କାଳିଆ ସାଆନ୍ତ

କାଳିଆ ସାଆନ୍ତ ଜୟ ଜଗନ୍ନାଥ 🙏🙏🙏

ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ଠାକୁରାଣୀଙ୍କ ଆଜିର ଦର୍ଶନ 🙏🚩
23/08/2025

ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ଠାକୁରାଣୀଙ୍କ ଆଜିର ଦର୍ଶନ 🙏🚩

।। ଓଡ଼ିଆ ଭାଗବତ କଥାମୃତ ଭାଗ - ୧୮୭ ।।ଯା ଅବତାର କର୍ମମାନ।ମୋ ଆଦି କରନ୍ତି ଗାୟନ।ତତ୍ତ୍ୱେ ଜାଣିବୁ ଆମ୍ଭେ କାହିଁ।ଯାହାର ଆଦି ଅନ୍ତ ନାହିଁ।ଅର...
23/08/2025

।। ଓଡ଼ିଆ ଭାଗବତ କଥାମୃତ ଭାଗ - ୧୮୭ ।।

ଯା ଅବତାର କର୍ମମାନ।
ମୋ ଆଦି କରନ୍ତି ଗାୟନ।
ତତ୍ତ୍ୱେ ଜାଣିବୁ ଆମ୍ଭେ କାହିଁ।
ଯାହାର ଆଦି ଅନ୍ତ ନାହିଁ।

ଅର୍ଥ - ବେଦବର ବ୍ରହ୍ମା କହିଲେ, ହେ ନାରଦ! ଯେଉଁ ଗୁଣାତୀତ ଭଗବାନଙ୍କର ଆଦି କିମ୍ବା ଅନ୍ତ ନାହିଁ, ଆମ୍ଭେ ତାଙ୍କୁ ତତ୍ତ୍ୱ ଜ୍ଞାନ ଅନୁସାରେ ବା ଜାଣିବୁ କିପରି? ତେଣୁ ତତ୍ତ୍ୱତ ସେହି ପରମାତ୍ମାଙ୍କୁ ଜାଣି ନପାରି ମୁଁ ଏବଂ ସଦାଶିବ ଆଦି ଦେବତା କେବଳ ତାଙ୍କର ଲୀଳା ଓ ଅବତାର ବିଷୟରେ ବର୍ଣ୍ଣନା କରିଥାଉ।

ଭଲ ପାଇବା ଶବ୍ଦ କୁ ନେଇ ବହୁତ୍ କିଛି ଆକଳନ କରୁଥିବା ଏ ଦୁନିଆ, ବହୁତ୍ କିଛି ସର୍ତ୍ତ ର ମାନ ସ୍ଥିର କରୁଥିବା  ତର୍କ ବିତର୍କ କରୁଥିବା କିଛି ଲୋ...
23/08/2025

ଭଲ ପାଇବା ଶବ୍ଦ କୁ ନେଇ ବହୁତ୍ କିଛି ଆକଳନ କରୁଥିବା ଏ ଦୁନିଆ, ବହୁତ୍ କିଛି ସର୍ତ୍ତ ର ମାନ ସ୍ଥିର କରୁଥିବା ତର୍କ ବିତର୍କ କରୁଥିବା କିଛି ଲୋକ ସେତେବେଳେ ଚୁପ୍ ହେଇଯାଆନ୍ତି ଓ ଧ୍ୟାନ ବି ଦିଅନ୍ତିନି, ଟୁପୁରୁଟାପର ବି ହୁଅନ୍ତିନି,
ଯେତେବେଳେ ମୁଁ ଅନାବିଳ ପ୍ରେମ ତୋତେ କରେ, ଯେତେ ଜୋର୍ ରେ ବି ମୁଁ ତୋ ବିନା ରହିପାରେ ନା କାଳିଆ କୁହେ, ତୋତେ ଦେଖିବା ପାଇଁ ରାତି ଅଧରେ ବି ତୋ ପାଖୁ ଧାଇଁ ଯାଏ, କେହି ମୋତେ ଅଟକାନ୍ତିନି,ତାହାଲେ ଚିରନ୍ତନ ପ୍ରେମ ତୋ ଏଇ ନା ପ୍ରଭୁ ଯୋଉଥିରେ କିଛି ବାଧା ନାହିଁ ଯାହା ମୁଁ ତୋତେ କରେ..✍️
#ହେ_ନାଥ🙏

।। ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ।।ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ରେ  ପ୍ରଳମ୍ବାସୁର ବଧ ବେଶ ଅନୁଷ୍...
20/08/2025

।। ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ।।

ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେଉଛି । ମଧ୍ୟାହ୍ନ ଧୂପ ନୀତି ବଢ଼ିଲେ ପ୍ରଭୁ ବଳରାମଙ୍କ ଦ୍ଵାରା ପ୍ରଳମ୍ବ ନାମକ ଏକ ଅସୁର ନିହତ ହେବାର ଘଟଣା ସ୍ମରଣରେ ବଡଠାକୁର ପ୍ରଭୁ ଶ୍ରୀ ବଳଭଦ୍ର ଏହି ବେଶ ଧାରଣ କରନ୍ତି।

ଜଗତ ଜନନୀ  ମାତା  ଆଦିଶକ୍ତି ତୁହି ଲୋ କରୁଣା ମୟୀ....।କୃପା  କରୁଥିବୁ  ଟିକିଏ  ଏମିତି ତୋହରି ଆଶିଷ ଦେଇ....।। #ଜୟମାତାରିଣୀ 🌺🥥🪔🔱🚩🙏
18/08/2025

ଜଗତ ଜନନୀ ମାତା ଆଦିଶକ୍ତି
ତୁହି ଲୋ କରୁଣା ମୟୀ....।
କୃପା କରୁଥିବୁ ଟିକିଏ ଏମିତି
ତୋହରି ଆଶିଷ ଦେଇ....।।
#ଜୟମାତାରିଣୀ 🌺🥥🪔🔱🚩🙏

।। ଓଡ଼ିଆ ଭାଗବତ କଥାମୃତ ଭାଗ - ୧୮୨ ।।ଯେ ପ୍ରାଣୀ ତପ ଦାନ କରେ। ଯଶ ସମ୍ପାଦି ଏ ସଂସାରେ।ସୁବୁଦ୍ଧି ପଣେ ମନ୍ତ୍ର ସାଧି। ମଙ୍ଗଳ କର୍ମକୁ ଆରାଧି...
18/08/2025

।। ଓଡ଼ିଆ ଭାଗବତ କଥାମୃତ ଭାଗ - ୧୮୨ ।।

ଯେ ପ୍ରାଣୀ ତପ ଦାନ କରେ। ଯଶ ସମ୍ପାଦି ଏ ସଂସାରେ।
ସୁବୁଦ୍ଧି ପଣେ ମନ୍ତ୍ର ସାଧି। ମଙ୍ଗଳ କର୍ମକୁ ଆରାଧି।
ଏଣୁ ଅର୍ଜନ୍ତି ଯେତେ ଫଳ। ତୋତେ ନ ସମର୍ପି ନିଷ୍ଫଳ।

ଅର୍ଥ - ମହାମୁନି ଶୁକଦେବ ମନ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କର ପାଦପଦ୍ମରେ ନମସ୍କାର କରି କହିଲେ , ଯେଉଁ ପ୍ରାଣୀ ଏହି ସଂସାରରେ ତପ ଓ ଦାନ କରି ଯଶ କୀର୍ତ୍ତି ଅର୍ଜନ କରନ୍ତି, ନିଜର ସୁବୁଦ୍ଧି ଦ୍ଵାରା ମନ୍ତ୍ର ସାଧନା ଓ ମଙ୍ଗଳକାରକ କାର୍ଯ୍ୟ ସମ୍ପାଦନ କରି ତା'ର ଫଳ ଅର୍ଜନ କରନ୍ତି, ସେହି ପ୍ରାଣୀ ଯଦି ନିଜକୁ ସର୍ବୋତଭାବେ ତୁମର ଚରଣ କମଳରେ ସମର୍ପଣ ନ କରନ୍ତି ତାହେଲେ ତାଙ୍କର ସେ ସମସ୍ତ କାର୍ଯ୍ୟରୁ ପ୍ରାପ୍ତ ହୋଇଥିବା ଫଳ ତାଙ୍କ ପାଇଁ କଲ୍ୟାଣକାରୀ ଓ ମୁକ୍ତି
ପ୍ରଦାୟକ ହୁଏ ନାହିଁ।

|| ଶ୍ରୀମନ୍ଦିରରେ ବନଭୋଜି ବେଶ ||" ଗୋ ଗୋଷ୍ଠ ଚନ୍ଦ୍ରମା ହେ             ବଣଭୋଜି ନନ୍ଦସୁତ ଅଧରେ ମୁରଲୀ କନ୍ଧେ କ୍ଷୀରଭାର              କମ...
18/08/2025

|| ଶ୍ରୀମନ୍ଦିରରେ ବନଭୋଜି ବେଶ ||

" ଗୋ ଗୋଷ୍ଠ ଚନ୍ଦ୍ରମା ହେ
ବଣଭୋଜି ନନ୍ଦସୁତ
ଅଧରେ ମୁରଲୀ କନ୍ଧେ କ୍ଷୀରଭାର
କମନୀୟ ଅପ୍ରମିତ ଗୋ"......

ଆଜି ପବିତ୍ର ଭାଦ୍ରବ କୃଷ୍ଣ ଦଶମୀ ତିଥିରେ, ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ବେଶ ସମୟରେ ଶ୍ରୀବିଗ୍ରହମାନଙ୍କର ଦିବ୍ୟ ଦୁର୍ଲ୍ଲଭ ବଣଭୋଜି ବେଶ ଅନୁଷ୍ଠିତ ହେଉଛି।
ଶ୍ରୀକୃଷ୍ଣ ଲୀଳାର ତୃତୀୟ ଦିବସରେ କୃଷ୍ଣ ଓ ବଳରାମ ବନଭୋଜି ନିମନ୍ତେ ଗମନ କରୁଥିବା ଦୃଶ୍ୟକୁ ସ୍ମରଣ କରାଇଦେବା ହେଉଛି ଏ ବେଶର ମୁଖ୍ୟ ଉଦ୍ଦେଶ୍ୟ।

।। ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଏବଂ ମାଆ ଦୁର୍ଗାଙ୍କର ପ୍ରକଟ ଦିବସ ।।ଆଜି ପବିତ୍ର  ଭାଦ୍ରବ କୃଷ୍ଣପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ନନ୍ଦୋତ୍ସ...
16/08/2025

।। ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଏବଂ ମାଆ ଦୁର୍ଗାଙ୍କର ପ୍ରକଟ ଦିବସ ।।

ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ନବମୀ ତିଥିରେ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ ହେଉଛି । ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସରିବା ପରେ ପ୍ରଭୁ ରାମ, କୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ରେ ବିଜେ କରାଯାଏ । ଦକ୍ଷିଣ ଘରୁ ମଦନମୋହନ ଆସି ଦୋଳିରେ ବସିବା ପରେ ମଇଲମ ଓ ଅନ୍ୟାନ୍ୟ ନୀତି ଶେଷ ହୋଇ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ଅନୁଷ୍ଠିତ ହୋଇଥାଏ । ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତି ମହାପାତ୍ର ବିଜେ କରାନ୍ତି । ତେଣୁ ରାମ, କୃଷ୍ଣ ଓ ମଦନମୋହନ ଦୋଳିରୁ ଓହ୍ଲାଇ ଖଟ ଉପରେ ବିଜେ ହୁଅନ୍ତି । ଭିତରଛୁ ମହାପାତ୍ର ନନ୍ଦ ରାଜା ରୂପରେ ଶ୍ରୀନହରକୁ ଯାଇ ଫେରି ଆସି ସ୍ନାନ ମଣ୍ଡପ ଉପରେ ବସନ୍ତି ଓ ପରେ ଭରତିଆ ଗୌଡ ପୁତ୍ର ଜନ୍ମ ହେବା ଖବର ନନ୍ଦ ରାଜାଙ୍କୁ ଦିଅନ୍ତି ।

ପବିତ୍ର ଜନ୍ମାଷ୍ଟମୀ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ💐🙏ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ସମୃଦ୍ଧିର...
15/08/2025

ପବିତ୍ର ଜନ୍ମାଷ୍ଟମୀ ର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ💐🙏ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ🙏
#ଜୟଶ୍ରୀକୃଷ୍ଣ
#ଜନ୍ମାଷ୍ଟମୀ

ଆଜି ପବିତ୍ର ଜନ୍ମାଷ୍ଟମୀ ରେ ଶ୍ରୀମନ୍ଦିର ରେ ଭଗବତୀ ଯୋଗମାୟାଙ୍କ ଆବିର୍ଭାବ ତିଥି ମୋହରାତ୍ର "ନନ୍ଦ ଗୋପ ଗୃହେ ଜାତା ଯଶୋଦା ଗର୍ଭ ସମ୍ଭବା"ତ୍ୱ...
15/08/2025

ଆଜି ପବିତ୍ର ଜନ୍ମାଷ୍ଟମୀ ରେ ଶ୍ରୀମନ୍ଦିର ରେ ଭଗବତୀ ଯୋଗମାୟାଙ୍କ ଆବିର୍ଭାବ ତିଥି ମୋହରାତ୍ର

"ନନ୍ଦ ଗୋପ ଗୃହେ ଜାତା ଯଶୋଦା ଗର୍ଭ ସମ୍ଭବା"

ତ୍ୱମେବ ସର୍ବଜନନୀ ମୂଳପ୍ରକୃତିରୀଶ୍ୱରୀ।
ତ୍ୱମେବାଦ୍ୟା ସୃଷ୍ଟିବିଧୌ ସ୍ବେଛୟା ତ୍ରିଗୁଣାତ୍ମିକା।।"

ଆନନ୍ଦ ହେଉଛି ମହୀକୃଷ୍ଣ ଜନ୍ମିବେ ଦେହ ବହିଅଷ୍ଟମ ଗର୍ଭେ ଅବତରିପୃଥ୍ୱୀ ରଖିବେ ନରହରିପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଆପଣଙ୍କୁ ଓ ଆପଣଙ୍କ ପରିବାର...
15/08/2025

ଆନନ୍ଦ ହେଉଛି ମହୀ
କୃଷ୍ଣ ଜନ୍ମିବେ ଦେହ ବହି
ଅଷ୍ଟମ ଗର୍ଭେ ଅବତରି
ପୃଥ୍ୱୀ ରଖିବେ ନରହରି

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା
🙏🪷ଜୟ ଶ୍ରୀ କୃଷ୍ଣ 🪷🙏

।। ଶ୍ରୀମନ୍ଦିରରେ ଗର୍ଭଉଦକ ବନ୍ଦାପନା ଏବଂ ଜେଉଡ଼(ଜେଉଟ) ଭୋଗ ।। ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଅର୍ଥାତ ଜନ୍ମାଷ୍ଟମୀ ପୂର...
14/08/2025

।। ଶ୍ରୀମନ୍ଦିରରେ ଗର୍ଭଉଦକ ବନ୍ଦାପନା ଏବଂ ଜେଉଡ଼(ଜେଉଟ) ଭୋଗ ।।

ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ତିଥିରେ ଅର୍ଥାତ ଜନ୍ମାଷ୍ଟମୀ ପୂର୍ବ ଦିନରେ ଶ୍ରୀମନ୍ଦିରରେ ‘ଗର୍ଭଉଦକ ବନ୍ଦାପନା ଏବଂ ଜେଉଡ଼(ଜେଉଟ) ଭୋଗ ’ ନୀତି ପାଳିତ ହେଉଅଛି ।

👉 ଆସନ୍ତାକାଲି ଜନ୍ମାଷ୍ଟମୀ ନିମନ୍ତେ ଜଗତ୍ ର ଶ୍ରୀ ଜଗନ୍ନାଥ ମହାପ୍ରଭୁ ନିଜେ ଶ୍ରୀକୃଷ୍ଣ ଙ୍କର ମାତା ଯଶୋଦାଙ୍କ ରୂପେ ଲୀଳା କରନ୍ତି। ତେଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଆଜି ଗର୍ଭଜନିତ କଷ୍ଟ ସହ୍ୟ କରନ୍ତି। ଏହି ଗର୍ଭ କଷ୍ଟର ନିବାରଣ ନିମନ୍ତେ ମହାପ୍ରଭୁଙ୍କୁ ଜେଉଡ ଭୋଗ ବା ଯେଉଟ ଭୋଗ ଲାଗି ହୋଇଥାଏ ।

ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ବଢ଼ିଲେ ପାଣି ପଡ଼ି ଧୋ ପଖାଳ ହେବା ପରେ ଟେରା ବନ୍ଧାଯାଏ । ପ୍ରତିହାରୀ ସେବକ ରୋଷ ଘରରୁ ଜେଉଡ଼ ଭୋଗ ଡାକିବା ନିମିତ୍ତ ଯାଇଥାଆନ୍ତି । ଭୋଗ ଆସିବା ପରେ ପୂଜାପଣ୍ଡା ସାମନ୍ତ ସେଗୁଡିକୁ ପଞ୍ଚୋପଚାରରେ ନିବେଦିତ କରିଥାଆନ୍ତି ।

ଏହା ପରେ ପୂଜା ପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ବନ୍ଦାପନା କରିବା ସହ ମହାପ୍ରଭୁଙ୍କ ବାଡ଼ରେ ଆଉ ଗୋଟିଏ ଅଧିକ ଥର ଗର୍ଭଉଦକ ବା ଗର୍ଭୋଦକ ବନ୍ଦାପନା କରିଥାଆନ୍ତି । ସ୍ବାଦିଷ୍ଟ ଜେଉଡ଼ ଭୋଗ ଗର୍ଭବତୀ ଯଶୋଦାରୂପୀ ଶ୍ରୀଜଗନ୍ନାଥଙ୍କୁ ଗର୍ଭ କଷ୍ଟ ନିବାରଣ ନିମିତ୍ତ ସମର୍ପିତ ହୁଏ ।

ଶ୍ରୀଜଗନ୍ନାଥ ‘ତ୍ୱମେବ ମାତା ଚ ପିତା ତ୍ୱମେବ’ ଅନୁସାରେ ମାତା ରୂପେ କଳ୍ପିତ ହୁଅନ୍ତି ପୁନଃ ସେ ପୁତ୍ର ରୂପେ ଆବିର୍ଭୁତ ହୁଅନ୍ତି । ଏହା ମହାପ୍ରଭୁଙ୍କ ରହସ୍ୟମୟୀ ଲୀଳା ।

ଜେଉଡ଼ ସହ ଏହି ଭୋଗରେ ଶାଗ, ତରକାରୀ, ପିଠା, ଝିଲ୍ଲି, ସାନ ଆରିସା, ଓରିଆ, କ୍ଷୀରା ଆଦି ଭୋଗ ପ୍ରଦତ୍ତ ହୁଏ ।

ଶ୍ରୀପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଉଲ୍ଲେଖ ଅଛି – ‘ସର୍ବରୂପମ ହୋଷ ସର୍ବମନ୍ତ୍ରମଶଃ ପ୍ରଭୁ’ ସେ ସବୁ ରୂପରେ ଆବିର୍ଭୂତ ହୁଅନ୍ତି । ତାଙ୍କ ଲୀଳା ଅକଳ୍ପନୀୟା । ‘ସର୍ବଂ ରହସ୍ୟ ପୁରୁଷୋତ୍ତମସ୍ୟ ଦେବା ନ ଜାନନ୍ତି କୁତୋ ମନୁଷ୍ୟ ।’

Address

Bhubaneshwar

Website

Alerts

Be the first to know and let us send you an email when କାଳିଆ ସାଆନ୍ତ posts news and promotions. Your email address will not be used for any other purpose, and you can unsubscribe at any time.

Share