Jagannath news odia

Jagannath news odia LATEST NEWS UPDATE
ସଠିକ୍ ଖବର ଉପରେ ନଜର

05/08/2026

#ଶିକ୍ଷକଙ୍କୁ_ଶ୍ରେଣୀଗୃହରେ_ନିଦ
#ଭଦ୍ରକ_ଚାନ୍ଦବାଲିରେ_ଶିକ୍ଷା_ବ୍ୟବସ୍ଥାକୁ_ନେଇ_ପ୍ରଶ୍ନ

ଟେବୁଲ ଉପରେ ଶୋଇଥିବା ଦୃଶ୍ୟ ଭାଇରାଲ
ଭଦ୍ରକ ଚାନ୍ଦବାଲିରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

କୁନି କୁନି ପିଲାଙ୍କ ଭବିଷ୍ୟତ ଗଢ଼ିବା ଦାୟିତ୍ୱ ଥିବା ଶିକ୍ଷକ ନିଜେ ଶ୍ରେଣୀଗୃହରେ ନିଦରେ।
ଘଟଣାଟି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମହୁଲିଆ ପଞ୍ଚାୟତର ଚନ୍ଦନପୁର ପ୍ରାଥମିକ ବିଦ୍ୟାଳୟର।
ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ଉଠିଛି ପ୍ରଶ୍ନ।
ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ, ଘଟଣାର ତଦନ୍ତ ଦାବି

03/08/2026

#ଅକ୍ଷାତ_ପଲ୍ଲୀର_ସେକ୍_ଆରବାଜ୍_ହେବ_ବୈଜ୍ଞାନିକ

ଆକ୍ଷାତ ପଲ୍ଲୀର ଗାଉଁଲି ପିଲା ହେବ ବୈଜ୍ଞାନିକ।ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ସବୁ କିଛି ହାରମାନେ।ଯଦି ଦୃଢ଼ ଇଚ୍ଛାଶକ୍ତି ଅଛି ପଙ୍ଗୁ ମଧ୍ୟ ଗିରି ଲଂଘି ପାରନ୍ତି।ଏହିଭଳି ଶବ୍ଦ କୁ ଯଥାର୍ଥ ରେ ପ୍ରମାଣିତ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ମୁସ୍ତଫା ପୁର ଗ୍ରାମର ଶେକ୍ ଅରୱାଜ୍ ହୁସେନ।ଗୋଟେ ପଟେ ଅଭାବ ଅନାଟନ ରେ ଦାରିଦ୍ର୍ୟ ରୂପକ ରାକ୍ଷାସ ଗ୍ରାସ କରିଥିବା ବେଳେ ଅନ୍ୟପଟେ ପିତାଙ୍କର ଅକାଳ ବିୟୋଗ ଭାଙ୍ଗି ପାରିନଥିଲା ଅରୱାଜ୍ ର ଲକ୍ଷ କୁ। ପିଲାଟିର ଦୃଢ଼ ଇଚ୍ଛାଶକ୍ତି ଓ ପଢାର ସ୍ପୃହା ଦେଖି ଦେବଦୂତ ସାଜି ଆଗକୁ ବଢ଼ିବା ପାଇଁ ହାତ ବଢାଇଥିଲେ ଏମବି ଇଂଲିଶ ମିଡିୟମ ବିଦ୍ୟାଳୟର ପ୍ରିନ୍ସପାଲ ଶେକ୍ ଆଜାଦ୍ ଅଲି।ବଣିଆ ସୁନାକୁ ଚିହ୍ନିଲା ଭଳି ସେ ତାଙ୍କ ବିଦ୍ୟାଳୟରେ ମାଗଣାରେ ଶିକ୍ଷା ଦେବା ସହିତ ବିଜ୍ଞାନରେ +୨ ପଢ଼ିବା ପାଇଁ ସମସ୍ତ ଦାୟିତ୍ୱ ନେଇଥିଲେ ।ଦ୍ୱାଦଶ ବିଜ୍ଞାନରେ ସହିତ ସମସ୍ତ ପ୍ରକାର କମ୍ପିଟେତିଭ୍ ଦେବାକୁ ପ୍ରେରଣା ଦେଇଥିଲେ।
ସେ NEST ରେ କ୍ୱାଲିଫାଏ କଲାପରେ NISER ରେ ସମଗ୍ର ଦେଶରେ ୫୭୬ RANK ରଖି ସମଗ୍ର ଅଞ୍ଚଳ ପାଇଁ ଖୁସି ଆଣିଛି।ଜଣେ ନିରକ୍ଷର ମା'ଙ୍କର ଅସୀମ ଆର୍ଶୀବାଦ ଦେବତା ସଦୃଶ ଗୁରୁ ଶେକ୍ ଆଜାଦ୍ ଙ୍କ ନିଜସ୍ୱ କୋଠାର ସାଧନା ଓ ସାଇ ପଡ଼ିଶାଙ୍କ ଆର୍ଶୀବାଦ ସମଗ୍ର ଅଞ୍ଚଳ କୁ ଗୌରବାନିତ କରିବା ସହିତ ଅକ୍ଷାତ ପଲ୍ଲିରୁ ବି ବୈଜ୍ଞାନିକ ଜନ୍ମ ନେଇପାରନ୍ତି ଯେତେ ବି ଜଟିଳ ହେଉନା କାହିଁକି ଯଦି ଦୃଢ଼ ସଂକଳ୍ପ ଥାଏ।

02/08/2026

#ପ୍ରଦେଶ_କଂଗ୍ରେସ_କମିଟି_ତରଫରୁ_ଭଦ୍ରକରେ_ବନ୍ୟାଞ୍ଚଳ_ପରିଦର୍ଶନ_ଓ_ସମୀକ୍ଷା।

ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଏକ ପ୍ରତିନିଧି ଦଳ ବାସୁଦେବ ପୁର ବିଧାୟକ ଓ ଧାମନଗର ଯୁବ ନେତା ଅଭିଷେକ ରାଉତ ଙ୍କ ନେତୃତ୍ୱ ରେ ପ୍ରଭାବିତ ବନ୍ୟାଞ୍ଚଳ ପରିଦର୍ଶନ ଓ ସ୍ଥିତି ସମୀକ୍ଷା କରିବା ସହ ଲୋକମାନଙ୍କ ର ସମସ୍ୟା ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି।ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହ କ୍ଷୟକ୍ଷତିର ସଠିକ୍ ଆକଳନ କରି ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବୀ କରିଥିଲେ।ଆଗାମୀ ଦିନରେ ମଧ୍ୟ ଲୋକଙ୍କ ସମସ୍ୟାରେ କଂଗ୍ରେସ ସବୁବେଳେ ଜନସାଧାରଣ ଙ୍କ ସହ ଅଛି ଆଉ ରହିବ ମଧ୍ୟ।ଏହି ଗସ୍ତ ସମୟରେ ଅଲ ଇଣ୍ଡିଆ ସେବା ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ବନ୍ୟା ପ୍ରପଡ଼ିତ ଲୋକଙ୍କୁ ରିଲିଫ ବଣ୍ଟନ ହୋଇଥିଲା।ଏହି ଦଳରେ ଥିଲେ ସଭାପତି ଅରବିନ୍ଦ ନାୟକ,ପୂର୍ବତନ ବିଧାନ ସଭା ମଣ୍ଡଳି ନେତା ବିଦ୍ୟାଧର ଜେନା ଓ ହୃଦାନନ୍ଦ ସେଠି,କିଷାନ୍ ସେଲର ସଭାପତି ପ୍ରସନ୍ନ ଧଳ ଓ ବରିଷ୍ଟ ନେତା ନିମାଇଁ ଜେନା,ସଞ୍ଜୟ ମିଶ୍ର,କାଳିଆ ପଣ୍ଡା ଓ ରବୀନ୍ଦ୍ର ଜେନା ସହିତ ଅନ୍ୟାନ୍ୟ ନେତ୍ରୁ ମଣ୍ଡଳୀ ।

01/08/2026

#ଧାମନଗର_କଂଗ୍ରେସ_ତରଫରୁ_ବନ୍ୟାଞ୍ଚଳ_ପରିଦର୍ଷନ
#ଧାମନଗରରେ_ବନ୍ୟା_ପରିଚାଳନାରେ_ବିଜେପି_ସରକାର_ବିଫଳ_ଏଭଳି_ଏକ_ଅଭିଯୋଗ_ଆଣିଲେ_କଂଗ୍ରେସ୍_କର୍ମୀ

ସରକାର ଯେଉଁ ଧାମନଗର ବ୍ଲକ ରେ ବନ୍ୟା ନିୟନ୍ତ୍ରଣ ଓ ଲୋକ ମାନଙ୍କୁ ଯୋଗାଇଥିବା ସେବା କୁ ନେଇ ଡିଣ୍ଡିମ ପିଟୁଛନ୍ତି ପ୍ରକୃତରେ ଫମ୍ପା ମାଠିଆ , ଏଭଳି ଅଭିଯୋଗ ହୋଇଛି। ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ ହୁଅନ୍ତୁ କି ଧାମନଗର ବ୍ଲକ ପ୍ରଶାସନ ହୁଅନ୍ତୁ ଲୋକମାନଙ୍କ ପାଖକୁ ଯେଉଁ ସୁବିଧା ସୁଯୋଗ ଯୋଗାଈ ଦେବାକଥା କହୁଛନ୍ତି ତାହା ବାସ୍ତବରେ ମିଛ ବୋଲି ପ୍ରମାଣିତ ହୋଇଛି।ପାଣି ଘେରରେ ଥିବା ଲୋକମାନଙ୍କ ପାଖକୁ ବନ୍ୟା ଚାରିଦିନ ବିତି ଯାଇଥିଲେ ମଧ୍ୟ ରନ୍ଧା ଖାଦ୍ୟ ହେଉକି ଶୁଖିଲା ଖାଦ୍ୟ ହେଉ ଏପର୍ଯ୍ୟନ୍ତ ପହଂଚି ପାରିନଥିବା ଅଭିଯୋଗ ହୋଇଛି। ଗୋ ଖାଦ୍ୟ ହେଉକି ଔଷଧ ହେଉ କିମ୍ବା ପିଇବା ପାଣି ର ସୁବିଧା କେଉଁସ୍ଥାନରେ ବି କରାଯାଇନଥିବାର ଅଭିଯୋଗ ପୂର୍ବତନ ସାଂସଦ ମୁରଲୀଧର ଯେନା କରିଛନ୍ତି। କେଉଁଠି କେମିତି ଆଜି (ଶୁକ୍ରବାର ) ଠାରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯିବାର ଲୋକ ମାନେ କହିଛନ୍ତି।
ଆଜି ଧାମନଗର ବ୍ଲକ କଂଗ୍ରେସ ସଭାପତି ଅରବିନ୍ଦ ନାୟକ ଓ ଭଦ୍ରକ ଜିଲ୍ଲା କଂଗ୍ରେସ ଉପ ସଭାପତି ଅଭିଷେକ ରାଉତ ଙ୍କ ନେତୃତ୍ୱ ରେ କଂଗ୍ରେସ ର ଏକଦଳ ଧାମନଗର ପଂଚାୟତ ସମିତିର ବନ୍ୟା ଆକ୍ରାନ୍ତ ବିଭିନ୍ନ ପଂଚାୟତ ବୁଲି ଲୋକଙ୍କ ଦୁଃଖ ରେ ନିଜକୁ ସାମିଲ କରିଥିଲେ।ଧାମନଗର ବ୍ଲକ କଂଗ୍ରେସ ର ସଦସ୍ୟ ରବୀନ୍ଦ୍ର ଜେନା, ରବୀନ୍ଦ୍ର ବେହେରା, ନିମାଇଁ ଜେନା ପୂର୍ବତନ ଧାମନଗର ନିର୍ବାଚନ ମଣ୍ଡଳୀ ନେତା ହୃଦାନନ୍ଦ ସେଠି, ବିଦ୍ୟାଧର ଯେନା ଓ ବ୍ଲକ କିଷାନ ସେଲ ସଭାପତି ପ୍ରସନ୍ନ ଧଳ ପ୍ରମୁଖ ପାଖା ପାଖି ଚାରିରୁ ପାଞ୍ଚଟି ପଂଚାୟତ ବୁଲିବା ସହିତ ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ।

01/08/2026

#ଭଦ୍ରକ_ରେ_ବନ୍ୟା_ଅଞ୍ଚଳ_ବୁଲି_ସ୍ଥିତି_ସମୀକ୍ଷା_କରୁଛନ୍ତି_ମନ୍ତ୍ରୀ_ସୂର୍ଯ୍ୟବଂଶୀ_ସୂରଜ

• ସାଳନ୍ଦୀ, ବୈତରଣୀ ଓ ଗେଙ୍ଗୁଟି ନଦୀର ବନ୍ୟାଜଳ ପ୍ରବେଶ କରିବା ଫଳରେ ତିହିଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଆଜି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଶ୍ୟାମସୁନ୍ଦରପୁର, କାଁପଡା, ବୋଡ଼କ ଆଦି ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ l
• ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିବା ସହ ରିଲିଫ୍, ସୁରକ୍ଷିତ ଆଶ୍ରୟ, ରନ୍ଧାଖାଦ୍ୟ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଗ୍ରାଉଣ୍ଡ ଜିରୋ ସ୍ଥିତି ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ ସୂରଜ l

• “ଏହି ବିପତ୍ତି ସମୟରେ ଆମେ ଆପଣଙ୍କ ସହ ଅଛୁ, ଆଶଙ୍କିତ ନହୋଇ ସଚେତନ ରହିବାକୁ ଅନୁରୋଧ” - ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି l

• ଆଜି ପର୍ଯ୍ୟନ୍ତ ଧାମନଗର ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୫ଟି ରେସକ୍ୟୁ ଅପରେସନ କରାଯାଇ ୫୬ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ସେଥି ମଧ୍ୟରୁ ୧୫ଟି କ୍ରିଟିକାଲ ରେସକ୍ୟୁ ଅପରେସନ ମାଧ୍ୟମରେ ୧୯ ଜଣଙ୍କ ଜୀବନ ରକ୍ଷା କରାଯାଇଛି
• ⁠ସମୁଦାୟ ୯ଟି ଓଡ୍ରାଫ ଓ ଏନ ଡି ଆର ଏଫ ଟିମ ନିୟୋଜିତ ଅଛନ୍ତି l ଏହା ବାଦ ନିର୍ବାଚନ ମଣ୍ଡଳୀରେ ତିନୋଟି ଦମକଳ ଟିମ ଓ SRC ବୋଟ ସମୂହ ନିୟୋଜିତ ଅଛନ୍ତି l
• ଧାମନଗର ଓ ତିହିଡି଼ ବ୍ଲକ ପାଇଁ ସର୍ବାଧିକ ୧୬୭ ମେଟ୍ରିକ ଟନ ଗୋଖାଦ୍ୟ ମଗାଯାଇଛି ; ସେଥିରୁ ଆଜି ସୁଦ୍ଧା ୧୦୩ ମେଟ୍ରିକ ଟନ ଗୋଖାଦ୍ୟ ପହଂଚିଛି l
• ଗୋଟିଏ ମେଡିକାଲ ଟିମ ଓ ଗୋଟିଏ RWSS ଟିମ ଭୁବନେଶ୍ୱରରୁ ନିୟୋଜିତ ହୋଇଛନ୍ତି
• ⁠ଦୁଇଟି ମୋବାଇଲ ଡ୍ରିକିଙ୍ଗ ୱାଟର ପେକିଙ୍ଗ ୟୁନିଟ ଭେଇକିଲ ନିୟୋଜିତ ହୋଇଛନ୍ତି
• ⁠ସେଣ୍ଟ୍ରାଲ ଆର ଡି ସିଙ୍କ ସମେତ ୩ ଜଣ ବରିଷ୍ଠ ଆଇ ଏ ଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି
• ⁠ପର୍ଯ୍ୟାପ୍ତ ପରିମାଣର ପାଲ ଓ ଔଷଧ ମହଜୁଦ କରାଯାଇ ବଣ୍ଟନ କରାଯାଉଛି
• ⁠୧୫ ଅଧିକ ସାପ କାମୁଡା ରୋଗୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି
• ⁠ବିଗତ ଦୁଇ ଦଶଂଧିରେ ସର୍ବାଧିକ ବନ୍ୟାଜଳ ଆସି ⁠୨୯କିମି ରୁ ଅଧିକ ନଦୀବନ୍ଧ ଓଭର ଟ୍ୟାପିଙ୍ଗ ଥିଲେ ସୁଦ୍ଧା ଗୋଟିଏ ବି ଘାଇ ହୋଇ ନାହିଁ l ୪୦ରୁ ଉର୍ଦ୍ଧ୍ୱ ଘଳିଆ ମରାମତି ସଫଳତାର ସହ ସମ୍ପନ୍ନ ହୋଇଛି

30/07/2026

#ସୋମେଶ_କୁମାର_ଉପାଧ୍ୟାୟ_ହେଲେ_ଭଦ୍ରକ_ଜିଲ୍ଲାପାଳ

ଓଡ଼ିଶା ସରକାର ଭଦ୍ରକ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସୋମେଶ କୁମାର ଉପାଧ୍ୟାୟ (IAS)ଙ୍କୁ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର ଜିଲ୍ଲାପାଳ ଦିଲୀପ ରାଉତରାୟ (IAS) ଜୁଲାଇ ୩୧, ୨୦୨୬ରେ ସରକାରୀ ଚାକିରିରୁ ଅବସର ନେଉଥିବାରୁ ଏହି ନିଯୁକ୍ତି କରାଯାଇଛି।ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ଓଡ଼ିଶା ବସ୍ତ୍ର ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ସୋମେଶ କୁମାର ଉପାଧ୍ୟାୟ ଅଗଷ୍ଟ ୧, ୨୦୨୬ରୁ ଭଦ୍ରକ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ।ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୪(୧) ଅନୁଯାୟୀ ଏହି ନିଯୁକ୍ତି କରାଯାଇଛି ଏବଂ ଓଡ଼ିଶାର ରାଜ୍ୟପାଳ ଏହାକୁ ଅନୁମୋଦନ କରିଛନ୍ତି। ଏହି ବିଜ୍ଞପ୍ତିରେ ସରକାରଙ୍କ ଅତିରିକ୍ତ ସଚିବ ଦେବାଶିଷ ସିଂହ ଜୁଲାଇ ୩୦, ୨୦୨୬ରେ ସ୍ୱାକ୍ଷର କରିଛନ୍ତି।

30/07/2026

#ବୈତରଣୀରେ_ଭାସୁଛି_ଅଜଣା_ମୃତଦେହ
ବର୍ତ୍ତମାନର ବଡ଼ ଖବର ଯାହା ସାମ୍ନାକୁ ଆସିଛି ବୈତରଣୀରେ ଭାସୁଛି ଅଜଣା ମୃତଦେହ ।

ବୈତରଣୀରେ ଆସିଥିବା ବଡ଼ ବନ୍ୟା ରେ ଆଉ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପଲ୍ଲାସାହି ନିକଟ ବୈତରଣୀ ନଦୀରେ ଏକ ଅଜଣା ମୃତଦେହ ଭାସୁ ଥିବାର ଦେଖିବାକୁ ମିଳିଛି।
ଏହା ଦେଖିବା ପାଇଁ ଘଟଣା ସ୍ଥଳରେ ବହୁ ସ୍ଥାନୀୟ ଲୋକ ରୁଣ୍ଡ ହେବା ପରେ ପ୍ରଶାସନ ପକ୍ଷରୁ ଓଡ଼୍ରାଫ୍ ଟିମ୍ ଶବଟିକୁ ଜବତ କରିବାପାଇଁ ନଦୀକୁ ଯାଇଥିବା ସୂଚନା । ଶବଟି ଜବତ ପରେ ତଦନ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

30/07/2026

#ହଦଗଡ଼_ଗେଟ୍_ବନ୍ଦ୍_କରିବାକୁ_ପରାମର୍ଶ_ଦେଲେ_ଭଦ୍ରକ_ବିଧାୟକ

ଭଦ୍ରକରେ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଉ ଗେଟ୍ ନ ଖୋଲି ବନ୍ଦ୍ କରିବାକୁ ପରାମର୍ଶ ଦେଇଛନ୍ତି ।

ଫୋନ୍ ଯୋଗେ ହଦଗଡ଼ ଡ୍ୟାମ ର ଯନ୍ତ୍ରୀ ଙ୍କ ସହ କଥା ହେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ।

30/07/2026

#ମୃତ୍ୟୁ_ସହ_୨୪_ଘଣ୍ଟାର_ସଂଘର୍ଷ
#ବିଲ_ମଝିରେ_ତାଳଗଛ_ଉପରେ_ଫସି_ରହିଥିବା_ଚାଷୀଙ୍କୁ_ଉଦ୍ଧାର
#ଗତକାଲି_ଠାରୁ_ନିଖୋଜ_ଥିବା_ଚାଷୀ_ସୁରକ୍ଷିତ_ଉଦ୍ଧାର

ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ନଦିଗାଁ ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଜଣେ ଚାଷୀ। ବିଲ କାମ କରିବାକୁ ଯାଇ ହଠାତ୍ ବନ୍ୟା ପାଣି ଘେରିଯିବାରୁ ପ୍ରାଣ ବଞ୍ଚାଇବା ପାଇଁ ଏକ ତାଳଗଛ ଉପରକୁ ଚଢ଼ି ଯାଇଥିଲେ। ଆଉ ସେହି ତାଳଗଛ ଉପରେ ପ୍ରାୟ ୨୪ ଘଣ୍ଟା ଧରି ଭୋକ ଓ ଭୟ ମଧ୍ୟରେ କାଟିଥିଲେ ସମୟ। ପୁଅର ଗୋଟିଏ ଫୋନ୍ କଲ୍ ପରେ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ରାତି ତମାମ ଖୁଜାଖୋଜି କରିଥିଲେ ୩ଟି ଉଇଡ୍ରାଫ ଟିମ୍ ହେଲେ ପତ୍ତମିଳିନଥିଲା। ଶେଷରେ ଆଜି ସକାଳୁ ଓଡ୍ରାଫ ଟିମ୍ ସୁରକ୍ଷିତ ଭାବେ ଚାଷୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି।
ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୋଣ୍ଡିଚା ସାହିର ତ୍ରିଲୋଚନ ସାହୁ ବିଲ କାମ କରିବାକୁ ଯାଇଥିବା ବେଳେ ବନ୍ୟା ପାଣି ବଢ଼ିଯିବାରୁ ଫସି ଯାଇଥିଲେ। ଉପାୟ ନପାଇ ସେ ଏକ ତାଳଗଛ ଉପରକୁ ଚଢ଼ି ପ୍ରାଣ ବଞ୍ଚାଇଥିଲେ। ଗତକାଲି ସକାଳ ପ୍ରାୟ ୧୦ଟାରୁ ସେ ତାଳଗଛ ଉପରେ ରହିଥିଲେ। ପରିବାର ଲୋକେ ତାଙ୍କର କୌଣସି ଖୋଜଖବର ନପାଇ ଚିନ୍ତାରେ ପଡ଼ିଥିଲେ।
ତ୍ରିଲୋଚନଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଫୋନ୍ ଯୋଗେ ବାପା ନିଖୋଜ ଥିବା ଓ ବିଲ ମଝିରେ ଫସି ରହିଥିବା ନେଇ ଜଣାଇଥିଲେ। ଖବର ପାଇବା ପରେ ମନ୍ତ୍ରୀ ତୁରନ୍ତ ଉଦ୍ଧାର ପାଇଁ ଟିମ୍ ଗଠନ କରି ଧାମନଗର ଏସଡିପିଓଙ୍କୁ ଦାୟିତ୍ୱ ଦେଇଥିଲେ। ଆଜି ସକାଳ ପ୍ରାୟ ୯ଟା ସମୟରେ ଓଡ୍ରାଫ ଟିମ୍ ଓ ପ୍ରଶାସନର ମିଳିତ ଉଦ୍ୟମରେ ତ୍ରିଲୋଚନ ସାହୁଙ୍କୁ ତାଳଗଛ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ପରିବାର ଲୋକଙ୍କ ମୁହଁରେ ଫୁଟିଛି ହସ, ଆଉ ଅଞ୍ଚଳବାସୀ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି।

29/07/2026

#ଧୂଷୁରୀ_ଆରଡ଼ି_ଯୋଗାଯୋଗ_ବିଛିନ୍ନ

ଧୂଷୁରୀ- ଆରଡ଼ି ଯୋଗଗିଗ ବିଚ୍ଛିନ୍ନ।

ବୈତରଣୀରେ ବଡ଼ ବନ୍ୟା ଆସିବା ଫଳରେ ବୈତରଣୀର ଶାଖା କୋଚିଳା ଓ ଗେଙ୍ଗୁଟି ନଦୀରେ ଜଳସ୍ତର ବଢିବାରେ ଲାଗିଛି ଫଳରେ ଭଦ୍ରକ ଆରଡ଼ି ମୁଖ୍ୟରାସ୍ତା ଧୂଷୁରୀ ବାଜାର ଠାରୁ ପେଟେ ଲେଖାଏଁ ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି , ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ।
ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ଓ ସ୍ଥାନୀୟ ତଥା ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି ସଜାଗ ଥିବା ସୂଚନା ଓ NDRF ଓ ଅଗ୍ନିଶମ ବିଭାଗ ସଂପୂଣ୍ଣ ରୂପେ ସଜାଗ ଥିବା ସୂଚନା। ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ଓ ଶତାଧିକ ଘର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।

ଧୂଷୁରୀ ବଜାରରେ ପ୍ରାୟ ସମସ୍ତ ଦୋକାନ ଘରେ ପାଣି ପଶିଥିବା ଜଣାପଡ଼ିଛି ।

Address

Bhadrak
756100

Alerts

Be the first to know and let us send you an email when Jagannath news odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Jagannath news odia:

Shortcuts

Share