Public Demand

Public Demand ଆପଣଙ୍କ ପସନ୍ଦର ଖବର ଏବେ ଆପଣଙ୍କ ମୋବାଇଲ୍ ସ୍କ୍ରିନରେ

29/05/2026

#ଆଇନଶୃଙ୍ଖଳା_ବିପର୍ଯ୍ୟସ୍ତ_ଅପରାଧୀଙ୍କୁ_ନାହିଁ_ଭୟ !
କୋରାପୁଟରେ ଘଟିଥିବା ଶିଶୁ ଦୁଷ୍କର୍ମ ଘଟଣାକୁ ନେଇ ଜନଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ଘଟଣାର କଡ଼ା ନିନ୍ଦା କରି ବିଭିନ୍ନ ସଂଗଠନ ଓ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି।ପ୍ରତିବାଦକାରୀମାନେ ଦୋଷୀଙ୍କ ବିରୋଧରେ ତୁରନ୍ତ ଓ କଠୋର କାର୍ଯ୍ୟନୁଷ୍ଠାନ ସହ ଦୃଷ୍ଟାନ୍ତମୂଳକ ଦଣ୍ଡ ଦାବି କରିଛନ୍ତି। ଏପରି ଜଘନ୍ୟ ଘଟଣା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଗୁରୁତର ପ୍ରଶ୍ନ ଉଠାଇଛି ବୋଲି ସେମାନେ କହିଛନ୍ତି।
ଶିଶୁ ସୁରକ୍ଷା ଓ ମହିଳାଙ୍କ ସୁରକ୍ଷା ପ୍ରତି ସରକାର ଓ ପ୍ରଶାସନ ଅଧିକ ସଜାଗ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ, ପୀଡ଼ିତା ପରିବାରକୁ ନ୍ୟାୟ ମିଳୁ।

29/05/2026

#କୋରାପୁଟରେ_୪_ବର୍ଷର_ଶିଶୁଙ୍କ_ସହ_ଦୁଷ୍କର୍ମ_ଘଟଣାକୁ_ନେଇ_ତୀବ୍ର_ପ୍ରତିବାଦ

କୋରାପୁଟରେ ଘଟିଥିବା ୪ ବର୍ଷର ନିଷ୍ପାପ ଶିଶୁଙ୍କ ସହ ଦୁଷ୍କର୍ମ ଘଟଣାକୁ ନେଇ ବିଜେଡ଼ି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ପୂର୍ବତନ ବିଧାୟକ ରଘୁରାମ ପଡାଲଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କୋରାପୁଟ ଏସପିଙ୍କୁ ସାକ୍ଷାତ କରି ଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋରରୁ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି।

ଏଭଳି ଜଘନ୍ୟ ଘଟଣା ସମାଜ ପାଇଁ ଏକ କଳଙ୍କ। ଶିଶୁ ସୁରକ୍ଷା ପ୍ରତି ସମସ୍ତଙ୍କ ସଚେତନତା ଓ ପ୍ରଶାସନର କଡ଼ା ପଦକ୍ଷେପ ସମୟର ଆବଶ୍ୟକତା।

28/05/2026

#ଜୟପୁର_ପେପର_ମିଲ୍_ପୁନରୁଦ୍ଧାର_ପାଇଁ_ଜୋରଦାର_ଦାବି
ଜୟପୁର ପେପର ମିଲ୍‌କୁ ପୁଣିଥରେ ଚାଲୁ କରିବା ଦାବିରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ।
ସେ କହିଛନ୍ତି, ପେପର ମିଲ୍ ପୁନରୁଦ୍ଧାର ହେଲେ ହଜାର ହଜାର ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି ହେବା ସହ ଜୟପୁର ଅଞ୍ଚଳର ଆର୍ଥିକ ଉନ୍ନତିକୁ ନୂଆ ଦିଗ ମିଳିବ ।ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବିକୁ ସରକାର ଗୁରୁତ୍ୱର ସହ ନେଇ ଶୀଘ୍ର ପଦକ୍ଷେପ ନିଅନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି ।
#ଜୟପୁର_ପେପର_ମିଲ୍

 #ଦକ୍ଷିଣ_ପଶ୍ଚିମାଞ୍ଚଳରେ_ନୂଆ_ଡିଆଇଜିଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବରେ ବଦଳି ହେଲେ ଅଖିଲେଶ୍ଵର ସିଂ ।ପୁଲିସ ପ୍ରଶାସନରେ ଏହି ବଦଳିକୁ ନେଇ...
28/05/2026

#ଦକ୍ଷିଣ_ପଶ୍ଚିମାଞ୍ଚଳରେ_ନୂଆ_ଡିଆଇଜି
ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବରେ ବଦଳି ହେଲେ ଅଖିଲେଶ୍ଵର ସିଂ ।
ପୁଲିସ ପ୍ରଶାସନରେ ଏହି ବଦଳିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଆଇନ ଶୃଙ୍ଖଳା ସୁଦୃଢ଼ କରିବା ସହ ଅପରାଧ ନିୟନ୍ତ୍ରଣକୁ ନେଇ ରହିବ ନଜର ।

📌 ଆପଣଙ୍କ ଅଞ୍ଚଳରେ ପୁଲିସ ବ୍ୟବସ୍ଥାରେ କେମିତି ପରିବର୍ତ୍ତନ ଆସିବ ବୋଲି ଆପଣ ଭାବୁଛନ୍ତି? କମେଣ୍ଟରେ ମତାମତ ଜଣାନ୍ତୁ ।

27/05/2026

#ତେଲ_ଦରବୃଦ୍ଧିକୁ_ନେଇ_ବିଜେଡ଼ିର_ଜୋରଦାର_ପ୍ରତିବାଦ
ପ୍ରତିକ୍ରିୟା ରଖିଲେ ଯୁବ ବିଜେଡ଼ି ସଭାପତି । ଦିନକୁ ଦିନ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ବିଜେଡ଼ି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ଏହି ଅବସରରେ ଯୁବ ବିଜେଡ଼ି ସଭାପତି ସରକାରଙ୍କୁ ତୁରନ୍ତ ତେଲ ଦର ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି । ତେଲ ଦର ବୃଦ୍ଧିରେ ଗରିବ ଓ ମଧ୍ୟବର୍ଗୀୟ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି । ସରକାର ଲୋକଙ୍କ ଦୁଃଖ ବୁଝିବା ଦରକାର ବୋଲି କହିଛନ୍ତି ଯୁବ ନେତା ।
📍 ଆପଣଙ୍କ ମତ କଣ ?
ତେଲ ଦର କମିବା ଉଚିତ୍ କି ? କମେଣ୍ଟରେ ଜଣାନ୍ତୁ । 👇

27/05/2026

#ତେଲ_ଦରବୃଦ୍ଧିକୁ_ନେଇ_ଗର୍ଜିଲା_ବିଜେଡି
ପ୍ରତିବାଦ ପରେ ପ୍ରତିକ୍ରିୟା ରଖିଲେ କୋରାପୁଟ ପୂର୍ବତନ ବିଧାୟକ ।
ସାଧାରଣ ଲୋକଙ୍କ ଉପରେ ବଢୁଥିବା ତେଲ ଦରର ଭାରକୁ ନେଇ ଚିନ୍ତା ପ୍ରକାଶ କରି ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ଏହି ଅବସରରେ ପୂର୍ବତନ ବିଧାୟକ ସରକାରଙ୍କ ନୀତିକୁ କଟୁ ସମାଲୋଚନା କରିବା ସହ ଶୀଘ୍ର ତେଲ ଦର କମେଇବାକୁ ଦାବି କରିଛନ୍ତି ।“ତେଲ ଦର ବଢିଲେ ସମସ୍ତ ଜିନିଷର ଦର ବଢେ, ଏହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ଜୀବନରେ ପଡୁଛି” ବୋଲି କହିଛନ୍ତି ପୂର୍ବତନ ବିଧାୟକ ।
📍 ଆପଣଙ୍କ ମତ କଣ ?
ତେଲ ଦର ନିୟନ୍ତ୍ରଣ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଦରକାର କି ?

27/05/2026

#ତେଲ_ଦରର_ନିୟମିତ_ବୃଦ୍ଧିକୁ_ନେଇ_ସାଧାରଣ_ଲୋକଙ୍କ_ମଧ୍ୟରେ_ବଢ଼ୁଛି_ଅସନ୍ତୋଷ ।
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ସିଧା ପ୍ରଭାବ ଏବେ ଘରୋଇ ବଜେଟ୍ ଉପରେ ପଡ଼ୁଛି । “ଦିନକୁ ଦିନ ତେଲ ଦର ବଢ଼ୁଥିବାରୁ ସାଧାରଣ ଲୋକ ଅସହାୟ ହୋଇପଡ଼ିଛନ୍ତି । ଯାତାୟାତ ଠାରୁ ଆରମ୍ଭ କରି ନିତ୍ୟପ୍ରୟୋଜନୀୟ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛିର ଦର ବଢ଼ୁଛି,” ବୋଲି ଲୋକେ ପ୍ରତିକ୍ରିୟା ରଖିଛନ୍ତି ।
ଆପଣଙ୍କ ମତ କଣ ?
ତେଲ ଦର ବୃଦ୍ଧି ଉପରେ ଆପଣଙ୍କ ପ୍ରତିକ୍ରିୟା କମେଣ୍ଟରେ ଜଣାନ୍ତୁ ।
#ତେଲଦର

26/05/2026

#ତେଲ_ଦର_ବୃଦ୍ଧିକୁ_ନେଇ_କୋରାପୁଟରେ_ବିଜେଡ଼ିର_ଜୋରଦାର_ପ୍ରତିବାଦ
📍 କୋରାପୁଟରେ ରାସ୍ତାକୁ ଓହ୍ଲାଇଲେ ବିଜେଡ଼ି କର୍ମୀ ।ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଲା ବିଜେଡ଼ି ।ସାଧାରଣ ଲୋକଙ୍କ ଉପରେ ବଢୁଥିବା ମହଙ୍ଗା ମାଡ଼କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ।“ତୁରନ୍ତ ତେଲ ଦର କମାଅ, ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ” ବୋଲି ଚେତାବନୀ ଦେଲେ ବିଜେଡ଼ି ନେତାମାନେ ।

25/05/2026

#ନାରୀ_ଅଧିକାର_ଅଭିଯାନରେ_ଗର୍ଜିଲା_ବିଜେଡ଼ି

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ସଦରମହକୁମାରେ ଆଜି ବିଜେଡ଼ି ପକ୍ଷରୁ ନାରୀ ଅଧିକାର ଅଭିଯାନ ଜୋରଦାର ଭାବେ ଅନୁଷ୍ଠିତ ହେଲା । ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ହଜାର ହଜାର କର୍ମୀ ଏବଂ ନେତୃବୃନ୍ଦ ଏକତ୍ରିତ ହୋଇ ସରକାରଙ୍କୁ କଡ଼ା ସନ୍ଦେଶ ଦେଲେ ।“ନାରୀର ଶକ୍ତି ହେଉଛି ସମାଜର ଶକ୍ତି” ବାର୍ତ୍ତା ସହ ରାଲି ଓ ସଭାରେ ଗୁଞ୍ଜିଉଠିଲା ସମଗ୍ର ସଦରମହକୁମା ।ବିଜେଡ଼ିର ଏହି ଅଭିଯାନ ମହିଳା ସଶକ୍ତିକରଣ ପାଇଁ ଆଉ ଏକ ଦୃଢ଼ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।

#ନାରୀ_ଅଧିକାର_ଅଭିଯାନ #ଲକ୍ଷ୍ମୀପୁର #ମହିଳା_ସଶକ୍ତିକରଣ

25/05/2026

#୧୨ବର୍ଷ_ସେବା_ପରେ_ଚାକିରିରୁ_ଛାଟ
କୋରାପୁଟ ଜିଲ୍ଲା ସ୍ତରୀୟ ଅଭିଯୋଗ ଶିବିରରେ ଭାଙ୍ଗି ପଡ଼ିଲେ ଅନାଥ ଯୁବତୀ, ଆଖିରେ ଲୁହ ହାତରେ ଆବେଦନପତ୍ର ଆଉ ମୁହଁରେ ଥିଲା ଅସହାୟର ଚିତ୍ର

23/05/2026

#ଜୟପୁର_ଜିଲ୍ଲା_ହସପିଟାଲରେ_ବଡ଼_ପଦକ୍ଷେପ
ସ୍ୱାସ୍ଥ୍ୟ ସେବାର ତଦାରଖ କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ।ରୋଗୀଙ୍କୁ ମିଳିବ ଆହୁରି ଉନ୍ନତ ଚିକିତ୍ସା ସେବା 🏥
ତୀବ୍ର ଗରମକୁ ଦୃଷ୍ଟିରେ ରଖି ହସପିଟାଲରେ ଲାଗିବ ଏସି
ୱାର୍ଡରୁ ଆରମ୍ଭ କରି ବିଭିନ୍ନ ସୁବିଧାର ସମୀକ୍ଷା କଲେ ବିଧାୟକ ।
“ରୋଗୀଙ୍କ ସୁବିଧା ଓ ଉତ୍ତମ ସେବା ହେଉଛି ପ୍ରଥମ ପ୍ରାଥମିକତା” ବୋଲି କହିଲେ ତାରା ବାହିନୀପତି । ଜୟପୁର ଜିଲ୍ଲା ହସପିଟାଲରେ ଆଉ କେଉଁ ସୁବିଧା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି ? କମେଣ୍ଟରେ ଜଣାନ୍ତୁ 👇

Address

Odisha
Bhubaneswar

Telephone

+918455991200

Website

Alerts

Be the first to know and let us send you an email when Public Demand posts news and promotions. Your email address will not be used for any other purpose, and you can unsubscribe at any time.

Share