V̤i̤s̤i̤o̤n̤ 24

V̤i̤s̤i̤o̤n̤ 24 Please like and follow page.

18/09/2026

ଭଦ୍ରକରେ ଆରମ୍ଭ ହେଲା ଜିଲ୍ଲା ସ୍ତରୀୟ ମେଗା କ୍ରୀଡ଼ା ଓ ଖେଳ ପ୍ରତିଯୋଗିତା -୨୦୨୬-୨୭
ଭଦ୍ରକ ସହରର ପିଏମ ଶ୍ରୀ ବି.ଏମ ବାଗୁଆରୀ ହାଇସ୍କୁଲ, ବାଗୁରାଇ ପରିସରରେ ଆଜିଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଓ ଖେଳ ମହୋତ୍ସବ-୨୦୨୬-୨୭। ସେପ୍ଟେମ୍ବର ୧୮ ଓ ୧୯ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମହାକୁମ୍ଭରେ ଜିଲ୍ଲାର କୋଣସାନରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ଏହି ମେଗା ଇଭେଣ୍ଟରେ ସାମିଲ ହୋଇଛନ୍ତି।
ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା।

18/09/2026

#କ୍ୟାମେରା_ଦେଖି_ଚେଇକି_ଉଠିଲେ_IIC ସର୍ବସାଧାରଣରେ ଗଞ୍ଜେଇ ଜବତ, କିନ୍ତୁ ଭିଜୁଆଲ୍ ନେବାକୁ ମନା!
ଭଣ୍ଡାରିପୋଖରୀ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା। ସର୍ବସାଧାରଣ ସ୍ଥାନରେ ପୋଲିସ ପକ୍ଷରୁ ଗଞ୍ଜେଇ ଜବତ ଚାଲିଥିବା ବେଳେ, ସେଠାରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ହାତ ହଲାଇ ଭିଡିଓ କିମ୍ବା ଭିଜୁଆଲ୍ ସଂଗ୍ରହ କରିବାକୁ ସିଧାସାଧା ବାରଣ କରିଛନ୍ତି ଭଣ୍ଡାରିପୋଖରୀ IIC। ଜଣେ ସାମ୍ବାଦିକ ଘଟଣାସ୍ଥଳକୁ ଯାଇ ରିପୋର୍ଟିଂ ଏବଂ ଭିଜୁଆଲ୍ ନ ନେଲେ କ'ଣ ନେବେ? ମୁକ୍ତ ସ୍ଥାନରେ ଚାଲିଥିବା କାର୍ଯ୍ୟରୁ ଗଣମାଧ୍ୟମକୁ ଦୂରେଇ ରଖିବାର କାରଣ କ'ଣ? ଏହା ପଛରେ କୌଣସି ଗୋପନୀୟତା ରହିଛି କିମ୍ବା କୌଣସି ତଥ୍ୟ ଲୁଚାଇବାର ପ୍ରୟାସ କରାଯାଉଛି? ପ୍ରଶାସନିକ ସ୍ୱଚ୍ଛତା ଉପରେ ଏଭଳି ଆଚରଣ ଏବେ ବଡ଼ ସନ୍ଦେହ ସୃଷ୍ଟି କରିଛି। ଏନେଇ ସାଧାରଣରେ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି।

18/09/2026

ଭଦ୍ରକ ଜିଲ୍ଲା ସ୍ତରୀୟ କ୍ରୀଡ଼ା ଓ ଖେଳ ମହୋତ୍ସବ-୨୦୨୬-୨୭!

18/09/2026

ଭଦ୍ରକ ଜିଲ୍ଲା କଂଗ୍ରେସର ଚରମ ଚେତାବନୀ!
ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା ହେବାକୁଥିବା ପ୍ରସ୍ତାବିତ ମେଡିକାଲ କଲେଜକୁ ନେଇ ରାଜନୀତି ସରଗରମ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୧୯ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷەوە ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଜାଗା ଯୋଗାଇ ଦିଆଯାଇ ନଥିବାରୁ ଜିଲ୍ଲା କଂଗ୍ରେସ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।
​କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ଆଗାମୀ ୧୫ ଦିନ ଭିତରେ ଯଦି ମେଡିକାଲ କଲେଜ ପାଇଁ ଜାଗା ଘୋଷଣା କରାନଯାଏ, ତେବେ ଜିଲ୍ଲାର ଅଖ ଚକ ବନ୍ଦ କରାଯିବ ଅର୍ଥାତ୍ ଜିଲ୍ଲା ବନ୍ଦ ଡାକରା ଦିଆଯିବ।
​

17/09/2026

ଭଦ୍ରକ ଚରମ୍ପା ସ୍କୁଲରୋଡ଼ର ଆକର୍ଷଣ 'ବୁଦ୍ଧିଆ ଗଣେଷ'
ଭଦ୍ରକ: ଚାରିଆଡ଼େ ଗଣପତି ପୂଜାର ଉତ୍ସବମୁଖର ପରିବେଶ। ଭକ୍ତିଭାବରେ ଝୁଲୁଛି ସମଗ୍ର ଜିଲ୍ଲା। ଏହାରି ମଧ୍ୟରେ ଭଦ୍ରକ ସହରର ପ୍ରମୁଖ ବ୍ୟବସାୟିକ ପୀଠ ତଥା ଚଳଚଞ୍ଚଳ ଅଞ୍ଚଳ ଭାବେ ପରିଚିତ ଚରମ୍ପା ସ୍କୁଲରୋଡ଼ରେ ପୂଜା ପାଉଛନ୍ତି ଆକର୍ଷଣର କେନ୍ଦ୍ରବିନ୍ଦୁ 'ଶ୍ରୀ ଶ୍ରୀ ବୁଦ୍ଧିଆ ଗଣେଷ'।

17/09/2026

ନୂତନ ବ୍ୟବସାୟିକ ପ୍ରତିଷ୍ଠାନ "ମା' ବାସନ୍ତୀ ଦୁର୍ଗା ଟ୍ରେଡ଼ର୍ସ" ର ଶୁଭ ଉଦଘାଟନ।

16/09/2026

✨ ନୂଆ ଷ୍ଟାଇଲ୍, ନୂଆ ପରିଭାଷା! ✨
ଗ୍ରାହକମାନଙ୍କ ପାଇଁ ଭଦ୍ରକରେ ଆସିଗଲା ଭଳିକି ଭଳି ଏବଂ ମନଲୋଭା ରୂପା ଗହଣାର ଏକମାତ୍ର ଭରସାଯୋଗ୍ୟ ଠିକଣା— "SP Silver"! 💍✨
ଆପଣଙ୍କ ବିବାହ, ବ୍ରତ, ପୂଜାପର୍ବ କିମ୍ବା ପ୍ରତିଦିନର ବ୍ୟବହାର ପାଇଁ ଆଧୁନିକ ତଥା ପାରମ୍ପରିକ ଡିଜାଇନ୍‌ର ରୂପା ନେକ୍ଲେସ୍, ଚୁଡ଼ି, ମୁଦି, ପାଉଁଜି ଏବଂ ଆହୁରି ଅନେକ ଆକର୍ଷକ ଗହଣା ଏବେ ଏକା ଛାତ ତଳେ ଉପଲବ୍ଧ।

ଭଦ୍ରକ ବାଇପାସ୍ (ବିଶାଳ ମେଗାମାର୍ଟ ପାଖ), ଭଦ୍ରକ

14/09/2026

ଠିକାଦାର ସଂଘ ଦ୍ୱାରା ଆୟୋଜିତ ଶ୍ରୀ ଶ୍ରୀ ଗଜାନନ ପୂଜା
​ଭଦ୍ରକ: R&B ବିଭାଗର ଠିକାଦାର ସଂଘ ଆନୁକୂଲ୍ୟରେ ଚଳିତ ବର୍ଷ ଅତ୍ୟନ୍ତ ଉତ୍ସାହ ଓ ଭକ୍ତିର ସହ ଶ୍ରୀ ଶ୍ରୀ ଗଜାନନ ପୂଜା ପାଳିତ ହୋଇଯାଇଛି।
​ଏହି ପବିତ୍ର ଅବସରରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ଏକତ୍ରିତ ହୋଇ ବିଘ୍ନନାଶକ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା କରିଥିଲେ। ସମସ୍ତଙ୍କର ମଙ୍ଗଳ, ନିର୍ବିଘ୍ନ କାର୍ଯ୍ୟ ସମ୍ପାଦନ ଏବଂ ସଂଘର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ବନ୍ଧୁତା ଓ ଭାଇଚାରା ବଜାୟ ରଖିବା ପାଇଁ ପ୍ରାର୍ଥନା କରାଯାଇଥିଲା। ପୂଜା କାର୍ଯ୍ୟକ୍ରମ ଶେଷରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା।
​

14/09/2026

ବିଦ୍ୟା ମନ୍ଦିର ରେ ଆଗ୍ରପୂଜ୍ୟ ଗଜାନନ ପୂଜା।

ଆଗକୁ ଆସୁଛି ଭଦ୍ରକର ପ୍ରସିଦ୍ଧ ଐତିହାସିକ କାଳୀପୂଜା। ଏହି ଅବସରରେ ଚରମ୍ପା ଷ୍ଟେସନ ରୋଡ଼ର ଫିଡ଼ର ରୋଡ଼ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ଭଦ...
12/09/2026

ଆଗକୁ ଆସୁଛି ଭଦ୍ରକର ପ୍ରସିଦ୍ଧ ଐତିହାସିକ କାଳୀପୂଜା। ଏହି ଅବସରରେ ଚରମ୍ପା ଷ୍ଟେସନ ରୋଡ଼ର ଫିଡ଼ର ରୋଡ଼ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ନେଇ ଭଦ୍ରକବାସୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି ବିଧାୟକ ସିତାଂଶୁ ଶେଖର ମହାପାତ୍ର। କାମର ମନ୍ଥର ଗତିକୁ ଗୁରୁତର ସହ ନେଇ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କୁ କଡ଼ା ନିର୍ଦ୍ଦେଶ ଦେବା ସହ ପୂଜା ପୂର୍ବରୁ ରାସ୍ତା କାମ ଶେଷ କରିବାକୁ ସ୍ପଷ୍ଟ କରିଛନ୍ତି।

Address

Bhadrak

Alerts

Be the first to know and let us send you an email when V̤i̤s̤i̤o̤n̤ 24 posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share