15/09/2026
ତିନି ସାଙ୍ଗ ଭଦ୍ରକ ରୁ ଯାଇ ପାଠ ପଢୁଥିଲେ | ବୁର୍ଲା ୟୁନିଭରସିଟି ରେ ଏକ କାର୍ଯ୍ୟକ୍ରମ ରେ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଆତ୍ମନିର୍ଭର ଭାରତ କୁ ନେଇ ଅଭିଭାଷଣ ତିନି ସାଙ୍ଗକୁ ଆତ୍ମ ନିର୍ଭର ହେବାକୁ କରିଥିଲା |ସେବେଠାରୁ ତିନି ସାଙ୍ଗ ଏକ ନିଆରା ବ୍ୟବସାୟ ଅଣ୍ଟା ଭିଡ଼ିଲେ |ବୁର୍ଲା ମାର୍ଟ ନାମରେ ଏକ ଆପ ତିଆରି କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଅନଲାଇନ ଶପିଂ ଆପ ବୁର୍ଲା ରେ ଆରମ୍ଭ କଲେ |କାଳ କ୍ରମେ ଆପ ଟି ଲୋକଙ୍କ ଆଦୃତ ହେଲା କିନ୍ତୁ ତିନି ସାଙ୍ଗ ଙ୍କର ବୁର୍ଲା ରେ ପାଠ ପଢା ସରିଗଲା ପରେ ଏବେ ଭଦ୍ରକ ଆସି କିଛି ନୂଆ କରିବାକୁ ମନସ୍ତ କରି ପୁଣି ଆରମ୍ଭ କଲେ ବନ୍ତଃ ଛକରେ ବୁର୍ଲା ମାର୍ଟ ଶପିଂ ଷ୍ଟୋର |