
04/08/2025
🙏🙏🙏କରୁଣାନିଧିଙ୍କ କରୁଣା🙏🙏🙏
ଥରେ ଭଗବାନ ରାମ ଏବଂ ଲକ୍ଷ୍ମଣ, ଦୁଇ ଭାଇ ଏକ ସରୋବର ରେ ସ୍ନାନ କରିବାକୁ ଓହ୍ଲାଇଲେ। ତା ଆଗରୁ ସେମାନେ ନିଜ - ନିଜ ଧନୁଷ କୁ ସରୋବର ତଟରେ ପୋତିଦେଲେ। ଯେତେବେଳେ ସ୍ନାନ ସମାପ୍ତ କରି ସେମାନେ ଉପରକୁ ଆସିଲେ, ଲକ୍ଷ୍ମଣ ଦେଖିଲେ ଯେ ତାଙ୍କ ଧନୁଷ ର କଣ ରେ ରକ୍ତ ଲାଗିଛି!
ସେ ଭଗବାନ ରାମଙ୍କୁ କହିଲେ - "ଭ୍ରାତାଶ୍ରୀ ! ଲାଗୁଛି ଆମ ଅଜାଣତ ରେ କୌଣସି ହିଂସା ଘଟିଯାଇଛି।"
ସେମାନେ ମାଟି ଖୋଳି ଦେଖିଲେ ଯେ ସେଠାରେ ଗୋଟିଏ ବେଙ୍ଗ ମରଣାସନ୍ନ ଅବସ୍ଥାରେ ପଡ଼ିଛି।
ଭଗବାନ ରାମ କରୁଣାବଶତଃ ବେଙ୍ଗ କୁ ହାତରେ ଉଠାଇ ପଚାରିଲେ - " ତୋ ଦେହରେ ଯେତେବେଳେ ଧନୁଷ ଲାଗିଲା, ତୁ ବୋବାଇଲୁ ନାହିଁ କାହିଁକି ? କିଛି ହଲଚଲ କି ଛଟପଟ ହୋଇଥିଲେ ତ ଆମେ ତୋତେ ବଞ୍ଚାଇ ପାରିଥାନ୍ତୁ। ଯେତେବେଳେ ସାପ ତୁମକୁ ଧରେ, ସେତେବେଳେ ତୁ ତ 'ରାମ-ରାମ' ଚିତ୍କାର କରୁ! ଧନୁଷ ଲାଗିଲା କିନ୍ତୁ କାହିଁକି କିଛି କହିଲୁ ନାହିଁ ?"
ବେଙ୍ଗ କହିଲା - "ପ୍ରଭୁ! ଯେତେବେଳେ ସାପ ମୋତେ ଧରେ, ସେତେବେଳେ ମୁଁ 'ରାମ-ରାମ' ଚିତ୍କାର କରେ। ଏକ ଆଶା ଏବଂ ବିଶ୍ୱାସ ରହେ ଯେ ଭଗବାନ ନିଶ୍ଚିତ ମୋର ଡାକ ଶୁଣିବେ। କିନ୍ତୁ ଆଜି ଦେଖିଲି ଯେ ସାକ୍ଷାତ୍ ଭଗବାନ ଶ୍ରୀରାମ ନିଜେ ମୋତେ ଆଘାତ କରୁଛନ୍ତି, ତେବେ କାହାକୁ ବା ଡାକିବି ? ଆପଣଙ୍କୁ ଛାଡ଼ି ଅନ୍ୟ କାହାର ନାମ ତ ମୋର ମନେ ପଡ଼ିଲା ନାହିଁ। ଏହାକୁ ମୋର ସୌଭାଗ୍ୟ ମଣି ଚୁପଚାପ ସହି ନେଇଥିଲି।।"
**ସତ୍ୟ ଭକ୍ତ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଭଗବାନଙ୍କ ଆଶୀର୍ବାଦ ମନେ କରି ତାହାକୁ ଗ୍ରହଣ କରନ୍ତି। ଯେତେବେଳେ ଦୁଃଖ ଥାଏ, ସେମାନେ ଏହାକୁ ନିଜ ଭୂଲିର ଶିକ୍ଷା ମନେ କରନ୍ତି, ଏବଂ ଯେତେବେଳେ ସୁଖ ଥାଏ, ସେହିଥିରେ ଭଗବାନଙ୍କ କୃପା ଦେଖନ୍ତି।
🙏🙏🙏🙏🙏🙏🙏🙏🙏