ONtv Odisha

ONtv Odisha News on your finger tip

ଗୁଜୁରାଟର ମେଗା ଫୁଡ଼ ପାର୍କ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ଓ ଶିତଳଭଣ୍ଡାର ପାଇଁ ଉପମୁଖ୍ୟମନ୍ତ୍ର...
30/01/2025

ଗୁଜୁରାଟର ମେଗା ଫୁଡ଼ ପାର୍କ କମ୍ପାନୀ ଓଡ଼ିଶାରେ ନିବେଶ ପାଇଁ ଆଗ୍ରହୀ

ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ଓ ଶିତଳଭଣ୍ଡାର ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓଙ୍କୁ କଲେ ସାକ୍ଷାତ

ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହୟତା ଯୋଗାଇ ଦିଆଯିବ : ଶ୍ରୀ ସିଂହଦେଓ

ଭୁବନେଶ୍ୱର: ୩୦/୦୧/୨୦୨୫

ଉତ୍କର୍ଷ ଓଡ଼ିଶା କନକ୍ଲେଭ ସଫଳତାର ସହ ସମାପ୍ତ ହେବା ପରେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କ ସୁଅ ଛୁଟିଛି l ଗୁଜୁରାଟର ଫଣିଧର ଗ୍ରୁପ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି l ଏହି ଗ୍ରୁପ ଓଡ଼ିଶାରେ ଶୀତଳ ଭଣ୍ଡାର କରିବା ସହିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରିବା ନେଇ ଆଗ୍ରହ ଦେଖାଇଛନ୍ତି l ଏହି ପରିପ୍ରେକ୍ଷିରେ ଫଣିଧର ଗ୍ରୁପର ଚେୟାରମ୍ୟାନ ଶ୍ରୀ କୃଣାଳ ପଟେଲ ଓ ପ୍ରେସିଡେଣ୍ଟ ଡ଼ ବିଭୁ ପ୍ରସାଦ ସ୍ଵାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତକରି ଏହି ବିଷୟରେ ଆଲୋଚନା କରିଛନ୍ତି l

କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ନିବେଶକ ଅନୁକୂଳ ନୀତି ନିର୍ଦ୍ଧାରିତ କରିଛନ୍ତି l ଏତଦବ୍ୟତୀତ ବିଭିନ୍ନ ଯୋଜନା ମାଧ୍ୟମରେ ସବସିଡ଼ି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ l ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ଦିଆ ଯାଉଥିବା ସୁବିଧାର ଲାଭ ମଧ୍ୟ ଏହି କମ୍ପାନୀ ପାଇ ପାରିବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି l ଫଣିଧର ଗ୍ରୁପ ଗୁଜୁରାଟର ଏକ ନାମକରା କୃଷି ଉଦ୍ୟୋଗ l ଗୁଜୁରାଟର ମେହେସାନାରେ ଏହାର ଏକ ମେଗା ଫୁଡ଼ ପାର୍କ ରହିଛି l ସେହିଭଳି ଏକ ମେଗା ଫୁଡ଼ ପାର୍କ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ ଖୋଲିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ ଇଚ୍ଛାପ୍ରକାଶ କରିଛନ୍ତି l ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀଙ୍କ ସହ ସମ୍ପୃକ୍ତ କମ୍ପାନୀର ଚେୟାରମ୍ୟାନ ଓ ପ୍ରେସିଡେଣ୍ଟ ଓଡ଼ିଶାର ବିଭିନ୍ନ ଯୋଜନା ଓ ପ୍ରଣାଳୀ ବାବଦରେ ଆଲୋଚନା କରିସାରିଛନ୍ତି l ଏହି ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ୍ ପୱନ କଲ୍ୟାଣ ଉପସ୍ଥିତ ଥିଲେ l

23/11/2024

Address

1st Floor, Ganesh Plaza, , Opp. Telephone Bhavan Office, , Old Bus Stand
Berhampur
760001

Alerts

Be the first to know and let us send you an email when ONtv Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ONtv Odisha:

Share