15/02/2026
*ବାଦ, ବିବାଦ, ବର୍ଜନ ଧମକ ତଥା ବର୍ଷା ବିଭ୍ରାଟ ଆଶଙ୍କା ଭିତରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସବୁଠାରୁ ଚର୍ଚ୍ଚିତ ତଥା ପ୍ରତୀକ୍ଷିତ ମୁକାବିଲା ରବିବାର ଆଜି ଖେଳାଯିବ । ଦୁଇ ଚିର ଶତ୍ରୁ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ପୁଣି ଥରେ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହେବେ । ସେଥିପାଇଁ ସାରା ବିଶ୍ବର ନଜର ଏବେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପରେ କେନ୍ଦ୍ରୀଭୂତ ହୋଇଛି । ଉଭୟ ଦଳ ଏହି କ୍ରିକେଟ୍ ମହାଯୁଦ୍ଧ ଲାଗି ଜୋର୍ଦାର ପ୍ରସ୍ତୁତି କରିଛନ୍ତି । ପିସିବି ଓ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଦେଶର କ୍ରିକେଟ୍ ବୋର୍ଡ ମୁଖ୍ୟ ଏହି ମହାଟକ୍କର ଲାଗି ଏବେ କଲମ୍ବୋରେ ଡେରା ପକାଇଛନ୍ତି ।*