24/07/2025
*ଖବର ଆଜିର, ୨୪ ଜୁଲାଇ, ଗୁରୁବାର*
=======================
ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହେବ। କାଲି ମୟୂରଭଞ୍ଜ ଓ କେନ୍ଦୁଝରରେ ଅତିପ୍ରବଳ ବର୍ଷା ହେବ। ଉପକୂଳ ଅଞ୍ଚଳରେ ଭୀଷଣ ବର୍ଷା ହେବ। ୟେଲୋ ୱାର୍ଣ୍ଣିଂ ଜାରି
ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୯ ଜଣଙ୍କ ମୃତ୍ୟୁ। ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ ଗଂଜାମ ଜିଲ୍ଲାର ମହିଳା ଓ ଚାଷୀ ସାମିଲ
ରାଜ୍ୟରେ ପ୍ରତିଷ୍ଠା ହେବ ୫୬ଟି ନୂଆ କୋର୍ଟ, ନୂଆ କୋର୍ଟ ପାଇଁ ସୃଷ୍ଟି ହେବ ୮୪୦ ପଦବୀ, ରାଜ୍ୟ ଆଇନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।
ଏଣିକି ସିବିଏସଇ ସ୍କୁଲ ପରି ରାଜ୍ୟର ସବୁ ସ୍କୁଲରେ ଲାଗିବ ସିସିଟିଭି।
ନାରୀ ନ୍ୟାୟ ବାହିନୀ ଆପ୍ ଉନ୍ମୋଚିତ, ଆପ୍କୁ ଉନ୍ମୋଚନ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ।
ଭୁବନେଶ୍ୱରରୁ ଝାରସୁଗୁଡା ଉଡ଼ିବ ବିମାନ ଷ୍ଟାର ଏୟାର। ଟିକେଟ୍ ମୂଲ୍ୟ ୧୫୯୯ ଟଙ୍କାରୁ ଆରମ୍ଭ। odiaxpress
ଆଳୁ ପାଇଁ ପଶ୍ଚିମବଙ୍ଗ ପାଖରେ ହାତ ପତେଇବ ଓଡିଶା। ବାର୍ଷିକ ଆବଶ୍ୟକ ୧୪ଲକ୍ଷ, ଉତ୍ପାଦନ ହେଉଛି ୫ଲକ୍ଷ ଟନ୍
ଜଗତସିଂହପୁର ଜିଲ୍ଲା ଏରସମା ବିପଦ ସମ୍ମୁଖରେ ଠିଆ ହୋଇଛି। ଲହଡା ପାଣି କୂଳ ଲଙ୍ଘିକରି ମାଡି ଆସିଛି
ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର କେମିତି ଲିକ୍ ହେଲା, ତାକୁ ନେଇ ତନାଘନା। ପ୍ରଶ୍ନପତ୍ର ଛାପିଥିବା ଫାର୍ମ ଉପରେ ସନ୍ଦେହ ଘନୀଭୂତ। odiaxpress
ସୁନ୍ଦରଗଡ଼ରୁ ୬୦ ଦାଦନ ଶ୍ରମିକ ଚାଲାଣ ବେଳେ ଉଦ୍ଧାର କଲା ପୋଲିସ। ଗୋଆରୁ ଆସିଥିଲା ସ୍ୱତନ୍ତ୍ର ବସ୍
କୋରାପୁଟ ଜିଲ୍ଲା ବୈପାରିଗୁଡ଼ାରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜାଯାଇଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କଲେ ବିଏସ୍ଏଫ୍ ଯବାନ
ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ନବରଙ୍ଗପୁର ଛାତ୍ରୀ, ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ। ନିଜ ବ୍ୟକ୍ତିଗତ ଭିଡିଓ ଭାଇରାଲ ଅଭିଯୋଗ
ପୁରୀ ବଳଙ୍ଗା ଅତ୍ୟାଚାର ମାମଲାରେ ଏପର୍ଯ୍ୟନ୍ତ ଦୁବୃର୍ତ୍ତଙ୍କ ପତ୍ତା ମିଳୁନାହିଁ, ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ। ମୋବାଇଲ 'ଡମ୍ପିଙ୍ଗ୍' ର ସହାୟତା ନେବ
କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ବନାଞ୍ଚଳରେ ହାତୀ ଭାଙ୍ଗିଲେ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର।
ନିମାପଡ଼ାରେ ମର୍ମନ୍ତୁତ ବାଇକ ଦୁର୍ଘଟଣାରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର। odiaxpress
ବ୍ରହ୍ମପୁର ବଡିଆଉସ୍ତା ଗାଁରେ ନିଆଁ ଲଗାଇ ନିଜକୁ ଜାଳିଦେଲେ ବୃଦ୍ଧ, ମେଡିକାଲରେ ଭର୍ତ୍ତି ପରେ ମୃତ ଘୋଷଣା କଲେ ଡାକ୍ତର।ସୁଇସାଇଡ୍ ନୋଟ ଜବତ।
ବରଗଡ଼ ଜିଲ୍ଲା ନୃସିଂହନାଥରୁ ବଲାଙ୍ଗୀର ହରିଶଂକର ଗନ୍ଧମାର୍ଦ୍ଦନ ପର୍ବତମାଳାରେ ଫସି ରହିଛନ୍ତି ଛତିଶଗଡ଼ର ୧୦ରୁ ଅଧିକ ବୋଲ୍ବମ୍ ଶ୍ରଦ୍ଧାଳୁ। odiaxpress
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଦୁଇ ବିଦ୍ୟାଳୟର ୧୦ ଜଣ ଛାତ୍ରୀ ଅଂଶୁଘାତର ଶିକାର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ସୁବର୍ଣ୍ଣପୁର ବିନିକା ଓ ଡୁଙ୍ଗୁରିପାଲି କୁ ସଂଯୋଗ କରୁଥିବା ବିଜୁବାବୁଙ୍କ ସମୟର ଗୁରହାଣ୍ଡି ଯୋର ପୋଲ ଭୁଶୁଡି ପଡ଼ିଲା।
ଗୁଜରାଟରୁ ଅଲ କାଏଦା ର ୪ ଆତଙ୍କବାଦୀ ଗିରଫ। ‘ଅଟୋ ଡିଲିଟ୍ ଆପ୍’ ବ୍ୟବହାର କରୁଥିଲେ। odiaxpress
ମାଞ୍ଚେଷ୍ଟର ଚତୁର୍ଥ କ୍ରିକେଟ ଟେଷ୍ଟରେ ଯଶସ୍ୱୀ ସୁଦର୍ଶନଙ୍କ ଅର୍ଦ୍ଧଶତକ, ଭାରତ ୪/୨୬୪।
ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ।
ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟ କହିଲେ, ମାମଲା ରୁଜୁର ୨ ମାସ ଯାଏ ଗିରଫ କରନି। ମାମଲା ଏଫ୍ ଡବ୍ଲୁସିକୁ ପଠାଇବାକୁ ବାଧ୍ୟ।
ଆମେରିକା ଟେକ୍ସାସର ଡାଲାସ୍ରେ ଓଡ଼ିଶା ସୋସାଇଟି ଅଫ ଦି ଆମେରିକାଜ, ଓସାର ୫୬ତମ ବାର୍ଷିକ ସମ୍ମିଳନୀ ଆୟୋଜିତ
ମାଗଣାରେ ଟିଭି ଦେଖିବା ପାଇଁ ଗୁଗୁଲ ପ୍ଲେ ଷ୍ଟୋରରୁ 'Mera Channel' ଡାଉନଲୋଡ କରନ୍ତୁ
=======================
ଆଜି ଆୟକର ଦିବସ
ଜାତୀୟ ଥର୍ମାଲ ଇଂଜିନିୟର ଦିବସ
ଆଜି ଜନ୍ମଦିନ: ଆଜିମ ପ୍ରେମଜୀ, ମନୋଜ କୁମାର (ଅଭିନେତା), ଶ୍ରୀବିଦ୍ୟା, କଲାନିଥି ମାରାନ
ଇତିହାସରେ ଆଜି: (୧୯୯୪) ଅରୁଣାଚଳରେ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ମାରିଲା ବୋଡୋ ସଙ୍ଗଠନ/ (୨୦୦୦) ମାଡ୍ରାସର ବିଜୟଲକ୍ଷ୍ମୀ ହେଲେ ପ୍ରଥମ ଭାରତୀୟ ମହିଳା ଚେସ ଗ୍ରାଣ୍ଡମାଷ୍ଟର/ (୧୯୧୧) ରହସ୍ୟମୟ ସ୍ଥାନ ମାଚୁପିଚୁ ଆବିଷ୍କାର ହେଲା
=======================
ସକାଳ ଖବର ଓ ରାଶିଫଳ
https://whatsapp.com/channel/0029Va9CSms4dTnFavuQgR12