Awareness News India

Awareness News India Contact information, map and directions, contact form, opening hours, services, ratings, photos, videos and announcements from Awareness News India, Newspaper, Kainfulia, Betnoti.

24/01/2022

#ଦେଶୀ ଓ ବିଦେଶୀ ମଦ ଜବତ । ୦୬ ଗିରଫ ।

ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଦାସ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ପିରାହାଟ ଥାନା ଅନ୍ତର୍ଗତ ପିରାହାଟ ବଜାର ଏବଂ ତିହିଡ଼ି ଥାନା ଅନ୍ତର୍ଗତ ବିଲଣା, ବୋଡ଼କ, କୁବେରା ଓ ସଦାନନ୍ଦପୁର ଗ୍ରାମରେ ଚଢାଉ କରାଯାଇ ୧୪.୨୨୦ ଲିଟର ବିଦେଶୀ ମଦ ଓ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ମୋଟ ୦୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଆସାମୀମାନେ ହେଲେ ପିରାହାଟ ଥାନା ଅନ୍ତର୍ଗତ ପିରାହାଟ ଗ୍ରାମର ଶରତ କୁମାର ସାହୁ ଓ ନିରଞ୍ଜନ ନାୟକ ଏବଂ ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ଗ୍ରାମର ସଦାନନ୍ଦ ଜେନା , ବୋଡ଼କ ଗ୍ରାମର ଆଦିତ୍ୟ ନାରାୟଣ ଜେନା, କୁବେରା ଗ୍ରାମର ଗଣେଶ ପ୍ରସାଦ ଜେନା ଓ ସଦାନନ୍ଦପୁର ଗ୍ରାମର ପିକମଣୀ ଜେନା । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ, ଏ.ଏସ୍‌.ଆଇ ନନ୍ଦୁ ନାୟକ, କନେଷ୍ଟବଳ ପ୍ରଦୀପ କୁମାର ମଲ୍ଲିକ, ଅଜିତ କୁମାର ସିଙ୍କୁ, ସଞ୍ଜୟ କୁମାର ପାତ୍ର, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ତିହିଡ଼ି ଅବକାରୀ ଥାନା ପକ୍ଷରୁ ୦୬ ଗୋଟି ମାମଲା ରୁଜ୍ଜୁ କରାଯାଇଛି।

୧୫୦ ଲିଟର ଦେଶୀ ମଦ ଜବତ । ୦୨ ଗିରଫ ।ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନ...
28/12/2021

୧୫୦ ଲିଟର ଦେଶୀ ମଦ ଜବତ । ୦୨ ଗିରଫ ।

ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା, କୋର୍କରା, ମଞ୍ଜୁରୀ ଓ ମୁଡ଼ାପଦା ଗ୍ରାମରେ ଚଢାଉ କରାଯାଇ ୧୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋର୍କରା ଗ୍ରାମର ମହେଶ୍ୱର ମହାଳିକ ଏବଂ ମୁଡ଼ାପଦା ଗ୍ରାମର ବବିତା ଜେନାଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ.ଆଇ ପୁରୁଷୋତ୍ତମ ମଲ୍ଲିକ , କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ପ୍ରଦୀପ ମଲ୍ଲିକ, ସଞ୍ଜୟ କୁମାର ପାତ୍ର ଓ ସଂଧ୍ୟାରାଣୀ ସେନାପତି ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୦୨ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

 #ଜିଲ୍ଲା ଇଲେକ୍ଟିସିଆନ ଆସୋସିଏସନ୍ ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତଆଜି ଜିଲ୍ଲା ଇଲେକ୍ଟ୍ରିସିଆନ ଆସୋସିଏସନ ର ଅଷ୍ଟମ ବାର୍ଷିକ ପାଳିତ ହୋଇଯାଇ...
27/12/2021

#ଜିଲ୍ଲା ଇଲେକ୍ଟିସିଆନ ଆସୋସିଏସନ୍ ର ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ

ଆଜି ଜିଲ୍ଲା ଇଲେକ୍ଟ୍ରିସିଆନ ଆସୋସିଏସନ ର ଅଷ୍ଟମ ବାର୍ଷିକ ପାଳିତ ହୋଇଯାଇଛି ,ସ୍ଥାନିୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ । ପ୍ରତି ବର୍ଷ ପରି ଏହି ବର୍ଷ ଏହି ଉତ୍ସବ ନିଡ଼ାମ୍ବର ରେ ପାଳିତ ହୋଇଯାଇଛି । ସେଠାରେ ଭଦ୍ରକ ର ସବୁ ବ୍ଲକ ରୁ ୩୦୦ ମେମ୍ବର ଆସି ପହଞ୍ଚି ଥିଲେ । ସଭାପତି ରମେଶ ଚନ୍ଦ୍ର ଗୁପ୍ତା ଙ୍କ ତତ୍ତ୍ଵାବଧାନ ରେ ମଞ୍ଚ ସଂଯୋଜଗ କରାଯାଇଥିଲା ।ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଥିଲେ ତାଙ୍କୁ ଇଲେକ୍ରି ଆସୋସିଏସନ୍‌ ତରଫ ରୁ ଏକ ମାନପତ୍ର ଅର୍ପଣ କରାଯାଇଥିଲା ।କିନ୍ନର ମହା ସଂଘର ସ୍ରାବଣି କିନ୍ନର ଙ୍କ ସହ , ଉପଦେଷ୍ଟା ସ୍ୱପ୍ନା ରାଣି ପଣ୍ଡା , ରଞ୍ଜନ କୁମାର ପଣ୍ଡା ଏବଂ ନିରାକାର ପ୍ରତି ଜଏଣ୍ଟ ସେକ୍ରେଟେରି , ସୁମ୍ୟ ଶ୍ୱର୍ ପଣ୍ଡା ଇତ୍ୟାଦି ଉପସ୍ଥିତ ଥିଲେ । ସବୁଠୁ ମୁଖ୍ୟ କଥା ହେଲା କି ଉପଜିଲ୍ଲାପାଳ ଙ୍କୁ କୁହାଯାଇଥିଲା ଗୋଟିଏ ଇଲେକ୍ଟ୍ରିସିଆନ ଆସୋସିଏସନ ର ଘର ପାଇଁ କୁହାଯାଇଥିଲା । ୨୦୧୫ ରୁ ଏହି ସଂଘଟନ ଆରମ୍ଭ ହୋଇଥିଲା । ଆଜ କୁ ଏହା ବଜାୟ ରଖାଯାଇଛି ।

27/12/2021
01/10/2021

ବାରିପଦା,(ଆୱାରନେସ୍ ନ୍ୟୁଜ୍ ଇଣ୍ଡିଆ) -ଯୁବକବି ମନୋଜ କୁମାର ମହାନ୍ତଙ୍କ ସମ୍ପାଦନାରେ ଆୱାରନେସ ନିୟୁଜ ଇଣ୍ଡିଆ ନାମରେ ଏକ ମାସିକ ଖବର...

Editorial
01/10/2021

Editorial

01/10/2021

Thanks OdishaLive TV team.

01/10/2021
01/10/2021

Thanks to Dristi News Odisha And Dibyajyoti Mohanta

ଧନ୍ୟବାଦ ବନ୍ଧୁ ଦିବ୍ୟଜ୍ୟୋତି ମହାନ୍ତ ଖୁବ୍ ସୁନ୍ଦର ଖବର ପ୍ରସାରଣ ପାଇଁ
30/09/2021

ଧନ୍ୟବାଦ ବନ୍ଧୁ ଦିବ୍ୟଜ୍ୟୋତି ମହାନ୍ତ ଖୁବ୍ ସୁନ୍ଦର ଖବର ପ୍ରସାରଣ ପାଇଁ

Drishti News Odisha

Address

Kainfulia
Betnoti
757025

Alerts

Be the first to know and let us send you an email when Awareness News India posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Awareness News India:

Share

Category