ଼ିତା ମହିଳାଙ୍କୁ ନ୍ୟାୟ ତ ଦୂର କଥା, ପଦମପୁର ଶାଖା ପରିଚାଳକ ପ୍ରଭଞ୍ଜନ ମାଝୀଙ୍କୁ ସୁରକ୍ଷିତ କରିବା (କ'ଣ କାରଣ ଥାଇ ପାରେ?) ପାଇଁ ସୋହେଲା ଶାଖା କୁ ବଦଳି କରିଦେଲେ ତଥା ନିରୀହ ଅସହାୟ ବିଧବା ମହିଳାଙ୍କୁ ମାନସିକ ସ୍ଥରରେ ବ୍ୟାଙ୍କ ମ୍ୟାନେଜମେଣ୍ଟ ର ଉଚ୍ଚ ପଦସ୍ତ ତଥା ଅନ୍ୟ କେତେଜଣ କର୍ମଚାରୀ ଦ୍ଵାରା ବାଧ୍ୟ କରାଗଲା ବିନା ଦରମା ରେ ଛୁଟି ନେଇ ଘରେ ବସିବା ପାଇଁ।

ସମ୍ୱଲପୁର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍, ବରଗଡ଼ ମ୍ୟାନେଜମେଣ୍ଟ ଦ୍ଵାରା ଦୋଷୀକୁ ସୁରକ୍ଷା ତଥା ଭୁକଭୋଗିକୁ ଦଣ୍ଡ ସଦୃଶ ବ୍ୟବହାରକୁ ଦେଖି ଶେଷରେ ଯାହା ଶୁଣିବାକୁ ମିଳୁଛି ଅସହାୟ ମହିଳା ଜଣକ ପୋଲିସ ଅଧିକାରୀ କିମ୍ବା ପୋଲିସ ବିଭାଗ ର ସମାଜରେ ଯେଉଁ ଛବି ଦେଖିବାକୁ ମିଳୁଛି ତା ଉପରେ ଭରଷା କରିବା ଅପେକ୍ଷା ଓଡ଼ିଶା ରାଜ୍ୟ ମହିଳା କମିଶନ ତଥା ରାଷ୍ଟ୍ରୀୟ ମହିଳା କମିଶନ କୁ ନ୍ୟାୟ ପାଇଁ ଲିଖିତ ଅନୁଗ୍ରହ କରିଲେ, ଯାହାଦ୍ଵାରା ବରଗଡ଼ ଜିଲ୍ଲା ପୋଲିସ ପ୍ରଶାସନ କୁ ମହିଳା କମିଶନ ର ନିର୍ଦ୍ଦେଶ କ୍ରମେ ପ୍ରଭଞ୍ଜନ ମାଝୀଙ୍କୁ ତାଙ୍କ ବର୍ତ୍ତମାନ ଶାଖା ସୋହେଲା ରୁ ଶୀଘ୍ର ଗିରଫ କରାଗଲା ତଥା ସୋହେଲା ରୁ ପଦମପୁର ଥାନାକୁ ସ୍ଥାନାନ୍ତରଣ କରି ପଦମପୁର ପୋଲିସ ଗତ ୧୭ ଅଗଷ୍ଟ ୨୦୨୫ ରାତି ପ୍ରଭଞ୍ଜନ ମାଝୀଙ୍କୁ ୮ ଦଫା ଯଥା IT Act 2000 ର 67 (A) ତଥା BNS 2023 ର 126 (2), 351 (2), 75 (2), 75 (3), 76, 78 (2), 79 ଲଗେଇ କୋର୍ଟ କୁ ଚାଲାଣ କରିଲା।

କିନ୍ତୁ, ଏହି ମଧ୍ୟରେ ଅନ୍ୟ ଏକ ପ୍ରଶ୍ନ ଉଠୁଛି କେଉଁ କାରଣରୁ ସି.ଇ.ଓ. ଭକ୍ତେଶ୍ୱର୍ ମଲ୍ଲିକ, ବ୍ୟାଙ୍କ ସଭାପତି ନରେନ୍ଦ୍ର ପ୍ରଧାନ, ବ୍ୟାଙ୍କ ମ୍ୟାନେଜମେଣ୍ଟ ର ଅନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ କିମ୍ବା କର୍ମଚାରୀ ସଂଘ ସଭାପତି ଦ୍ଵାରା ବିଧବା ମହିଳା ଙ୍କ ୪ ମାସ ପୂର୍ବରୁ କରାଯାଇଥିବା ଅଭିଯୋଗ ଉପରେ କୌଣସି ପଦକ୍ଷେପ ନେଲେ ନାହିଁ!

କାରଣ କ'ଣ ତାହା ସ୍ପଷ୍ଟ ଜଣା ପଡୁନାହିଁ କିନ୍ତୁ, ପଦମପୁର ଶାଖା ହେଉ କିମ୍ବା ସୋହେଲା ଶାଖା ତଥା ବରଗଡ଼ ମୁଖ୍ୟାଳୟ ସବୁ ଜାଗାରେ ବିଭାଗୀୟ ଚର୍ଚ୍ଚା ହେଉଛି ୫-୭ ଲକ୍ଷ୍ୟ ଟଙ୍କା ର ବିନିଯୋଗ ହୋଇଛି ପଦମପୁର ଶାଖାରୁ ସୋହେଲା ଶାଖା ବଦଳି ପାଇଁ ତଥା ଏହି ମାମଲାକୁ ଚପେଇ ଦେବାପାଇଁ, ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିଯୋଗ ପଛରେ ରହସ୍ୟ କ'ଣ!

କଥାରେ ଅଛି ସତ୍ୟ ହେଉ କିମ୍ବା ଅସତ୍ୟ ଦିନେ ନା ଦିନେ ତାହା ଉଜାଗର ହୁଏ ନିଶ୍ଚିତ, ଆଜି ଯଦି ବିଧବା ମହିଳାଙ୍କୁ ନ୍ୟାୟ ମିଳିବା ର ପ୍ରାରମ୍ଭ ହୋଇଛି ତେବେ ତାହା ସମ୍ଭବ ହୋଇପାରିଛି ମହିଳା କମିଶନ ର ତତ୍ପରତା ସହ ଏହି ମାମଲାରେ ଆକ୍ଷେପ ଏବଂ ନିର୍ଦ୍ଦେଶ ଦ୍ଵାରା ହିଁ, ଯାହାଦ୍ଵାରା ଆଜି ପୋଲିସ ପ୍ରଶାସନ ବାଧ୍ୟ ହୋଇ ଶେଷରେ ପ୍ରଭଞ୍ଜନ ମାଝୀଙ୍କୁ ଗିରଫ କରି କୋର୍ଟ କୁ ଚାଲାଣ ମଧ୍ୟ କରି ସାରିଛି।

ଏହା ବ୍ୟତୀତ ବିଭାଗୀୟ ଚର୍ଚ୍ଚାରେ ଏବେ ମଧ୍ୟ କଥା ଉଠୁଛି ଯେ ଏହି ମାମଲା କୁ ଚପେଇବା ପାଇଁ ଭୁକ୍ତଭୋଗି ତଥା ଦୋଷୀ ମଧ୍ୟରେ ସଲାଉତରା କରିବା ହେତୁ ଗତ ୧୬ ଅଗଷ୍ଟ ୨୦୨୫ ରାତି ୧୧ ଟା ରେ ବରଗଡ଼ ବ୍ୟାଙ୍କ ମୁଖ୍ୟାଳୟ ରୁ ତିନି/ଚାରି ଅନ୍ୟ କର୍ମଚାରୀ ପଦମପୁର କୁ ଯାଇ ପୀଡ଼ିତା ମହିଳା ଏବଂ ତାଙ୍କ ଭାଇଙ୍କୁ ଟଙ୍କା ର ପ୍ରଲୋଭନ ଦେଇ ପୋଲିସକୁ ଅଭିଯୋଗ ଫେରେଇ ନେବାପାଇଁ କିନ୍ତୁ ତାହା ତାଙ୍କ ପ୍ରତି ସମ୍ଭବ ହେଲା ନାହିଁ, ଶେଷରେ ବ୍ୟାଙ୍କ ର ଛବି ଖରାପ ନ ହେଉ ବୋଲି ମୁଖ୍ୟାଳୟରୁ ଯାଇଥିବା ଉକ୍ତ ୩/୪ ଜଣ ଅଧିକାରୀ ପୀଡ଼ିତାଙ୍କୁ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ନ ଦେବା ପାଇଁ ଧମକ କିମ୍ବା ଅନୁଗ୍ରହ କରିବାର ସୁତ୍ରରୁ ସୂଚନା ମିଳିଛି।

ଦେଖିବାକୁ ରହିଲା ମହିଳାଙ୍କୁ ନ୍ୟାୟ ମିଳିବ ନା ବ୍ୟାଙ୍କ ର ଅନ୍ୟ ସବୁ ଦୁର୍ନୀତି ଏବଂ ଅପରାଧ ଗୁଡ଼ିକ ଭଳି ଏହି ଜଘନ୍ୟ ଅପରାଧ ମଧ୍ୟ କିଛି ଦିନ ପରେ ଲିଭି ଯିବ ତଥା ଲୋକେ ଭୁଲିଯିବେ!

Address

Bargarh
768028

Alerts

Be the first to know and let us send you an email when JANAGRAH posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to JANAGRAH:

Share