Swabhimani Odia

Swabhimani Odia I love my odisha...Pride of my odia language

ଭରା ନଈରେ ବାପା ସାଜିଲା ବାହୁବଳି! ମାଡ଼ିଆସୁଛି ପ୍ରଖର ସୁଅ, କାନ୍ଧରେ ବସିଛି କୁନିଝିଅ...                     ଦୁଇ ମାସର ଶିଶୁକୁ କାନ୍ଧରେ...
24/08/2026

ଭରା ନଈରେ ବାପା ସାଜିଲା ବାହୁବଳି! ମାଡ଼ିଆସୁଛି ପ୍ରଖର ସୁଅ, କାନ୍ଧରେ ବସିଛି କୁନିଝିଅ...


ଦୁଇ ମାସର ଶିଶୁକୁ କାନ୍ଧରେ ଧରି ଉଛୁଳା ନାଳ ପାର ହେଉଛନ୍ତି ବାପା। ସାମ୍ନାରେ ଭରା ନାଳ, ଆଉ ପାଦ ତଳେ ନାହିଁ କୌଣସି ସୁରକ୍ଷିତ ରାସ୍ତା। ଶିଶୁକୁ ସୁରକ୍ଷିତ ଭାବେ ପାର କରାଇବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ନାଳ ଭିତରେ ପଶୁଛନ୍ତି ବାପା। ଏଭଳି ଛାତି ଥରାଇଦେବା ଭଳି ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ କେ-ବଲାଙ୍ଗ ପଞ୍ଚାୟତର ବାକରଟୋଲା ଓ ଗାଢାଟୋଲା ଅଞ୍ଚଳରୁ ସାମ୍ନାକୁ ଆସିଛି। ବ୍ରିଜ୍ ନଥିବାରୁ ବର୍ଷା ଦିନେ ଏହି ଅଞ୍ଚଳର ଲୋକଙ୍କ ଜୀବନ ଦୁର୍ବିଷହ ହୋଇପଡ଼ୁଛି। ବର୍ଷା ହେଲେ ନାଳରେ ପାଣି ବଢ଼ିଯାଏ। ପାଣିର ସ୍ରୋତ ମଧ୍ୟ ଏତେ ଅଧିକ ରହେ ଯେ, ନାଳ ପାର ହେବା ବେଳେ ଯେକୌଣସି ସମୟରେ ବଡ଼ ଅଘଟଣ ଘଟିପାରେ। ତଥାପି ଜରୁରୀ ଆବଶ୍ୟକତା ପାଇଁ ଲୋକଙ୍କୁ ଏହି ବିପଦପୂର୍ଣ୍ଣ ରାସ୍ତା ଦେଇ ଯାତାୟାତ କରିବାକୁ ପଡ଼ୁଛି।
ସୂଚନା ଅନୁସାରେ, କେ-ବଲାଙ୍ଗ ମେଡିକାଲରୁ ଫେରୁଥିବା ସମୟରେ ଏହି ପରିବାରକୁ ନାଳ ପାର ହେବାକୁ ପଡ଼ିଥିଲା। କୋଳରେ ଥିଲା ମାତ୍ର ଦୁଇ ମାସର ଶିଶୁ। ନାଳରେ ପାଣି ଭରି ରହିଥିବା ବେଳେ ଶିଶୁକୁ କାନ୍ଧରେ ଧରି ବାପା ନାଳ ଭିତରେ ପଶିଥିଲେ। ଗୋଟିଏ ଭୁଲ ପାଦ ଓ ଗୋଟିଏ ମୁହୂର୍ତ୍ତର ଅସାବଧାନତା ଶିଶୁ ସମେତ ତାଙ୍କ ଜୀବନ ପାଇଁ ବିପଦ ଆଣିପାରିଥାନ୍ତା। କେବଳ ଏହି ପରିବାର ନୁହେଁ, ବର୍ଷା ଦିନେ ଏହି ନାଳ ପାର ହେବା ଏଠାକାର ଲୋକଙ୍କ ନିତିଦିନିଆ ସଂଘର୍ଷ ପାଲଟିଛି। ଗାଁରେ କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଆସିବା ମଧ୍ୟ କଷ୍ଟକର ହୋଇପଡ଼େ। ଫଳରେ ରୋଗୀଙ୍କୁ ଖଟିଆରେ ବୋହି ନାଳ ପାର କରାଇବାକୁ ପଡ଼ୁଛି। ଅତି ଜରୁରୀ ସ୍ଥିତିରେ ମଧ୍ୟ ଲୋକଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିବା କୁହାଯାଉଛି।
ସବୁଠାରୁ ଦୁଃଖଦ କଥା ହେଉଛି, ଜୀବନ ଚାଲିଗଲା ପରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳୁନାହିଁ। ଗାଁରେ କାହାର ମୃତ୍ୟୁ ହେଲେ ଶବକୁ ମଧ୍ୟ ଏହି ନାଳ ପାର କରାଇ ନେବାକୁ ପଡ଼ୁଥିବା ଅଭିଯୋଗ ରହିଛି। ଅର୍ଥାତ୍ ଜୀବିତ ଥିବା ସମୟରେ ରୋଗୀ ହୁଅନ୍ତୁ କି ମୃତ୍ୟୁ ପରେ ଶବ—ସମସ୍ତଙ୍କ ପାଇଁ ଏହି ନାଳ ହିଁ ଏକମାତ୍ର ବାଧା ହୋଇ ଛିଡ଼ା ହୋଇଛି। ବର୍ଷା ଆସିଲେ ବାକରଟୋଲା ଓ ଗାଢାଟୋଲାର ଲୋକେ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ନ୍ତି। ଛାତ୍ରଛାତ୍ରୀଙ୍କ ଯାତାୟାତଠାରୁ ଆରମ୍ଭ କରି ରୋଗୀଙ୍କୁ ହସ୍ପିଟାଲ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ କାମରେ ବିପଦ ରହିଥାଏ। ନାଳରେ ପାଣି କମିବା ପର୍ଯ୍ୟନ୍ତ ଅନେକ ସମୟରେ ଲୋକଙ୍କୁ ନିଜ ଘର ଅଞ୍ଚଳରେ ଅଟକି ରହିବାକୁ ପଡ଼େ। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ନେଇ ପ୍ରଶ୍ନ ଉଠିଛି। ଏତେ ବର୍ଷ ଧରି ଲୋକେ ଜୀବନକୁ ବାଜିରେ ଲଗାଇ ନାଳ ପାର ହେଉଥିବା ବେଳେ କେବେ ହେବ ସ୍ଥାୟୀ ସମାଧାନ? କେବେ ନିର୍ମାଣ ହେବ ବ୍ରିଜ୍? ଏବେ ଏହି ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛନ୍ତି ବାକରଟୋଲା ଓ ଗାଢାଟୋଲାର ଲୋକେ।

କିପରି ସାବଧାନରେ ଚଳିବେ — ଜୀବନରେ ମନେ ରଖନ୍ତୁ ଏହି କଥା🔴 ନମସ୍କାର ଦର୍ଶକବନ୍ଧୁ 🔴ଜୀବନରେ ଆମେ ପ୍ରତିଦିନ ଅନେକ ଲୋକଙ୍କୁ ଭେଟୁ, ଅନେକ ପରିସ୍ଥ...
24/08/2026

କିପରି ସାବଧାନରେ ଚଳିବେ — ଜୀବନରେ ମନେ ରଖନ୍ତୁ ଏହି କଥା

🔴 ନମସ୍କାର ଦର୍ଶକବନ୍ଧୁ 🔴

ଜୀବନରେ ଆମେ ପ୍ରତିଦିନ ଅନେକ ଲୋକଙ୍କୁ ଭେଟୁ, ଅନେକ ପରିସ୍ଥିତିର ସାମ୍ନା କରୁ ଏବଂ ଅନେକ ନିଷ୍ପତ୍ତି ନେଉ।

କିନ୍ତୁ ଜୀବନରେ କିଛି କଥା ଏମିତି ଅଛି, ଯାହାକୁ ସମୟରେ ମନେ ରଖିଲେ ଆମେ ଅନେକ ଅସୁବିଧାରୁ ବଞ୍ଚିପାରିବା।

ଆଜି ଆମେ ଜାଣିବା ଏମିତି କିଛି ଜୀବନ ନୀତି ଓ ସାବଧାନତାର କଥା, ଯାହା ଆମ ଦୈନନ୍ଦିନ ଜୀବନରେ ବହୁତ ଉପକାରୀ ହୋଇପାରେ।

୧. ଅଜଣା କଥାରେ ତୁରନ୍ତ ବିଶ୍ୱାସ କରନ୍ତୁ ନାହିଁ

କେହି କିଛି କହିଦେଲେ ତାହାକୁ ସତ ବୋଲି ଧରିନେବା ଠିକ୍ ନୁହେଁ।

ପ୍ରଥମେ ଭାବନ୍ତୁ, ଯାଞ୍ଚ କରନ୍ତୁ ଏବଂ ତା'ପରେ ନିଷ୍ପତ୍ତି ନିଅନ୍ତୁ।

କାରଣ ଶୁଣିଥିବା ପ୍ରତ୍ୟେକ କଥା ସତ ହୋଇନପାରେ।

୨. ଗପସପରେ ସବୁବେଳେ ଭରସା କରନ୍ତୁ ନାହିଁ

ଲୋକେ ଅନେକ ସମୟରେ ଗୋଟିଏ କଥାକୁ ଆଉ ଜଣଙ୍କୁ କହିବା ବେଳେ ତାହାରେ ନିଜ ମତ ମିଶାଇଦିଅନ୍ତି।

ଫଳରେ ପ୍ରକୃତ କଥା ବଦଳିଯାଏ।

ତେଣୁ କେବଳ ଗପସପ ଶୁଣି କାହା ବିଷୟରେ ମତ ତିଆରି କରନ୍ତୁ ନାହିଁ।

୩. ନିଜ ପରିବାରର କଥା ସମସ୍ତଙ୍କ ଆଗରେ କହନ୍ତୁ ନାହିଁ

ପରିବାରର ପ୍ରତ୍ୟେକ କଥା ସମସ୍ତଙ୍କୁ କହିବା ଆବଶ୍ୟକ ନାହିଁ।

କିଛି କଥା କେବଳ ପରିବାର ମଧ୍ୟରେ ରହିବା ଭଲ।

କାରଣ ନିଜ ଘରର ଗୁପ୍ତ କଥା ଅନ୍ୟମାନଙ୍କ ପାଖରେ ପହଞ୍ଚିଲେ ପରେ ଅନେକ ସମୟରେ ସମସ୍ୟା ସୃଷ୍ଟି ହୋଇପାରେ।

୪. ଶତ୍ରୁତାକୁ ଅନାବଶ୍ୟକ ଭାବେ ବଢ଼ାନ୍ତୁ ନାହିଁ

ଜୀବନରେ ମତଭେଦ ହୋଇପାରେ।

କିନ୍ତୁ ପ୍ରତ୍ୟେକ ମତଭେଦକୁ ଶତ୍ରୁତାରେ ପରିଣତ କରିବା ଠିକ୍ ନୁହେଁ।

କ୍ଷମା କରିବା ଏବଂ ଠିକ୍ ସମୟରେ ନିଜକୁ ପଛକୁ ନେଇଆସିବା ମଧ୍ୟ ଏକ ପ୍ରକାର ବୁଦ୍ଧିମତା।

୫. ଅଜଣା ଲୋକଙ୍କ ଉପରେ ତୁରନ୍ତ ଅତ୍ୟଧିକ ଭରସା କରନ୍ତୁ ନାହିଁ

ସମସ୍ତଙ୍କୁ ସମ୍ମାନ କରନ୍ତୁ, ଭଲ ବ୍ୟବହାର କରନ୍ତୁ।

କିନ୍ତୁ ବିଶ୍ୱାସ କରିବା ପୂର୍ବରୁ ମଣିଷକୁ ଭଲ ଭାବରେ ଜାଣନ୍ତୁ।

ବିଶ୍ୱାସ ଧୀରେ ଧୀରେ ତିଆରି ହୁଏ; ତୁରନ୍ତ ନୁହେଁ।

୬. ନିଜ ପ୍ରତିଟି କଥା ସମସ୍ତଙ୍କୁ କହନ୍ତୁ ନାହିଁ

ଆପଣଙ୍କ ଯୋଜନା, ଆପଣଙ୍କ ଦୁର୍ବଳତା ଏବଂ ଆପଣଙ୍କ ବ୍ୟକ୍ତିଗତ କଥା ପ୍ରତ୍ୟେକ ଲୋକଙ୍କ ସହ ସେୟାର କରିବା ଆବଶ୍ୟକ ନାହିଁ।

କେଉଁ କଥା କାହାକୁ କହିବା—ଏହା ଜାଣିବା ମଧ୍ୟ ଜୀବନର ଏକ ବଡ଼ କଳା।

୭. କିଣାବିକା ସମୟରେ ତରତରି କରନ୍ତୁ ନାହିଁ

କୌଣସି ଜିନିଷ କିଣିବା ପୂର୍ବରୁ ତାହାର ଦାମ, ଗୁଣବତ୍ତା ଓ ଆବଶ୍ୟକତା ବିଷୟରେ ଭଲ ଭାବରେ ଜାଣନ୍ତୁ।

କେବଳ ଅଫର କିମ୍ବା ଲୋଭନୀୟ ବିଜ୍ଞାପନ ଦେଖି ତୁରନ୍ତ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ।

୮. ଦେବା-ନେବା ବେଳେ ସାବଧାନ ରୁହନ୍ତୁ

ଟଙ୍କା କିମ୍ବା କୌଣସି ମୂଲ୍ୟବାନ ଜିନିଷ ଦେବା-ନେବା ସମୟରେ ସ୍ପଷ୍ଟତା ରଖନ୍ତୁ।

ଆଜିର ଡିଜିଟାଲ୍ ଯୁଗରେ ଅଜଣା ଲିଙ୍କ, OTP, PIN କିମ୍ବା ବ୍ୟାଙ୍କ ସୂଚନା କାହା ସହିତ ସେୟାର କରନ୍ତୁ ନାହିଁ।

୯. ନିଜର ପରିଚୟ ଓ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରଖନ୍ତୁ

ଆଧୁନିକ ଦୁନିଆରେ ତଥ୍ୟ ହିଁ ଏକ ବଡ଼ ସମ୍ପତ୍ତି।

ସେଥିପାଇଁ ନିଜର ବ୍ୟକ୍ତିଗତ ଦଲିଲ, ପାସୱାର୍ଡ, ବ୍ୟାଙ୍କ ସୂଚନା ଏବଂ ଅନ୍ୟ ସମ୍ବେଦନଶୀଳ ତଥ୍ୟକୁ ସୁରକ୍ଷିତ ରଖନ୍ତୁ।

୧୦. ଆଗପଛ ନଭାବି କଥା କହନ୍ତୁ ନାହିଁ

କଥା ତୀର ଭଳି।

ଥରେ ମୁହଁରୁ ବାହାରିଗଲେ ପୁଣି ଫେରାଇ ଆଣିବା କଷ୍ଟକର।

ତେଣୁ ରାଗରେ କିମ୍ବା ଭାବପ୍ରବଣ ହୋଇ କାହାକୁ କିଛି କହିବା ପୂର୍ବରୁ ଥରେ ନିଶ୍ଚୟ ଭାବନ୍ତୁ।

୧୧. ଶାସ୍ତ୍ର ଓ ଜୀବନ ଅନୁଭବରୁ ଶିଖନ୍ତୁ

ଜୀବନରେ ଭୁଲ ହେବା ସ୍ୱାଭାବିକ।

କିନ୍ତୁ ସେହି ଭୁଲରୁ ଶିକ୍ଷା ନେଇ ଆଗକୁ ବଢ଼ିବା ହିଁ ସଫଳ ଜୀବନର ଚିହ୍ନ।

ଅନ୍ୟର ଭୁଲରୁ ଶିଖିପାରିଲେ ନିଜ ଜୀବନର ଅନେକ କଷ୍ଟକୁ ଏଡ଼ାଇପାରିବେ।

🔴 ଶେଷ ବାର୍ତ୍ତା 🔴

ଦର୍ଶକବନ୍ଧୁ,

ଜୀବନରେ ସବୁଠାରୁ ବଡ଼ ଶିକ୍ଷା ହେଉଛି—
ସମସ୍ତଙ୍କୁ ସମ୍ମାନ କରନ୍ତୁ, କିନ୍ତୁ ନିଜ ବିବେକକୁ କେବେ ହରାନ୍ତୁ ନାହିଁ।

କାହାର କଥା ଶୁଣି ତୁରନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଭାବନ୍ତୁ।

କାହାକୁ ବିଶ୍ୱାସ କରିବା ପୂର୍ବରୁ ଜାଣନ୍ତୁ।

ଏବଂ କୌଣସି କଥା ଅନ୍ୟକୁ କହିବା ପୂର୍ବରୁ ନିଜକୁ ପଚାରନ୍ତୁ—

“ଏହି କଥା କହିବା ଆବଶ୍ୟକ କି?”

କାରଣ ଜୀବନରେ ଅନେକ ସମସ୍ୟା ଆମ ପାଖକୁ ବାହାରୁ ଆସେ ନାହିଁ...

ଆମର ଗୋଟିଏ ଭୁଲ କଥା, ଗୋଟିଏ ଭୁଲ ନିଷ୍ପତ୍ତି ଏବଂ ଗୋଟିଏ ଭୁଲ ବିଶ୍ୱାସରୁ ମଧ୍ୟ ସମସ୍ୟା ସୃଷ୍ଟି ହୁଏ।

ତେଣୁ ସାବଧାନ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ନିଜ ବିବେକରେ ଚାଲନ୍ତୁ।

ଧନ୍ୟବାଦ। ଜୟ ଜଗନ୍ନାଥ। 🙏

ଆଜିର ନୀତିବାଣୀ ll ଏହି ନୀତିଶିକ୍ଷାକୁ କାମରେ ଲଗାନ୍ତୁ କେବଳ ପଢିଲେ ହେବ ନାହିଁ । ଆପଣଙ୍କ ଜୀବନ ଉପରେ କଣ ପ୍ରଭାବ ପକାଇବ କମେଣ୍ଟ କରି ଜଣାନ୍ତୁ ....

ମୁଣ୍ଡ ପରେ ମୁଣ୍ଡ ନେଉଛି ଜ୍ୱର , ପିଲାଠୁ ବୁଢ଼ା ସମସ୍ତେ ଆକ୍ରାନ୍ତ !!!       ରାୟଗଡ଼ା -: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଅଞ୍ଚଳରେ ଜ୍ଵର...
23/08/2026

ମୁଣ୍ଡ ପରେ ମୁଣ୍ଡ ନେଉଛି ଜ୍ୱର , ପିଲାଠୁ ବୁଢ଼ା ସମସ୍ତେ ଆକ୍ରାନ୍ତ !!!


ରାୟଗଡ଼ା -: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଅଞ୍ଚଳରେ ଜ୍ଵରର ପ୍ରକୋପ ବଢ଼ି ଚାଲିଛି । ଗୋରଖପୁର କୁଚେଇ ପଦର ପଞ୍ଚାୟତ ଯୁବାପଦର ଗାଁରେ ଜ୍ଵରରେ ଗୋଟିଏ ଦିନରେ ୨ ଛୁଆଙ୍କ ମୃତ୍ୟୁ ସମସ୍ତଙ୍କୁ ଆତଙ୍କିତ କରିଛି । ପିଲାଠୁ ବୁଢ଼ା ସମସ୍ତେ ଜ୍ଵରରେ ଆକ୍ରାନ୍ତ । ଏବେ ଗାଁରେ ଜ୍ଵରରେ ୨୦ରୁ ଅଧିକ ଜଣ ଆକ୍ରାନ୍ତ ଅଛନ୍ତି । ଶନିବାର ଜ୍ଵରରେ ଥିବାବେଳେ ଦୁଇ ଛୁଆଙ୍କ ମୃତ୍ୟୁ ହୋଇଛି । ଜ୍ବରରେ ପୀଡ଼ିତ ଦୂର୍ଯ୍ୟ ପୂଜାରୀଙ୍କ ପାଞ୍ଚ ବର୍ଷର ପୁଅ ପିଙ୍କୁ ପୂଜାରୀ ଏବଂ ଖଗେଶ୍ବର ମାଝୀଙ୍କ ପୁଅ ୭ ବର୍ଷର ଶିବୁ ମାଝୀ ଆଖି ବୁଜିଛନ୍ତି ।
ଗାଁରେ ବ୍ୟାପିଛି ଜ୍ଵର । ପରିବାର ଲୋକେ ଶିବୁକୁ ଚିକିତ୍ସା ପାଇଁ ନିକଟସ୍ଥ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ଗାଁରେ ରହୁଥିବା କ୍ବାକ ନିକଟକୁ ନେଇଥିଲେ । ଶିବୁକୁ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରିବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ କହିଛନ୍ତି । ଗତକାଲି ଅପରାହ୍ଣରେ ଶିବ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ଘଣ୍ଟା ପରେ ରାତିରେ ପିଙ୍କୁ ପୂଜାରୀଙ୍କ ମୃତ୍ୟୁ ହୋଇ ଥିବାର ଜଣା ପଡ଼ିଛି ।

ଜାତୀୟ ସଙ୍ଗୀତ ଶେଷ ହେବା ପୂର୍ବରୁ ପଳାଇଲେ ବାଚସ୍ପତି ସତୀଶ ମହାନା: ଶାସକ ଦଳକୁ ଘେରିଲେ ବିରୋଧୀ ...         ଲକ୍ଷ୍ନୌ: ଉନ୍ନାଓରେ ଜାତୀୟ ...
23/08/2026

ଜାତୀୟ ସଙ୍ଗୀତ ଶେଷ ହେବା ପୂର୍ବରୁ ପଳାଇଲେ ବାଚସ୍ପତି ସତୀଶ ମହାନା: ଶାସକ ଦଳକୁ ଘେରିଲେ ବିରୋଧୀ ...


ଲକ୍ଷ୍ନୌ: ଉନ୍ନାଓରେ ଜାତୀୟ ସଙ୍ଗୀତ ଗାନ ସମୟରେ ୟୁପିର କାନପୁରର ମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ତଥା ବିଧାନସଭା ବାଚସ୍ପତି ସତୀଶ ମହାନାଙ୍କ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି। ଜାତୀୟ ସଙ୍ଗୀତ ଗାନ ସରିବା ପୂର୍ବରୁ ସେ ଚାଲିଯାଉଥିବାର ଦେଖିବାକୁ ମିଳୁଛି। ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଉଥିବା ସମୟରେ ୫୨ ସେକେଣ୍ଡର ଜାତୀୟ ସଙ୍ଗୀତ ଗାନ ସମୟରେ ସେ ହାତ ଯୋଡି ନମସ୍କାର କରି ଚାଲିଯାଉଥିବାର ଦୃଶ୍ୟ ଭିଡିଓରେ ଦେଖାଯାଉଛି। ଜାତୀୟ ସଙ୍ଗୀତ ଗାନ ସମୟରେ ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଚାଲିଯିବା ଜାତୀୟ ସଙ୍ଗୀତ ପ୍ରତି ଅସମ୍ମାନ ବୋଲି ଅଭିଯୋଗ କରାଯାଇଛି। ଏହି ଭିଡିଓ ବିବାଦ ସୃଷ୍ଟି କରିଛି। ଶନିବାର ୨୨ ଅଗଷ୍ଟ ଦିନ, ଉନ୍ନାଉର ପୁରନ ନଗରର ଏକ ସ୍କୁଲରେ ଉତ୍ତର ପ୍ରଦେଶ ପ୍ରଧାନଶିକ୍ଷକ ପରିଷଦର ପ୍ରାଦେଶିକ ସମ୍ମିଳନୀ ଅନୁଷ୍ଠିତ ହେଉଥିଲା। ସତୀଶ ମହାନା ମୁଖ୍ୟ ଅତିଥି ଭାବରେ ଆସିଥିଲେ। ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ବାଜିବା ସମୟରେ,ସେ ହଠାତ୍ ଆଗକୁ ବଢ଼ିବା ଆରମ୍ଭ କରିଥିଲେ ଏବଂ ଜାତୀୟ ସଙ୍ଗୀତ ମଝିରେ ତାଙ୍କ କାରରେ ବସି ସେଠାରୁ ଚାଲିଯାଇଥିଲେ। ତାଙ୍କ ସମର୍ଥକ ଏବଂ କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟମାନେ ତାଙ୍କ ପଛେ ପଛେ ଯାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ତାଙ୍କ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ଉପରେ ପ୍ରଶ୍ନ ଉଠାଇଛି।
.... ଘଟଣା ଉପରେ ଦିନେଶ ଶୁକ୍ଲାଙ୍କ ତୀବ୍ର ଆପତ୍ତି ...
କଂଗ୍ରେସ ଦଳ ମଧ୍ୟ ଏହି ଘଟଣା ଉପରେ ପ୍ରଶ୍ନ ଉଠାଇଛି। ଜିଲ୍ଲା କଂଗ୍ରେସ କମିଟି ନେତା ଦିନେଶ ଶୁକ୍ଲା ଏହି ଘଟଣା ଉପରେ ତୀବ୍ର ଆପତ୍ତି ପ୍ରକାଶ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଫେସବୁକରେ ଲେଖିଛନ୍ତି, ସେମାନେ ସେମାନଙ୍କର ପ୍ରୋଟୋକଲର ସମ୍ମାନ ନେଇ ଚାଲିଗଲେ। ଏହା କ’ଣ ଜାତୀୟ ସଙ୍ଗୀତର ଅପମାନ ନୁହେଁ? ଏହି ପୋଷ୍ଟ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ କରିଛି। ଆମ୍ ଆଦମୀ ପାର୍ଟି ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଭିଡିଓ ସେୟାର କରି ଉତ୍ତର ପ୍ରଦେଶ ବିଧାନସଭା ବାଚସ୍ପତିଙ୍କ ଉପରେ ପ୍ରଶ୍ନ ଉଠାଇଛି। ଦଳ କହିଛି, ବାଚସ୍ପତିଙ୍କ ପାଖରେ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ପାଇଁ ମଧ୍ୟ ସମୟ ନାହିଁ। ସେ କହିଛନ୍ତି ଆଜି, ସମଗ୍ର ଦେଶ ବିଜେପିକୁ ଗୋଟିଏ ପ୍ରଶ୍ନ ପଚାରୁଛି ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଥିବା ନେତାଙ୍କ ବିରୋଧରେ ବିଜେପି କିଭଳି କାର୍ଯ୍ୟାନୁଷ୍ଠାନ ନେବ? ବିବାଦ ନେଇ ଇଭେଣ୍ଟ୍ ଆୟୋଜକ ବେଣୁ ରଞ୍ଜନ ଭାଦୋରିଆ ସତୀଶ ମହାନାଙ୍କ ସପକ୍ଷରେ ଏକ ସ୍ପଷ୍ଟୀକରଣ ଜାରି କରି କହିଛନ୍ତି, ବିଧାନସଭା ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଉଥିବା ସ୍ଥାନରେ ପ୍ରକୃତରେ ଜାତୀୟ ସଙ୍ଗୀତ ବାଜୁ ନଥିଲା। ଭିତରରେ ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳରେ ସଙ୍ଗୀତ ବାଜୁଥିଲା ଏବଂ ଏହାର ଶବ୍ଦ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଉଥିବା ବାହାର ଅଞ୍ଚଳକୁ ଶୁଣାଯାଉଥିଲା। ଆୟୋଜକଙ୍କ ଅନୁଯାୟୀ, ଏହା ଏକ ଭୁଲ୍ ବୁଝାମଣା ଯୋଗୁଁ ସୃଷ୍ଟି ହୋଇଥିବା ପରି ମନେ ହେଉଛି।

ମୁଖ୍ୟମନ୍ତ୍ରୀ ରିଲିଫ ସାମଗ୍ରୀ ହଡ଼ପ ଉଦ୍ୟମ ଧରାପଡ଼ିବା ପରେ ସାମ୍ବାଦିକଙ୍କୁ ଆକ୍ରମଣ ...      ଦଶରଥପୁର: ଦଶରଥପୁର ବ୍ଲକର ସାମ୍ବାଦିକକୌଶିକ ଦା...
23/08/2026

ମୁଖ୍ୟମନ୍ତ୍ରୀ ରିଲିଫ ସାମଗ୍ରୀ ହଡ଼ପ ଉଦ୍ୟମ ଧରାପଡ଼ିବା ପରେ ସାମ୍ବାଦିକଙ୍କୁ ଆକ୍ରମଣ ...

ଦଶରଥପୁର: ଦଶରଥପୁର ବ୍ଲକର ସାମ୍ବାଦିକକୌଶିକ ଦାସଙ୍କୁ ମରଣାନ୍ତକ ଆକ୍ରମଣ। ଯାଜପୁରଜିଲ୍ଲା ଦଶରଥପୁର ଥାନରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଚଳିତ ବର୍ଷ ବନ୍ୟାରେ ସର୍ବାଧିକ କ୍ଷତି ଦଶରଥପୁର ବ୍ଲକ ଘଟିଛି। ଏଣୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏକ ଟ୍ରକ ଯୋଗେ ଦଶରଥପୁର ବ୍ଲକକୁ ସାମଗ୍ରୀ ଆସିଛି। ମାତ୍ର ଉକ୍ତ ରିଲିଫ ବ୍ଲକ ପରିସର କିମ୍ବା କୌଣସି ସରକାରୀ କାର୍ଯ୍ୟାଳୟରେ ରଖା ଯାଉନଥିବା ଅଭିଯୋଗ ହୋଇଥିଲା। ସେଠାରେ ମଧ୍ୟ କୌଣସି ଅଧିକାରୀ ଉପସ୍ଥିତ ନଥିବା ବେଳେ ବିଡ଼ିଓ ଆକାଶ ପଟ୍ଟନାୟକ ଏ ଘଟଣା ଜାଣିନଥିବା ସାମ୍ବାଦିକ କୌଶିକ ଦାସଙ୍କୁ କହିଥିଲେ। ଏଣୁ ସନ୍ଦେହ ହେବାରୁ ଘଟଣାସ୍ଥଳ ଅର୍ଥାତ ଦଶରଥପୁର ପଞ୍ଚାୟତକାର୍ଯ୍ୟାଳୟ ସମ୍ମୁଖରେ ଏକ କଦଳୀ ଗୋଦାମ ଘରେ ରିଲିଫ ସାମଗ୍ରୀ ରଖାଯାଉଥିବାରୁ ପଚାରିଥିଲେ।
ଏହାପରେ ମୋବାଇଲ ବାହାର କରି ଭିଡିଓ ରେକଡ଼ିଂ କରିବା ସମୟରେ ସ୍ଥାନୀୟ ଦଶରଥପୁର ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ ଏବଂ ବିରଜା ପ୍ରସାଦ ଦାସ ମୋବାଇଲ ଛଡାଇ ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବିଧା, ଗୋଇଠା ମାଡ଼ ମାରିଥିଲେ। ଏକ ଧରୁଆ ଅସ୍ତ୍ରରେ ବେକକୁ ଲଗାଇ ଜୀବନରୁ ହତ୍ୟା କରିଦେବା ଏବଂ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ପୁଲିସ କିମ୍ବା ଜିଲ୍ଲା ପ୍ରଶାସନ ସରକାରୀ ରିଲିଫକୁ ଜବତ ନକରିବା ଏବଂ ଅଭିଯୁକ୍ତଙ୍କୁ ପୁଲିସ ଏଯାବତ ଗିରଫ ନକରିବାରୁ ସାମ୍ବାଦିକ ସଂଘ ପକ୍ଷରୁ ଅସନ୍ତୋଷ ତେଜିବାର ଲାଗିଛି।

ମନରେ ଥିଲା ଜଗା ଦର୍ଶନର ଆନନ୍ଦ, ହେଲେ କିଏ ଜାଣିଥିଲା ଏହି ଦର୍ଶନ ହେବ ଜୀବନର ଶେଷ ଦର୍ଶନ      ଜଗା ଦର୍ଶନ ହେଲା ଶେଷ ଦର୍ଶନ... ମହାପ୍ରଭୁଙ୍କ...
23/08/2026

ମନରେ ଥିଲା ଜଗା ଦର୍ଶନର ଆନନ୍ଦ, ହେଲେ କିଏ ଜାଣିଥିଲା ଏହି ଦର୍ଶନ ହେବ ଜୀବନର ଶେଷ ଦର୍ଶନ


ଜଗା ଦର୍ଶନ ହେଲା ଶେଷ ଦର୍ଶନ... ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂର ରାଜସ୍ଥାନରୁ ପୁରୀ ଆସିଥିଲେ ପରିବାର । ମନରେ ଥିଲା ଜଗା ଦର୍ଶନର ଆନନ୍ଦ, ହେଲେ କିଏ ଜାଣିଥିଲା ଏହି ଦର୍ଶନ ହେବ ଜୀବନର ଶେଷ ଦର୍ଶନ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ପରିକ୍ରମା କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ୪୪ ବର୍ଷୀୟା ବର୍ଷା ଗୁପ୍ତା ।

ପରିବାର ଲୋକେ ତୁରନ୍ତ ତାଙ୍କୁ ପୁରୀ ହସ୍ପିଟାଲକୁ ନେଇଥିଲେ । ହେଲେ ସବୁ ଚେଷ୍ଟା ସତ୍ତ୍ୱେ ଚାଲିଗଲା ବର୍ଷାଙ୍କ ଜୀବନ। ଏଭଳି ଅଚାନକ ଘଟଣାରେ ଶୋକରେ ଭାଙ୍ଗିପଡ଼ିଛି ପରିବାର । ଖୁସିରେ ଆରମ୍ଭ ହୋଇଥିବା ପୁରୀ ଯାତ୍ରା ଏବେ ପରିବାର ପାଇଁ ପାଲଟିଛି ଅଭୁଲା ଦୁଃଖର ସ୍ମୃତି ।

ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଜଣେ ଭକ୍ତଙ୍କ ଚାଲିଗଲା ପ୍ରାଣ । ପୁରୀ ହସ୍ପିଟାଲରେ ଭକ୍ତଙ୍କୁ ମୃତ ଘୋଷଣା କଲେ ଡାକ୍ତର । ମୃତ ମହିଳା ଭକ୍ତ ଜଣକ ହେଉଛନ୍ତି ରାଜସ୍ଥାନ ଅଲୱାର ଅଞ୍ଚଳର ୪୪ ବର୍ଷୀୟା ବର୍ଷା ଗୁପ୍ତା ।

ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ତାଙ୍କ ପରିବାର ଲୋକଙ୍କ ସହିତ ଶ୍ରୀମନ୍ଦିର ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ପରିକ୍ରମା କରୁଥିବା ସମୟରେ ବର୍ଷା ଅସୁସ୍ଥ ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।

ଆଉ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିଜ ପରିବାର ସହ ପୁରୀ ଆସିଥିଲେ । ବର୍ଷା ନିଜ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ସାରି ପରିକ୍ରମା କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ବୋଲି କହିଛନ୍ତି ପରିବାର ଲୋକେ । ତେବେ ବର୍ଷାଙ୍କ ଏଭଳି ମୃତ୍ୟୁକୁ ନେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ ।

ନିଜ ଯାତ୍ରା ପାର୍ଟି ମାଧ୍ୟମରେ ଜାତୀୟ ସଂଙ୍ଗୀତର ଅପମାନ କରୁଛନ୍ତି ଶ୍ରୀଯୁକ୍ତ ନିରଞ୍ଜନ ସାହୁ । ତମେ ଭାରତୀୟ ନା ପାକିସ୍ଥାନୀ ଜବାବ ଦେବ କି !
19/08/2026

ନିଜ ଯାତ୍ରା ପାର୍ଟି ମାଧ୍ୟମରେ ଜାତୀୟ ସଂଙ୍ଗୀତର ଅପମାନ କରୁଛନ୍ତି ଶ୍ରୀଯୁକ୍ତ ନିରଞ୍ଜନ ସାହୁ । ତମେ ଭାରତୀୟ ନା ପାକିସ୍ଥାନୀ ଜବାବ ଦେବ କି !

26/07/2026

ଏହି କମ୍ପାନିର କୈାଣସି ପ୍ରଡକ୍ଟ କିଣୁଥିଲେ ସାବଧାନ ହୋଇଯାଆନ୍ତୁ । ଏହି କମ୍ପାନିର ପ୍ରଡକ୍ଟ ଯିଏ କିଣିଛି ସିଏ ଭଲରେ ନାମ ନେଇଛି । ଜଣେ କଷ୍ଟମର ଅଭିଯୋଗ ଅନୁଯାୟୀ ଆମେ ଏହି ନ୍ୟୁଜ କରୁଛୁ । ଆପଣଙ୍କୁ କୈାଣସି ୱାରେଣ୍ଟି ଠିକ ଭାବରେ ମିଳିପାରିବ ନାହିଁ । ପ୍ରଡକ୍ଟ ଅତି ନିମ୍ନ ମାନର ...
ସାବଧାନ୍ ହୁଅନ୍ତୁ ସତର୍କ ରୁହନ୍ତୁ

ll ଓଁ ନମଃ ଶିବାୟ  ll ॐ नमः शिवाय  ll Om Namah Shivaya llସୋମବାର, ପ୍ରଦୋଷ ବ୍ରତ, ମହାଶିବରାତ୍ରିରେ ବିଶେଷ ଶୁଭ ...ଭୟ ଓ ନକାରାତ୍ମକ ଚ...
20/07/2026

ll ଓଁ ନମଃ ଶିବାୟ ll ॐ नमः शिवाय ll Om Namah Shivaya ll
ସୋମବାର, ପ୍ରଦୋଷ ବ୍ରତ, ମହାଶିବରାତ୍ରିରେ ବିଶେଷ ଶୁଭ ...
ଭୟ ଓ ନକାରାତ୍ମକ ଚିନ୍ତାରୁ ମନକୁ ଦୂରେଇବାରେ ସାହାଯ୍ୟ ମିଳେ। ଶିବଙ୍କ କୃପା ପ୍ରାପ୍ତି ପାଇଁ ଏହା ଅତ୍ୟନ୍ତ ପବିତ୍ର ମନ୍ତ୍ର ବୋଲି ହିନ୍ଦୁ ପରମ୍ପରାରେ ବିଶ୍ୱାସ କରାଯାଏ। ରୁଦ୍ରାକ୍ଷ ମାଳାରେ ୧୦୮ ଥର ଜପ କରିପାରିବେ।

ଭି.କେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ହେଲେ ଆପଣ ମାନେ ଖୁସି ତ ! ଜବାବ ଆପଣଙ୍କର  YES OR NO
19/07/2026

ଭି.କେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ହେଲେ ଆପଣ ମାନେ ଖୁସି ତ ! ଜବାବ ଆପଣଙ୍କର YES OR NO

Address

Bhubanes

Telephone

+918338808068

Website

Alerts

Be the first to know and let us send you an email when Swabhimani Odia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share