The SBL

The SBL Odisha's Most Credible Source of News for the Welfare, Wellbeing and Sustainability of the People. ସମସ୍ୟାର ସମାଧାନ।

26/03/2026

ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନ ବାର୍ତା | THE SBL NEWS |

21/03/2026

ନିମଖଣ୍ଡି ରେ ଚୋରି | THE SBL NEWS |

21/03/2026

ମୋହନ ସରକାରଙ୍କ ଛାଟକୁ ଡ଼ରୁନାହାନ୍ତି | mohan sarakara nka chhata ku darunahanti

19/03/2026

ମାନବିକତା ଦେଖାଇଲେ ଗଂଜାମ CDMO | THE SBL NEWS | VISUAL EDITOR - Megha Sahu

27/02/2026

ବୋରିଗାଁ ପଂଚାୟତରେ ମହାଦୁର୍ନୀତି | THE SBL | NEWS |

27/12/2025

Megha Sahu

26/12/2025
06/07/2025

ବ୍ରହ୍ମପୁର ଏମ.କେ.ସି.ଜି ରେ ବିଷ ଖାଦ୍ୟ। CMO Odisha Dr. Mukesh Mahaling Brahmapur Jagannath Ganjam bjp ,HQ.chatrapur Mahila Morcha BJP Prabhati Parida Kanak Vardhan Singh Deo BJP Odisha Brahmapur Municipal Corporation SBL NGO Megha Sahu Adv Rabindra Kumar Mishra Rabindra Rabi Pradeep Kumar Jagan Mohan Khirasindhu Mohanty Susanta Kumar Panda Prabhanjana Misra Hrusikesh Mohanty Sudipta Sarangi Binod Kumar Pradhan Dr KrushnaChandra Mahapatra Fans Group Dr. Krushna Chandra Mahapatra DrRama Hari Khandual Dr. Dibya Singha-Robotic Orthopedic doctor in Bhubaneswar Odisha MKCG Medical College, Berhampur Food Supplies & Consumer Welfare Department, Government of Odisha

MKCG ମେଡିକାଲରେ ରୋଗୀ ଚିକିତ୍ସା କରାଉଛନ୍ତି କି

ଚିକିତ୍ସା ସକାଶେ ମେଡିକାଲରେ ଆଡମିଟ ହୋଇଛନ୍ତି କି ଆପଣଙ୍କ ରୋଗୀ

ମେଡିକାଲ ପରିସର ଭିତରର ଖାଦ୍ୟ ଆଣି ରୋଗୀଙ୍କୁ ଦେଉଛନ୍ତି କି କିମ୍ବା ଆପଣ ଖାଉଛନ୍ତି କି

ତାହେଲେ ହୋଇଯାନ୍ତୁ ସଚେତନ, ନହେଲେ ଆପଣ ମଧ୍ୟ ଦୂଷିତ ଖାଦ୍ୟ ଦ୍ୱାରା ରୋଗର ହୋଇପାରନ୍ତି ଶିକାର l

ଏହା ଆଜି କିମ୍ଭା କାଲିର ଘଟଣା ନୁହଁ, ବର୍ଷ ବର୍ଷ ଧରି ଏମିତି ଘଟଣା ଲୋକଲୋଚନକୁ ଆସୁଛି, ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ମେଡିକାଲ କତୃପକ୍ଷ ତଥା ପ୍ରଶାସନ ପ୍ରତିଦିନ ଏସବୁ କାର୍ଯ୍ୟକଳାପ ଦେଖୁଛନ୍ତି କିନ୍ତୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି l ଆମେ କହୁଛୁ,ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ଏକମାତ୍ର ମେଡିକାଲ, ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ/ଚିକିତ୍ସାଳୟର ପରିସର କଥା l କେତେବେଳେ ଉନ୍ନତ ମାନର ସ୍ବାସ୍ଥ୍ୟସେବାର ଅଭାବ ତ କେତେବେଳେ ଦୀର୍ଘ ବର୍ଷରୁ ଡାକ୍ତରଙ୍କ ଅନୁପସ୍ଥିତି,କେତେବେଳେ ରୋଗୀ ରହିବା ପାଇଁ ବେଡ଼ ର ଅଭାବ ତ ଆଉ କେତେବେଳେ ଡାକ୍ତର ଅଭାବ. ଏମିତି ଅନେକ ସମସ୍ୟା ପ୍ରତିଦିନ ଲୋକେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଅଙ୍ଗେ ନିଭାଉଥିଲେ ମଧ୍ୟ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉନି l ଏସବୁର ସମାଧାନ ପାଇଁ ଅତ୍ୟନ୍ତ ଗୁରୁତ୍ତର ଭାବରେ ଦୃଷ୍ଟି ଦେବାକୁ ଅନେକ ଥର ବହୁ ଅନୁଷ୍ଟାନ ଦାବୀ କରୁଥିଲେ ମଧ୍ୟ ପରିଣାମ ଶୂନ l ଆମେ ଏବେ ସେ ଦିଗକୁ ଯାଉନୁ l

ଆମେ ଆଜି କହୁଛୁ, ଏହି mkcg ମେଡିକାଲ ପରିସର ମଧ୍ୟରେ ଥିବା ଦୁର୍ଗନ୍ଧ, କର୍ଦମାକ୍ତ, ଅବ୍ୟବସ୍ତା ମଧ୍ୟରେ ଥିବା ଏ ଖାଦ୍ୟ ଷ୍ଟଲ ଗୁଡିକ ବା ଉଠା ଦୋକାନ ଗୁଡିକ କଥା l ଧ୍ୟାନ ରେ ଦେଖନ୍ତୁ ଏହି ଦୋକାନ ଗୁଡିକୁ, କିପରି କାଦ ପଚ ପଚ, ଚାରିଆଡେ ଅଳିଆ ଆବର୍ଜନା, ପରିତ୍ୟକ୍ତ ବର୍ଜ୍ୟବସ୍ତୁ, ଦୁର୍ଗନ୍ଧମୟ ନାଳ ପାଖରେ ଦୋକାନ କରିଛନ୍ତି, ରୋଗୀ ଆଉ ତାଙ୍କ ସମ୍ପର୍କୀୟଙ୍କୁ ବିକୁଛନ୍ତି ପଇସାନିଆ ବିଷ l ଥରେ ଅନୁମାନ କଲେ ଏଭଳିଆ ସ୍ଥାନରୁ ଯଦି ରୋଗୀ କିମ୍ଭା ତାଙ୍କ ସମ୍ପର୍କୀୟ ଖାଦ୍ୟ ଖାଇବେ ତାହେଲେ ସେ ସୁସ୍ଥ ହେବେ ନା ଆଉ କ'ଣ ? ବିଚରା ନିରୀହ ସମ୍ପର୍କୀୟ ମାନେ ଗରମ ଖିର କିମ୍ବା ଗରମ ପାଣି ଅବା କିଛି ଖାଦ୍ୟ ଆଶାରେ ଆସନ୍ତି, ପାଖ ଆଉ ଶୀଘ୍ର ପାଇଯିବ ଭାବି କିନ୍ତୁ ସେମାନେ କ'ଣ ଜାଣିବେ, ଯାହାକୁ ସେମାନେ ଶୁଦ୍ଧ ଭାବି କିଣି ନେଉଛନ୍ତି, ସିଏ ହିଁ ଅସଲି ବିଷ ବୋଲି l

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ତଥା ସ୍ଥାନୀୟ ପ୍ରଶାସନ, ସମସ୍ତେ ପରିଷ୍କାର ପରିଚ୍ଛନତା ଉପରେ ଡିଣ୍ଡିମ ପିଟୁଛନ୍ତି,ସ୍ୱଚ୍ଛ ଭାରତ ସ୍ୱଚ୍ଛ ଭାରତ ବୋଲି ସ୍ଲୋଗାନ ମାନ ଦେଉଛନ୍ତି କିନ୍ତୁ ଯେତେବେଳେ ରାଜ୍ୟର ପ୍ରମୁଖ ସହରର ମୁଖ୍ୟ ହସ୍ପିଟାଲ ର ଏମିତି ଦୁଃଅବସ୍ଥା ତାହେଲେ ଏତେ ସବୁ ପ୍ରହସନ କାହା ପାଇଁ.... ରୋଗୀ ଏଠୁ ଖାଦ୍ୟ ଖାଇ ସୁସ୍ଥ ହୋଈ ଘରକୁ ଯିବେ ନା ପୁଣି ରୋଗାକ୍ରାନ୍ତ ହେବେ...... ଏ ସ୍ଥାନ ତ କାହାର ନଜର ଆଢୁଆଳରେ ନୁହଁ, ପ୍ରତିଦିନ ମେଡିକାଲ ର ପ୍ରତ୍ୟକ ଡାକ୍ତର ନର୍ସ କର୍ମଚାରୀ ରୋଗୀ, ସମ୍ପର୍କୀୟ, ସମାଜସେବୀ, ବୁଦ୍ଧିଯିବି, ନେତା ମନ୍ତ୍ରୀ ସମସ୍ତେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଦେଖନ୍ତି.... ତଥାପି ଏ ଅବହେଳା କଣ ପାଇଁ.... କଣ ପାଇଁ ମେଡିକାଲ ପରିସର ଭିତରେ ଏସବୁ ଅଳିଆ ଆବର୍ଜନା, ଏତେ ଦୁର୍ଗନ୍ଧମୟ ଦୂଷିତ ପରିବେଶ କ'ଣ ପାଇଁ...ଏ ଉଠା ଦୋକାନୀ ମାନେ ଏଭଳିଆ ଅପରିଷ୍କାର ସ୍ଥାନରେ ଦୋକାନ କରି ଖାଦ୍ୟ ବିକିବା କଣ ଜରୁରୀ...କିଛି ଟଙ୍କା ପାଇଁ ମାନବିକତା ବୋଲି ଶବ୍ଦ ମରିଗଲାଣି ସମାଜରୁ.....କଣ ଏସବୁ ର ସମାଧାନ ହେବନି.... ନା ଅସମ୍ଭବ.... ନା ଜାଣିଶୁଣି କରାଯାଉନି..... ପରିବେଶ ଦେଖିଲେ ଲାଗୁନି କି ୟେ ମେଡିକାଲ ନୁହଁ ବିଏମସି ର ଅଳିଆ ଆବର୍ଜନା ପକାଇବା ପାଇଁ ସ୍ଥିର କରାଯାଇଥିବା ଡଷ୍ଟବୀନ ବୋଲି...

ଗୋଟିଏ ରୋଗୀ ପାଇଁ ପରିଷ୍କାର ପରିଚ୍ଛନ୍ନତା ସବୁଠାରୁ ବେଶୀ ଜରୁରୀ କିନ୍ତୁ ଏଭଳିଆ ପରିବେଶ ମଧ୍ୟରେ ଜଣେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ କିପରି ତିଷ୍ଠିବେ....

ସବୁଠାରୁ ବଡ଼ ପ୍ରଶ୍ନ, ଏ ଉଠା ଦୋକାନୀ ମାନଙ୍କୁ ଏଭଳିଆ ଅପରିଷ୍କାର ପରିବେଶ ମଧ୍ୟରେ ଦୋକାନ କରି ଖାଦ୍ୟ ସାମଗ୍ରୀ ବିକ୍ରି କରିବା ପାଇଁ ଅନୁମତି ଦେଲା କିଏ.... ମେଡିକାଲ କତୃପକ୍ଷ ନା ବ୍ରହ୍ମପୁର ପ୍ରଶାସନ l ଦେଖାଯାଉ ଆମର ଏ ଖବର ପ୍ରସାରଣ ପରେ କିଛି ସ୍ଥାୟୀ ସମାଧାନ ହେଉଛି ନା ମେଡିକାଲକୁ ଆସି ଏଭଳିଆ ରୋଗ କିଣି ଚାଲୁଥିବେ ଦକ୍ଷିଣ ଓଡିଶା ବାସୀ l

05/07/2025

CITY WIFI ବ୍ରହ୍ମପୁର ସିଟି ୱାଇଫାଇ ର ମହାଦୁର୍ନୀତି | | THE SBL NEWS |

ଆଜି ବ୍ରହ୍ମପୁର ମହାନଗର ନିଗମ ର ନୂତନ କମିଶନର Brahmapur Municipal Corporation ଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟ ଏଞ୍ଜିଓ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା, ଓ ହୃଦୟରୁ ଅଭିନନ୍ଦନ ଦିଆଯିବା ସହ ବ୍ରହ୍ମପୁର ମହାନଗର ନିଗମର ସିଟି ୱାଇ ଫାଇ ରେ ବଡ ଧରଣର ଦୁର୍ନୀତି ର Odisha Vigilance ତଦନ୍ତ ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଗଲା।

ବିଷୟ: ବ୍ରହ୍ମପୁର ମହାନଗର ନିଗମର ଦୂର୍ବଳ ବ୍ୟବସ୍ଥା ଓ ପ୍ରଶାସନିକ ଅବସ୍ଥା ଉପରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ।

ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଗଲା BeMC କୁ :
୧. ରାସ୍ତାରେ ଖୋଲା ଗାଈ ଓ ଷଣ୍ଢ ଛାଡ଼ି ଦେଉଛନ୍ତି ମାଲିକ ମାନେ ଯାହାଦ୍ଵାରା ଦୁର୍ଘଟଣା ଓ ଟ୍ରାଫିକ ସମସ୍ୟା ହେଉଛି।
୨. ଖରାପ ରାସ୍ତା ଅବସ୍ଥା – ଗାଡ଼ି, ପାଣି ଜମା, ଓ ଦୀର୍ଘକାଳୀନ ଅବହେଳା।
୩. ନାଳ ସମସ୍ୟା – ଜଳ ଜମା ଦ୍ଵାରା ରୋଗ ବ୍ୟାପିବାରେ ଲାଗୁଛି।
୪. ସ୍ୱଚ୍ଛ ସାଥୀ ଙ୍କୁ ବେଆଇନ ଭାବେ ଚାକିରିରୁ ବହିଷ୍କୃତ କରାଯାଇଛି।
୫. ରାସ୍ତା ରେ ବ୍ୟବସାୟୀ ମାନଙ୍କ ଅନଧିକୃତ ଦଖଲ।
୬. ଶିକ୍ଷା ପ୍ରତିଷ୍ଠାନ ନିକଟରେ ଗୁଟ୍ଖା ଗଞ୍ଜେଇ, ବ୍ରାଉନ ସୁଗର ଓ ମଦ ବିକ୍ରୟ।
୭. ଖାଦ୍ୟ ଗୁଣମାନ ନିରୀକ୍ଷଣର ଅଭାବ ଏବଂ ଦୁର୍ନୀତି।
୮. ବଡ ବଜାରରେ କଳା ବିକ୍ରୟ ଓ ଟ୍ୟାକ୍ସ ଚାଳାନ ଅପରାଧ।
୯. WEFE ଇଣ୍ଟରନେଟ୍ ରେ ମହାଦୁର୍ନୀତି।
୧୦. ଟ୍ରାଫିକ ଜାମ୍ ଓ ଅନିୟନ୍ତ୍ରିତ ଯାତାୟାତ।

ସ୍ଥାୟୀ ବିକାଶ ଲକ୍ଷ୍ୟ ପକ୍ଷରୁ ଅନୁରୋଧ କରାଗଲା:
ଏହି ସମସ୍ୟାଗୁଡିକୁ BeMC କମିଶନରଙ୍କ ନେତୃତ୍ୱରେ ସମାଧାନ କରିବାକୁ ବ୍ରହ୍ମପୁର ବାସୀ ଦୃଢ଼ ଆଶା କରୁଛନ୍ତି। ନିଜ ପଦକ୍ଷେପ ଓ ସମ୍ବେଦନଶୀଳ ପ୍ରଶାସନ ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ବୋଲି ଆଶା ଏବଂ ଭରଷା।

ତେଣୁ ସମସ୍ତ ମିଡ଼ିଆ ବନ୍ଧୁ ମାନଙ୍କୁ ଅନୁରୋଧ ଆପଣ ମାନେ ଏହି ସମ୍ବାଦ କୁ ଓ ଦୁର୍ନୀତି କୁ ଜାଣିବେ ଓ ଲୋକଲୋଚନକୁ ଆଣି ଏହାର ପର୍ଦ୍ଦାଫାଶ କରିବାକୁ ଚେଷ୍ଟା କରିବେ ବୋଲି ଆଶା ଏବଂ ବିଶ୍ୱାସ।🙏

ଧନ୍ୟବାଦ।🙏
ସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ବ୍ରହ୍ମପୁର ନାଗରିକ ବୃନ୍ଦ।
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା

27/06/2025

ଷଡ଼ଯନ୍ତ୍ରର ଗୁମର ଖୋଲିଦେଲା SBL NGO TEAM | ତହସିଲଦାର ସପନ କୁମାର ସାହୁ ତଦନ୍ତ ରିପୋର୍ଟରେ ଜାଲିଆତି | THE SBL NEWS | BERHAMPUR |

Address

Brahmapur
Berhampur
760001

Alerts

Be the first to know and let us send you an email when The SBL posts news and promotions. Your email address will not be used for any other purpose, and you can unsubscribe at any time.

Share