28/07/2022
ONL Editorial : ସମ୍ବାଦ ଓ ସାମ୍ବାଦିକତାର ମାନ !
/ ଦେଖେଇବା ଚକ୍କରରେ କିଛି ନିର୍ଦିଷ୍ଟ ଗଣମାଧ୍ୟମର ସମ୍ପାଦକ ଓ ପ୍ରତିନିଧି ନିଜର ଏବଂ ସମ୍ପୃକ୍ତ ମିଡ଼ିଆର ଆତ୍ମସମ୍ନାନ ଓ ପରିସୀମାକୁ ଭୁଲିନଯାଆନ୍ତୁ l ଜଣେ ଯଦି ବାଇଟ ଦେବାକୁ ମନା କରୁଛନ୍ତି କିମ୍ଵା କ୍ୟାମେରା ସାମ୍ନା କୁ ଆସିବାକୁ ଚାହୁଁନାହାନ୍ତି ଏପରିସ୍ଥିତି ରେ ଜଣଙ୍କ ପଛରେ ଟ୍ରାଫିକ ଜାମ କରି କ୍ୟାମେରା ଓ ବୁମ ଧରି ଦୌଡିବା ଆଦୌ ଶୋଭା ଦେଉନି l ଓଡ଼ିଶାରେ ବହୁତ କିଛି ସମସ୍ୟା ଅଛି ସେଗୁଡିକ ସମାଧାନ ହେଇପାରୁନି, ଲୋକଲୋଚନକୁ, ସରକାରଙ୍କ ନଜରକୁ ଆସିପାରୁନି. ସେଗୁଡିକ ଉପରେ ଅଧିକ ଦୃଷ୍ଟି ଦେଲେ ବରଂ ଭଲ ହେବ l
ଫିଲ୍ମ ତାରକା ମାନଙ୍କ ଘର ର କଳି ରେ ଅଧିକ ଫୋକସ କଲେ ସେସବୁ ରୁ କାହାକୁ କିଛି ମିଳିବନି ଓଲଟା ସମସ୍ୟା ବଢୁଛି.. ସେମାନଙ୍କୁ ବି ସ୍ୱାଧୀନ ଭାବରେ ଯା ଆସ କରିବାକୁ ଦିଅନ୍ତୁ l ନିକଟରେ ଓଡ଼ିଶାର ଜଣେ ଆଗଧାଡିର ଫିଲ୍ମ ତାରକା ଙ୍କ ଘରୋଇ କଳି କୁ ନେଇ ଯେଉଁଭାବରେ ପ୍ରାୟ ପ୍ରତିଟି ଗଣମାଧ୍ୟମରେ ଭିଡିଓ ଭାଇରାଲ ହେବା ଏବଂ ପରେ ପରେ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ବାରବାର ସମ୍ବାଦ ମଧ୍ୟମରେ ଲୋକଲଚନ କୁ ଆଣିବା, ଜୋକ ପରି ତାଙ୍କ ପଛରେ ଲାଗିଯିବା.. ଏସବୁ ପ୍ରକୃତ ଓ ନିରପେକ୍ଷ ଗଣମାଧ୍ୟମ ର କାମ ନୁହେଁ l ସମ୍ପୃକ୍ତ ଘଟଣାଟି ଏବେ ପୋଲିସ ତଥା ଆଇନ ହାତରେ ଅଛି ତାର ସମାଧାନ ଓ ବିଚାର ଆଇନ ତା ବାଟରେ କରିବ.. ତା ପୂର୍ବରୁ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ତାଙ୍କ ଘର ର କଳି କୁ ନେଇ ଆଲୋଚନା କରିବା, ଜନସାଧାରଙ୍କ ମତ ନେବା ପୁଣି ବାରମ୍ବାର ଘଟଣା ଟିକୁ ବିଭିନ୍ନ କୋଣ ଅନୁକୋଣ ରୁ ବିଭିନ୍ନ ରୂପ ଦେଇ ବିଚାର କରି ଏହାକୁ ପ୍ରଚାର କରିବା ସାମ୍ବାଦିକ ତଥା ଉକ୍ତ ଗଣମାଧ୍ୟମ ଗୁଡିକୁ ଶୋଭା ଦେଉନି l
କାହା ପଛରେ ଗୋଡ଼େଇକି, ଘର ବାହାରେ ଘଣ୍ଟା ଘଣ୍ଟା ଧରି ବାଇଟ ପାଇଁ ଅପେକ୍ଷା କରିବା, ଏତେ ପରିଶ୍ରମ କରି ଏସବୁ ଖବର ସଂଗ୍ରହ ପାଇଁ ଯେତିକି ଆବେଗ ରହୁଛି ସେ ଆଗ୍ରହ ଅନ୍ୟ ସମାଜ ହିତକାରୀ ଓ ସତ୍ୟ ଅନୁସନ୍ଧାନ କାରୀ ଖବର ଉପରେ ରଖିଲେ ହୁଏତ ଗଣମାଧ୍ୟମର ଗୁଣାତ୍ମକ ମାନ ବଜାୟ ରହିବ l TRP ପାଇଁ ନିଜର ସମ୍ମାନ ହାନି ନକରିବା ଭଲ.. ଏସବୁ ଦେଖିଲେ ଭଲ ଲାଗୁନି..
ସାମ୍ବାଦିକ ହେବା ଏକ ସାଧାରଣ କଥା ନୁହଁ.. ପରିଶ୍ରମ ଅନୁସାରେ ସେତିକି ଆୟ କି ସନମାନ ମିଳେନି ଆମକୁ.. କିନ୍ତୁ ଜଣେ ନିର୍ଭୀକ, ନିଷ୍ଠାପର ଓ ନିରପେକ୍ଷ ସାମ୍ବାଦିକ ଓ ଗଣମାଧ୍ୟମ ର ଗୁରୁତ୍ୱ ଓ ଆତ୍ମସନ୍ନମାନ ଅଛି.. ଏହାକୁ ବଜାୟ ରଖିବା ସାମ୍ବାଦିକ ଙ୍କର କର୍ତ୍ତବ୍ୟ ହେବା ଉଚିତ
ସାମ୍ବାଦିକତା ର ମାନ ବହୁତ ଉର୍ଦ୍ଧରେ... ଏହାର ମାନ ରଖିବା ଉଚିତ ମନେହୁଏ...
Written By
Journalist & Social Activist