06/07/2025
ବ୍ରହ୍ମପୁର ଏମ.କେ.ସି.ଜି ରେ ବିଷ ଖାଦ୍ୟ। CMO Odisha Dr. Mukesh Mahaling Brahmapur Jagannath Ganjam bjp ,HQ.chatrapur Mahila Morcha BJP Prabhati Parida Kanak Vardhan Singh Deo BJP Odisha Brahmapur Municipal Corporation SBL NGO Megha Sahu Adv Rabindra Kumar Mishra Rabindra Rabi Pradeep Kumar Jagan Mohan Khirasindhu Mohanty Susanta Kumar Panda Prabhanjana Misra Hrusikesh Mohanty Sudipta Sarangi Binod Kumar Pradhan Dr KrushnaChandra Mahapatra Fans Group Dr. Krushna Chandra Mahapatra DrRama Hari Khandual Dr. Dibya Singha-Robotic Orthopedic doctor in Bhubaneswar Odisha MKCG Medical College, Berhampur Food Supplies & Consumer Welfare Department, Government of Odisha
MKCG ମେଡିକାଲରେ ରୋଗୀ ଚିକିତ୍ସା କରାଉଛନ୍ତି କି
ଚିକିତ୍ସା ସକାଶେ ମେଡିକାଲରେ ଆଡମିଟ ହୋଇଛନ୍ତି କି ଆପଣଙ୍କ ରୋଗୀ
ମେଡିକାଲ ପରିସର ଭିତରର ଖାଦ୍ୟ ଆଣି ରୋଗୀଙ୍କୁ ଦେଉଛନ୍ତି କି କିମ୍ବା ଆପଣ ଖାଉଛନ୍ତି କି
ତାହେଲେ ହୋଇଯାନ୍ତୁ ସଚେତନ, ନହେଲେ ଆପଣ ମଧ୍ୟ ଦୂଷିତ ଖାଦ୍ୟ ଦ୍ୱାରା ରୋଗର ହୋଇପାରନ୍ତି ଶିକାର l
ଏହା ଆଜି କିମ୍ଭା କାଲିର ଘଟଣା ନୁହଁ, ବର୍ଷ ବର୍ଷ ଧରି ଏମିତି ଘଟଣା ଲୋକଲୋଚନକୁ ଆସୁଛି, ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମେଡିକାଲ କତୃପକ୍ଷ ତଥା ପ୍ରଶାସନ ପ୍ରତିଦିନ ଏସବୁ କାର୍ଯ୍ୟକଳାପ ଦେଖୁଛନ୍ତି କିନ୍ତୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି l ଆମେ କହୁଛୁ,ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ଏକମାତ୍ର ମେଡିକାଲ, ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ/ଚିକିତ୍ସାଳୟର ପରିସର କଥା l କେତେବେଳେ ଉନ୍ନତ ମାନର ସ୍ବାସ୍ଥ୍ୟସେବାର ଅଭାବ ତ କେତେବେଳେ ଦୀର୍ଘ ବର୍ଷରୁ ଡାକ୍ତରଙ୍କ ଅନୁପସ୍ଥିତି,କେତେବେଳେ ରୋଗୀ ରହିବା ପାଇଁ ବେଡ଼ ର ଅଭାବ ତ ଆଉ କେତେବେଳେ ଡାକ୍ତର ଅଭାବ. ଏମିତି ଅନେକ ସମସ୍ୟା ପ୍ରତିଦିନ ଲୋକେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଅଙ୍ଗେ ନିଭାଉଥିଲେ ମଧ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉନି l ଏସବୁର ସମାଧାନ ପାଇଁ ଅତ୍ୟନ୍ତ ଗୁରୁତ୍ତର ଭାବରେ ଦୃଷ୍ଟି ଦେବାକୁ ଅନେକ ଥର ବହୁ ଅନୁଷ୍ଟାନ ଦାବୀ କରୁଥିଲେ ମଧ୍ୟ ପରିଣାମ ଶୂନ l ଆମେ ଏବେ ସେ ଦିଗକୁ ଯାଉନୁ l
ଆମେ ଆଜି କହୁଛୁ, ଏହି mkcg ମେଡିକାଲ ପରିସର ମଧ୍ୟରେ ଥିବା ଦୁର୍ଗନ୍ଧ, କର୍ଦମାକ୍ତ, ଅବ୍ୟବସ୍ତା ମଧ୍ୟରେ ଥିବା ଏ ଖାଦ୍ୟ ଷ୍ଟଲ ଗୁଡିକ ବା ଉଠା ଦୋକାନ ଗୁଡିକ କଥା l ଧ୍ୟାନ ରେ ଦେଖନ୍ତୁ ଏହି ଦୋକାନ ଗୁଡିକୁ, କିପରି କାଦ ପଚ ପଚ, ଚାରିଆଡେ ଅଳିଆ ଆବର୍ଜନା, ପରିତ୍ୟକ୍ତ ବର୍ଜ୍ୟବସ୍ତୁ, ଦୁର୍ଗନ୍ଧମୟ ନାଳ ପାଖରେ ଦୋକାନ କରିଛନ୍ତି, ରୋଗୀ ଆଉ ତାଙ୍କ ସମ୍ପର୍କୀୟଙ୍କୁ ବିକୁଛନ୍ତି ପଇସାନିଆ ବିଷ l ଥରେ ଅନୁମାନ କଲେ ଏଭଳିଆ ସ୍ଥାନରୁ ଯଦି ରୋଗୀ କିମ୍ଭା ତାଙ୍କ ସମ୍ପର୍କୀୟ ଖାଦ୍ୟ ଖାଇବେ ତାହେଲେ ସେ ସୁସ୍ଥ ହେବେ ନା ଆଉ କ'ଣ ? ବିଚରା ନିରୀହ ସମ୍ପର୍କୀୟ ମାନେ ଗରମ ଖିର କିମ୍ବା ଗରମ ପାଣି ଅବା କିଛି ଖାଦ୍ୟ ଆଶାରେ ଆସନ୍ତି, ପାଖ ଆଉ ଶୀଘ୍ର ପାଇଯିବ ଭାବି କିନ୍ତୁ ସେମାନେ କ'ଣ ଜାଣିବେ, ଯାହାକୁ ସେମାନେ ଶୁଦ୍ଧ ଭାବି କିଣି ନେଉଛନ୍ତି, ସିଏ ହିଁ ଅସଲି ବିଷ ବୋଲି l
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ପ୍ରଶାସନ, ସମସ୍ତେ ପରିଷ୍କାର ପରିଚ୍ଛନତା ଉପରେ ଡିଣ୍ଡିମ ପିଟୁଛନ୍ତି,ସ୍ୱଚ୍ଛ ଭାରତ ସ୍ୱଚ୍ଛ ଭାରତ ବୋଲି ସ୍ଲୋଗାନ ମାନ ଦେଉଛନ୍ତି କିନ୍ତୁ ଯେତେବେଳେ ରାଜ୍ୟର ପ୍ରମୁଖ ସହରର ମୁଖ୍ୟ ହସ୍ପିଟାଲ ର ଏମିତି ଦୁଃଅବସ୍ଥା ତାହେଲେ ଏତେ ସବୁ ପ୍ରହସନ କାହା ପାଇଁ.... ରୋଗୀ ଏଠୁ ଖାଦ୍ୟ ଖାଇ ସୁସ୍ଥ ହୋଈ ଘରକୁ ଯିବେ ନା ପୁଣି ରୋଗାକ୍ରାନ୍ତ ହେବେ...... ଏ ସ୍ଥାନ ତ କାହାର ନଜର ଆଢୁଆଳରେ ନୁହଁ, ପ୍ରତିଦିନ ମେଡିକାଲ ର ପ୍ରତ୍ୟକ ଡାକ୍ତର ନର୍ସ କର୍ମଚାରୀ ରୋଗୀ, ସମ୍ପର୍କୀୟ, ସମାଜସେବୀ, ବୁଦ୍ଧିଯିବି, ନେତା ମନ୍ତ୍ରୀ ସମସ୍ତେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଦେଖନ୍ତି.... ତଥାପି ଏ ଅବହେଳା କଣ ପାଇଁ.... କଣ ପାଇଁ ମେଡିକାଲ ପରିସର ଭିତରେ ଏସବୁ ଅଳିଆ ଆବର୍ଜନା, ଏତେ ଦୁର୍ଗନ୍ଧମୟ ଦୂଷିତ ପରିବେଶ କ'ଣ ପାଇଁ...ଏ ଉଠା ଦୋକାନୀ ମାନେ ଏଭଳିଆ ଅପରିଷ୍କାର ସ୍ଥାନରେ ଦୋକାନ କରି ଖାଦ୍ୟ ବିକିବା କଣ ଜରୁରୀ...କିଛି ଟଙ୍କା ପାଇଁ ମାନବିକତା ବୋଲି ଶବ୍ଦ ମରିଗଲାଣି ସମାଜରୁ.....କଣ ଏସବୁ ର ସମାଧାନ ହେବନି.... ନା ଅସମ୍ଭବ.... ନା ଜାଣିଶୁଣି କରାଯାଉନି..... ପରିବେଶ ଦେଖିଲେ ଲାଗୁନି କି ୟେ ମେଡିକାଲ ନୁହଁ ବିଏମସି ର ଅଳିଆ ଆବର୍ଜନା ପକାଇବା ପାଇଁ ସ୍ଥିର କରାଯାଇଥିବା ଡଷ୍ଟବୀନ ବୋଲି...
ଗୋଟିଏ ରୋଗୀ ପାଇଁ ପରିଷ୍କାର ପରିଚ୍ଛନ୍ନତା ସବୁଠାରୁ ବେଶୀ ଜରୁରୀ କିନ୍ତୁ ଏଭଳିଆ ପରିବେଶ ମଧ୍ୟରେ ଜଣେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ କିପରି ତିଷ୍ଠିବେ....
ସବୁଠାରୁ ବଡ଼ ପ୍ରଶ୍ନ, ଏ ଉଠା ଦୋକାନୀ ମାନଙ୍କୁ ଏଭଳିଆ ଅପରିଷ୍କାର ପରିବେଶ ମଧ୍ୟରେ ଦୋକାନ କରି ଖାଦ୍ୟ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁମତି ଦେଲା କିଏ.... ମେଡିକାଲ କତୃପକ୍ଷ ନା ବ୍ରହ୍ମପୁର ପ୍ରଶାସନ l ଦେଖାଯାଉ ଆମର ଏ ଖବର ପ୍ରସାରଣ ପରେ କିଛି ସ୍ଥାୟୀ ସମାଧାନ ହେଉଛି ନା ମେଡିକାଲକୁ ଆସି ଏଭଳିଆ ରୋଗ କିଣି ଚାଲୁଥିବେ ଦକ୍ଷିଣ ଓଡିଶା ବାସୀ l