Utkal Scoop

Utkal Scoop This is page to help people, to gather news about about Odisha. This page brings all the latest update

ଖୋଲିବ ଜଙ୍ଗଲ ବିଭାଗର ଥାର୍ ଦୁର୍ନୀତି ପେଡ଼ି। ବଢିଲା ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ଅଡ଼ୁଆ। ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଲେ ଜଙ୍ଗଲ ଓ ପରି...
31/07/2026

ଖୋଲିବ ଜଙ୍ଗଲ ବିଭାଗର ଥାର୍ ଦୁର୍ନୀତି ପେଡ଼ି। ବଢିଲା ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ଅଡ଼ୁଆ। ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ୨୮.୪୫ କୋଟି ଟଙ୍କାର ଥାର୍ ଗାଡ଼ି କିଣା ଓ ସାଜସଜ୍ଜା ବିବାଦର ତଦନ୍ତ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ମାମଲାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି।

ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ସମୀକ୍ଷା ଲାଗି ସିଏଜିଙ୍କୁ ୨୦୨୫ ଡିସେମ୍ବର ୧୮ରେ ଚିଠି ଲେଖି ଅନୁରୋଧ କରିଥିଲେ ମନ୍ତ୍ରୀ। ଥାର୍ ସାଜସଜ୍ଜା କରିବାରେ ପ୍ରାୟ ୮ କୋଟି ଟଙ୍କାର ଅନାବଶ୍ୟକ ଖର୍ଚ୍ଚ ହୋଇଥିବା ସିଏଜିଙ୍କ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଥିଲା। ବିଭାଗ ପକ୍ଷରୁ ସମ୍ପୃକ୍ତ ୩ଜଣ ଅଧିକାକାରୀଙ୍କ ବିରୋଧରେ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି

୭୧ ହାଇସ୍କୁଲରେ ଖୋଲିବ ଯୁକ୍ତ ୨ ପାଠପଢ଼ା...ଉଚ୍ଚ ମାଧ୍ୟମିକ ସ୍କୁଲରେ ଉନ୍ନୀତ ହେବ ୭୧ ମାଧ୍ୟମିକ ସ୍କୁଲ୍ଏଥିପାଇଁ କେନ୍ଦ୍ରରୁ ମଞ୍ଜୁର ହୋଇଛି ...
27/07/2026

୭୧ ହାଇସ୍କୁଲରେ ଖୋଲିବ ଯୁକ୍ତ ୨ ପାଠପଢ଼ା...

ଉଚ୍ଚ ମାଧ୍ୟମିକ ସ୍କୁଲରେ ଉନ୍ନୀତ ହେବ ୭୧ ମାଧ୍ୟମିକ ସ୍କୁଲ୍
ଏଥିପାଇଁ କେନ୍ଦ୍ରରୁ ମଞ୍ଜୁର ହୋଇଛି ୧୪୦.୭୪ କୋଟି ଟଙ୍କା
ସମଗ୍ର ଶିକ୍ଷା ଯୋଜନାରେ ପିଏବିର ଅନୁମୋଦନ
୬୦ଟି ବିଦ୍ୟାଳୟରେ କଳା, ୧୧ଟିରେ ବିଜ୍ଞାନ ବିଭାଗ ଆରମ୍ଭ ହେବ
ରାଜ୍ୟର ୨୦ଟି ଜିଲ୍ଲାର ବିଦ୍ୟାଳୟ ଏହି ଯୋଜନାର ସୁବିଧା ପାଇବେ
ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧୨ଟି ବିଦ୍ୟାଳୟ ଉନ୍ନୀତ ହେବାକୁ ଯାଉଛି

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୫୩ ବର୍ଷ ବୟସରେ ଆଖି ବ...
27/07/2026

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି ସୁଶାନ୍ତ ସିଂ।

ଭଟଲିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୪ରେ ବିଜେଡିରୁ ବିଧାୟକ ଥିଲେ। ବିଜେଡି ସରକାରରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଥିଲେ। ସୁଶାନ୍ତଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Utkal Scoop - ଆମ ସହିତ ଜଡିତ ରୁହନ୍ତୁ |ସମସ୍ତ Breaking News / Trending News ପାଇଁ ଆମକୁ follow କରନ୍ତୁ, Share କରନ୍ତୁ.          ...
27/07/2026

Utkal Scoop - ଆମ ସହିତ ଜଡିତ ରୁହନ୍ତୁ |
ସମସ୍ତ Breaking News / Trending News ପାଇଁ ଆମକୁ follow କରନ୍ତୁ, Share କରନ୍ତୁ.

Utkal Scoop - ଆମ ସହିତ ଜଡିତ ରୁହନ୍ତୁ |ସମସ୍ତ Breaking News / Trending News ପାଇଁ ଆମକୁ follow କରନ୍ତୁ, Share କରନ୍ତୁ.          ...
27/07/2026

Utkal Scoop - ଆମ ସହିତ ଜଡିତ ରୁହନ୍ତୁ |
ସମସ୍ତ Breaking News / Trending News ପାଇଁ ଆମକୁ follow କରନ୍ତୁ, Share କରନ୍ତୁ.

ଓଡ଼ିଶାରେ ଏଥର ଟେକ୍ ବିପ୍ଳବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହେଲା ୨ଟି ଚୁକ୍ତି। HCLTech ଓ 'ସର୍ଭମ AI' ସହ ୨ଟି ଚୁକ୍ତି। ପ୍ରତ...
26/07/2026

ଓଡ଼ିଶାରେ ଏଥର ଟେକ୍ ବିପ୍ଳବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସ୍ବାକ୍ଷରିତ ହେଲା ୨ଟି ଚୁକ୍ତି। HCLTech ଓ 'ସର୍ଭମ AI' ସହ ୨ଟି ଚୁକ୍ତି। ପ୍ରତିଷ୍ଠା ହେବ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ସହ AI ପାର୍କ। ୭୩୦ କୋଟି ପୁଞ୍ଜିନିବେଶରେ ହେବ ପ୍ରତିଷ୍ଠା।

ଓଡ଼ିଶାରେ ଏଥର ଟେକ୍ ବିପ୍ଳବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ HCLTech ଓ 'ସର୍ଭମ AI' ସହ ସ୍ବାକ୍ଷରିତ ହେଲା ୨ଟି ଚୁକ୍ତି। ୭୩୦ କୋଟି ପୁଞ୍ଜିନିବେଶରେ ପ୍ରତିଷ୍ଠା ହେବ ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର ସହ AI Park । ନିଯୁକ୍ତି ପାଇବେ ୬ ହଜାରରୁ ଅଧିକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ବାରା ଓଡ଼ିଶାରେ ଟେକ୍ନୋଲୋଜି-ଭିତ୍ତିକ ଆର୍ଥିକ ଅଭିବୃଦ୍ଧି ଅଧିକ ସୁଦୃଢ଼ ହେବା ସହ ହଜାର ହଜାର ଯୁବକ-ଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ସୂଚନା ଅନୁସାରେ, ଏହି ଦୁଇଟି ପ୍ରକଳ୍ପରେ ଆସନ୍ତା ୫ ବର୍ଷରେ ପ୍ରାୟ ୧୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ସୂଚନା ଅନୁସାରେ, ସର୍ଭମ୍ ଏଆଇ ଓଡିଆ ସହିତ ସମସ୍ତ ପ୍ରମୁଖ ଭାରତୀୟ ଭାଷାରେ AI ପ୍ଲାଟଫର୍ମ ଓ AI ଆପ୍ଲିକେସନ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛି। ଓଡିଶାରେ ଏହି AI ପାର୍କ ଓ ଡାଟା ସେଣ୍ଟର ପ୍ରତିଷ୍ଠା ହେବା ଫଳରେ ଓଡିଶାରୁ ହିଁ ଓଡିଆ ସହିତ ବିଭିନ୍ନ ଭାରତୀୟ ଭାଷାରେ କୃତ୍ରିମ ବୁଦ୍ଧିମତାର ସେବା ଉପଲବ୍ଧ ହୋଇପାରିବ।

ହର୍ମୁଜରେ_ଭାରତୀୟ_ଜାହାଜକୁ_ଆକ୍ରମଣହର୍ମୁଜରେ ଭାରତୀୟ ଜାହାଜ ଦିଶା ଉପରେ ଆକ୍ରମଣମୋଜାମ୍ବିକରୁ ଆସୁଥିଲା LPG ଟ୍ୟାଙ୍କର ବୋଝେଇ ଜାହାଜଆକ୍ରମଣ ସ...
25/07/2026

ହର୍ମୁଜରେ_ଭାରତୀୟ_ଜାହାଜକୁ_ଆକ୍ରମଣ
ହର୍ମୁଜରେ ଭାରତୀୟ ଜାହାଜ ଦିଶା ଉପରେ ଆକ୍ରମଣ
ମୋଜାମ୍ବିକରୁ ଆସୁଥିଲା LPG ଟ୍ୟାଙ୍କର ବୋଝେଇ ଜାହାଜ
ଆକ୍ରମଣ ସମୟରେ ଜାହାଜରେ ଥିଲେ ୨୮ କ୍ରୁ ମେମ୍ବର
ସମସ୍ତ ଭାରତୀୟ ସୁରକ୍ଷିତ ଥିବା ନେଇ ଭାରତୀୟ ଦୂତାବାସର ସୂଚନା

୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଶାନ୍ତି ପାଇଁ କଲେ ଅପିଲ୍୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍। କେନ୍ଦ୍ର ଜେପି ନଡ...
25/07/2026

୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଶାନ୍ତି ପାଇଁ କଲେ ଅପିଲ୍

୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍। କେନ୍ଦ୍ର ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଜଳପାନ କରି ନିଜର ଅନଶନ ଭାଙ୍ଗିଛନ୍ତି ସୋନମ୍। ଏନେଇ ସୋସିଆଲ୍ ମିଡିଆ 'X' ରେ ପୋଷ୍ଟ କରି ୱାଙ୍ଗଚୁକ୍ କହିଛନ୍ତି, ସରକାରଙ୍କ ସହ ଦୀର୍ଘ ସମୟର ଆଲୋଚନା ଏବଂ ଦେଶରେ ସମ୍ଭାବ୍ୟ ହିଂସାତ୍ମକ ପରିସ୍ଥିତିକୁ ଏଡ଼ାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ସମସ୍ତଙ୍କୁ ଶାନ୍ତି ସୃଷ୍ଟି କରିବା ସହ କୌଣସି ପ୍ରକାର ହିଂସା ନ କରିବାକୁ ଅନୁରୋଧ କରିଛନ୍ତି।

ବିଭିନ୍ନ ରାଜନୈତିକ ଦଳର ୬୫ ଜଣ ସାଂସଦ ତାଙ୍କୁ ସାକ୍ଷାତ କରି କିମ୍ବା ଚିଠି ଲେଖି ଅନଶନ ଓହାରିବାକୁ ଆବେଦନ କରିଥିଲେ ବୋଲି ସେ କହିଛନ୍ତି। ବିଭିନ୍ନ ସର୍ତ୍ତାବଳୀ ଉପରେ ଦୀର୍ଘ ସମୟ ଆଲୋଚନା ଏବଂ ଦେଶରେ ହିଂସାର ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଁ ଅନଶନରୁ ଅହରିଛି। ମୁଁ ଖୁବ୍ ଶୀଘ୍ର ଅନ୍ୟ ଏକ ଭିଡିଓରେ ଏହିସବୁ ସର୍ତ୍ତ ବିଷୟରେ ବିସ୍ତୃତ ଭାବରେ କହିବି। ଏହି ସମୟ ମଧ୍ୟରେ, କୌଣସି ସ୍ଥାନରେ ଯେପରି କୌଣସି ପ୍ରକାରର ହିଂସା ନ ହୁଏ, ସେଥିପାଇଁ ଆପଣ ସମସ୍ତେ ସତର୍କ ରହିବାକୁ ଅନୁରୋଧ କରୁଛି ବୋଲି ଏକ୍ସରେ ଲେଖିଛନ୍ତି ସୋନମ୍ ୱାଙ୍ଗଚୁକ୍।

25/07/2026

ଇସ୍ତଫା_ଦେଲେ_ଧର୍ମେନ୍ଦ୍ର_ପ୍ରଧାନ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା
ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ପରେ ଦେଲେ ଇସ୍ତଫା

Address

Bhubanes

Website

Alerts

Be the first to know and let us send you an email when Utkal Scoop posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal Scoop:

Shortcuts

Share