
15/07/2025
Mayurbhanj heritage walks edition-17
୧୩୵୭/୨୦୨୫
ମୟୂରଭଞ୍ଜ ଲଭର୍ସ ଦ୍ବାରା ମୟୂରଭଞ୍ଜ ହେରିଟେଜ ୱାକ୍ସର (୧୭ତମ) ସଂସ୍କରଣ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ(୧)ମା ଦ୍ୱାରଶୁଣୀ ଙ୍କ ଦର୍ଶନ ପରେ ଅଭିଯାତ୍ରୀ ଦଳ (୨)ଗୋରୁମହିଷାଣୀ ସ୍ଥିତ ଅସୁର ଘାଟି ଜଳପ୍ରୋପାତ ର ପ୍ରାକୃତିକ ସୁନ୍ଦରତା କୁ ଅନୁଭବ କରିବା ସହ ଲୌହ ପଥର ର ଗନ୍ତାଘର ଗୋରୁମହିଷାଣୀ ର ର ଅବସ୍ଥିତ ବିଷୟ ରେ ଆଲୋଚନା କରା ଯାଇଥିଲା, (୩)ତତ ପରେ ମୟୂରଭଞ୍ଜ ର ଦ୍ୱିତୀୟ ରାଜଧାନୀ ବହଳଦା ଠାରେ ଅବସ୍ଥିତ ମା କିଚକେଶ୍ବରୀ ଙ୍କ ପୀଠ ରେ ଅଭିଯାତ୍ରୀ ଦଳ ମା ଙ୍କ ପୂଜା ଵିଧି... ରାଜଧାନୀ ହେବାର ଇତିହାସ.. ମା ଙ୍କ ଔଲୋକିକତା ବିଷୟ ରେ ମନ୍ଦିର ର ପୂଜକ ଏବଂ କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ମୟୂରଭଞ୍ଜ ର ଗୌରାନ୍ୱିତ ଇତିହାସ ବିଷୟ ଜାଣିବାକୁ ପାଇଥିଲେ|(୪) ଚତୁର୍ଥ ସ୍ଥାନ ଟି ଜାମଦା ସ୍ଥିତ ଯାନ୍ତାଳ ରେ ବାବା ପାଖଣାପାଟ ଙ୍କ ଆସ୍ଥାନ ଏବଂ ପ୍ରତିଷ୍ଠା ପଛର ତଥ୍ୟ ଆଲୋଚନା କରାଯାଇଥିଲା ପରିଶେଷ ରେ (୫)ଖଡଖାଇ ବନ୍ଧ ପରିଭ୍ରମଣ କରି ଚାଷ କାର୍ଯ୍ୟ ରେ ଖଡଖାଇ ବନ୍ଧ ର ଆବଶ୍ୟକତା ବିଷୟ ରେ ଆଲୋଚନା କରା ଯାଇଥିଲା |ଏହି ଅବସରରେ ରେ ବାରିପଦା, ବମ୍ବେଛକ, ବାଙ୍ଗରିପୋଷୀ, ବିଶୋଇ, ରାଇରଙ୍ଗପୁର, ବହଳଦା, ଯାଜପୁର ରୁ ଅଭିଯାତ୍ରୀ ଗଣ ଯୋଗଦାନ କରିଥିଲେ |