01/08/2023
ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମୀ
ଶ୍ରୀ ଦଶରଥ ହେମ୍ବ୍ରମ୍
ଭାରତରେ ମୋଗଲ ଶାସନ ଚାଲୁଥିବା ସମୟରେ ଇଂରେଜମାନେ ବାଣିଜ୍ୟ-ବ୍ୟାପାର କରିବା ଉଦ୍ଦେଶ୍ୟରେ ୧୬୦୦ ମସିହାରେ ଭାରତକୁ ଆସିଥିଲେ । ପୂର୍ବରୁ ୟୁରୋପୀୟ ବ୍ୟବସାୟୀ ତଥା ପର୍ତ୍ତୁଗୀଜ ଭ୍ରମଣକାରୀ ଭାସ୍କଡାଗାମା ୧୪୯୮ ମସିହାରେ କାଲିକଟ୍ ବନ୍ଦରରେ ଲାଭଜନକ ମସଲା ବାଣିଜ୍ୟ ସନ୍ଧାନରେ ପହଞ୍ଚିଥିଲେ । କିନ୍ତୁ ମୋଗଲ ଶାସକ ନୁରୂଦ୍ଦିନ ମହମ୍ମଦ ଜାହାଙ୍ଗିର ସର୍ବଦା ନିଶାଗ୍ରସ୍ତ ରହୁଥିବାରୁ ଇଂରେଜମାନଙ୍କ ସହିତ ଖୋଲାଖୋଲି ସମ୍ପର୍କ ସ୍ଥାପନ ରଖିବା ଦ୍ୱାରା ୧୬୦୮ ମସିହାରେ ଗୁଜୁରାଟର ସୁରଟ ଠାରେ ଇଂରେଜ ମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ପ୍ରତିଷ୍ଠା କରିବାରେ ସଫଳ ହେଲେ । ପରେ ସେମାନେ ଭାରତର ବିଭିନ୍ନ ଅଞ୍ଚଳରେ ବାଣିଜ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଇଂରାଜୀ ଉପନିବେଶ ସାମ୍ରାଜ୍ୟ ଅଧୀନକୁ ଆଣିବା ପାଇଁ ଅତି ସହଜ ହେଲା ଏବଂ ଭାରତରେ ମନମୁଖୀ ଶାସନ କରିବାର ସ୍ବପ୍ନ ବୁଣିଲେ । ତେଣୁ ୧୬୯୦ ମସିହାରେ Bengal Presidency ପ୍ରତିଷ୍ଠା କରି ଇଂଲଣ୍ଡ ରାଣୀ ଏଲିଯାବେଥ୍-୧ ଙ୍କ ଆଦେଶ ମୁତାବକ ପ୍ରଥମ ବଙ୍ଗ ଗଭର୍ଣ୍ଣର ରୋବର୍ଟ କ୍ଳାଇବ ହେଲେ । ତାଙ୍କ ସମୟରେ ପଲାସୀ ଯୁଦ୍ଧ କରିବା ପରେ ତାଙ୍କ ଅଧୀନରେ ଥିବା ଇଷ୍ଟ ଇଣ୍ଡିଆ କମ୍ପାନୀର ଭାରତୀୟ ସେନା, ବଙ୍ଗ ନବାଵ ସିରାଜ ଉଦୌଲା ଙ୍କୁ ପରାସ୍ତ କରି ଶକ୍ତିଶାଳୀ ହେବାର ବୃହତ ସ୍ବପ୍ନ ଦେଖିଲେ । ୧୭୬୪ ମସିହାରେ ବକ୍ସସାର ଯୁଦ୍ଦ ପରେ ବଙ୍ଗ, ବିହାର, ମିଦିନାପୁର ଏବଂ ଓଡିଶା ର କିଛି ଅଞ୍ଚଳ ଇଂରେଜ ପ୍ରଶାସନିକ ଅଧିକାର ହାସଲ କରିଲା ଏବଂ ଅପୂର୍ବ ଯୁଦ୍ଧର ସଫଳତା ବିଜୟ ହାସଲ କରିବାପରେ Company Counsil of Bengal ପ୍ରତିଷ୍ଠା କରିଲେ । ପରେ ଭାରତୀୟ ବ୍ୟାପାର ରେ ତାହା ଏକ ପ୍ରମୁଖ ଅଂଶ ଗ୍ରହଣକାରୀ ଭାବରେ ପ୍ରତିଷ୍ଠା ହେଲା । ଭାରତ ରେ ଥିବା ପାରମ୍ପରିକ ନୀତି କୁ ହଟାଇ ଇଂରେଜ ମାନେ Self Governance Rule ଆରମ୍ଭ କରିଲେ । ଏମିତି କରିବା ଦ୍ୱାର ସେମାନେ ବହୁତ ଲାଭ ପାଇଲେ ।
ସମ୍ପତ୍ତି ସମ୍ବନ୍ଧିତ ନୂତନ ନିୟମ ଉପସ୍ଥାପନ କରାଗଲା ଏବଂ ଭୂମିକି ବିକ୍ରିଯୋଗୀ କରାଗଲା । ଭୂମିର ବ୍ୟକ୍ତିଗତ ମାଲିକାନାକୁ ପ୍ରଦାନ କରାଗଲା କିନ୍ତୁ ଚାଷୀଙ୍କ ଠୁ ଅଧିକରରୁ ଅଧିକ କର(ଖଜଣା) ଆଦାୟ କରିଲେ । ପୁଞ୍ଜିପୁତ୍ତି ମାନକୁ ଲାଭ ଦେବାପାଇଁ ଖାଦ୍ୟ ଫସଲ ପରିବର୍ତ୍ତେ ବାଣିଜ୍ୟିକ ଫସଲକୁ ଉତ୍ସାହିତ କରାଗଲା । ଉତ୍ପାଦିତ ଫସଲକୁ ବଜାରରେ ଅଗ୍ରଅଧିକାରୀ ଦେବାପାଇଁ ସ୍ଥାନୀୟ ଉଦ୍ୟୋଗକୁ ଚପାଇ ଦିଆଗଲା । ଯେଉଁ ମାନେ ଭୁ-ରାଜସ୍ୱ ଖଜଣା ଦେଇ ପାରିଲେ ନାହିଁ ସେମାନଙ୍କଠୁ (ଆଦିବାସୀ) ଜବରଦସ୍ତ ଜମିକୁ ଛଡାଇ ନେଲେ । କୃଷି ଅର୍ଥ ବ୍ୟବସ୍ଥା ଏବଂ ସାମାଜିକ ଢାଞ୍ଚାରେ ନୂତନ ପରିବର୍ତ୍ତନ ର ଅର୍ଥ କୃଷକ କୁ ଅଧିକରୁ ଅଧିକ ଶୋଷଣରେ ଶିକାର ହେଲେ । ସବୁଠାରୁ ବିଡ଼ମ୍ବନାର ଏୟା ଥିଲା ଯେ, ଇଂରେଜ ମାନେ ପାରମ୍ପରିକ ନୀତି ନିୟମକୁ ଉଚ୍ଛେଦ କରି ଭାରତରେ ଭୂ-ରାଜସ୍ୱ ଆଇନ ପ୍ରଣୟନ କରିଲେ, ଯାହା ଆଦିବାସୀ ଜନଜାତି ମାନେ ସହଜରେ ଗ୍ରହଣ କରି ପାରିଲେ ନାହିଁ । ତେଣୁ ଇଂରେଜ ବିରୋଧରେ ପ୍ରଥମ ସ୍ୱର ଉତ୍ତଳନ କରିଲେ ବିହାର ରାଜ୍ୟର ଥିବା ସୁଲତାନଗଞ୍ଜ ଜିଲ୍ଲାର ତିଲକପୁର ଗ୍ରାମର ଜନ୍ମ ଟିଲକା ମାଝୀ, ତାଙ୍କ ନେତୃତ୍ୱରେ ଅନେକ ଆଦିବାସୀଙ୍କୁ ଏକତ୍ରିତ କରି ଭୂ-ରାଜସ୍ୱ ଆଇନ ବିରୋଧରେ ଇଂରେଜ ମାନଙ୍କ ସହିତ ଲଢେଇ କରିବା ପାଇଁ ଶପଥ ନେଲେ । ୧୭୭୦ ରୁ ୧୭୮୪ ପର୍ଯ୍ୟନ୍ତ ଇଂରେଜ ଏବଂ ଆଦିବାସୀ ଜନଜାତି ମଧ୍ୟରେ ଏ ଲଢେଇ ଚାଲୁ ରହିଲା ।
ତା.୧୧.୦୨.୧୭୫୦ ରିଖରେ ବିହାର ରାଜ୍ୟର ସୁଲତାନଗଞ୍ଜ ଜିଲ୍ଲା ତିଲକପୁର ଗ୍ରାମରେ ବାବା ଟିଲକା ମାଝୀଙ୍କ ଜନ୍ମ । ସାନ୍ତାଳୀ ଭାଷାରେ ଟିଲକା ଅର୍ଥ " ଅଗ୍ନୀ ବର୍ଷଣ ", ଇଂରେଜ ବିରୋଧରେ ଅଗ୍ନୀ ବର୍ଷଣ କରିଥିବାରୁ ତାଙ୍କର ନାମ ଟିଲକା ବୋଲି ଆକଳନ କରାଯାଏ । ଛୋଟ ପିଲା ଥିବା ସମୟରୁ ଟିଲକା ମାଝୀ ବହୁତ ସାହସୀ ଏବଂ କ୍ରୀଡା କସରତରେ ବହୁତ ପାରଂଗମ ଥିଲେ । ସେ ଗ୍ରାମର ମୁଖିଆ ଥିଲେ, ତେଣୁ ସାନ୍ତାଳୀ ଭାଷାରେ ମାଝୀ ସମ୍ବୋଧନ କରାଯାଏ ।
ଦ୍ଵିତୀୟ ଥର ପାଇଁ ରୋବର୍ଟ କ୍ଳାଇବ ୧୭୬୪ ରୁ ୧୭୬୭ ମସିହା ଯାଏଁ Bengal Presidency ରେ Governor ହେଲେ । ୧୭୬୫ ମସିହାରେ ବେଙ୍ଗଲ ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ରାଜସ୍ୱ ଆଦାୟ ଅଧିକାରୀ ଲାଗୁ କରିଲେ । ସେହି ସମୟରେ Warren Hastings Company's Counsil of Bengal କୁ representative କରିଥିଲେ । କିନ୍ତୁ Warren Hastings କୌଣସି କାରଣରୁ ଚାକରି ଛାଡି ଲଣ୍ଡନ ଫେରି ଯାଇଥିଲେ । ପରେ ସେ ୧୭୬୯ ମସିହାରେ ଲଣ୍ଡନରୁ ଆସି Madras Presidency ରେ ଯୋଗଦାନ କରିଲେ । ସେହି ସମୟରେ ଛୋଟନାଗପୁର ଏବଂ ସାନ୍ତାଳ ପ୍ରଗଣା Bengal Presidency ସହିତ ମିଶାଇ ଦିଆଗଲା । ସରକାରୀ ନିୟମ ଅନୁସାରେ ଯେଉଁ ମାନେ ଜଙ୍ଗଲ ଜମି ବ୍ୟବହାର କରିବେ ସେମାନେ ସରକାରଙ୍କୁ ରାଜସ୍ୱ ଭରଣ କରିବେ । ରାଜସ୍ବ ଆଦାୟ କରିବା ପାଇଁ ଇଂରେଜ ମାନେ ସ୍ୱତନ୍ତ୍ର ଜମିଦାର ନିଯୁକ୍ତି କରିଲେ । ଇଷ୍ଟ ଇଣ୍ଡିଆ କଂପାନୀ ଏହି ଜମିଦାର ଗୋଷ୍ଠୀ ଙ୍କ ସହାୟତାରେ ରାଜସ୍ୱ ଅନାଦେୟ ବାବଦକୁ କ୍ରମଶଃ ଆଦିବାସୀଙ୍କର ଅକ୍ତିଆର କରିନେଲେ । ତେଣୁ ଆଦିବାସୀ ଜମି ଧୀରେ ଧୀରେ କମ୍ପାନୀ କବ୍ଜାକୁ ଆସିଲା ।
୧୭୭୦ ମସିହାରେ କରାଳ ଦୁର୍ଭିକ୍ଷ ସମଗ୍ର ଅଞ୍ଚଳକୁ ଗ୍ରାସ କରିଗଲା । ଏମିତି ଚାରି ବର୍ଷ ମଧ୍ୟରେ ବେଙ୍ଗଲ ପ୍ରେସିଡେନସି ରେ ପ୍ରାୟ କୋଟିଏ ରୁ ଅଧିକ ଲୋକଙ୍କ ପ୍ରାଣ ହୋଇଥିଲା । ସେହି ସମୟରେ ତଥା ୧୭୬୯ ରୁ ୧୭୭୩ ଭିତରେ ନିଜ ଲୋକଙ୍କୁ ବଞ୍ଚାଇବାକୁ ଯାଇ ଟିଲକା ମାଝୀ ଇଂରେଜ ବିରୋଧରେ ସଂଗ୍ରାମ କରିବା ପାଇଁ ରଣକ୍ଷେତ୍ରକୁ ଉଲ୍ଲାଇ ଆସିଲେ । ସେ ସମୟରେ ଥିଲା ବେଙ୍ଗଲ ପ୍ରେସିଡେନସିର ଭାଗଲପୁର ସରକାରୀ ତହବିଲ । କିନ୍ତୁ, ୧୭୭୧ ମସିହାରେ Warren Hastings Madrass Presidency ରୁ କଲିକତା କୁ ଆସିଲେ, Governor ଭାବରେ ଦ୍ବାୟିତ୍ୱ ଗ୍ରହଣ କରିଲେ । ସେତେବେଳେ ଟିଲକା ମାଝୀ " ମୁକ୍ତି ଦଳ " ନାମରେ ଏକ ସଂଗଠନ ପ୍ରତିଷ୍ଠା କରିଲେ ଏବଂ ଲୋକମାନଙ୍କ ପେଟରେ ଦାନା ଯୋଗାଇ ବାକୁ ଯାଇ ୧୭୭୨ ମସିହାରେ ଭାଗଲପୁର ଟ୍ରେଜାରୀ ଲୁଟ୍ କରି ସେହି ଅର୍ଥ ଗ୍ରାମବାସୀଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ । ପରବର୍ତ୍ତୀ ସମୟରେ ଟିଲକା ମାଝୀର ଆଦର ଚାରି ଆଡ଼େ ବଢିବା ସହିତ ମୁକ୍ତି ଦଳ ମଜଭୁତ ହେଲା । କିନ୍ତୁ ଇଂରେଜ ସରକାରଙ୍କ ପାଇଁ ପାଲଟିଗଲେ ସେ ବିଦ୍ରୋହର ବଡ଼ ଶତ୍ରୁ । ଇଂରେଜ ମାନଙ୍କ Act ଅନୁସାରେ ପ୍ରଥମ ଥର ପାଇଁ ୧୭୭୨ ମସିହାରେ Warren Hastings Governor General of Bengal ନୂତନ ଦ୍ବାୟିତ୍ୱ ନେଇଥିଲେ କିନ୍ତୁ ଟିଲକା ମାଝୀଙ୍କର ଏଭଳି ବିଦ୍ରୋହ ଦେଖି Warren Hasting ମୁଣ୍ଡରେ ଆଘାତ ପହଞ୍ଚାଇ ଦେଇଥିଲା । ଟିଲକା ମାଝୀର ଏଭଳି କାର୍ଯ୍ୟକୁ ନିବୃତ କରିବା ପାଇଁ ରଣନୀତି Warren Hastings ଆରମ୍ଭ କରିଲେ । କିନ୍ତୁ ୧୭୭୮ ମସିହାରେ ଟିଲକା ମାଝୀ ଙ୍କ ନେତୃତ୍ୱରେ ରାମଗଡ କଷ୍ଟନମେଣ୍ଟର ପଞ୍ଜାବ ରେଜିମେଣ୍ଟ କମ୍ପାନୀ ଉପରେ ଆକ୍ରମଣ କରି ସେ ସମଗ୍ର ଅଞ୍ଚଳ କୁ ନିଜ ଅକ୍ତିଆରେ ନେଇଗଲେ । ତାଙ୍କ ପାରମ୍ପାରିକ ଧନୁ ତୀର, ବର୍ଚ୍ଛା ସାମ୍ନାରେ ଇଂରେଜ ସରକାରଙ୍କ ବନ୍ଧୁକ ଅକାମୀ ହୋଇଗଲା ।
ଏହା ପରେ ଟିଲକା ମାଝୀ ଇଂରେଜ କବଳରେ ଥିବା ବିଭିନ୍ନ ଅଞ୍ଚଳକୁ ନିଜ ଅକ୍ତିଆର କରି ଆଣିଲେ । ପୁଣି ଥରେ ଇଂରେଜ ଆଇନକୁ ହଟାଇ ପାରମ୍ପରିକ ନୀତି ନିୟମ ଲାଗୁ କରିଲେ । ଅଞ୍ଚଳ ବାସୀ ପୁଣି ଖୁସି ଫେରି ପାଇଲେ ସତ କିନ୍ତୁ Bengal Governor General Warren Hastings ଟିଲକା ମାଝୀଙ୍କୁ ଧରିବା ପାଇଁ ୮୦୦ ଶକ୍ତିଶାଳୀ ସେନାକୁ ନେଇ ସ୍ୱତନ୍ତ୍ର ଦଳ ଗଠନ କରିଲେ । ଏହାର ଦ୍ବାୟିତ୍ୱ ରେ ରହିଲେ Captain Robert Bruck ଯିଏକି ଗରିଲା ଯୁଦ୍ଧରେ ପାରଂଗମ ଥିଲେ । ଦୁଇ ବର୍ଷ କାଳ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ପରେ ବାବା ଟିଲକା ମାଝୀଙ୍କୁ ଧରିବା ଏତେ ସହଜ ନୁହଁ କହି Warren Hastings ଙ୍କୁ ରିପୋର୍ଟ କରି ଦ୍ବାୟିତ୍ୱ ରୁ ଇସ୍ତଫା ଦେଇଥିଲେ । ୧୭୭୩ ମସିହାରେ ଟିଲକା ମାଝୀଙ୍କୁ ଧରିବା ପାଇଁ Warren Hastings Major Jems Brown ଙ୍କୁ ନିଯୁକ୍ତି ଦ୍ବାୟିତ୍ୱ ଦେଲେ । ୧୭୭୩ ରୁ ୧୭୭୮ ମସିହା ଯାଏଁ ସେହି ଅଞ୍ଚଳରେ ରହି ପାହାଡିଆ ଜନଜାତିଙ୍କୁ ଯେତେ ପ୍ରଲୋଭନ ଦେଲେ ମଧ୍ୟ ଟିଲକା ମାଝୀ ର ସୁରାକ ପାଇ ପାରିଲେ ନାହିଁ । ପରିଶେଷରେ ସେ ମଧ୍ୟ ଇସ୍ତଫା ଦେଇଥିଲେ । ୧୭୭୯ ମସିହାରେ ଟିଲକା ମାଝୀ ଙ୍କୁ ଧରିବା ପାଇଁ ପୁଣି ଯୁବ Collector Augustus Cleveland ଙ୍କ ଉପରେ Warren Hastings ଦ୍ବାୟିତ୍ୱ ନେସ୍ତ କରିଲେ । ସେତେବେଳେ କୁ ଦୀର୍ଘ ୧୦ ବର୍ଷ ବିତି ଯାଇଥିଲା । କିନ୍ତୁ ଇଂରେଜ ସରକାର ଆଦିବାସୀ ଜନଜାତିଙ୍କୁ କୌଣସି ପ୍ରଲୋଭନ ଦେଖାଇ ପ୍ରଲୋଭିତ କରି ପାରି ନଥିଲେ । ଯୁବ Collector Augustus Cleveland ଏହା ଜଣା ଥିଲା ଯେ ଆଦିବାସୀ ଜନତାତିଙ୍କୁ ପ୍ରଲୋଭିତ କରିହେବ ନାହିଁ, ତେଣୁ ସେ ଏକ ଅଭିନବ କୌଶଳ ପ୍ରୟୋଗ କରିଲେ । ସମ୍ପ୍ରଦାୟ ମଧ୍ୟରେ ଭେଦ ଭାବ ସୃଷ୍ଟି କରିବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁସ୍ତ କରିଲେ । କିଛି ସାନ୍ତାଳ ସମ୍ପ୍ରଦାୟର ଲୋକ ଙ୍କୁ ନେଇ ଯୁବ collector ସାନ୍ତାଳୀ ଭାଷା ଶିଖିଲେ । ସାନ୍ତାଳୀ ମାନଙ୍କ ସହିତ ଖୋଲା ମନରେ କଥା ହେଲେ । ପର୍ବ ପର୍ବାଣୀରେ ସେ ମଧ୍ୟ ସାମିଲ ହେଲେ । ବିନା ଅଙ୍ଗରକ୍ଷୀ ସାହାଯ୍ୟ ରେ ସେ ଗ୍ରାମକୁ ଯାଇ ମହିଳା ଏବଂ ଶିଶୁ ମାନଙ୍କୁ ଉପହାର ଦେଉଥିଲେ । ସାନ୍ତାଳ ମାନଙ୍କ ମଧ୍ୟରେ ଏକ ସେନା ବାହିନୀ ତିଆର କରି ପ୍ରତି ସେନାକୁ ଦରମା ପ୍ରଦାନ କରିଲେ । ଟିଲକା ମାଝୀଙ୍କୁ ସେନା ବାହିନୀ ରେ ମୁଖ୍ୟ କରିବା ପାଇଁ ଅନୁରୋଧ କରିଲେ କିନ୍ତୁ ଟିଲକା ମାଝୀ ପାଇଁ ଇଂରେଜ ଫାଶ ଜାଣି ଟିଲକା ମାଝୀ ତାଙ୍କ କଥା ରେ ରାଜି ହେଲେ ନାହିଁ । ପରେ ଇଂରେଜ ସରକାର ଆଦିବାସୀଙ୍କ ପାଇଁ ଭିବିନ୍ନ ଯୋଜନା କରିଲେ କିନ୍ତୁ କେହି ରାଜି ନହେବାରୁ ଇଂରେଜ ଯୋଜନା ବାଟ ଖାଇଗଲା । ଏତିକି ବେଳେ ଟିଲକା ମାଝୀ ସମସ୍ତଙ୍କୁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଲେ ଏବଂ ତାଙ୍କର ଉକ୍ତି ଥିଲା ଯଦି, ଇଂରେଜ ସରକାର ଆମର ଉନ୍ନତି ଚାହୁଁଛି ତେବେ ସମସ୍ତଙ୍କ ପାଇଁ ଲାଗୁ କରାଯାଉ, ପାତର ଅନ୍ତର କାହିଁ ଯୋଜନାରେ ନୀତି ଅବଲମ୍ବନ କରା ଯାଉଛି । ସରକାରଙ୍କ ପ୍ରତିଟି ଯୋଜନା ଆମ ମଧ୍ୟରେ ଭେଦ ଭାବ ସୃଷ୍ଟି କରିବା ପାଇଁ ନୀତି ଆପଣାଉଛି । ତେଣୁ ସମସ୍ତେ ଏଠି ପ୍ରତି ଯତ୍ନବାନ ହେବା ବିଧେୟ ।
ତା.୧୩.୦୧.୧୭୮୪ ମସିହାରେ ଟିଲକା ମାଝୀ ନିଜ ସହଯୋଗୀଙ୍କୁ ନେଇ ଭାଗଲପୁର ଆକ୍ରମଣ କରିଲେ । ଇଂରେଜ ଫୋର୍ସ ର ନେତୃତ୍ୱ ନେଇଥିବା ଭାଗଲପୁର ଯୁବ କଲେକ୍ଟର Augustus Cleveland ଙ୍କୁ ଟିଲକା ମାଝୀ ଏକ ତାଳ ଗଛରେ ଚଢ଼ି ଲକ୍ଷ କରି ତୀର ଚଳାଇଥିଲେ । ସେହି ବିଷାକ୍ତ ତୀର ପ୍ରଭାବରେ Augustus Cleveland ଚିକିତ୍ସାଧୀନ ରେ ପ୍ରାଣ ହୋଇଥିଲା । ମୃତ୍ୟୁ ବେଳକୁ Augustus Cleveland ମାତ୍ର ୨୯ ବର୍ଷ ଥିଲା, ଯାହା ଇଂରେଜ ମାନଙ୍କ ପାଇଁ ଟିଲକା ମାଝୀ ବଡ଼ ଅବରୋଧ ପାହାଡ଼ ପରି ଛିଡା ହେଲା ଭାବି ଇଂରେଜ ଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଲା । ସମ୍ପୂର୍ଣ୍ଣ ଇଂରେଜ ମାନଙ୍କର ଆଖିରୁ ନିଦ ହଜିଗଲାଣି । Warren Hastings ଙ୍କ Governor General ସମୟରେ ଏକା ଟିଲକା ମାଝୀ ହିଁ ହଇରାଣ ହରକତ ଭାବି ଟିଲକା ଙ୍କୁ ଧରିବା ପାଇଁ ୧୭୮୪ ମସିହାରେ ଲେଫ୍ଟନାଂଟ ଜେନେରାଲ ଏରି କୁଟ ଙ୍କ ଦ୍ବାୟିତ୍ୱ ସମର୍ପଣ କରିବା ପରେ ବିସ୍ତ୍ରୁତ ସାମରିକ ଯୋଜନା କରିଲେ । କିଛି ଦିନ ପରେ ଅଚାନକ ଇଂରେଜ ସେନା ଯେଉଁଠି ଟିଲକା ମାଝୀ ବାସ କରୁଥିଲେ ସେଠାରେ ଯାଇଁ ଚାରି ପଟୁ ଘେରିଲେ । ଟିଲକା ମାଝୀ ଙ୍କୁ ଧରିବାରେ ଇଂରେଜ ସେନା ସଫଳ ହେଲେ । କିନ୍ତୁ ଦୁଃଖ ଲାଗେ, ଟିଲକା ମାଝୀଙ୍କ ଅତି ସରଳ ବିଶ୍ୱାସୀ, ଗୁପ୍ତଚର ହିଁ ସ୍ୱାର୍ଥ ପାଇଁ ଟିଲକା ମାଝୀଙ୍କ ଗୁପ୍ତ ରହଣି ବିଷୟରେ ଇଂରେଜଙ୍କୁ ଜଣେଇବାରୁ ଟିଲକା ଙ୍କୁ ଧରିବାରେ ବିରାଟ ବଡ ଇଂରେଜ ମାନେ ସଫଳ ହେଲେ । ଟିଲକା ଙ୍କୁ କାବୁ କରିବା ପରେ ଚାରଟି ଘୋଡ଼ା ଲାଗିଥିବା ଗାଡ଼ିରେ ଜଙ୍ଗଲ ରୁ ଟାଣି ଟାଣି ଭାଗଲପୁର ଅଣାଗଲା । ତଥାପି ଟିଲକା ମାଝୀ ଜୀବିତ ଥିଲେ, ତାଙ୍କ ଆଖିରୁ ସଂଗ୍ରାମ କରିବାର ଅଗ୍ନୀ ବର୍ଷଣ ହେଉଥିଲା । ତା.୧୩ ୦୧.୧୭୮୫ ମସିହାରେ ସର୍ବ ସମ୍ମୁଖରେ ମୁକ୍ତ ପ୍ରାଙ୍ଗଳରେ ଥିବା ଦୁଇଟି ବିରାଟ ବଟ ବୃକ୍ଷରେ ଦୁଇ ହାତ ଗୋଡ ବାନ୍ଧି ଫାଶୀ ଦିଆଗଲା। ଦୁଇ ହାତ ଗୋଡ଼ ବାନ୍ଧି ଦିଆଯାଇଥିବା ଶରୀରକୁ ଦି-ଫାଳ କରାଗଲା। ଏଭଳି କରିବା ଦ୍ୱାର ଇଂରେଜ ଅଧିକାରୀ ମାନେ ଆଶା କରୁଥିଲେ, ଏହା ପରେ ଆଉ କେହି ଇଂରେଜ ସରକାରଙ୍କ ବିରୋଧରେ ବିଦ୍ରୋହ କରିବାରେ ଭାରତୀୟ ସତସାହାସ କିମ୍ବା ଲିପ୍ତ ରହିବେ ନାହିଁ । କିନ୍ତୁ ଇଂରେଜ ମାନେ ଟିଲକା ମାଝୀଙ୍କ ଫାଶୀ କରିବା ପରେ ଭାରତ ବର୍ଷରେ ଅନେକ ସ୍ଥାନରେ ଇଂରେଜ ବିରୋଧରେ ବିଦ୍ରୋହ କରିବା ପାଇଁ ଭାରତୀୟ ମୁଣ୍ଡ ଟେକିଲେ । ବଙ୍ଗର ପ୍ରଥମ Governor General Warren Hastings ଟିଲକା ମାଝୀ ଙ୍କ ସହିତ ଲଢେଇ କରି କରି ତାଙ୍କର କାର୍ଯ୍ୟକାଳ ୧୭୮୫ ମସିହାରେ ସରିଲା । ଏହା ପରେ ଦ୍ଵିତୀୟ Governor General of Bengal ୧୭୮୬ ରୁ ୧୭୯୩ ପର୍ଯ୍ୟନ୍ତ Lord Cornwallis ଙ୍କୁ ଦ୍ବାୟିତ୍ୱ ଦିଆଗଲା । ଯେଉଁ ସମୟରେ ଇଂରେଜ ଶାସନ ବିରୋଧରେ କେହି ସ୍ୱର ଉତ୍ତଳନ କରୁ ନଥିଲେ ସେହି ସମୟରେ ପ୍ରଥମ ଥର ବାବା ଟିଲକା ମାଝୀ ଇଂରେଜ ବିରୋଧରେ ଯୁଦ୍ଧ କରି ଦେଶ ସ୍ବାଧୀନତାର ରାସ୍ତା ଖୋଲି ଦେଇଗଲେ । ଦୀର୍ଘ ବାର ବର୍ଷ ତଥା ୧୭୭୦ ରୁ ୧୭୮୪ ମସିହା ଯାଏଁ ଇଂରେଜ ସହିତ ଲଢେଇ କରି ଯେଉଁ ପରାକ୍ରମୀ ଦେଖାଇଛନ୍ତି ତାହା ଭାରତ ଦେଶ ସବୁଦିନ ପାଇଁ ମନେ ରଖୁଥିବ ଏବଂ ଇଂରେଜ ଶାସନ ର ଯେଉଁ ପତନ ହେବାକୁ ଥିଲା ଲଣ୍ଡନବାସୀ ମାନେ କେବେ ଭୁଲି ପାରିବେ ନାହିଁ ।
***
ଦୁର୍ନୀତି ନିବାରଣ ଅଧିକାରୀ,ଦୁର୍ନୀତି ନିବାରଣ ବିଭାଗ, ବାଲେଶ୍ଵର ଖଣ୍ଡ ବାଲେଶ୍ୱର ।