
29/08/2024
ଓଡ଼ିଶା ର ସଂସ୍କୃତି, ଇତିହାସ ଓ ପ୍ରତ୍ନତତ୍ତ୍ଵ ଅଧ୍ୟୟନ, ସର୍ବେକ୍ଷଣ କରିବା ଦିଗରେ ଓ ବିଶେଷ କରି ପ୍ରତ୍ନତତ୍ତ୍ଵ ସମ୍ପର୍କୀୟ ପଥପ୍ରଦର୍ଶକ ଗବେଷଣା ମୂଳକ କାର୍ଯ୍ୟ ରେ ସ୍ଵୀକୃତି ସ୍ଵରୂପ: *୧୯୬୪ ରେ ପଦ୍ମଶ୍ରୀ* *ସମ୍ମାନ ରେ ସମ୍ମାନୀତ* *ହେଲେ*। *ମୟୁରଭଞ୍ଜ** *ଜିଲ୍ଲାର ପ୍ରଥମ " ପଦ୍ମ* *ପୁରସ୍କାର ବିଜେତା *(ସର୍ବୋପରି ଏମ୍ କେ ସି ହାଇସ୍କୁଲ ର* *ପୁରାତନ ଛାତ୍ର*) *ଭାବେ* । ଦେଉଳ ସାହି ବାସିନ୍ଦା :: *ପରମାନନ୍ଦ ଆଚାର୍ଯ୍ୟ*
ଅଗଷ୍ଟ ୨୯ - ୧୮୯୩, ମୟୁରଭଞ୍ଜ ଷ୍ଟେଟ ର ବୈଦ୍ୟପୂର୍ ରେ ଜନ୍ମ ଅନ୍ୟତମ ବରପୁତ୍ର ଭଂଜ ଭୂମି ର: ୧୯୧୧ ରୁ ୧୯୧୫ ଫ୍ରେଜାର ହଷ୍ଟେଲ ର ଅନ୍ତେବାସୀ: ୧୯୧୫ ର ମେଟ୍ରିକ ବାରିପଦା ହାଇ ସ୍କୁଲ ( ଏମ୍ କେ ସି) - ହଷ୍ଟେଲ ର ହାତ ଲେଖା ମାଗାଜିନ୍ " ଜାଗରଣ" ର ମୂଖ୍ୟ କର୍ଣ୍ଣଧାର ( ସମୁଦ୍ର ମନ୍ଥନ " ପ୍ରଥମ ବ୍ୟଙ୍ଗ ରଚନା) : କଲିକତା ବିଶ୍ଵବିଦ୍ୟାଳୟ( ବଂଗବାସି କଲେଜ)ରୁ ସ୍ନାତକ ଡିଗ୍ରୀ ଅନର୍ସ ସହିତ ଉଦ୍ଭିଦ ବିଜ୍ଞାନ ରେ।।
କିନ୍ତୁ ସାଜିଲେ ରାଜ୍ ତନ୍ତ୍ର ସମୟ ରେ
ଓଡ଼ିଶା ପ୍ରତ୍ନତତ୍ତ୍ଵ ଓ ଖିଚିଂ ମନ୍ଦିର ର ମୂଖ୍ୟ ପୁରୋଧା - ଉଭୟ ମହାରାଜା ପୂର୍ଣ୍ଣ ଚଂଦ୍ର ଓ ପ୍ରତାପ ଚନ୍ଦ୍ର ଙ୍କ ଅନ୍ତରଙ୍ଗ ଓ ୧୯୩୪ ରେ ଇଂଲଣ୍ଡ ରେ ଅଧ୍ୟୟନ କରନ୍ତି" Archieves & Archaeology ରେ।,୧୯୩୫ ରେ ତତ୍କାଳିନ ଭାରତ ସରକାରଙ୍କ ଦ୍ବାରା ନିଯୁକ୍ତି ପାଆନ୍ତି ସଦସ୍ୟ ରୁପେ "Indian Historical Records Commission " ର।
୧୯୨୪ ରୁ ୧୯୪୯ : ୨୫ ବର୍ଷ ଧରି ମୟୁରଭଞ୍ଜ ଷ୍ଟେଟ ର Archaeologist ଭାବେ କର୍ମ ରତ - ମୟୁରଭଞ୍ଜ ମିଶ୍ରଣ ପରେ ଓଡ଼ିଶା ସରକାର ଙ୍କ ଦ୍ଵାରା " ଓଡ଼ିଶା ଷ୍ଟେଟ୍ ମିୟୁଜିଆମ୍" ର ପ୍ରଥମ Superintendent: ଅବସର ପରେ ବାରିପଦା କୁ ଫେରନ୍ତି, ନିଜ ଘର ଦେଉଳ ସାହି ରେ ରହନ୍ତି, ଜୀବନ ର ଶେଷ ପର୍ଯ୍ୟନ୍ତ ପ୍ରତ୍ନତତ୍ତ୍ଵ ଅଧ୍ୟୟନ ରେ ସମୟ କଟାନ୍ତି।
ସେ କେବଳ ପ୍ରତ୍ନତାତ୍ତ୍ୱିକ ନ ଥିଲେ, ଏକା ଧାର ରେ ଜଣେ ଜଣାଶୁଣା Historian,- ପୁଣି ଉଚ୍ଚକୋଟୀର ଲେଖକ, ଗବେଷକ, ପ୍ରାବନ୍ଧିକ, ବାଗ୍ମୀ - ବିଦ୍ୱାନ ବ୍ୟକ୍ତିତ୍ୱ। ତାଙ୍କ ର ମୌଳିକ ଗବେଷଣା ମୂଳକ ପ୍ରବନ୍ଧ ଗୁଡ଼ିକ " ଓଡିଶା ର ପ୍ରତ୍ନତତ୍ତ୍ଵ ଓ ଅନ୍ୟାନ୍ୟ ପ୍ରବନ୍ଧ" ପୁସ୍ତକ ରେ ସଂକଳିତ ହୋଇଛି।
ଜୀବନ କାଳ ରେ ତାଙ୍କ ର ମୋଟ ୧୨୧ ଟି ପ୍ରବନ୍ଧ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରକାଶିତ - ୧୯୬୯ ରେ ଓଡିଶା ସାହିତ୍ୟ ଏକାଡେମୀ ତାଙ୍କ ର ପୁସ୍ତକ ଟେ ପ୍ରକାଶ କରିଛନ୍ତି
ସେ " Orissa Historical Research Journal" ର ପ୍ରତିଷ୍ଠାତା ସମ୍ପାଦକ ଭାବେ ବେଶ୍ ପରିଚିତ ଚେହେରା ଥିଲେ।
ପରମାନନ୍ଦ ଆଚାର୍ଯ୍ୟ ଙ୍କ ୩ ସୁପୁତ୍ର:
ପ୍ରଫେସର ବୃନ୍ଦାବନ ଆଚାର୍ଯ୍ୟ ( ରେଭେନ୍ସା କଲେଜରେ ଥିଲେ ସୁନାମ ଧନ୍ୟ - ଭୂଗୋଳ ବିଭାଗ ର ମୂଖ୍ୟ) , ଅନ୍ୟଜଣେ ଥିଲେ ବାରିପଦା ସହର ର ଆକର୍ଷଣ: ଚର୍ଚ୍ଚିତ ବ୍ୟକ୍ତିତ୍ବ ସମାଜ ସେବା ରେ ସମର୍ପିତ - ରାମା ନନ୍ଦ ଆଚାର୍ଯ୍ୟ: ବାବୁଲି ନନା ଭାବେ ପରିଚିତ ଥିଲେ ସାହି ପଡିଶା ରେ, ଗଳି ଗଳି ରେ, ସାରା ମୟୂରଭଞ୍ଜ ଜିଲ୍ଲା ରେ
କନିଷ୍ଠ ପୁତ୍ର: ପ୍ରବୀଣ ଭୂତତ୍ଵବିତ୍:ସତ୍ୟାନନ୍ଦ ଆଚାର୍ଯ୍ୟ - ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରଫେସର, ବିଭାଗୀୟ ମୂଖ୍ୟ: ପରେ ପରେ କୁଳପତି ଆସନ ରେ ।
ଅତ୍ୟନ୍ତ ସରଳ,ନିରାଡମ୍ବର, ଗୁଣୀ ଜ୍ଞାନୀ ମଣିଷ, ତାଙ୍କ ଅବର୍ତମାନ ରେ ମୟୁରଭଞ୍ଜ ଓ ଓଡିଶା ହରାଇଲା ଜଣେ ଉଚ୍ଚକୋଟୀର Archeologist ଙ୍କୁ। ବିରଳ ବ୍ୟକ୍ତିତ୍ବ - ସେ ଥିଲେ ସମାଜ ରେ ଅଜାତ ଶତ୍ରୁ - ପରମାନନ୍ଦ ଆଚାର୍ଯ୍ୟ 🙏🏻
" *ମାଟି ତଳେ ହଜି ଥିଲା, ଯେ* *ଅତୀତ, ଯେ ଗୌରବ ଆଶା,*
*ତୁମେ ତା ' ର ଦେଇଅଛ, ଅମୃତ ର* *ଆଶ୍ରି ବାଦ, ସଂଜୀବନୀ ର* *ଭାଷା* "
ଏ କଥା ଟି ତାଂକ ସମ୍ମାନ ରେ ଲେଖି ଛନ୍ତି
ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶ ଏ ପରି।( ଗର୍ବ ର କଥା ଜୀବନ ର ଆଦ୍ୟ ଭାଗରେ କୁଞ୍ଜ ବିହାରୀ ଦାଶ ବାରିପଦା ହାଇ ସ୍କୁଲ ( ଏମ୍ କେ ସି) ରେ ଶିକ୍ଷକ ମଧ୍ୟ ଥିଲେ କିଛି ବର୍ଷ)
@@@@@
ସଂଯୋଗ କୁ ଆଜି ନମସ୍ୟ ପରମା ନନ୍ଦ ଙ୍କ ୧୩୧ ତମ ଜୟନ୍ତୀ - ସାରା ମୟୂର ଭଂଜିଆ ଙ୍କ ପ୍ରଣାମ
🙏🏻🌹🙏🏻
@@@@@
ବେଙ୍ଗାଳୁରୁ ରୁ ମାନସ ଷଡ଼ଙ୍ଗୀ
💠💠💠💠💠💠💠💠