Mr.Deepak_Official

Mr.Deepak_Official Contact information, map and directions, contact form, opening hours, services, ratings, photos, videos and announcements from Mr.Deepak_Official, Digital creator, Baripada.

 #ମନେ_ରହିବେ_ମହାନାୟକ 🙏✅💝🫡 #ଇସ୍ତାହାରଠୁ ଆରମ୍ଭ କରି  #ଇସ୍ତଫା ପର୍ଯ୍ୟନ୍ତ ସବୁଠି ଆପଣ ଏକା ହିଁ ସମର୍ଥ ଥିଲେ। ଓଡ଼ିଆଙ୍କ ଭରସା ଥିଲେ, ଓଡ଼ି...
06/06/2024

#ମନେ_ରହିବେ_ମହାନାୟକ 🙏✅💝🫡
#ଇସ୍ତାହାରଠୁ ଆରମ୍ଭ କରି #ଇସ୍ତଫା ପର୍ଯ୍ୟନ୍ତ ସବୁଠି ଆପଣ ଏକା ହିଁ ସମର୍ଥ ଥିଲେ। ଓଡ଼ିଆଙ୍କ ଭରସା ଥିଲେ, ଓଡ଼ିଆଙ୍କୁ ଭରସା କଲେନି ବୋଲି ତ ଭାସିବାକୁ ପଡ଼ିଲା।
ଆପଣ କୋଟି ଓଡିଆଙ୍କ ଭରସା ଥିଲେ,କିନ୍ତୁ ସେ ତାମିଲ୍ ସହ ତାଳ ମିଳାଇ ଚାଲିବାର ନିଷ୍ପତି ହିଁ ଏ ବିପତ୍ତି ଆଣିଦେଲା।
ମହାବାତ୍ୟାରେ ଓଡ଼ିଶାର ନୂଆ ପରିଚୟ ତିଆରି କରିଥିବା ନେତା ଅଣ ଓଡ଼ିଆ ପ୍ରୀତିର ପବନରେ ଦୁଲିକି ଗଲେ।
ଅତୀତରେ ଆପଣ ଟିକେଟ ବାଣ୍ଟୁଥିବା #ବିଜୟମହାପାତ୍ରଙ୍କ ଟିକେଟ କାଟିଥିଲେ,ସମୟ ସ୍ରୋତରେ କଣ୍ଟାବାଞ୍ଜିର ଟିକେଟ ଆପଣଙ୍କ ପାଇଁ କଣ୍ଟା ହେଲା।
#ବିଜୁପଟ୍ଟନାୟକଙ୍କ ଶେଷ ସମୟର ସାହାରା #ଦୀଲ୍ଲିପରାୟଙ୍କ ସହ ଆପଣ ସମ୍ପର୍କ ଖରାପ କଲେ, ଇଶ୍ବରଙ୍କ ବିଚାର ଦେଖନ୍ତୁ, ଆପଣଙ୍କ ସାଙ୍ଗରେ ରହି ସେ କେମିତି ଆପଣଙ୍କ ବିଜୟ ଦୀପ ଲିଭେଇଦେଲେ।
ଛାୟା ଦୁର୍ନୀତିରେ ଆପଣ #ନଳିନୀମହାନ୍ତିଙ୍କୁ ସିନା ବିଦା କରିଥିଲେ, କିନ୍ତୁ ନିଜେ ଗୋଟେ ଚକ୍ରାନ୍ତର ଛାଇରେ ତାମିଲ ଠାରୁ ତାଲିମ ନେଇ ଓଡ଼ିଶାର ଅସ୍ମିତାକୁ ଆଘାତ ପହଞ୍ଚେଇଲେ।
ଓଡ଼ିଶାରେ ବିଶ୍ବ ହକିର ଆୟୋଜନ ତ କଲେ, କିନ୍ତୁ ହକ୍ ର ଲଢେଇରେ ନିଜେ ପଛରେ ରହିଗଲେ।
ଲୋକଙ୍କ ପାଇଁ #ମୋବସ୍ ଯେତିକି ପ୍ରଶଂସନୀୟ, ଭୈରବ କାର୍ତ୍ତିକେୟନଙ୍କୁ ନିଜ ବସ୍ ସଜେଇବା ସେତିକି ନିନ୍ଦନୀୟ।
ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇଲେ ସତ, କିନ୍ତୁ ନିଜ ସ୍ବାସ୍ଥ୍ୟକୁ ଅନ୍ୟ ହାତରେ ଟେକିଦେଇ ଧିରେ ଧିରେ ଅସୁସ୍ଥ ହେଲେ।
#ପରିକ୍ରମାପ୍ରକଳ୍ପର ଶ୍ରେୟ ଯେତିକି,ମଠ ମନ୍ଦିରକୁ ଶ୍ରୀହୀନ କରିବାର ଅପବାଦ ବି ସେତିକି ।
#ଆହାର ପାଇଁ ଯେତିକି ପ୍ରଶଂସା ପାଇଛନ୍ତି,ଓଡ଼ିଶାର ସ୍ବାଭିମାନକୁ ପ୍ରହାର କରି ସେତିକି ନିନ୍ଦା ସାଉଁଟିଛନ୍ତି।
ଓଡ଼ିଆଙ୍କ ପରିଚୟ ସାଜିଛନ୍ତି,ପୁଣି ସେହି ଓଡିଆଙ୍କୁ ଦୁରେଇ ଦେଇଛନ୍ତି।
କହିବା ପୂର୍ବରୁ ଲୋକଙ୍କ ଦୁଃଖ ବୁଝିବା ଯେତିକି ସତ,ନିଜେ ନିଜ ଭାଷାରେ କଥା ନ ହେବା ସେତିକି ବଡ଼ ସର୍ତ୍ତ।
ଦିନେ ଆପଣଙ୍କ ପଥପ୍ରଦର୍ଶକ ଥିବା #ପ୍ୟାରୀଙ୍କୁ ବିଦା କରିଥିଲେ, ଏବେ #ପାଣ୍ଡିଆନ ପାଇଁ ନିଜେ ସିଂହାସନରୁ ବିଦା ହେଲେ।
ଯୋଉଠି ଆପଣଙ୍କ ନିଆରା ବ୍ୟକ୍ତିତ୍ବ ପାଇଁ ପୁରା ଓଡ଼ିଶାର ଜନ ସମର୍ଥନକୁ ଭିଡି ରଖିବାକୁ ସମର୍ଥ ହେଇଥିଲେ,ସେଇଠି ଆପଣ ଆଉ କାହା ଇସାରାରେ ଭିଡିଓ ପଲିସିରେ ପଲିଟିକ୍ସ କରି ସମାଲୋଚନାର ଶିକାର ହେଲେ।
ପରିବାରବାଦକୁ ବିରୋଧ କରିବାର ବାର୍ତ୍ତା ଦେଇ ଶେଷ ମୂହୁର୍ତ୍ତରେ ପରିବାର ବାଦ ରାଜନୀତିର ପ୍ରମୁଖ ପ୍ରବକ୍ତା ହେଇ ଶେଷରେ ଓଡିଶା ଭଳି ବିଶାଳ ପରିବାରରେ ଆପଣ ପରିବାଝୁଡିରୁ ଅଲଗା ରହିଲେ।
କେବଳ ଆପଣଙ୍କ ରେକର୍ଡରେ ବ୍ରେକ୍ ଲାଗିନି, ଅନେକଙ୍କ ବିଶ୍ବାସର ରାସ୍ତାରେ ଆପଣ ନିଜେ ଅଟକିଛନ୍ତି।
ସେ ଅଣ ଓଡ଼ିଆ କଥାରେ ପରିଚାଳିତ ହେଇ ପରାଜିତ ହେଇଛନ୍ତି।
ଇତିହାସ ରଚୁରଚୁ ନିଜେ ଇତିହାସ ହେବା ପାଇଁ ଆପଣ ହିଁ ତ ଦାୟୀ।ବୁଝିଯିବାର ଥିଲା ଓଡ଼ିଶାର ଦାୟିତ୍ଵ ଅଣ ଓଡ଼ିଆ ନେଇ ପାରିବେ ନା✅

30/07/2023

I gained 551 followers, created 16 posts and received 6,790 reactions from May to July! Thank you all for your continued support. I could not have done it without you. 🙏🤗🎉

27/07/2023

Gonpati bapa moriya..🙏🙏

20/07/2023

JAY BAJARANG BALI 🙏🏼🙏🏼🙏🏼

23/06/2023

Address

Baripada
757036

Website

Alerts

Be the first to know and let us send you an email when Mr.Deepak_Official posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mr.Deepak_Official:

Share