23/07/2026
ଅସୁରାଳିରେ ଭାରତୀ ଫ୍ଲାଏଆଶ୍ ବ୍ରିକ୍ କାରଖାନାର ଶୁଭ ଉଦ୍ଘାଟନ
ଅସୁରାଳି ଅଞ୍ଚଳର ବରୁଣେଇ ମନ୍ଦିର ନିକଟରେ ନୂତନ ଭାବେ ପ୍ରତିଷ୍ଠିତ “ଭାରତୀ ଫ୍ଲାଏଆଶ୍ ବ୍ରିକ୍” ନିର୍ମାଣ କାରଖାନାର ଆଜି ଶୁଭ ଉଦ୍ଘାଟନ ହୋଇଯାଇଛି।
ଏହି ଶୁଭ ଉଦ୍ଘାଟନ ସମାରୋହରେ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସଂଗ୍ରାମ ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ନୂତନ କାରଖାନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅଞ୍ଚଳବାସୀ, ଅତିଥି ଓ ଶୁଭେଚ୍ଛୁମାନଙ୍କ ଉପସ୍ଥିତିରେ ଉଦ୍ଘାଟନୀ କାର୍ଯ୍ୟକ୍ରମ ଉତ୍ସବମୁଖର ହୋଇଉଠିଥିଲା।
ଘର, ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ସମେତ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ଉଚ୍ଚମାନର ଫ୍ଲାଏଆଶ୍ ସିମେଣ୍ଟ ଇଟା ଏଠାରେ ଉପଲବ୍ଧ ହେବ। ମଜବୁତ ଓ ଟିକାଉ ଗୁଣବତ୍ତା, ସଠିକ୍ ଆକାର, ଉତ୍କୃଷ୍ଟ ଫିନିଶିଂ ଏବଂ ସୁଲଭ ମୂଲ୍ୟରେ ଇଟା ଯୋଗାଇବା ଏହି କାରଖାନାର ମୁଖ୍ୟ ଲକ୍ଷ୍ୟ ବୋଲି ପ୍ରୋପ୍ରାଇଟର ଶ୍ରୀକାନ୍ତ ସାହୁ ପ୍ରକାଶ କରିଛନ୍ତି।
ଅସୁରାଳି ଅଞ୍ଚଳରେ ନିର୍ମାଣ ସାମଗ୍ରୀର ଚାହିଦା ପୂରଣ ସହିତ ଏହି ନୂତନ ଶିଳ୍ପ ପ୍ରତିଷ୍ଠାନ ସ୍ଥାନୀୟ ଅଞ୍ଚଳର ଆର୍ଥିକ ବିକାଶରେ ମଧ୍ୟ ସହାୟକ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।